‘ସ୍କିଲ୍‌ ଓଡ଼ିଶା’ ୨୦୨୦ର ହେଲା ଶୁଭାରମ୍ଭ, ଫେବ୍ରୁଆରୀ ୮ରୁ ଆରମ୍ଭ ହେବ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା

1 min read

ଆଜି ‘ସ୍କିଲ୍‌ ଓଡ଼ିଶା’ ୨୦୨୦ର ଶୁଭାରମ୍ଭ ହୋଇଛି । ଏପ୍ରିଲ ୨୮ରୁ ୩୦ ପର୍ଯ୍ୟନ୍ତ ଆୟୋଜିତ ହେବ ଏହାର ଦ୍ୱିତୀୟ ସଂସ୍କରଣ । ତେବେ ଫେବ୍ରୁଆରୀ ୮ରୁ ଆରମ୍ଭ ହେବ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା । ଯେଉଁଥିରେ ୨୩ଟି ବର୍ଗରେ ଭାଗ ନେବେ ୩୦ ଜିଲ୍ଲାର ପ୍ରତିଯୋଗୀ । ସେହିପରି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ପଞ୍ଜିକରଣ କରିଛନ୍ତି ୧୫ ହଜାର ଛାତ୍ରଛାତ୍ରୀ । ୪୬ଟି ବର୍ଗରେ ଭାଗ ନେବେ ଏହି ଛାତ୍ରଛାତ୍ରୀ । ଏଥିରେ ଭଲ ପ୍ରଦର୍ଶନ କଲେ, ସାଂଘାଇରେ ହେବାକୁ ଥିବା ଦକ୍ଷତା ବିକାଶ ପ୍ରତିଯୋଗିତାରେ ଭାଗ ନେବାକୁ ସୁଯୋଗ ମିଳିବ । ଏପରିକି ସେହି ପ୍ରତିଯୋଗିତାରେ ଓଡ଼ିଶା ୨ଟି ସ୍ୱର୍ଣ୍ଣ, ୪ ରୌପ୍ୟ ଓ ୬ ବ୍ରୋଞ୍ଜ ପଦକ ଜିତିବାକୁ ଲକ୍ଷ୍ୟ ରଖାଯାଇଛି । ଏ ନେଇ ସୂଚନା ଦେଇଛନ୍ତି ଦକ୍ଷତା ବିକାଶ ସଚିବ ସଞ୍ଜୟ ସିଂ । ଆଜିର କାର୍ଯ୍ୟକ୍ରମକୁ ଟାଟା ଏରୋ ସ୍ପେସ ଆଣ୍ଡ ଡିଫେନ୍ସର-ଏରୋ ଷ୍ଟ୍ରକ୍‌ଚର ଇଞ୍ଜିନ ମୁଖ୍ୟ ମାସୁଦ ହୁସିଆନି ଉଦ୍‌ଘାଟନ କରିଛନ୍ତି । ସେହିପରି ଦକ୍ଷତା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାୟକ, ସଚିବ ସଞ୍ଜୟ ସିଂ, ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚି ଓ ସ୍ୱତନ୍ତ୍ର ସଚିବ ଅନୁ ଗର୍ଗ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply