spot_img
Home Blog Page 7425

ବେଜିଂ: ୮୦୦ ଟପିଲା କରୋନା ଭାଇରସରେ ମୃତ୍ୟୁ ସଂଖ୍ୟା । ଏବେ ସୁଦ୍ଧା କରୋନାରେ ୩୭ ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ।

ବେଜିଂ: ୮୦୦ ଟପିଲା କରୋନା ଭାଇରସରେ ମୃତ୍ୟୁ ସଂଖ୍ୟା । ଏବେ ସୁଦ୍ଧା କରୋନାରେ ୩୭ ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ।

EXIT POLL: ପୁଣି କ୍ଷମତାକୁ ଫେରିବ ‘ଆପ୍’

ଦିଲ୍ଲୀ ବିଧାନସଭା ନିର୍ବଚାନ ନେଇ ସରିଛି ଭୋଟଗ୍ରହଣ । ଏହାପରେ ଦିଲ୍ଲୀ ଦଙ୍ଗଲରେ କିଏ ଜିତିବ ଏନେଇ ବିଭିନ୍ନ ଏଜେନ୍ସି ଓ ନ୍ୟୁଜ୍‌ ଚ୍ୟାନେଲ ପକ୍ଷରୁ ଆରମ୍ଭ ହୋଇଛି ପୂର୍ବାନୁମାନ । EXIT POLL ଅନୁଯାୟୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ନେତୃତ୍ୱାଧିନ ‘ଆପ୍‌’ ପୁଣି କ୍ଷମତାକୁ ଫେରୁଥିବା ବେଳେ ୨୦୧୫ ବିଧାନସଭା ନିର୍ବାଚନ ଅପେକ୍ଷା ଭଲ ପ୍ରଦର୍ଶନ କରିଛି ଭାରତୀୟ ଜନତା ପାର୍ଟି । କଂଗ୍ରେସକୁ ୩%ରୁ ୫% ଭୋଟ ଅଧିକ ମିଳିଥିବା ଆକଳନ କରାଯାଉଥିଲେ ସୁଦ୍ଧା ଏହା ସିଟ୍‌ରେ ପରିବର୍ତ୍ତନ ହୋଇପାରିନି । କେନ୍ଦ୍ର ସରକାରଙ୍କ ସିଏଏ ଓ ଏନ୍‌ଆରସିକୁ ଶକ୍ତ ଝଟକା ଲାଗିଥିବା ବିରୋଧୀ କହିଛନ୍ତି । ଅପରପକ୍ଷରେ ବେଳେ ଲୋକେ ସ୍ଥାନୀୟ ପ୍ରସଂଗକୁ ନେଇ ଭୋଟ ଦେଇଥିବା କହିଛନ୍ତି ରାଜନୀତିକ ବିଶେଷଜ୍ଞ ।

EXIT POLL 

ଇଣ୍ଡିଆ ନ୍ୟୁଜନେତା:  AAP-53-57/ BJP-11-17/ CONG-0-2

ଇଣ୍ଡିଆ ଟିଭି : AAP-44/ BJP-26/ CONG-0

ରିପବ୍ଲିକ୍ଟିଭି : AAP-48-61/ BJP-9-21/ CONG 0-1

ଟାଇମ୍ସ ନାଓ : AAP-44/ BJP-26/ CONG-0

ଜାଣନ୍ତୁ କେଉଁ ସବୁ ବିଜ୍ଞାପନ ଉପରେ ଲାଗିପାରେ ପ୍ରତିବନ୍ଧକ ?

ଆପଣ ବିଜ୍ଞାପନ ଦେଖିକି ପ୍ରଡକ୍ଟ କିଣୁଛନ୍ତି କି ? ବିଜ୍ଞାପନରେ ଯେମିତି ଦେଖାଉଛି ସେମିତି କିଛି ଆପଣଙ୍କୁ ଅନୁଭବ ହେଉନି କି ? ଆପଣମାନେ ଭାବୁଛନ୍ତି କି ପ୍ରଡକ୍ଟର ବିଜ୍ଞାପନ ମିଛ, ଆଉ ଆପଣ ଠକାମୀରେ ପଡ଼ିଛନ୍ତି ? ତେବେ ଏନେଇ କେନ୍ଦ୍ର ସରକାର ଖୁବ ଶୀଘ୍ର ନେଇ ପାରନ୍ତି ଏକ ନୂଆ ପଦକ୍ଷେପ । ଫେୟାରନେସ କ୍ରିମ, ଛୋଟ ପିଲାଙ୍କ ଉଚ୍ଚତା ବଢାଇବାର ପ୍ରଡକ୍ଟ ଏବଂ ଓଜନ କମାଇବା ଭଳି ବିଭିନ୍ନ ସମସ୍ୟା ଗୁଡ଼ିକ ପାଇଁ ବାହାରୁଥିବା ପ୍ରଡକ୍ଟ ଉପରେ ପ୍ରତିବନ୍ଧକ ଲଗାଯାଇପାରେ ? ମିଛ ପ୍ରମୋଟିଂ ବିଜ୍ଞାପନ ଦେଲେ ନିଆଜିବ ଦୃଢ କାର୍ଯ୍ୟାନୁଷ୍ଠନ ? କେବଳ ସେତିକି ନୁହେଁ ଏମିତି ମିଛ ପ୍ରମୋସନ କରି ପ୍ରଡକ୍ଟର ଆଡଭାଟାଇଜ କଲେ ୫୦ଲକ୍ଷ ଟଙ୍କାର ଜୋରିମାନା ସହ ୫ ବର୍ଷର ଜେଲ ଦଣ୍ଡ ମିଳିପାରେ ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଡ୍ରଗ୍ସ ଏବଂ ମୈଜିକ ରେମେଡି ଧାରା ୧୯୫୪ରେ ସଂସୋଧନ କରିବାର ପ୍ରସ୍ତୁତି କରିସାରିଲାଣି । ଏହି ବିଲ ପାଖରେ ଉଚ୍ଚତା ବଢାଉଥିବା, ଓଜନ କମାଉଥିବା ଏବଂ ତ୍ୱଚାକୁ ସଫା କରୁଥିବା ବିଜ୍ଞାପନ ଦେଇ ଲେକଙ୍କ ଭାବନା ସହ ଖେଳୁଥିବା କମ୍ପାନୀ ଉପରେ ୫୦ଲକ୍ଷ ଟଙ୍କା ସହ ୫ ବର୍ଷର ଜେଲ ଦଣ୍ଡ ମିଳିପାରେ ।

ମନ୍ତ୍ରାଳୟ କହିବା ଅନୁସାରେ ବଦଳୁଥିବା ପରିସ୍ଥିତି ଓ ସମୟକୁ ଦେଖିକି ଏଭଳି ନିର୍ଣ୍ଣୟ ନିଆଯାଇଛି । ଏହି ସବୁ ବିଜ୍ଞାପନ ବି ହୋଇପାରେ ଲିଷ୍ଟରେ ସାମିଲ  ।

ଫେୟାରନେସ କ୍ରିମ, ଉଚ୍ଚତା ବଢାଉଥିବା ବିଜ୍ଞାପନ ବ୍ୟତୀତ ଧଳା କେଶକୁ କଳା,ଓଜନ କମାଉଥିବା, କେଶକୁ ଲମ୍ବା କରୁଥିବା, ସ୍ମରଣ ଶକ୍ତିକୁ ବଢାଇବା ଏବଂ ଦାନ୍ତକୁ ମଜବୁତ ରଖିବା ଭଳି ବିଜ୍ଞାପନ ଗୁଡ଼ିକୁ ମଧ୍ୟ ଏଥିରେ ସାମିଲ କରାଯାଇପାରେ ।

ଟିଭି, ଖବର କାଗଜ, ରେଡ଼ିଓ ସହ ବହୁ ସ୍ଥାନରେ ବିଜ୍ଞାପନ ଗୁଡ଼ିକୁ ପ୍ରମୋସନ କରାଯାଉଛି । ଏହି ଆକ୍ଟରେ ଧାରା ୭ ଅନୁସାରେ ଦୋଷୀ ପ୍ରମାଣିତ ହେବା ମାତ୍ରେ ୫ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଏବଂ ଜୋରିମାନା ମିଳିପାରେ ?

ଚୀନ ମେଡିକାଲରେ କରୋନା ଆକ୍ରାନ୍ତଙ୍କୁ ଦିଆଯାଉଛି କଇଁଛ ମାଂସ, ଜାଣନ୍ତୁ କଣ ରହିଛି କାରଣ ?

ବେଜିଂ: ମହାମାରୀ କରୋନାକୁ ନେଇ ଥରୁଛି ଚୀନ । ଆଶା ଆଶଙ୍କାରେ ବିଶ୍ୱ । ମୁକାବିଲା ପାଇଁ ସମସ୍ତେ ଖୋଜୁଛନ୍ତି ମହୋଷଧୀ । ଅନ୍ୟପଟେ କରୋନା ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ବେଳକୁ ବେଳ ମୃତ୍ୟୁସଂଖ୍ୟା ବି ବଢ଼ୁଛି । ଏବେ ଯାଏଁ କରୋନାରେ ୭୨୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୪, ୫୪୬ ଜଣ ଲୋକ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି ।ଏହାରି ଭିତରେ ଚୀନର ବୁହାନର ଆସିଛି ଏକ ଖବର । ବୁହାନ ଚିକିତ୍ସାଳୟରେ କରୋନା ଆକ୍ରାନ୍ତଙ୍କୁ ଖାଇବାରେ କଇଁଛ ମାଂସ ଦିଆ ଯାଉଥିବା ଜଣାପଡ଼ିଛି । ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କ ଏଭଳି ନିଷ୍ପତ୍ତିକୁ ନେଇ ଗମ୍ଭୀର ଚିନ୍ତାପ୍ରକଟ କରିଛନ୍ତି ବିଶେଷଜ୍ଞ । କାରଣ କୁହାଯାଉଛି ସାପଙ୍କ ଠାରୁ ହିଁ ମଣିଷକୁ କରୋନା ଭାଇରସ୍ ବ୍ୟାପିଛି ।ଡେଲିମେଲରେ ପ୍ରକାଶିତ ରିପୋର୍ଟ ମୁତାବକ, ବୁହାନ ହସ୍ପିଟାଲରେ ଅଲଗା ଅଲଗା ଭାବେ ରଖାଯାଇଥିବା କରୋନା ଆକ୍ରାନ୍ତଙ୍କୁ ରାତି ଖାଇବାରେ କଇଁଛ ମାଂସ ଦିଆଯାଉଛି । ଚୀନ ଗଣମାଧ୍ୟମରେ ମଧ୍ୟ ଏହି ଦାବିକୁ ଦୋହରାଉଥିବା ଖବର ପରିବେଷଣ କରାଯାଇଛି । ଯେଉଁଥିରେ ଜଣେ ବ୍ୟକ୍ତି ଖାଦ୍ୟରେ କଇଁଛ ମାଂସ ଖାଇବାକୁ ଦିଆଯାଉଥିବା ଭିଡିଓରେ ଦାବି କରିଛନ୍ତି । ଚୀନର ପାରମ୍ପରିକ ଚିକିତ୍ସା ବିଜ୍ଞାନ ଅନୁଯାୟୀ କଇଁଛ ମାଂସରେ ବହୁ ପରିମାଣର ପୋଷକ ତତ୍ତ୍ୱ ରହିଛି ।ଚୀନ ଲୋକଙ୍କ ଅନୁଯାୟୀ, ତାଙ୍କ ଦେଶରେ ମିଳୁଥିବା କଇଁଛଙ୍କ ଠାରେ ପ୍ରଚୁର ପରିମାଣରେ ପ୍ରୋଟିନ୍ ମିଳିଥାଏ । ଯାହାକି ରୋଗୀଙ୍କୁ ରୋଗ ସହ ଲଢ଼ିବା ପାଇଁ ବଳ ଯୋଗାଏ ।

କାୟା ବିସ୍ତାର କରୁଛି ଭୟଙ୍କର କରୋନା ଭାଇରସ, ବିପଦରେ ୮ ଦେଶ

ଟି-୨୦ର ବଦଲା ଏକଦିବସୀୟରେ: ୨-୦ରେ ସିରିଜ୍‌ ହାତେଇଲା ନ୍ୟୁଜିଲାଣ୍ଡ

0

ନ୍ୟୁଜିଲାଣ୍ଡ ବିପକ୍ଷ ଏକଦିବସୀୟରେ ପୁଣି ପରାସ୍ତ ହୋଇଛି ଭାରତ । ୩ଟିକିଆ ସିରିଜରେ ଲଗାତାର ଦ୍ୱିତୀୟ ବିଜୟ ସହ ସିରିଜ୍‌ ହାତେଇଛି ନ୍ୟୁଜିଲାଣ୍ଡ । ଏହା ପୂର୍ବ ଏକଦିବସୀୟକୁ ୪ ଓ୍ୱିକେଟରେ ଜିତିଥିଲା କ୍ୱିଓ୍ୱି ଟିମ୍‌ । ଆସନ୍ତ ୧୧ ଫେବ୍ରୁଆରୀ ଶେଷ ଦିନିକିଆ ଖେଳାଯିବ ।

 

ଦ୍ୱିତୀୟ ଦିନିକିଆରେ ପ୍ରଥମେ ଟସ୍‌ ହାରି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ଟିମ୍ ଇଣ୍ଡିଆ । ନିର୍ଦ୍ଧାରିତ ଓଭରରେ ୮ଓ୍ୱିକେଟ୍‌ ବିନିମୟରେ ୨୭୩ ରନ୍‌ କରିଛି କରିଥିଲା ନ୍ୟୁଜିଲାଣ୍ଡ । ପୁଣି ଭାରତ ବିପକ୍ଷରେ ଭଲ ପ୍ରଦର୍ଶନ କରିଛନ୍ତି ରସ୍ ଟେଲର୍‌ । ନବମ୍‌ ଓ୍ୱିକେଟରେ ଜେମିସନ୍‌ ସହ ମିଶି ୫୧ ବଲ୍‌ରେ ୭୬ ରନ୍‌ ସଂଗ୍ରହ କରିଥିଲେ । ନ୍ୟୁଜିଲାଣ୍ଡ ଶେଷ ୫ ଓଭରରେ ୫୩ ରନ୍‌ ସଂଗ୍ରହ କରିଥିଲେ ।

୨୭୪ରନ୍‌ର ବିଜୟ ଲକ୍ଷ୍ୟ ନେଇ ମଇଦାନ ଓହ୍ଲାଇଥିଲା ଟିମ୍‌ ଇଣ୍ଡିଆର ଆରମ୍ଭ ଭଲ ହୋଇନଥିଲା । ମାତ୍ର ୩ରନ୍‌ କରି ଆଉଟ ହୋଇ ପ୍ୟାଭିଲିୟନ୍‌ ଫେରିଯାଇଥିଲେ ମୟଙ୍କ ଅଗ୍ରଓ୍ୱାଲ । ଦଳ ପକ୍ଷରୁ ଅଲ୍‌ରାଉଣ୍ଡର ଜାଡେଜା ୫୫ ରନ୍‌ ସଂଗ୍ରହ କରିଥିବା ବେଳେ ଶ୍ରେୟସ୍‌ ଆୟର ୫୨ ରନ୍‌ କରିଥିଲେ । ଏବଂ ନିମ୍ନକ୍ରମରେ ବ୍ୟାଟିଂ କରିଥିବା ସାଇନିଙ୍କ ୪୫ ରନ୍‌ ବଳରେ ଟିମ୍‌ଇଣ୍ଡିଆ ମାତ୍ର ୨୫୧ ରନ୍‌ କରିବାକୁ ସକ୍ଷମ ହୋଇଥିଲା । 

ଆଇନ୍ ଫାଶରେ ନିର୍ଭୟା ଦୋଷୀଙ୍କୁ ଫାଶୀ, ବିଚାରପତି କହିଲେ ଏମିତି କଥା…

ନୂଆଦିଲ୍ଲୀ: ୪ ‘ନିର୍ଭୟା’ ଦୋଷୀଙ୍କୁ ଫାଶୀ କେବେ ? ଆଉ କେତେ ଥର ଘୁଞ୍ଚିବ ଫାଶୀ ତାରିଖ । ଦେଶବାସୀଙ୍କ ମୁହଁରେ ଏବେ ସେ ଗୋଟିଏ ପ୍ରଶ୍ନ । ସମସ୍ତ ଦୋଷୀଙ୍କୁ କେବେ ମିଳିବ ମୃତ୍ୟୁଦଣ୍ଡ । ଏଭଳି ସ୍ଥଳେ ଦୋଷୀଙ୍କ ପାଇଁ ନୂଆ ଡେଥ୍ ୱାରେଣ୍ଟ ଜାରି କରିବା ପାଇଁ ଦିଲ୍ଲୀ ପଟିଆଲା କୋର୍ଟ ମନା କରି ଦେଇଛନ୍ତି । କୋର୍ଟ ଡେଥ୍ ୱାରେଣ୍ଟ ଆବେଦନକୁ ଖାରଜ କରିବା ସହ କହିଛନ୍ତି, ଯଦି ଆଇନ୍ ଦୋଷୀଙ୍କୁ ବଞ୍ଚିବାକୁ ଅନୁମତି ଦେଉଛି ତେବେ ଫାଶୀ ଖୁଣ୍ଟରେ ଚଢ଼ାଇବା ପାପ ହେବ ।ଡେଥ୍ ୱାରେଣ୍ଟ ଜାରି ପାଇଁ ଦିଲ୍ଲୀ ସରକାର କରିଥିବା ଆବେଦନ ଉପରେ କୋର୍ଟ ଶୁଣାଣି କରିଥିଲେ । ଶୁଣାଣି ବେଳେ ୪ ଦୋଷୀଙ୍କୁ କୌଣସି ଆବେଦନ କେଉଁ କୋର୍ଟରେ ପଡ଼ିନଥିବା ନେଇ ତଥ୍ୟ ରଖିଥିଲେ ଦିଲ୍ଲୀ ସରକାର । କୋର୍ଟ ସରକାରୀ ଓକିଲଙ୍କୁ କୌଣସି ଦୋଷୀ ଦୟା ଆବେଦନ ଓ କ୍ୟୁରେଟିଭ୍ ପିଟିସନ୍ ଦେବା ବାକି ଅଛି କି ବୋଲି ପ୍ରଶ୍ନ କରିଥିଲେ । ତେବେ, ତିହାର ଜେଲ୍ କର୍ତ୍ତୃପକ୍ଷ ଦୋଷୀଙ୍କୁ କୌଣସି ଆଇନଗତ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ କରିପାରିବେ ନାହିଁ ବୋଲି କହିଥିଲେ ସରକାରୀ ଓକିଲ ।ସୂଚନାଯୋଗ୍ୟ ଯେ, ୪ ଦୋଷୀଙ୍କ ମଧ୍ୟରୁ ଅକ୍ଷୟ, ମୁକେଶ ଓ ବିନୟଙ୍କ ପାଖରେ ଆଇନର ଆଉ କୌଣସି ବିକଳ୍ପ ବାକି ନାହିଁ । ଚତୁର୍ଥ ଦୋଷୀ ପୱନ କ୍ୟୁରେଟିଭ୍ ପିଟିସନ୍ ଦାଖଲ କରିନଥିବା ବେଳେ ଦୟା ଆବେଦନ ବି କରିନାହିଁ । କୋର୍ଟ ଡେଥ୍ ୱାରେଣ୍ଟ ଆବେଦନ ଉପରେ ସହମତି ପ୍ରକାଶ କରିନଥିଲେ । ପଟିଆଲା ହାଉସ କୋର୍ଟ ଡେଥ୍ ୱାରେଣ୍ଟ ଆବେଦନକୁ ଖାରଜ କରି ଦେଇଥିଲେ । ଏଥିସହ ଅତିରିକ୍ତ ଦୌରାଜଜ ଧର୍ମେନ୍ଦ୍ର ରାଣା କହିଥିଲେ, ‘ଯେତେବେଳେ ଆଇନ୍ ଦୋଷୀଙ୍କୁ ବଞ୍ଚିବାର ବା ଜିଇଁବାର ଅନୁମତି ଦେଉଛି ସେଠି ଫାଶୀ ପାପ’ ।

ଏକାସାଥିରେ ଫାଶୀ ପାଇବେ ସମସ୍ତ ଦୋଷୀ: ୭ ଦିନ ମଧ୍ୟରେ ସମସ୍ତ ଆଇନଗତ ଉପାୟ ଅପଣାଇବାକୁ ନିର୍ଦ୍ଦେଶ

୨୦୧୨ ‘ନିର୍ଭୟା’ ନିର୍ଭୟା ମାମଲାରେ ୪ ଦୋଷୀ ମୁକେଶ କୁମାର, ପୱନ ଗୁପ୍ତା, ବିନୟ କୁମାର ଓ ଅକ୍ଷୟ କୁମାରକୁ ଫାଶୀ ଦଣ୍ଡାଦେଶ ହୋଇଛି । ଏବେ ୪ ଦୋଷୀ ତିହାଡ଼ ଜେଲରେ ଅଛନ୍ତି । ୩ ଦୋଷୀଙ୍କ କ୍ୟୁରେଟିଭ୍ ପିଟିସନ୍ ସହ ଦୟା ଆବେଦନ ଖାରଜ ହୋଇଯାଇଛି । କେବଳ, ପୱନ ଗୁପ୍ତା ପାଖରେ କ୍ୟୁରେଟିଭ୍ ପିଟିସନ୍ ସହ ଦୟା ଆବେଦନ ବିକଳ୍ପ ରହିଛି । ଏହି ଆଧାରରେ ପଟିଆଲା ହାଉସ୍ କୋର୍ଟ ଡେଥ୍ ୱାରେଣ୍ଟ ଜାରି ଆବେଦନକୁ ଅଗ୍ରାହ୍ୟ କରି ଦେଇଥିଲେ ।

ଦୋଷୀଙ୍କ ପାଖରୁ ଘୁଞ୍ଚୁଛି ଫାଶୀ ଖୁଣ୍ଟ

ମାର୍କେଟ ବିଲ୍ଡିଂ ଗଣ୍ଡଗୋଳ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ମାର୍କେଟ ବିଲ୍‌ଡିଂ ଗଣ୍ଡଗୋଳ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ । ମୁଖ୍ୟ ଅଭିଯୁକ୍ତ ଗୋପୀନାଥ ନାୟକକୁ କ୍ୟାପିଟାଲ ଥାନା ପୋଲିସ ଗଜପତି ଜିଲ୍ଲାରୁ ଗିରଫ କରିଛି । ଏପର୍ଯ୍ୟନ୍ତ ଏହି ଘଟଣାରେ ମୋଟ୍‌ ୩୨ ଜଣଙ୍କୁ ଗିରଫ କରାଗଲାଣି ।

ଗତ ଜାନୁଆରୀ ୧୦ ତାରିଖ ସଂଧ୍ୟାରେ ଭୁବନେଶ୍ୱର ମାର୍କେଟ୍‌ ବିଲ୍‌ଡିଂରେ ୩୦ରୁ ଅଧିକ ମୁଖାପିନ୍ଧା ଦୁର୍ବୃତ୍ତ ବ୍ୟାପକ ହିଂସାକାଣ୍ଡ ଘଟାଇଥିଲେ । ମୁଖ୍ୟ ଅଭିଯୁକ୍ତ ଗୋପୀନାଥ ନାୟକ ଗଣ୍ଡଗୋଳ ପରେ ଫେରାର ହୋଇଯାଇଥିଲା । ଶେଷରେ ତାକୁ କ୍ୟାପିଟାଲ ଥାନା ପୋଲିସ ଗଜପତି ଜିଲ୍ଲାରୁ ଗିରଫ କରିଛି ।

୨ଦିନ ଧରି ବୈତରଣୀରେ ଭାସୁଥିଲା ଶବ

କେନ୍ଦୁଝର: ବସ୍ତାରୁ ମିଳିଲା ମୃତଦେହ । ୨ ଦିନ ହେଲା ନଦୀରେ ଭାସୁଥିଲା । ଏଭଳି ଘଟଣାକୁ ନେଇ କେନ୍ଦୁଝର ଜିଲ୍ଲାରେ ଚାଞ୍ଚଲ୍ୟ ।  ଫୁଲକଁଳେଇ ଖଲି ଚଉପତି ଘାଟରୁ ମିଳିଲା ୨ଟି ଶବ । ମୃତକଙ୍କ ପରିଚୟ ମିଳିପାରିନି । ତେବେ ଏଥିରେ ଜଣେ ମହିଳା ଓ ଅନ୍ୟଜଣେ ପୁରୁଷ ରହିଛନ୍ତି ।

ପୂର୍ବରୁ ବୈତରଣୀ ନଦୀରେ ଶବ ଭାସୁଥିବା ଦେଖିଥିଲେ ସ୍ଥାନୀୟଲୋକେ । ଖବର ମିଳିବା ପରେ ପୋଲିସ ପହଞ୍ଚି ଅଖାରୁ ଶବକୁ ଉଦ୍ଧାର କରିଛି । ତେବେ ଏଠି ପ୍ରଶ୍ନ ଉଠୁଛି ଏହି ମୃତଦେହ କାହାର ? ଏମାନଙ୍କୁ ହତ୍ୟା ପରେ ନଦୀରେ କିଏ ଫିଙ୍ଗିଦେଇଛି କି ? ସେମାନେ ସ୍ଥାନୀୟ ଅଞ୍ଚଳର ନା ବାହାର ଜିଲ୍ଲାର ? ପୋଲିସର ତଦନ୍ତ ପରେ ମୃତଦେହର ମିଷ୍ଟ୍ରୀ ଉପରୁ ହଟିବ ପରଦା ।

ମୃତ୍ୟୁରେ ଶେଷ ହେଲା ପୋଲିସ ବାବୁ-ବାବୁଆଣୀଙ୍କ ଏକତରଫା ପ୍ରେମ କାହାଣୀ

ନୂଆଦିଲ୍ଲୀ: ପୋଲିସ ବାବୁଙ୍କ ଏକ ତରଫା ପ୍ରେମ କାହାଣୀ । ପୋଲିସ ବାବୁଆଣୀଙ୍କୁ ମାରି ନିଜେ ଆତ୍ମହତ୍ୟା କଲେ ପୋଲିସ ବାବୁ । ଘଟଣାଟି ହେଉଛି, ଦିଲ୍ଲୀର ରୋହିଣୀ ଅଞ୍ଚଳର । ଯେଉଁଠି ମହିଳା ସବ-ଇନସ୍ପେକ୍ଟର ପ୍ରୀତି ଅହଲାୱତଙ୍କୁ ଶୁକ୍ରବାର ରାତି ପ୍ରାୟ ସାଢ଼େ ୯ଟାରେ ଗୁଳି କରି ହତ୍ୟା କରାଯାଇଛି । ତେବେ ଆଜି ତାଙ୍କର ଜଣେ ପୁରୁଷ ଏସଆଇଙ୍କ ମୃତଦେହକୁ ପୋଲିସ ଉଦ୍ଧାର କରିଛି । ଦିଲ୍ଲୀ ପୋଲିସ ପକ୍ଷରୁ ଗଣମାଧ୍ୟମକୁ ଏହି ସୂଚନା ଦିଆଯାଇଛି ।

ମହିଳା ଇନ୍ସପେକ୍ଟରଙ୍କୁ ହତ୍ୟା କରାଯିବା ଘଟଣାରେ ପୋଲିସ ଏସଆଇ ଦୀପାଂଶୁଙ୍କୁ ସନ୍ଦେହ କରୁଥିଲା, କିନ୍ତୁ ଆଜି ତାଙ୍କ ମୃତଦେହ ସନ୍ଦେହକୁ ସତରେ ପରିଣତ କରିଛି । ଅଭିଯୁକ୍ତ ଦୀପାଂଶୁ ଯେଉଁ ପିସ୍ତଲରେ ମହିଳା ଇନ୍ସପେକ୍ଟରଙ୍କୁ ଗୁଳି କରିଥିଲା, ସେଥିରେ ହିଁ ନିଜକୁ ଗୁଳି କରିଥିବା ଜଣାପଡ଼ିଛି ।

ତେବେ ଏହି ଘଟଣାକୁ ନେଇ ଏକ ବଡ଼ ଖୁଲାସା ହୋଇଛି । ପ୍ରୀତି ଅହଲାବତକୁ ମାରିଥିବା ତାଙ୍କରି ବ୍ୟାଚ (୨୦୧୮)ର ସବ-ଇନସ୍ପେକ୍ଟର ଦିପାଂଶୁ ରାଠି । ଦିପାଂଶୁ ପ୍ରୀତିଙ୍କୁ ବିବାହ କରିବାକୁ ଚାହୁଁଥିଲେ କିନ୍ତୁ ପ୍ରୀତି ମନାକରୁଥିଲେ । ତେବେ ଏହି କାରଣରୁ ଦିପାଂଶୁ ପ୍ରୀତିଙ୍କୁ ହତ୍ୟା କରି ନିଜେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।

ତାରାତରିଣୀ ପୀଠର ଉନ୍ନତିକରଣ ପାଇଁ ଆରମ୍ଭ ହେଲା ସଫେଇ କାର୍ଯ୍ୟ

ଗଞ୍ଜାମ: ତାରାତରିଣୀ ପୀଠର ଉନ୍ନତିକରଣ ପାଇଁ ଆରମ୍ଭ ହୋଇଯାଇଛି ସଫେଇ କାର୍ଯ୍ୟ ।  ଗତ କିଛିଦିନ ତଳେ ପୀଠର ଉନ୍ନତିକରଣ ପାଇଁ ପ୍ୟାକେଜ୍‌ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଘୋଷଣା ପରେ ସ୍ଥାନୀୟବାସୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଥିଲା । ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧନ୍ୟବାନ ମଧ୍ୟ ଜଣାଇଥିଲେ ତାରାତାରିଣୀ ସେବାୟତ ।

ତେବେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଏବେ ସ୍ଥାନୀୟବାସୀଙ୍କ ପକ୍ଷରୁ ଆରମ୍ଭ ହୋଇଯାଇଛି ମନ୍ଦିର ଚାରିପଟୁ ସଫେଇ କାର୍ଯ୍ୟ । ସ୍ଥାନୀୟ ସରପଞ୍ଚଙ୍କ ନେତୃତ୍ୱରେ ସ୍ଥାନୀୟ ଲୋକେ, ବ୍ଲକ କର୍ମଚାରୀ ଓ ବିଜୁ ଯୁବବାହିନୀ ମିଳିତଭାବେ ସଫେଇ କାର୍ଯ୍ୟ କରିଛନ୍ତି । ଏହାସହ ପୀଠ ପରିସରରେ ପ୍ଲାଷ୍ଟିକ ବ୍ୟବହାର ନକରିବାକୁ ଶ୍ରଦ୍ଧାଳୁଙ୍କୁ ସଚେତନ କରିଛନ୍ତି ।