ଦୋଷୀଙ୍କ ପାଖରୁ ଘୁଞ୍ଚୁଛି ଫାଶୀ ଖୁଣ୍ଟ

ନୂଆଦିଲ୍ଲୀ: ତାରିଖ ପରେ ତାରିଖ । ନିର୍ଭୟା ଦୋଷୀଙ୍କ ପାଖରୁ ଫାଶୀ ଖୁଣ୍ଟ ଘୁଞ୍ଚି ଘୁଞ୍ଚି ଯାଉଛି । କେବେ ୪ ସୈତାନ ଫାଶୀରେ ଝୁଲିବେ ତାହା ଏବେ ଅନିଶ୍ଚିତତା ଘେରରେ । ଏପଟେ ଏହି ମାମଲାରେ ଆଜି ଦିଲ୍ଲୀ ହାଇକୋର୍ଟ ଶୁଣାଣି କରିବେ । ଏନେଇ ୪ ଦୋଷୀଙ୍କ ନିକଟକୁ ନୋଟିସ ପଠାଯାଇଛି । ଫେବ୍ରୁଆରୀ ୧ରେ ଫାଶୀ ହେବାର ଥିଲେ ମଧ୍ୟ ରୋକ୍‌ ଲଗାଇଥିଲେ ପଟିଆଲା ହାଉସ କୋର୍ଟ । ତେବେ ଫାଶୀ ପାଇଁ କୋର୍ଟ ନୂଆ ତାରିଖ ଧାର୍ଯ୍ୟ ହୋଇନାହିଁ ।

ପଟିଆଲା ହାଉସ କୋର୍ଟ ଫାଶୀ ଉପରେ ରୋକ ଲଗାଇବାପରେ ଗଟକାଲି କେନ୍ଦ୍ର ହାଇକୋର୍ଟର ଦ୍ୱାରସ୍ତ ହୋଇଥିଲା । ଏହି ଅତି ଆବଶ୍ୟକ ଶୁଣାଣି ପାଇଁ ଅଦାଲତର ସମୟ ସରିଥିଲେ ମଧ୍ୟ ୫ଟା ସମୟରେ ଏହାର ଶୁଣାଣି କରାଯାଇଥିଲା । ନାୟମୂର୍ତ୍ତି ସୁରେଶ କୈଥ ୪ ଦୋଷୀ, ମହାନିର୍ଦ୍ଦେଶକ ତିହାଡ ଏବଂ ଜେଲର ପ୍ରଶାସନକୁ ନୋଟିସ ଜାରି କରି ତାଙ୍କୁ ଜବାବ ମାଗିଛନ୍ତି । ତେବେ ଏନେଇ ଆଜି ମଧ୍ୟ ମାମଲାର ଶୁଣାଣି ହେବ ।

ପୂର୍ବରୁ ଦୋଷୀ ପବନ ଗୁପ୍ତା, ବିନୟ ଶର୍ମା ଓ ଅକ୍ଷୟ କୁମାର ପକ୍ଷରୁ ଲଢ଼ୁଥିବା ଆଇନଜୀବୀ ଏ. ପି. ସିଂ ଫାଶୀ ଉପରେ ଅନିଶ୍ଚିତ କାଳ ପର୍ଯ୍ୟନ୍ତ ରୋକ ଲଗାଇବାକୁ ଅନୁରୋଧ କରିଥିଲେ । ତିହାର ଜେଲ ପକ୍ଷରୁ ଏହାକୁ ବିରୋଧ କରାଯାଇଥିଲା । ସେପଟେ ଫାଶୀ ଟଳିବା ପରେ କାନ୍ଦିଥିଲେ ନିର୍ଭୟାଙ୍କ ମାଆ । ସେ ଅଭିଯୋଗ କରିଛନ୍ତି, ଦୋଷୀଙ୍କ ଓକିଲ ଏ.ପି ସିଂ ତାଙ୍କୁ ଚ୍ୟାଲେଞ୍ଜ କରିଛନ୍ତି ଯେ, ଦୋଷୀଙ୍କୁ କେବେବି ଫାଶୀ ହେବନି । ଏଥିପାଇଁ ସେ ଆଇନ କାନୁନକୁ ଦୋଷ ଦେଇଛନ୍ତି ।

 

Leave a Reply