ଏକାସାଥିରେ ଫାଶୀ ପାଇବେ ସମସ୍ତ ଦୋଷୀ: ୭ ଦିନ ମଧ୍ୟରେ ସମସ୍ତ ଆଇନଗତ ଉପାୟ ଅପଣାଇବାକୁ ନିର୍ଦ୍ଦେଶ

ନିର୍ଭୟା ଦୋଷୀଙ୍କୁ ଯଥାଶୀଘ୍ର ଫାଶୀ ଦେବା ନେଇ କେନ୍ଦ୍ର ସରକାର ଓ ଦିଲ୍ଲୀ ପୋଲିସର ଆବେଦନକୁ ଖାରଜ କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ସମସ୍ତ ଦୋଷୀଙ୍କୁ ଏକାସମୟରେ ଫାଶୀ ଦିଆଯିବ । ଏଥିସହିତ ୭ ଦିନ ମଧ୍ୟରେ ସମସ୍ତ ନ୍ୟାୟିକ ଉପାୟ ଆପଣାଇବାକୁ ଦୋଷୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର କୋର୍ଟ ।

ସୂଚନାଯୋଗ୍ୟ ଯେ,  ନିର୍ଭୟା ଦୋଷୀଙ୍କୁ ଜାରି ଡେତ୍‌ ଓ୍ୱାରେଣ୍ଟ ୨ଥର ଟଳି ସାରିଛି । ଦୋଷୀମାନେ ପୃଥକ ପୃଥକଭାବେ ଆଇନଗତ ବିକଳ୍ପର ବ୍ୟବହାର କରୁଛନ୍ତି । ଏଥିଯୋଗୁଁ ସେମାନେ ଡେଥ୍‌ ଓ୍ୱାରେଣ୍ଟ ଟାଳିବାରେ ମଧ୍ୟ ସଫଳ ହୋଇଛନ୍ତି । କିନ୍ତୁ ଏଥର ହାଇକୋର୍ଟ ସେମାନଙ୍କୁ ୭ ଦିନ ମଧ୍ୟରେ ସମସ୍ତ ବିକଳ୍ପ ଉପାୟ ଆପଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ ନିଜ ଆଦେଶରେ କହିଛନ୍ତି ଯେ, ଏକ ସପ୍ତାହ ପରେ ଡେଥ୍‌ ଓ୍ୱାରେଣ୍ଟ ଲାଗୁ ନେଇ ପ୍ରକ୍ରିୟା ଆରମ୍ଭ ହେବ ।

କୋର୍ଟ କହିଛନ୍ତି, ଦୋଷୀଙ୍କ ଅପରାଧ ଅତ୍ୟନ୍ତ ଘୃଣ୍ୟ, କ୍ରୁର ଏବଂ ସମାଜ ଉପରେ ଏହାର ପ୍ରଭାବ ପଡ଼ିଛି । କିନ୍ତୁ ସମ୍ୱିଧାନ ଅନୁଛେଦ ୨୧ ଅନୁଯାୟୀ ଆଇନଗତ ଅଧିକାର ତାଙ୍କର ମଧ୍ୟ ରହିଛି । ଯାହାର ସେମାନଙ୍କୁ ଭରପୂର ସୁଯୋଗ ମିଳିଛି । ୨୦୧୭ରେ ଆବେଦନ ଖାରିଜ ହେବ ପରେ ବି ଡେଥ୍‌ ଓ୍ୱାରେଣ୍ଟ ଜାରି କରାଯାଇନାହିଁ ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କୋର୍ଟଙ୍କ ନିକଟରେ ଯୁକ୍ତି ରଖିଛନ୍ତି । ସେ କହିଛନ୍ତି, କୋର୍ଟଙ୍କ ପକ୍ଷରୁ ଶୁଣାଯାଇଥିବା ଦଣ୍ଡାଦେଶକୁ କାର୍ଯ୍ୟକାରୀରେ ବିଳମ୍ୱ ହେଉଥିବାରୁ ଦୋଷୀମାନେ ଫାଶୀରୁ ବର୍ତ୍ତିବା ପାଇଁ ସୁଚିନ୍ତିତ ଯୋଜନା ଆପଣାଉଛନ୍ତି ।

Leave a Reply