ଟି-୨୦ର ବଦଲା ଏକଦିବସୀୟରେ: ୨-୦ରେ ସିରିଜ୍‌ ହାତେଇଲା ନ୍ୟୁଜିଲାଣ୍ଡ

ନ୍ୟୁଜିଲାଣ୍ଡ ବିପକ୍ଷ ଏକଦିବସୀୟରେ ପୁଣି ପରାସ୍ତ ହୋଇଛି ଭାରତ । ୩ଟିକିଆ ସିରିଜରେ ଲଗାତାର ଦ୍ୱିତୀୟ ବିଜୟ ସହ ସିରିଜ୍‌ ହାତେଇଛି ନ୍ୟୁଜିଲାଣ୍ଡ । ଏହା ପୂର୍ବ ଏକଦିବସୀୟକୁ ୪ ଓ୍ୱିକେଟରେ ଜିତିଥିଲା କ୍ୱିଓ୍ୱି ଟିମ୍‌ । ଆସନ୍ତ ୧୧ ଫେବ୍ରୁଆରୀ ଶେଷ ଦିନିକିଆ ଖେଳାଯିବ ।

 

ଦ୍ୱିତୀୟ ଦିନିକିଆରେ ପ୍ରଥମେ ଟସ୍‌ ହାରି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ଟିମ୍ ଇଣ୍ଡିଆ । ନିର୍ଦ୍ଧାରିତ ଓଭରରେ ୮ଓ୍ୱିକେଟ୍‌ ବିନିମୟରେ ୨୭୩ ରନ୍‌ କରିଛି କରିଥିଲା ନ୍ୟୁଜିଲାଣ୍ଡ । ପୁଣି ଭାରତ ବିପକ୍ଷରେ ଭଲ ପ୍ରଦର୍ଶନ କରିଛନ୍ତି ରସ୍ ଟେଲର୍‌ । ନବମ୍‌ ଓ୍ୱିକେଟରେ ଜେମିସନ୍‌ ସହ ମିଶି ୫୧ ବଲ୍‌ରେ ୭୬ ରନ୍‌ ସଂଗ୍ରହ କରିଥିଲେ । ନ୍ୟୁଜିଲାଣ୍ଡ ଶେଷ ୫ ଓଭରରେ ୫୩ ରନ୍‌ ସଂଗ୍ରହ କରିଥିଲେ ।

୨୭୪ରନ୍‌ର ବିଜୟ ଲକ୍ଷ୍ୟ ନେଇ ମଇଦାନ ଓହ୍ଲାଇଥିଲା ଟିମ୍‌ ଇଣ୍ଡିଆର ଆରମ୍ଭ ଭଲ ହୋଇନଥିଲା । ମାତ୍ର ୩ରନ୍‌ କରି ଆଉଟ ହୋଇ ପ୍ୟାଭିଲିୟନ୍‌ ଫେରିଯାଇଥିଲେ ମୟଙ୍କ ଅଗ୍ରଓ୍ୱାଲ । ଦଳ ପକ୍ଷରୁ ଅଲ୍‌ରାଉଣ୍ଡର ଜାଡେଜା ୫୫ ରନ୍‌ ସଂଗ୍ରହ କରିଥିବା ବେଳେ ଶ୍ରେୟସ୍‌ ଆୟର ୫୨ ରନ୍‌ କରିଥିଲେ । ଏବଂ ନିମ୍ନକ୍ରମରେ ବ୍ୟାଟିଂ କରିଥିବା ସାଇନିଙ୍କ ୪୫ ରନ୍‌ ବଳରେ ଟିମ୍‌ଇଣ୍ଡିଆ ମାତ୍ର ୨୫୧ ରନ୍‌ କରିବାକୁ ସକ୍ଷମ ହୋଇଥିଲା । 

Leave a Reply