ନୂଆଦିଲ୍ଲୀ: ନିର୍ଭୟା ମାମଲା, ଦୟା ଆବେଦନ ଖାରଜକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଗଲା ଦୋଷୀ ବିନୟ ଶର୍ମା ।
ନୂଆଦିଲ୍ଲୀ: ରାଜିନ୍ଦର ନଗର ବିଧାନସଭା ଆସନରୁ ୨୦ ହଜାର ୫୮ ଭୋଟ ବ୍ୟବଧାନରେ ଜିତିଲେ ଆମ୍ ଆଦମୀ ପାର୍ଟିର ରାଘବ ଚଢ଼ା ।
ନୂଆଦିଲ୍ଲୀ: ରାଜିନ୍ଦର ନଗର ବିଧାନସଭା ଆସନରୁ ୨୦ ହଜାର ୫୮ ଭୋଟ ବ୍ୟବଧାନରେ ଜିତିଲେ ଆମ୍ ଆଦମୀ ପାର୍ଟିର ରାଘବ ଚଢ଼ା ।
ଦିଲ୍ଲୀ ଫଳାଫଳରେ ସାହିନବାଗ ଫର୍ଦ୍ଦ, ଶାହଙ୍କୁ ଏମିତି ପ୍ରଶ୍ନ କଲେ ଆପ୍ କାର୍ଯ୍ୟକର୍ତ୍ତା
ନୂଆଦିଲ୍ଲୀ: ପୁଣି ଦିଲ୍ଲୀରେ ଝାଡ଼ୁ ଯାଦୁ । ବିପୁଳ ବିଜୟ ପଥରେ କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି । ଟ୍ରେଣ୍ଡରେ ବହୁ ଆଗୁଆ ପରେ ଆମ୍ ଆଦମୀ ପାର୍ଟି କାର୍ଯ୍ୟାଳୟରେ ଆରମ୍ଭ ହୋଇଛି ବିଜୟ ଉତ୍ସବ । ଆପ୍ କାର୍ଯ୍ୟକର୍ତ୍ତା ହୋଲି ଉତ୍ସବ ମନାଇବା ସହ ବାଜା ବଜାଇ ନାଚଗୀତ ଆରମ୍ଭ କରିଛନ୍ତି । ଉତ୍ସବ ଭିତରେ ଆପ୍ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି ଏକ ପୋଷ୍ଟର । ଯେଉଁଥିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଫଟୋ ଲାଗିଛି । ପୋଷ୍ଟରରେ କରେଣ୍ଟ ଲାଗିଲା କି ବୋଲି ଲେଖାଯାଇଛି ?
ଆମ ଆଦମୀ ପାର୍ଟିର କାର୍ଯ୍ୟକର୍ତ୍ତା ନାଚଗୀତ ସହ ଏହି ପୋଷ୍ଟରକୁ ପ୍ରଦର୍ଶନ କରିଛନ୍ତି । ଏଥିରେ ସାହିନବାଗ ଘଟଣାକୁ ନେଇ ଶାହଙ୍କୁ ସମାଲୋଚନା କରାଯାଇଛି । ବିଜେପି ସାହିନବାଗକୁ ନିର୍ବାଚନୀ ମୁଦ୍ଦା କରିଥିଲା । ନିଜେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆପ୍ ଉପରେ ଆକ୍ରମଣ କରିଥିଲେ । ସାହିନବାଗର ଏକ ସଭାରେ ଶାହ କହିଥିଲେ, ଦିଲ୍ଲୀବାସୀ ଇଭିଏମର ବଟମ ଏତେ ଜୋରରେ ଟିପନ୍ତୁ । ଯେମିତି ଭୋଟ୍ ଏଠି ମିଳିବ କରେଣ୍ଟ ସେଠି ଲାଗିବ ।
ନୂଆଦିଲ୍ଲୀ: ପାଟପରଗଞ୍ଜ ଆସନରୁ ବିଜୟୀ ହେଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ।
ନୂଆଦିଲ୍ଲୀ: ପାଟପରଗଞ୍ଜ ଆସନରୁ ବିଜୟୀ ହେଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ।
କରୋନାକୁ ନେଇ ତଥ୍ୟ ଲୁଚାଉଛି କି ଚାଇନା, ସାଟାଲାଇଟ୍ରେ ଦିଶିଲା କିଛି ଏମିତି ଦୃଶ୍ୟ
କରୋନାକୁ ନେଇ ତଥ୍ୟ ଲୁଚାଉଛି କି ଚୀନ୍ ? କାରଣ ଉହାନରୁ ଆସୁଥିବା ଚିତ୍ରକୁ ନେଇ ଏବେ ସେମିତି କଛି ସନ୍ଦେହ । ସାଟେଲାଇଟ୍ ଚିତ୍ରରେ ଦେଖାଗଲା ସଲଫର ଗ୍ୟାସ୍ ।

ତେବେ ବଡ଼ କଥା ହେଉଛି ଏତେ ପରିମାଣର ଗ୍ୟାସ୍ ସେତେବେଳେ ବାହାରେ ଯେତେବେଳେ ଶବଦାହ କରାଯାଏ । ତେବେ ଚୀନରେ ଶବଦାହର ପରମ୍ପରା ନାହିଁ । ପରିମାଣକୁ ଦେଖିଲେ ଏଠାରେ ପ୍ରାୟ ୧୪ ହଜାର ଶବଦାହ କରାଯାଇଥିବା ବିଶେଷଜ୍ଞ କହୁଛନ୍ତି ।

ସାଟେଲାଇଟ ଫଟୋରେ ନିଆଁର ଗୋଳା ଭଳି ଦେଖାଯାଉଥିବା ଚିତ୍ର ସଲଫର ଡାଇଅକ୍ସାଇଡ ଗ୍ୟାସ୍ର ଅଧିକ ମାତ୍ରାକୁ ଦର୍ଶାଉଥିବା କୁହାଯାଉଛି । ଅବଶ୍ୟ ଆଉ ଏକ ଯୁକ୍ତି ହେଉଛି, ସଲଫର ଗ୍ୟାସ୍ ସେତେବେଳେ ବାହାରେ, ଯେତେବେଳେ ମେଡିକାଲ ଆବର୍ଜନା କିମ୍ବା ଶବସତ୍କାର କରାଯାଏ।

ସେବାଶ୍ରମରେ ରାତିରେ ଖାଦ୍ୟ ଖାଇଲା ପରେ ୨୮ଜଣ ଛାତ୍ରୀ ଅସୁସ୍ଥ
ବରପାଲି: ସେବାଶ୍ରମର ୨୮ଜଣ ଛାତ୍ରୀ ଅସୁସ୍ଥ । ବରଗଡ଼ ଜିଲ୍ଲା ବରପାଲି ବ୍ଲକ୍ କାଇଁସିର ବାଳିକା ସେବାଶ୍ରମର ୨୮ ଜଣ ଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି । ସେମାନଙ୍କୁ ବରପାଲି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ରାତିରେ ଖାଇବା ପରେ ଛାତ୍ରୀମାନେ ଅସୁସ୍ଥ ହୋଇପଡ଼ିଥିଲେ । ଝାଡ଼ାବାନ୍ତି ହେବାରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଧୀରେଧୀରେ ସୁଧୁରୁଥିବା ଡାକ୍ତର କହିଛନ୍ତି ।

ଭୋଜି ବେଳେ ଗ୍ୟାସ୍ ଲିକ୍ ହୋଇ ଦେହରେ ଲାଗିଗଲା ନିଆଁ
ରାୟଗଡ଼ା: ଭୋଜି ରାନ୍ଧିବା ବେଳେ ଅଘଟଣ । ନିଆଁ ଲାଗି ୩ ମହିଳା ଆହତ । ରାୟଗଡ଼ା ଡିଏଫ୍ଓ ଅଫିସ୍ ଅଞ୍ଚଳର ପ୍ରଥମ ଗଳିରେ ଭୋଜି ପାଇଁ ରୋଷେଇ ଚାଲିଥିବା ବେଳେ ଗ୍ୟାସ୍ ପାଇପ୍ ମେଲ୍ଟ୍ ହୋଇ ଗ୍ୟାସ୍ ଲିକ୍ ହୋଇଥିଲା ।

ଏହାପରେ ନିଆଁ ଚାରିଆଡ଼େ ବ୍ୟାପି ଯାଇଥିଲା । ଏଥିରେ ୩ଜଣ ମହିଳା ଆହତ ହୋଇଛନ୍ତି ।

ସେମାନଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କୋରାପୁଟ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ସ୍ତ୍ରୀ ଓ ପ୍ରେମିକକୁ ଏକା ସାଙ୍ଗରେ ଦେଖି ସହିପାରିଲାନି ସ୍ୱାମୀ
ଜଳେଶ୍ୱର: ପରକୀୟା ପ୍ରୀତି ସନ୍ଦେହରେ ଯୁବକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ଅଭିଯୋଗ । ବାଲେଶ୍ୱର ଜିଲ୍ଲା ରାଇବଣିଆ ଥାନା ଅନ୍ତର୍ଗତ ଦୁଧିଆଶୂଳ ଗାଁରେ ଏହି ଘଟଣା ଘଟିଛି । ଅଭିଯୁକ୍ତ ରାଇବଣିଆ ଥାନାରେ ଆସି ଆତ୍ମସମର୍ପଣ କରିଛି ।

ତା’ ନାଁ ବିଶ୍ୱମ୍ଭର ବେହେରା, ଘର କାଳୀକ ଗାଁରେ । ବିଶ୍ୱମ୍ଭରର ସ୍ତ୍ରୀ ସହିତ ଜଣେ ଯୁବକର ପ୍ରେମ ସମ୍ପର୍କ ସନ୍ଦେହରେ ଯୁବକଙ୍କୁ ବିଶ୍ୱମ୍ଭର ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି ।

ମୃତ ଯୁବକଙ୍କ ଘର ମାଙ୍କଡ଼ିଆ ଅଞ୍ଚଳରେ। ରାଇବଣିଆ ପୋଲିସ ବିଶ୍ୱମ୍ଭରକୁ ପଚରାଉଚରା କରିବା ସହ ଅଧିକ ତଦନ୍ତ ଚଳାଇଛି ।
ପ୍ରେମିକାକୁ ଗୁଳିମାଡ଼ ଘଟଣା ପରେ ବନ୍ଧୁକ ଖୋଜୁଛି ପୋଲିସ
ଭୁବନେଶ୍ୱର: ରାଜଧାନୀରେ ପ୍ରେମିକାକୁ ପ୍ରେମିକର ଗୁଳିମାଡ଼ ଘଟଣା । ପ୍ରେମିକ ବିରୋଧରେ ଯୁବତୀଙ୍କ ପରିବାର ଲୋକେ ଥାନାରେ ଏତଲା ଦେଇଛନ୍ତି। ଯୁବକ ଜଣକ ଜୀବନରେ ମାରିଦେବାକୁ ଉଦ୍ଦେଶ୍ୟ ରଖିଥିବା ଏତଲାରେ ଉଲ୍ଲେଖ କରାଯାଇଛି।

ଗୁଳିମାଡ଼ ପରେ ରଘୁନାଥପୁର ବ୍ରିଜ ତଳକୁ ବନ୍ଧୁକ ଫିଙ୍ଗି ଦେଇଥିବା ସୂଚନା ମିଳିଛି। ସେଠାରେ ପୋଲିସ ବନ୍ଧୁକ ଖୋଜୁଛି। ଗତକାଲି ପ୍ରେମିକର ଗୁଳିମାଡ଼ରେ ଯୁବତୀ ଜଣକ ଆହତ ହୋଇଥିଲେ।

ଆପ କାର୍ଯ୍ୟାଳୟରେ ଉତ୍ସବର ବାତାବରଣ, ପହଞ୍ଚୁଛନ୍ତି ବହୁ ବରିଷ୍ଠ ନେତା
ନୂଆଦିଲ୍ଲୀ: ବିଜୟ ପଥରେ ଆଗଉଛି ଆପ୍ । ୮ଟା ୪୫ ସୁଦ୍ଧା ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳର ଟ୍ରେଣ୍ଡର ଆଗରେ ରହିଛି ଆମ୍ ଆଦମୀ ପାର୍ଟି । ଦିଲ୍ଲୀର ଆମ୍ ଆଦମୀ ପାର୍ଟି କାର୍ଯ୍ୟାଳୟରେ ଆରମ୍ଭ ହେଲା ସେଲିବ୍ରେସନ୍ ।

ଦଳର ବହୁ ବରିଷ୍ଠ ନେତା ପାର୍ଟି ଅଫିସରେ ପହଞ୍ଚୁଛନ୍ତି । ପ୍ରାରମ୍ଭିକ ଟ୍ରେଣ୍ଡରେ ଆପ୍ ବର୍ତ୍ତମାନସୁଦ୍ଧା ୫୪ ଆସନରେ ଆଗୁଆ ରହିଛି ।

