ଦିଲ୍ଲୀ ଫଳାଫଳରେ ସାହିନବାଗ ଫର୍ଦ୍ଦ, ଶାହଙ୍କୁ ଏମିତି ପ୍ରଶ୍ନ କଲେ ଆପ୍ କାର୍ଯ୍ୟକର୍ତ୍ତା

ନୂଆଦିଲ୍ଲୀ: ପୁଣି ଦିଲ୍ଲୀରେ ଝାଡ଼ୁ ଯାଦୁ । ବିପୁଳ ବିଜୟ ପଥରେ କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି । ଟ୍ରେଣ୍ଡରେ ବହୁ ଆଗୁଆ ପରେ ଆମ୍ ଆଦମୀ ପାର୍ଟି କାର୍ଯ୍ୟାଳୟରେ ଆରମ୍ଭ ହୋଇଛି ବିଜୟ ଉତ୍ସବ । ଆପ୍ କାର୍ଯ୍ୟକର୍ତ୍ତା ହୋଲି ଉତ୍ସବ ମନାଇବା ସହ ବାଜା ବଜାଇ ନାଚଗୀତ ଆରମ୍ଭ କରିଛନ୍ତି । ଉତ୍ସବ ଭିତରେ ଆପ୍ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି ଏକ ପୋଷ୍ଟର । ଯେଉଁଥିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଫଟୋ ଲାଗିଛି । ପୋଷ୍ଟରରେ କରେଣ୍ଟ ଲାଗିଲା କି ବୋଲି ଲେଖାଯାଇଛି ?ଆମ ଆଦମୀ ପାର୍ଟିର କାର୍ଯ୍ୟକର୍ତ୍ତା ନାଚଗୀତ ସହ ଏହି ପୋଷ୍ଟରକୁ ପ୍ରଦର୍ଶନ କରିଛନ୍ତି । ଏଥିରେ ସାହିନବାଗ ଘଟଣାକୁ ନେଇ ଶାହଙ୍କୁ ସମାଲୋଚନା କରାଯାଇଛି । ବିଜେପି ସାହିନବାଗକୁ ନିର୍ବାଚନୀ ମୁଦ୍ଦା କରିଥିଲା । ନିଜେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆପ୍ ଉପରେ ଆକ୍ରମଣ କରିଥିଲେ । ସାହିନବାଗର ଏକ ସଭାରେ ଶାହ କହିଥିଲେ, ଦିଲ୍ଲୀବାସୀ ଇଭିଏମର ବଟମ ଏତେ ଜୋରରେ ଟିପନ୍ତୁ । ଯେମିତି ଭୋଟ୍ ଏଠି ମିଳିବ କରେଣ୍ଟ ସେଠି ଲାଗିବ ।

ଆପ କାର୍ଯ୍ୟାଳୟରେ ଉତ୍ସବର ବାତାବରଣ, ପହଞ୍ଚୁଛନ୍ତି ବହୁ ବରିଷ୍ଠ ନେତା

Leave a Reply