କରୋନାକୁ ନେଇ ତଥ୍ୟ ଲୁଚାଉଛି କି ଚାଇନା, ସାଟାଲାଇଟ୍‌ରେ ଦିଶିଲା କିଛି ଏମିତି ଦୃଶ୍ୟ

କରୋନାକୁ ନେଇ ତଥ୍ୟ ଲୁଚାଉଛି କି ଚୀନ୍‌ ? କାରଣ ଉହାନରୁ ଆସୁଥିବା ଚିତ୍ରକୁ ନେଇ ଏବେ ସେମିତି କଛି ସନ୍ଦେହ । ସାଟେଲାଇଟ୍‌ ଚିତ୍ରରେ ଦେଖାଗଲା ସଲଫର ଗ୍ୟାସ୍‌ ।

ତେବେ ବଡ଼ କଥା ହେଉଛି ଏତେ ପରିମାଣର ଗ୍ୟାସ୍‌ ସେତେବେଳେ ବାହାରେ ଯେତେବେଳେ ଶବଦାହ କରାଯାଏ । ତେବେ ଚୀନରେ ଶବଦାହର ପରମ୍ପରା ନାହିଁ । ପରିମାଣକୁ ଦେଖିଲେ ଏଠାରେ ପ୍ରାୟ ୧୪ ହଜାର ଶବଦାହ କରାଯାଇଥିବା ବିଶେଷଜ୍ଞ କହୁଛନ୍ତି ।

ସାଟେଲାଇଟ ଫଟୋରେ ନିଆଁର ଗୋଳା ଭଳି ଦେଖାଯାଉଥିବା ଚିତ୍ର ସଲଫର ଡାଇଅକ୍ସାଇଡ ଗ୍ୟାସ୍‌ର ଅଧିକ ମାତ୍ରାକୁ ଦର୍ଶାଉଥିବା କୁହାଯାଉଛି । ଅବଶ୍ୟ ଆଉ ଏକ ଯୁକ୍ତି ହେଉଛି, ସଲଫର ଗ୍ୟାସ୍‌ ସେତେବେଳେ ବାହାରେ, ଯେତେବେଳେ ମେଡିକାଲ ଆବର୍ଜନା କିମ୍ବା ଶବସତ୍କାର କରାଯାଏ।

Leave a Reply