spot_img
Home Blog Page 7415

ଆଜିଠାରୁ ୨୯ ଫେବ୍ରୁଆରୀ ଯାଏଁ ମାଗଣା ମିଳିବ Fastag: ପଢ଼ନ୍ତୁ କେଉଁଠି

ନୂଆଦିଲ୍ଲୀ: ଆଜିଠୁ ମାଗଣା ମିଳିବ Fastag  । କେନ୍ଦ୍ର ସରକାରଙ୍କ ପକ୍ଷରୁ ସଡ଼କ କର ଆଦାୟ ବଢ଼ାଇବା ଉଦ୍ଦେଶ୍ୟରେ ଏହି ସୁବିଧ ଆରମ୍ଭ କରାଯାଇଛି । ୨୯ ଫେବ୍ରୁଆରୀ ଯାଏଁ Fastag ମାଗଣାରେ ଦିଆଯିବ ।

Image result for fastag

          ଏଣିକି Fastag ପାଇଁ ଆପଣଙ୍କୁ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବନାହିଁ । ୧୫ ଫେବ୍ରୁଆରୀଠାରୁ ୨୯ ଫେବ୍ରୁଆରୀ  ଯାଏଁ ମଗଣାରେ ପାଇପାରିବେ Fastag । ସରକାର ଇଲୋକଟ୍ରନିକ ସଡ଼କ କର ସଂଗ୍ରହ ବଢ଼ାଇବା ଉଦ୍ଦେଶ୍ୟରେ ଏଭଳି ନିଷ୍ପତ୍ତି ନେଇଛନ୍ତି ।  ଜାତୀୟ ରାଜମାର୍ଗ ପ୍ରାଧିକରଣ ପକ୍ଷରୁ ଏହା ଯୋଗାଇଦିଆଯିବ ।

Image result for tool plaza

ସରକାର ଦେଶରେ ଥିବା ୫୨୭ରୁ ଅଧିକ ଜାତୀୟ ରାଜପଥରେ Fastag ଆଧାରିତ ଟୋଲ ସଂଗ୍ରହ ବ୍ୟବସ୍ଥା ଆରମ୍ଭ କରିଛନ୍ତି । ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, Fastag କିଣିବା ପାଇଁ ଲୋକଙ୍କୁ ୧୦୦ ଦେବାକୁ ପଡ଼ୁଥିଲା ।

Image result for nhai

ଏନ୍‌ଏଚ୍‌ ପଥକର ପ୍ଳାଜାରେ Fastag ଜରିଆରେ ଡିଜିଟାଲ ଉପାୟରେ ସଂଗ୍ରହ ବଢ଼ାଇବା ପାଇଁ  ଏହି ଟଙ୍କା ନନେବାକୁ ନିଷ୍ପତ୍ତି ନିଆଯାଇଛି ।  ଆପଣ ଯେ କୌଣସି ଅଧିକୃତ ପଏଣ୍ଟ ଅଫ୍‌ ସେଲ୍‌ ରେ ନିଜ ଗାଡ଼ିର ଆରସି ଦେଖାଇ ମାଗଣାରେ Fastag  ପାଇପାରିବେ । ଏ ନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶିତ  ।

ଭୁବନେଶ୍ୱର: ବିଧାନସଭାରେ ବିରୋଧୀଙ୍କ ମୁଲତବି ନୋଟିସ୍ । ଗୋଳନ୍ଥରା ଥାନା ମେନ୍ଦ୍ରାରଜପୁରରେ ବସରେ ବିଦ୍ୟୁତ୍ ତାର ଲାଗି ୧୦ଜଣଙ୍କ ମୃତ୍ୟୁ ଘଟଣାରେ ନୋଟିସ୍ ଦେଲା ବିଜେପି ।  ଉତ୍ତର ରଖିବେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

ଭୁବନେଶ୍ୱର: ବିଧାନସଭାରେ ବିରୋଧୀଙ୍କ ମୁଲତବି ନୋଟିସ୍ । ଗୋଳନ୍ଥରା ଥାନା ମେନ୍ଦ୍ରାରଜପୁରରେ ବସରେ ବିଦ୍ୟୁତ୍ ତାର ଲାଗି ୧୦ଜଣଙ୍କ ମୃତ୍ୟୁ ଘଟଣାରେ ନୋଟିସ୍ ଦେଲା ବିଜେପି ।  ଉତ୍ତର ରଖିବେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗିର ଗସ୍ତ: କିସ୍ ଆବାସିକ ଜନଜାତି ବିଦ୍ୟାଳୟର କରିବେ ଉଦ୍‌ଘାଟନ

0

ଆଜି ବଲାଙ୍ଗିର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲାରେ କିସ ଆବାସିକ ଜନଜାତି ବିଦ୍ୟାଳୟର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ତୁଷୁରା ଏୟାରଫିଲ୍ଡରେ ପହଞ୍ଚିବା ପରେ କିସ ସ୍କୁଲରେ ଆୟୋଜିତ ସଭା ସ୍ଥଳକୁ ଯିବେ ମୁଖ୍ୟମନ୍ତ୍ରୀ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସଭାସ୍ଥଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

Motilal Oswal-KISS Residential Tribal School to be inaugurated in Balangir

ଏହି ବସରରେ କିଟ୍‌-କିସର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ, ବଲାଙ୍ଗିର ସାଂସଦ ସଂଗୀତା ସିଂହଦେଓ, ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଯୋଗଦେବାର କାର୍ଯ୍ୟକ୍ରମ ରହିଛି । କିସର ୨୦ ଏକର ବିଶିଷ୍ଟ ଜମିରେ ଓସାଲ ଗ୍ରୁପର ସହଯୋଗରେ ଆବାସିକ ବିଦ୍ୟାଳୟ ନିର୍ମାଣ କରାଯାଇଛି । ଏଠାରେ ପ୍ରଥମ ଶ୍ରେଣୀରୁ ଦ୍ଵାଦଶ ଶ୍ରେଣୀ ଯାଏଁ ବଲିଙ୍ଗିର ଜିଲ୍ଲାର ୧୫ ଶହ ଛାତ୍ରଛାତ୍ରୀ ପାଠ ପଢ଼ିବାର ବ୍ୟବସ୍ଥା କରାଯାଇଛି ।

 

ରେଭେନ୍ସାରେ ଛାତ୍ରୀଙ୍କୁ ରାଗିଂ!: ତଦନ୍ତ ଆରମ୍ଭ କଲେ କଲେଜ କର୍ତ୍ତୃପକ୍ଷ

0

କଟକ: ରେଭେନ୍ସାରେ ଛାତ୍ରୀଙ୍କୁ ରାଗିଂ ଅଭିଯୋଗେ । ବିଶ୍ୱବିଦ୍ୟାଳୟ ଜଣେ ସିନିୟର ଛାତ୍ର ସମ୍ପୃକ୍ତ ଛାତ୍ରୀଙ୍କୁ ରାଗିଂ କରିଥିବା ନେଇ ଅଭିଯୋଗ ହୋଇଛି । ଗତ ଜାନୁଆରୀ ୮ ତାରିଖରେ କଲେଜ କର୍ତ୍ତୃପକ୍ଷଙ୍କ ନିକଟରେ ଏ ନେଇ ଅଭିଯୋଗ ହୋଇଛି । ଏହା ପରେ କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆରମ୍ଭ ହୋଇଛି ତଦନ୍ତ । ସିନିୟର ଛାତ୍ର ଜଣଙ୍କ ଛାତ୍ରୀଙ୍କୁ ଏକତରଫା ପ୍ରେମ କରିବା ସହ ତାଙ୍କୁ ମାଡ଼ ମାରିଥିବା ଓ ଧମାକାଉଥିବା ସୂଚନା ରହିଛି । ସୂଚନା ଯୋଗ୍ୟ ଯେ, ଆଜି ଅପରାହ୍ନରେ ଆଣ୍ଟି ରାଗିଂ ସେଲର ବୈଠକ ଅନୁଷ୍ଠିତ ହେବ । ବୈଠକରେ ଅଭିଯୋଗ ସଂପର୍କରେ ଆଲୋଚନା କରାଯିବା ନେଇ  ଆଣ୍ଟି ରାଗିଂ ସେଲ ପକ୍ଷରୁ ସୂଚନା ଦିଆଯାଇଛି ।

ମୋ ସରକାର ପ୍ରଭାବ: ବନ୍ଧା ହେଲେ ଲାଞ୍ଚୁଆ ଡାକ୍ତର

0

ଆମ୍ବଗୁଡା ଥାନା ଅଧିକାରୀ ନାରାୟଣ ପଟ୍ଟନାୟକ ଗିରଫ ପରେ ଶୁକ୍ରବାର ଲାଞ୍ଚ ନେବା ଅଭିଯୋଗରେ ଗିରଫ ହେଲେ ଡାକ୍ତର । କୋରାପୁଟ ଜିଲ୍ଲା ହସ୍ପିଟାଲ ଡାକ୍ତର ମନୋଜ କୁମାର ଜେନାଙ୍କୁ ଗିରଫ କରିଛି କୋରାପୁଟ ପୋଲିସ । ଗତ ଡିସେମ୍ବର ମାସରେ ଜଣେ ଲୋକ ଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ସେହି ଘଟଣାରେ ମୃତକଙ୍କ ସମ୍ପର୍କୀୟଙ୍କ ଶବ ବ୍ୟବଚ୍ଛେଦ ପାଇଁ ୨୫୦୦ ଟଙ୍କା ଲାଞ୍ଚ ମାଗିଥିଲେ ଡାକ୍ତର ମନୋଜ କୁମାର ଜେନା । ପୋଲିସ ତଦନ୍ତ କରି ଶୁକ୍ରବାର ମନୋଜ କୁମାର ଜେନାଙ୍କୁ ଗିରଫ କରିଛି । ଏ ନେଇ ସୂଚନା ଦେଇଛନ୍ତି  କୋରାପୁଟ ଏସ୍‌ପି । ପୂର୍ବରୁ ଏହି ଘଟଣାରେ ଆମ୍ବଗୁଡା ଥାନା ଅଧିକାରୀ ନାରାୟଣ ପଟ୍ଟନାୟକ ଦୁର୍ଘଟଣାରେ ସମ୍ପୃକ୍ତ ଗାଡି ଛାଡିବାକୁ ୬ ହଜାର ଟଙ୍କା ଲାଞ୍ଚ ମାଗି ଗିରଫ ହୋଇଥିଲେ । ମୋ ସରକାର ପ୍ରଭାବ ରେ ପୋଲିସ କୌଣସି ଦୁର୍ନୀତିକୁ ପ୍ରସୟ ଦେଉ ନଥିବା ଜଣା ପଡୁଛି ।

ସିନ୍ଦୂର ପାଇଁ ସାଏ ସାଜିଥିଲେ ସଇତାନ୍, ହତ୍ୟା ପରେ ଦେଇଥିଲେ ଦୁର୍ଘଟଣାର ରୂପ

ଭୁବନେଶ୍ୱର: ଖୋଲିଲା ସାଏ ସଇତାନ୍‌ ପାପ ପେଡ଼ି । କେମିତି ଓ କାହିଁକି କରିଥିଲେ ହତ୍ୟା ଷଡ଼ଯନ୍ତ୍ର, ରାୟଗଡ଼ ଏସ୍‌ପି କଲେ ଖୁଲାସା । ହତ୍ୟା କରିଥିବା ସ୍ୱୀକାର କରିଛନ୍ତି ଅନୁପ ସାଏ । ୨୦୦୫ରେ କଳ୍ପନାଙ୍କୁ ତାଙ୍କ ସ୍ୱାମୀ ଛାଡ଼ପତ୍ର ଦେଇଥିଲେ । ସେବେଠାରୁ ତାଙ୍କ ସହିତ ସମ୍ପର୍କରେ ଥିଲେ ଅନୁପ । ୨୦୧୧ରୁ ୨୦୧୬ ପର୍ଯ୍ୟନ୍ତ ଲିଭ୍‌ ଇନ୍‌ରେ ରହୁଥିଲେ । ହତ୍ୟା ପୂର୍ବ ଦିନ ଓଡ଼ିଶାର ଏକ ହୋଟେଲ୍‌ରେ ଥିଲେ । ବିବାହ ଯୋଗୁଁ କଳ୍ପନା ଚାପ ପକାଇବାରୁ ତାଙ୍କୁ ହତ୍ୟା କରିଥିବା ଅନୁପ କହିଛନ୍ତି ।ରାୟଗଡ଼ରେ ବିବାହ କରିବାକୁ କହି ହତ୍ୟା ଷଡ଼ଯନ୍ତ୍ର ରଚିଥିଲେ । ରାସ୍ତାରେ ଲୁହା ରଡ୍‌ରେ ପିଟିପିଟି ନିର୍ମମ ଭାବେ ହତ୍ୟା କରିଥିଲେ ଅନୁପ ସାଏ । ହତ୍ୟା କରିବା ପରେ ବୋଲେରୋ ଚପାଇ ଦେଇଥିଲେ । ଓଡ଼ିଶା ସୀମାନ୍ତରୁ ଉଦ୍ଧାର ମୃତଦେହ ଚିହ୍ନଟ କରିବା ପୋଲିସ ପାଇଁ ଚ୍ୟାଲେଞ୍ଜ ଥିଲା । ପ୍ରାୟ ବର୍ଷକ ପରେ ୨ ମୃତଦେହକୁ ଚିହ୍ନଟ କରାଯାଇଥିଲା । ମୃତକଙ୍କ କଲ୍‌ ଡିଟେଲ୍ସ ଯାଞ୍ଚ ପରେ ଅନୁପଙ୍କ ଉପରେ ସନ୍ଦେହ ହୋଇଥିଲା । ପ୍ରାୟ ୬ ମାସ ଧରି ଅନୁପଙ୍କ ଉପରେ ନଜର ରଖାଯାଇଥିଲା ।ପୋଲିସ ନୋଟିସ୍‌ ସତ୍ତ୍ୱେ ହାଜର ହୋଇନଥିଲେ ଅନୁପ ସାଏ । ଏପରିକି ଜେରା ସମୟରେ ପ୍ରଥମେ ମୃତକଙ୍କୁ ଚିହ୍ନି ନଥିବା କହିଥିଲେ । ତେବେ ଶେଷରେ ହତ୍ୟା କରିଥିବା ସ୍ୱୀକାର କରିଛନ୍ତି ଅନୁପ ସାଏ । ଘଟଣାରେ ୬ ରାଜ୍ୟର ୭ଶହ ଲୋକଙ୍କୁ ପଚରାଉଚରା କରାଯାଇଛି । ମୃତ ମାଆ, ଝିଅଙ୍କ ଡିଏନ୍‌ଏ ଟେଷ୍ଟ କରାଯାଇଥିଲା । ଅନୁପ ସାଏଙ୍କ ନର୍କୋ ଟେଷ୍ଟ କରାଗଲେ ଅଧିକ ତଥ୍ୟ ପଦାକୁ ଆସିବ ବୋଲି ଛତିଶଗଡ଼ ପୋଲିସ କହିଛି ।

ଅନୁପ ସାଏଙ୍କୁ ରାଜ୍ୟ ପଣ୍ୟାଗାର ଅଧ୍ୟକ୍ଷ ପଦରୁ ନିଲମ୍ବିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ନିର୍ଭୟା ମାମଲା: ଦୋଷୀ ବିନୟ କୁମାର ପକ୍ଷରୁ ଦାୟର ଆବେଦନ ସୁପ୍ରିମକୋର୍ଟରେ ଖାରଜ

0

ନୂଆଦିଲ୍ଲୀ: ଫସର ଫାଟିବାରେ ଲାଗିଛି ନିର୍ଭୟା ଦୋଷୀଙ୍କ ପ୍ଳାନ୍‌ । ଫାଶୀ ଏଡ଼ାଇବା ନେଇ  ଦୋଷୀମାନଙ୍କ ପକ୍ଷରୁ କରାଯାଉଥିବା ଆବେଦନ ଖାରଜ ହେବାରେ ଲାଗିଛି । ଏଥିସହ ସେମାନଙ୍କୁ ଫାଶୀ ଦିଆଯିବା ନେଇ ଆଶା ଉଜ୍ଜିବୀତ ହୋଇରହିଛି । ଆଜି ଦୋଷୀ ବିନୟ କୁମାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଦାୟର ଆଉ ଏକ ଆବେଦନ ଖାରଜ ହୋଇଛି ।

ରାଷ୍ଟ୍ରପତିଙ୍କ ଦ୍ୱାରା ରାଜକ୍ଷମା ଆବେଦନ ଖାରଜ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇ ଫାଶୀ ଟାଳିବାକୁ ପିଟିସନରେ ଦାବି କରିଥିଲେ ଦୋଷୀ । କିନ୍ତୁ ବିନୟ ପକ୍ଷରୁ ଦାୟର ଏହି ପିଟିସନକୁ ଖାରଜ କରିଦେଇଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ନିଜକୁ ମାନସିକସ୍ତରରେ ଅସୁସ୍ଥ ବୋଲି ମଧ୍ୟ ଦାୟର ପିଟିସନରେ ଉଲ୍ଲେଖ କରିଥିଲେ । ତେବେ ଗତକାଲି ଅର୍ଥାତ ଗୁରୁବାର ଏହି ଆବେଦନର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିବା ବେଳେ କୋର୍ଟ ଆଜି ଏ ନେଇ ରାୟ ପ୍ରକାଶ କରିଛନ୍ତି ।

ଜଷ୍ଟିସ୍‌ ଅଶୋକ ଭୂଷଣ, ଜଷ୍ଟିସ୍ ଏ.ଏସ୍‌ ବୋପନ୍ନା ଓ ଜଷ୍ଟିସ୍‌ ଆର ଭାନୁମତିଙ୍କ ନେଇ ଗଠିତ ଖଣ୍ଡପୀଠ ଏହି ଆବେଦନର ଶୁଣାଣି କରିଥିଲେ ।

ସୂଚନା ଯୋଗ୍ୟ ଯେ,  ଦୋଷୀ ବିନୟ ତରଫର କେସ୍‌ ଲଢ଼ୁଥିବା ଓକିଲ ଏପି ସିଂହ କୋର୍ଟରେ ରାଷ୍ଟ୍ରପତିଙ୍କ ଦ୍ୱାରା ରାଜକ୍ଷମା ଆବେଦନ ଖାରଜ କରାଯିବା ନେଇ ପ୍ରଶ୍ନ ଉଠାଇଥିଲେ । ମର୍ସି ପିଟିସନ ସହ ଦୋଷୀଙ୍କ ପକ୍ଷରୁ ଯେତିକି ରେକର୍ଡ ଓ ଦସ୍ତାବିଜ ଦିଆଯାଇଥିଲା ତାହା ରାଷ୍ଟ୍ରପତିଙ୍କ ଆଗରେ ଉପସ୍ଥାପନ କରାଯାଇନଥିବା କହିଥିଲେ । ଅପରପକ୍ଷରେ ଏ ନେଇ ସିଲିସିଟର ଜେନେରାଲ ତୁଷାର ମେହେଟ୍ଟା କଡ଼ା ସମାଲୋଚନା କରିଛନ୍ତି । ରାଷ୍ଟ୍ରପତି ସମସ୍ତ ଦସ୍ତାବିଜକୁ ଅନୁଧ୍ୟାନ କରିବା ପରେ ଆଇନ ଅନୁସାରେ ମର୍ସି ପିଟିସନ ଖାରଜ କରିଥିବା ସେ କୋର୍ଟଙ୍କୁ ଜଣାଇଥିଲେ ।

ଘଟଗାଁ: ବୃକ୍ଷ ରୋପଣ ନାଁରେ ଦୁର୍ନୀତି ଅଭିଯୋଗ । ଉଚ୍ଚସ୍ତରୀୟ ତଦନ୍ତ ପରେ ୨ ବନ କର୍ମଚାରୀ ନିଳମ୍ବିତ । ଦେଓବନ୍ଧ ଫରେଷ୍ଟର ମୋହିନୀ ମହାନ୍ତ ଓ ଫରେଷ୍ଟ ଗାର୍ଡ ସାଗରିକା ବେଜଙ୍କୁ ନିଳମ୍ବନ କଲେ କେନ୍ଦୁଝର ଡିଏଫଓ ।

ଘଟଗାଁ: ବୃକ୍ଷ ରୋପଣ ନାଁରେ ଦୁର୍ନୀତି ଅଭିଯୋଗ । ଉଚ୍ଚସ୍ତରୀୟ ତଦନ୍ତ ପରେ ୨ ବନ କର୍ମଚାରୀ ନିଳମ୍ବିତ । ଦେଓବନ୍ଧ ଫରେଷ୍ଟର ମୋହିନୀ ମହାନ୍ତ ଓ ଫରେଷ୍ଟ ଗାର୍ଡ ସାଗରିକା ବେଜଙ୍କୁ ନିଳମ୍ବନ କଲେ କେନ୍ଦୁଝର ଡିଏଫଓ ।

କିଏ ମାଷ୍ଟର ବ୍ଲାଷ୍ଟରଙ୍କ ପ୍ରଥମ ପ୍ରେମ ? ଭାଲେଣ୍ଟାଇନ ଡେରେ ଖୁଲାସା କଲେ ସଚିନ୍

0

ନୂଆଦିଲ୍ଲୀ: ଭାଲେଣ୍ଟାଇନ୍ ଡେ, ଭଲ ପାଇବାର ଦିନ । ଆଉ କୌଣସି ପ୍ରେମୀ ଏହି ଦିନକୁ ଖାସ୍ ବା ସ୍ମରଣୀୟ କରି ରଖିବାକୁ ଚାହେଁ । ଆଉ ଏଥିରୁ ଜମା ପଛରେ ନାହାଁନ୍ତି ଦୁନିଆର ଅନ୍ୟତମ ଜଣାଶୁଣା କ୍ରିକେଟର ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର । ସଚିନ ଭାଲେଣ୍ଟାଇନ ଡେରେ ନିଜ ଭଲ ପାଇବା ବିଷୟରେ କହିଛନ୍ତି । ଏନେଇ ଫ୍ୟାନ୍ ମାନଙ୍କ ସହ ଟ୍ୱିଟରରେ ସଚିନ୍ ସେୟାର କରିଛନ୍ତି ଏକ ଭିଡିଓ ।ସଚିନଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରାଯାଇଥିବା ୧୧ ସେକେଣ୍ଡର ଭିଡିଓ ତାଙ୍କ ପ୍ରଥମ ପ୍ରେମକୁ ପ୍ରତିଫଳିତ କରୁଛି । ଆପଣ ଭାବୁଥିବେ ସଚିନ୍ ପ୍ରଥମେ କାହା ପ୍ରେମରେ ପଡ଼ିଥିଲେ । ହଁ ସେ ଏହାର ଖୁଲାସା ଟ୍ୱିଟରେ କରିଛନ୍ତି । ଆଉ ସଚିନଙ୍କ ଏହି ଭଲ ପାଇବାକୁ ଆପଣ ଭଲ ଭାବେ ଜାଣିଛନ୍ତି ।

ପ୍ରକୃତରେ କ୍ରିକେଟର ଏହି ମାଷ୍ଟରଙ୍କ ପ୍ରଥମ ପ୍ରେମ୍ ହେଉଛି କ୍ରିକେଟ । ତାଙ୍କୁ ଯେବେ ବି ସୁଯୋଗ ମିଳେ, ସେ ଚୁପ୍ ନ ବସି କ୍ରିକେଟ୍ ଖେଳିବାକୁ ବାହାରି ପଡ଼ନ୍ତି । ଆଜି ବି ସେ ସେମିତି ନେଟ୍ ପ୍ରାକ୍ଟିସ୍ କରୁଛନ୍ତି । ସଚିନ୍ ନେଟ୍ ପ୍ରାକ୍ଟିସର ଭିଡିଓ ଟ୍ୱିଟରରେ ପୋଷ୍ଟ କରିବା ସହ କ୍ୟାପସନରେ ‘ମୋ ପ୍ରଥମ ଭଲ ପାଇବା’ ଲେଖିଛନ୍ତି ।ଅନ୍ତର୍ଜାତୀୟ କ୍ରିକେଟରୁ ୭ ବର୍ଷ ପୂର୍ବେ ଅବସର ନେଇଥିବା ସଚିନ୍ ତେନ୍ଦୁଲକର ଏବେ ବି ସମୟ ମିଳିଲେ କ୍ରିକେଟ ଖେଳିବାକୁ ଭଲ ପାଆନ୍ତି । ଯାହାକି କ୍ରିକେଟ ପ୍ରତି ତାଙ୍କର ଥିବା ଭଲପାଇବା ଓ ପ୍ରତିବଦ୍ଧତାର ପରିଚୟ ।

ମାହିଙ୍କ ଅବିସ୍ମରଣୀୟ ସ୍ମୃତି

୨୦୨୦ ବିଧାନସଭା ବଜେଟ ଅଧିବେଶନରେ ଅଭିଭାଷଣ ରଖିଲେ ମହାମହିମ ରାଜ୍ୟପାଳ ଗଣେଶୀ ଲାଲ

ଭୁବନେଶ୍ୱର: ମୋ ସରକାର ପ୍ରଶାସନିକ ବ୍ୟବସ୍ଥାର ନୂଆ ପରିମାପକ। ବିନା ଅସୁବିଧାରେ ସ୍ୱଚ୍ଛ ଉପାୟରେ ଲୋକଙ୍କୁ ଉଦ୍ଦିଷ୍ଟ ସେବା ମିଳୁଛି। ପରାମର୍ଶଭିତ୍ତିକ ପ୍ରଶାସନର କାମ କରିବା ମୋ ସରକାରର ଲକ୍ଷ୍ୟ। ୫-ଟି ଭଳି ଅମୂଲ୍ୟ ରତ୍ନ ପ୍ରଶାସନର ମୂଳ ମନ୍ତ୍ର ପାଲଟିଛି। ନୂତନ ଓଡ଼ିଶା ଗଠନରେ ମୋ ସରକାର ଅଙ୍ଗୀକାରବଦ୍ଧ। ମୋ ସରକାର ଆସନ୍ତା ବର୍ଷ ବିଭିନ୍ନ ଯୋଜନାରେ ଅଧିକ ୨୫୦ କୋଟି ସେତୁ ଓ ୨୫୪୨ କିଲୋମିଟର ଗ୍ରାମ୍ୟ ସଡ଼କ ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛି ବୋଲି ରାଜ୍ୟପାଳ ନିଜ ଅଭିଭାଷଣ ରଖିଛନ୍ତି।

ଓଡ଼ିଶା ଭାରତର ଆତ୍ମା। ଐତିହ୍ୟ କ୍ଷେତ୍ରରେ ବିକାଶ ଓ ସଂରକ୍ଷଣ ଆବଶ୍ୟକ। ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ବିକାଶ ମୋ ସରକାରର ଐତିହାସିକ ପଦକ୍ଷେପ। ସ୍ୱତନ୍ତ୍ର କୃଷି ନୀତି ଦ୍ଵାରା କୃଷି କ୍ଷେତ୍ରର ବିକାଶ ଉପରେ ଧ୍ୟାନ ଦିଆଯାଉଛି। କାଳିଆରେ ସାମିଲ ହେବେ ୫୦ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ପରିବାର। ମୋ ସରକାର ୪ଟି ବୃହତ ପ୍ରକଳ୍ପ ୧୩ଟି ପ୍ରମୁଖ ପର୍ଯ୍ୟଟନସ୍ଥଳୀ ମୌଳିକ ଭିତ୍ତିଭୂମି ବିକାଶ ପାଇଁ ଲକ୍ଷ୍ୟ ରଖିଛି। ୨୫ ଲକ୍ଷ ଭୂମିହୀନ ଚାଷୀ ପରିବାର ବି ଏକ ବର୍ଷ ମଧ୍ୟରେ ସାମିଲ ହେବେ। ପ୍ରତି ଜିଲ୍ଲାରେ କୃଷକଙ୍କ ପାଇଁ ମୋ ସରକାର ଡେସ୍କ କରାଯାଇଛି। ୭୨ ବ୍ଲକକୁ ମିଲେଟ୍‌ ମିଶନ ସଂପ୍ରସାରିତ ହୋଇଛି। ୧୧ ଜିଲ୍ଲାର ଜନଜାତି ଅଞ୍ଚଳରେ ୨୩ହଜାର ୨୩୬ ହେକ୍ଟର ଜମିରେ କାର୍ଯ୍ୟକ୍ରମ ଚାଲିଛି ବୋଲି ରାଜ୍ୟପାଳ କହିଛନ୍ତି ।

ସୌର ଜଳନିଧି ଯୋଜନାରେ କୃଷି ଯନ୍ତ୍ରପାତି ମିଳୁଛି। ଯନ୍ତ୍ରପାତି ଓ ବ୍ୟବହାରର ତାଲିମ ମଧ୍ୟ ଦିଆଯାଉଛି। କୃଷି ପାଇଁ କାର୍ଯ୍ୟକାରୀ ହୋଇଛି ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା।୨୦୨୦-୨୧ ବର୍ଷରେ ୧.୮୪ଲକ୍ଷ ହେକ୍ଟର ଜମି ଜଳସେଚିତ ହେବ। ଖାଦ୍ୟ ସୁରକ୍ଷା ଯୋଜନାରେ ମୋଟ୍‌ ଜନସଂଖ୍ୟାର ୭୮ ପ୍ରତିଶତରୁ ଅଧିକ ହିତାଧିକାରୀଙ୍କୁ ସାମିଲ କରାଯାଇଛି। ୧୨ଶହ ଅଚଳ ଉଠା ଜଳସେଚନ କାର୍ଯ୍ୟକ୍ଷମୃ ହେବ। ୨୦୧୮-୧୯ବର୍ଷରେ ଖରିଫ ଧାନ ସଂଗ୍ରହ ରେକର୍ଡ କରିଛି। ମୋଟ୍‌ ୬୫.୫୦ଲକ୍ଷ ମେଟ୍ରିକ ଟନ୍‌ ଧାନ ସଂଗ୍ରହ କରାଯାଇଛି। ୨୦୧୪ ସୁଦ୍ଧା ପ୍ରତି ଗ୍ରାମୀଣ ପରିବାରକୁ ଟ୍ୟାପ୍‌ ଯୋଗେ ପାଣି ମିଳିବ। ମ୍ୟାଲେରିଆ ଦ୍ରୁତ ହ୍ର।ସ ପାଇଁ ଓଡିଶା ମଡେଲକୁ WHO ସ୍ୱୀକୃତି ଦେଇଛି। ମୟୂରଭଞ୍ଜ ବିଶୋଇଠାରେ ଏକ ସିଲକ ପାର୍କ ପାଇଁ ମଂଜୁରୀ ପ୍ରଦାନ କରାଯାଇଛି।