କିଏ ମାଷ୍ଟର ବ୍ଲାଷ୍ଟରଙ୍କ ପ୍ରଥମ ପ୍ରେମ ? ଭାଲେଣ୍ଟାଇନ ଡେରେ ଖୁଲାସା କଲେ ସଚିନ୍

1 min read

ନୂଆଦିଲ୍ଲୀ: ଭାଲେଣ୍ଟାଇନ୍ ଡେ, ଭଲ ପାଇବାର ଦିନ । ଆଉ କୌଣସି ପ୍ରେମୀ ଏହି ଦିନକୁ ଖାସ୍ ବା ସ୍ମରଣୀୟ କରି ରଖିବାକୁ ଚାହେଁ । ଆଉ ଏଥିରୁ ଜମା ପଛରେ ନାହାଁନ୍ତି ଦୁନିଆର ଅନ୍ୟତମ ଜଣାଶୁଣା କ୍ରିକେଟର ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର । ସଚିନ ଭାଲେଣ୍ଟାଇନ ଡେରେ ନିଜ ଭଲ ପାଇବା ବିଷୟରେ କହିଛନ୍ତି । ଏନେଇ ଫ୍ୟାନ୍ ମାନଙ୍କ ସହ ଟ୍ୱିଟରରେ ସଚିନ୍ ସେୟାର କରିଛନ୍ତି ଏକ ଭିଡିଓ ।ସଚିନଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରାଯାଇଥିବା ୧୧ ସେକେଣ୍ଡର ଭିଡିଓ ତାଙ୍କ ପ୍ରଥମ ପ୍ରେମକୁ ପ୍ରତିଫଳିତ କରୁଛି । ଆପଣ ଭାବୁଥିବେ ସଚିନ୍ ପ୍ରଥମେ କାହା ପ୍ରେମରେ ପଡ଼ିଥିଲେ । ହଁ ସେ ଏହାର ଖୁଲାସା ଟ୍ୱିଟରେ କରିଛନ୍ତି । ଆଉ ସଚିନଙ୍କ ଏହି ଭଲ ପାଇବାକୁ ଆପଣ ଭଲ ଭାବେ ଜାଣିଛନ୍ତି ।

ପ୍ରକୃତରେ କ୍ରିକେଟର ଏହି ମାଷ୍ଟରଙ୍କ ପ୍ରଥମ ପ୍ରେମ୍ ହେଉଛି କ୍ରିକେଟ । ତାଙ୍କୁ ଯେବେ ବି ସୁଯୋଗ ମିଳେ, ସେ ଚୁପ୍ ନ ବସି କ୍ରିକେଟ୍ ଖେଳିବାକୁ ବାହାରି ପଡ଼ନ୍ତି । ଆଜି ବି ସେ ସେମିତି ନେଟ୍ ପ୍ରାକ୍ଟିସ୍ କରୁଛନ୍ତି । ସଚିନ୍ ନେଟ୍ ପ୍ରାକ୍ଟିସର ଭିଡିଓ ଟ୍ୱିଟରରେ ପୋଷ୍ଟ କରିବା ସହ କ୍ୟାପସନରେ ‘ମୋ ପ୍ରଥମ ଭଲ ପାଇବା’ ଲେଖିଛନ୍ତି ।ଅନ୍ତର୍ଜାତୀୟ କ୍ରିକେଟରୁ ୭ ବର୍ଷ ପୂର୍ବେ ଅବସର ନେଇଥିବା ସଚିନ୍ ତେନ୍ଦୁଲକର ଏବେ ବି ସମୟ ମିଳିଲେ କ୍ରିକେଟ ଖେଳିବାକୁ ଭଲ ପାଆନ୍ତି । ଯାହାକି କ୍ରିକେଟ ପ୍ରତି ତାଙ୍କର ଥିବା ଭଲପାଇବା ଓ ପ୍ରତିବଦ୍ଧତାର ପରିଚୟ ।

ମାହିଙ୍କ ଅବିସ୍ମରଣୀୟ ସ୍ମୃତି

Leave a Reply