୨୦୨୦ ବିଧାନସଭା ବଜେଟ ଅଧିବେଶନରେ ଅଭିଭାଷଣ ରଖିଲେ ମହାମହିମ ରାଜ୍ୟପାଳ ଗଣେଶୀ ଲାଲ

1 min read

ଭୁବନେଶ୍ୱର: ମୋ ସରକାର ପ୍ରଶାସନିକ ବ୍ୟବସ୍ଥାର ନୂଆ ପରିମାପକ। ବିନା ଅସୁବିଧାରେ ସ୍ୱଚ୍ଛ ଉପାୟରେ ଲୋକଙ୍କୁ ଉଦ୍ଦିଷ୍ଟ ସେବା ମିଳୁଛି। ପରାମର୍ଶଭିତ୍ତିକ ପ୍ରଶାସନର କାମ କରିବା ମୋ ସରକାରର ଲକ୍ଷ୍ୟ। ୫-ଟି ଭଳି ଅମୂଲ୍ୟ ରତ୍ନ ପ୍ରଶାସନର ମୂଳ ମନ୍ତ୍ର ପାଲଟିଛି। ନୂତନ ଓଡ଼ିଶା ଗଠନରେ ମୋ ସରକାର ଅଙ୍ଗୀକାରବଦ୍ଧ। ମୋ ସରକାର ଆସନ୍ତା ବର୍ଷ ବିଭିନ୍ନ ଯୋଜନାରେ ଅଧିକ ୨୫୦ କୋଟି ସେତୁ ଓ ୨୫୪୨ କିଲୋମିଟର ଗ୍ରାମ୍ୟ ସଡ଼କ ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛି ବୋଲି ରାଜ୍ୟପାଳ ନିଜ ଅଭିଭାଷଣ ରଖିଛନ୍ତି।

ଓଡ଼ିଶା ଭାରତର ଆତ୍ମା। ଐତିହ୍ୟ କ୍ଷେତ୍ରରେ ବିକାଶ ଓ ସଂରକ୍ଷଣ ଆବଶ୍ୟକ। ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ବିକାଶ ମୋ ସରକାରର ଐତିହାସିକ ପଦକ୍ଷେପ। ସ୍ୱତନ୍ତ୍ର କୃଷି ନୀତି ଦ୍ଵାରା କୃଷି କ୍ଷେତ୍ରର ବିକାଶ ଉପରେ ଧ୍ୟାନ ଦିଆଯାଉଛି। କାଳିଆରେ ସାମିଲ ହେବେ ୫୦ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ପରିବାର। ମୋ ସରକାର ୪ଟି ବୃହତ ପ୍ରକଳ୍ପ ୧୩ଟି ପ୍ରମୁଖ ପର୍ଯ୍ୟଟନସ୍ଥଳୀ ମୌଳିକ ଭିତ୍ତିଭୂମି ବିକାଶ ପାଇଁ ଲକ୍ଷ୍ୟ ରଖିଛି। ୨୫ ଲକ୍ଷ ଭୂମିହୀନ ଚାଷୀ ପରିବାର ବି ଏକ ବର୍ଷ ମଧ୍ୟରେ ସାମିଲ ହେବେ। ପ୍ରତି ଜିଲ୍ଲାରେ କୃଷକଙ୍କ ପାଇଁ ମୋ ସରକାର ଡେସ୍କ କରାଯାଇଛି। ୭୨ ବ୍ଲକକୁ ମିଲେଟ୍‌ ମିଶନ ସଂପ୍ରସାରିତ ହୋଇଛି। ୧୧ ଜିଲ୍ଲାର ଜନଜାତି ଅଞ୍ଚଳରେ ୨୩ହଜାର ୨୩୬ ହେକ୍ଟର ଜମିରେ କାର୍ଯ୍ୟକ୍ରମ ଚାଲିଛି ବୋଲି ରାଜ୍ୟପାଳ କହିଛନ୍ତି ।

ସୌର ଜଳନିଧି ଯୋଜନାରେ କୃଷି ଯନ୍ତ୍ରପାତି ମିଳୁଛି। ଯନ୍ତ୍ରପାତି ଓ ବ୍ୟବହାରର ତାଲିମ ମଧ୍ୟ ଦିଆଯାଉଛି। କୃଷି ପାଇଁ କାର୍ଯ୍ୟକାରୀ ହୋଇଛି ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା।୨୦୨୦-୨୧ ବର୍ଷରେ ୧.୮୪ଲକ୍ଷ ହେକ୍ଟର ଜମି ଜଳସେଚିତ ହେବ। ଖାଦ୍ୟ ସୁରକ୍ଷା ଯୋଜନାରେ ମୋଟ୍‌ ଜନସଂଖ୍ୟାର ୭୮ ପ୍ରତିଶତରୁ ଅଧିକ ହିତାଧିକାରୀଙ୍କୁ ସାମିଲ କରାଯାଇଛି। ୧୨ଶହ ଅଚଳ ଉଠା ଜଳସେଚନ କାର୍ଯ୍ୟକ୍ଷମୃ ହେବ। ୨୦୧୮-୧୯ବର୍ଷରେ ଖରିଫ ଧାନ ସଂଗ୍ରହ ରେକର୍ଡ କରିଛି। ମୋଟ୍‌ ୬୫.୫୦ଲକ୍ଷ ମେଟ୍ରିକ ଟନ୍‌ ଧାନ ସଂଗ୍ରହ କରାଯାଇଛି। ୨୦୧୪ ସୁଦ୍ଧା ପ୍ରତି ଗ୍ରାମୀଣ ପରିବାରକୁ ଟ୍ୟାପ୍‌ ଯୋଗେ ପାଣି ମିଳିବ। ମ୍ୟାଲେରିଆ ଦ୍ରୁତ ହ୍ର।ସ ପାଇଁ ଓଡିଶା ମଡେଲକୁ WHO ସ୍ୱୀକୃତି ଦେଇଛି। ମୟୂରଭଞ୍ଜ ବିଶୋଇଠାରେ ଏକ ସିଲକ ପାର୍କ ପାଇଁ ମଂଜୁରୀ ପ୍ରଦାନ କରାଯାଇଛି।

Leave a Reply