spot_img
Home Blog Page 7411

ଖପୁରୀ ଭୟରେ ଥୁରୁହୁର ଗାଁ ଲୋକେ, ମନ୍ଦିରରେ ଚାଲିଛି ପୂଜାପାଠ

ପଟ୍ଟାମୁଣ୍ଡାଇ: କିଏ  ବିପଦ ଏଡ଼ାଇବାକୁ ପୂଜାପାଠ କରୁଛି ତ କିଏ ପରିବାରର ମଙ୍ଗଳ ପାଇଁ ଠାକୁରଙ୍କ ପାଖରେ ମାନସିକ ରଖୁଛି । ସ୍କୁଲ କି ବାହାରକୁ ଯିବା ପାଇଁ ପିଲାଙ୍କୁ ବାରଣ କରାଯାଉଛି । ବହୁ ଅସମାହିତ ପ୍ରଶ୍ନ ଓ ଭୟର ଅଡ଼ୁଆ ସୂତାରେ ଛନ୍ଦି ହୋଇ ରହିଛନ୍ତି ଗାଁ ଲୋକେ ।

ଏଭଳି ଭୟର ବାତାବରଣ ଦେଖା ଦେଇଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍‌ ଗଙ୍ଗାରାମପୁରରେ । ବିଲ ମଝିରେ ଦୁଇଟି ମଣିଷ ଖପୁରୀ ସହ କିଛି ଅସ୍ଥି କଙ୍କାଳ ଦେଖିବାକୁ ମିଳିଛି । କିଏ ଓ କାହିଁକି ଖପୁରୀ ରଖିଛି, ତାହା ସ୍ପଷ୍ଟ ହୋଇନାହିଁ । ବିପଦ ଦୂର ପାଇଁ କିଏ ଠାକୁରଙ୍କ ପାଖରେ ମାନସିକ ରଖୁଛନ୍ତି ତ ଆଉ କିଏ ଘର ମୁହଁରେ ରକ୍ଷା କବଚ ବାନ୍ଧୁଛି । ଲୋକ ଘରୁ ବାହାରିବାକୁ ଡରୁଛନ୍ତି ।

ବିଲରେ ମଣିଷ ଖପୁରୀ ।

କେଉଁଠୁ ଆସିଲା?

କିଏ ରଖିଲା ?

ତନ୍ତ୍ର ସାଧନା ?

ନା ଆତଙ୍କ ଖେଳାଇବା ଉଦ୍ଦେଶ୍ୟ ?

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଗଙ୍ଗାରାମପୁର ବିଲ ମଝିରେ ୨ଟି ମଣିଷ ଖପୁରୀ ପାଖରେ ଛୋଟ ବଡ଼ ଅସ୍ଥି ପଡ଼ିଛି । କିଛି ଫୁଲ, ଦୀପ ଓ ସଳିତା ମଧ୍ୟ ଦେଖିବାକୁ ମିଳିଛି । କିଛି ପିଲା ପଡିଆକୁ ଖେଳିବାକୁ ଯାଇଥିବାବେଳେ ଖପୁରୀ ଦେଖି ଭୟଭୀତ ହୋଇ ଯାଇଥିଲେ । ଖବର ପ୍ରଘଟ ପରେ ଭୂତପ୍ରେତ ଭୟରେ ଦିନ କାଟୁଛନ୍ତି ଗାଁଲୋକ ।

ଘଟଣା ନେଇ ନାନା କଥା ପ୍ରଚାର ହେଉଛି । ଗୁଣି ଗାରେଡ଼ି ଉଦ୍ଦେଶ୍ୟରେ କେହି ଏଭଳିକରୁଥିବା ଲୋକ ସନ୍ଦେହ କରୁଛନ୍ତି । ଗାଁରେ ଲାଗି ରହିଛି ଭୟର ବାତାବରଣ ।

ମଦ୍ୟପ ବ୍ୟକ୍ତି ଯୁବତୀଙ୍କୁ କମେଣ୍ଟ ମାରୁଥିଲେ, ରାସ୍ତା ମଝିରେ ଏମିତି କଲେ ଯୁବତୀ

ଭୁବନେଶ୍ୱର: ଯୁବତୀଙ୍କୁ କମେଣ୍ଟ ମାରି ଛେଚା ଖାଇଲେ ନିଶାସକ୍ତ ଯୁବକ । ରାସ୍ତା ମଝିରେ ଗାଲକୁ ଗାଲକୁ ସେକିଲେ ଯୁବତୀ । ରାଜଧାନୀ ରାଜରାସ୍ତାରେ ଯୁବତୀଙ୍କ ସହ ଲୋକମାନେ ମଧ୍ୟ ମିଶି ଯୁବକକୁ ଧୁମ୍‌ ପିଟିଛନ୍ତି ।

ଭୁବନେଶ୍ୱର କଳ୍ପନା ଛକରେ ଏହି ଘଟଣା ଘଟିଛି । ଯୁବତୀ ଜଣଙ୍କ ସ୍କୁଟିରେ ଯାଉଥିବା ବେଳେ ଯୁବକ ତାଙ୍କୁ ପିଛା କରି କମେଣ୍ଟ ମାରିଥିଲା । ବିଭିନ୍ନ ଅଶ୍ଳୀଳ ଇଙ୍ଗିତ କରିଥିଲା ।

କଳ୍ପନା ଛକରେ ଯୁବତୀ ଓ ସ୍ଥାନୀୟ ଲୋକମାନେ ମିଶି ତାକୁ କାବୁ କରି ଧୁମ୍‌ ଛେଚିଛନ୍ତି । ପୋଲିସ ପହଞ୍ଚି ଯୁବକକୁ ଲକ୍ଷ୍ମୀସାଗର ଥାନାକୁ ନେଇଛି । ଯୁବକର ପରିଚୟ ମିଳିପାରିନାହିଁ ।

ଏଥର ମଞ୍ଚରେ ନୁହେଁ ମେଡିକାଲରେ ଆଇଟମ୍‌ ଗାର୍ଲ ଲଭ୍‌ଲି, କାହିଁକି ପଢ଼ନ୍ତୁ…

ପଟ୍ଟାମୁଣ୍ଡାଇ: ଯାତ୍ରାରେ ଆପତ୍ତିଜନକ ନୃତ୍ୟ ପରିବେଷଣ କରି ଚର୍ଚ୍ଚାକୁ ଆସିଥିବା ଲଭ୍‌ଲି ଏବେ ଆଉ ଏକ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ମାତ୍ରାଧିକ ମଦ ପିଇ ପୋଲିସ୍‌ ହାବୁଡ଼ରେ ପଡ଼ିଲେ ଲଭ୍‌ଲି । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଆୟୋଜିତ ଯାତ୍ରାରେ ନୃତ୍ୟ ପରିବେଷଣ କରି ଘରକୁ କାର୍‌ରେ ଫେରିବା ବେଳେ ସେ ନିଶାଗ୍ରସ୍ତ ଅବସ୍ଥାରେ ପୋଲିସ ହାବୁଡ଼ରେ ପଡ଼ିଥିଲେ ।

ନିଶାରେ ଲଭ୍‌ଲି ଏତେ ଚୂର୍‌ ଥିଲେ ଯେ ପୋଲିସ କଥା ଶୁଣି ନଥିଲେ । କାର୍‌ ଡ୍ରାଇଭରଙ୍କ ସହଯୋଗରେ ପୋଲିସ୍‌ ତାଙ୍କୁ ପଟ୍ଟମୁଣ୍ଡାଇ ମେଡିକାଲ୍‌କୁ ନେଇ ଚିକିତ୍ସା କରାଇଥିଲା । ଭୁବନେଶ୍ୱର ଖଣ୍ଡଗିରି ଯାତ୍ରାରେ ଆପତ୍ତିଜନକ ନୃତ୍ୟ ପାଇଁ ଲଭ୍‌ଲିଙ୍କୁ ବିଭିନ୍ନ ମହଲରେ ସମାଲୋଚନା ପରେ ସେ ଆଉ ଏଭଳି ନୃତ୍ୟ ପରିବେଷଣ କରିବେ ନାହିଁ ବୋଲି କହିଥିଲେ ।କିନ୍ତୁ ପୁଣି ସେ ବିଭିନ୍ନ ଯାତ୍ରାମଞ୍ଚରେ ଆପତ୍ତିଜନକ ନୃତ୍ୟ ପରିବେଷଣ କରୁଥିବା ଦେଖିବାକୁ ମିଳୁଛି ।

ଆଉ ଏବେ ଲଭ୍‌ଲି ଅତ୍ୟଧିକ ମଦପିଇ ପୋଲିସ ହାବୁଡ଼ରେ ପଡ଼ିବା ଘଟଣାକୁ ନେଇ ପୁଣି ସେ ଚର୍ଚ୍ଚାକୁ ଆସିଛନ୍ତି । ଦେଖନ୍ତୁ ମେଡିକାଲରେ ଲଭ୍‌ଲି କିଭଳି ଆଚରଣ କରୁଛନ୍ତି ଓ କଣ କହୁଛନ୍ତି ।

ସାନ ଭାଇର ଟାଙ୍ଗିଆ ଚୋଟରେ ଚାଲିଗଲା ୪ଜଣଙ୍କର ଜୀବନ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ଚାଞ୍ଚଲ୍ୟ । ଗୋଟିଏ ପରିବାରର ୪ ଜଣଙ୍କୁ ବୀଭତ୍ସ ହତ୍ୟା କରାଯାଇଛି । ଭାଇ ଭାଉଜଙ୍କ ସହ ୨ ଶିଶୁଙ୍କୁ ହାଣିଛି ସାନ ଭାଇ । ଶିବନାଥପୁର ଦେଉଳିହୁଡ଼ି ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସ୍ୱାମୀ, ସ୍ତ୍ରୀ ଓ ୨ ପିଲାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଖବର ପାଇ ବଣାଇଁ ଥାନା ପୋଲିସ ଅଭିଯୁକ୍ତକୁ ଅଟକ ରଖି ଅଧିକ ପଚରାଉଚରା କରୁଛି ।

ସୁଚନା ଅନୁଯାୟୀ, ସାନଭାଇ କାଳୀ ମୁଣ୍ଡା ଏବଂ ବଡ଼ ଭାଇ କାନ୍ଦେ ମୁଣ୍ଡାଙ୍କ ମଧ୍ୟରେ ଟଙ୍କା ଏବଂ ଜାଗା ବାଡ଼ିକୁ ନେଇ ବହୁଦିନରୁ କଳହ ଲାଗି ରହିଥିଲା । ଗତ କାଲି ରାତିରେ ଦୁଇ ବାଇଙ୍କ ମଧ୍ୟରେ ଜାଗା ବାଡ଼ିକୁ ନେଇ ଝଗଡ଼ା ହୋଇଥିଲା ।

ଏଥିରେ ରାଗିଯାଇ ସାନ ଭାଇ କାଳୀ ମୁଣ୍ଡା ଟାଙ୍ଗିଆରେ ସମସ୍ତଙ୍କୁ ହାଣି ହତ୍ୟା କରିଥିଲା । ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଘଟଣାର ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ।

 

 

ପୁଣିଥରେ ସ୍ୱାଭିମାନ ଅଞ୍ଚଳରେ ସୁରକ୍ଷାବାହିନୀକୁ ମାଓବାଦୀଙ୍କ ଚ୍ୟାଲେଞ୍ଜ

0

ଚିତ୍ରକୋଣ୍ଡା: ମାଓବାଦୀଙ୍କ ଶକ୍ତିଶାଳୀ ବିସ୍ଫୋରଣ । ସିଆର୍‌ପିଏଫ୍‌ ଜାତୀୟ ସୁରକ୍ଷା ପରାମର୍ଶଦାତା କେ. ବିଜୟ କୁମାର ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳ ଗସ୍ତ କରି ଯିବାର କିଛି ଘଣ୍ଟା ପରେ ମାଓବାଦୀମାନେ ବିସ୍ଫୋରଣ ଘଟାଇଛନ୍ତି ।

ସ୍ୱାଭିମାନ ଅଞ୍ଚଳରେ ସିଆର୍‌ପିଏଫ୍‌ ଜାତୀୟ ସୁରକ୍ଷା ପରାମର୍ଶଦାତା କେ. ବିଜୟ କୁମାର ଗତକାଲି ସୁରକ୍ଷା ସ୍ଥିତି ଅନୁଧ୍ୟାନ କରିବା ସହିତ ମାଓବାଦୀଙ୍କ ମୁକାବିଲା ପାଇଁ ନୂଆ ରଣନୀତି ସଂପର୍କରେ ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ଏହାର କିଛି ଘଣ୍ଟା ପରେ ମାଓବାଦୀମାନେ ସ୍ୱାଭିମାନ ଅଞ୍ଚଳର ହନ୍ତାଳଗୁଡ଼ା ପାଖରେ ବିସ୍ଫୋରଣ କରିଛନ୍ତି ।

ଏଥିରେ କାହାର କିଛି କ୍ଷତି ହୋଇ ନଥିଲେ ମଧ୍ୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି । ବିସ୍ଫୋରଣର କିଛି ସମୟ ପୂର୍ବରୁ ସୁରକ୍ଷାକର୍ମୀ ସେହି ରାସ୍ତା ଦେଇ ଯାଇଥିଲେ ମଧ୍ୟ ବିସ୍ଫୋରକ ଖଞ୍ଜା ଯାଇଥିବା ନେଇ କୈାଣସି ସୁରାକ୍‌ ପାଇନଥିଲେ । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ସେଠାରେ ୫ ଫୁଟ୍‌ ଗଭୀରର ଗାତ ହୋଇଯାଇଛି । ସୁରକ୍ଷାକର୍ମୀଙ୍କ ପକ୍ଷରୁ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି ।

କୁକିଂ ରିଆଲିଟି ସୋ’ ‘ମାଷ୍ଟର ସେଫ୍ ଇଣ୍ଡିଆ’ର ଟାଇଟଲ ହାସଲ କଲେ ଓଡ଼ିଆ ପୁଅ ଅବିନାଶ ନାୟକ

ନୂଆଦିଲ୍ଲୀ: ଜାତୀୟସ୍ତରର ରିଆଲିଟି ସୋ’ରେ ଓଡ଼ିଆ ପୁଅଙ୍କ କମାଲ । ଲୋକପ୍ରିୟ ରିଆଲିଟି ସୋ’ ‘ମାଷ୍ଟର ସେଫ ଇଣ୍ଡିଆ’ର ବିଜୟୀ ହୋଇଛନ୍ତି ଅବିନାଶ ନାୟକ । ସିଜିନ-6ର ୱିନର ଅବିନାଶଙ୍କୁ ୨୫ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି । ପ୍ରଥମରୁ ହିଁ ଚିକେନ ବେସର କରି ବିଚାରମଣ୍ଡଳୀଙ୍କ ପ୍ରଶଂସା ସାଉଁଟିଥିଲେ ଅବିନାଶ । ମାଷ୍ଟର ସେଫ୍‌ ସୋ’ରେ ଭାଗ ନେଇଥିବା ପ୍ରଥମ ଓଡ଼ିଆ ହେଉଛନ୍ତି ଅବିନାଶ ।

ଗଂଜାମ ଆସିକା କାଳଷଣ୍ଢପୁରରେ ଅବିନାଶଙ୍କ ଘର । ଭୁବନେଶ୍ୱରର ଏକ ଘରୋଇ ଇଂଜିନିୟରିଂ କଲେଜରେ ଶିକ୍ଷାଲାଭ ପରେ ହାଇଦ୍ରାବାଦରେ ଚାକିରୀ କରୁଛନ୍ତି ।  ୨୦୧୯ରେ ମାଷ୍ଟରସେଫ୍‌ ଲୋକିକୁକ୍‌ ଫେଲୋସିପ୍‌ ପୁରସ୍କାର ପାଇଥିଲେ ଅବିନାଶ । ସେହିପରି ୨୦୧୮ରେ ସେ ହଙ୍ଗରି ଫର ହଳଦୀରାମ ପୁରସ୍କାର ବିଜୟୀ ହୋଇଥିଲେ । ୩୫ ବର୍ଷୀୟ ଅଣ୍ଡ୍ରିଲା ବାଲା ମାଷ୍ଟରସେଫ ସୋର ରନର୍ସ ଅପ ହୋଇଛନ୍ତି । ଚଳିତ ସିଜନରେ ସେଲିବ୍ରିଟି ସେଫ ବିକାଶ ଖାନ୍ନା, ରଣବୀର ବ୍ରାର ଏବଂ ବିନୀତ ଭାଟିଆ ଜଜ୍‌ ଥିଲେ ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଅରବିନ୍ଦ କେଜ୍ରିୱାଲ

0

ନୂଆଦିଲ୍ଲୀ: ଦିଲ୍ଲୀରେ କେଜ୍ରି ସରକାର ଆରମ୍ଭ । ତୃତୀୟ ଥର ପାଇଁ ଦିଲ୍ଲୀର ତାଜ ପିନ୍ଧିଲେ ମଫଲର ମ୍ୟାନ । ରାମଲୀଳା ମୈଦାନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଆପ ମୁଖ୍ୟ । ଶପଥ ପାଠ କରାଇଲେ ଉପରାଜ୍ୟପାଳ ଅନୀଲ ବୈଜଲ ।

କେଜ୍ରିୱାଲଙ୍କ ସହ ୬ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି । ପ୍ରଥମେ ମନୀଷ ସିସୋଦିଆ ମନ୍ତ୍ରୀ ଭାବେ ଶପଥ ନେଇଥିଲେ । ପରେ ସତ୍ୟେନ୍ଦ୍ର ଜୈନ ଓ ଗୋପାଳ ରାଓ କୈଳାସ ଗେହଲଟ୍‌, ଇମ୍ରାନ ହୁସେନ ଓ ରାଜେନ୍ଦ୍ର ଗୌତମ ବି ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଶପଥ ଗ୍ରହଣ ଉତ୍ସବରେ ବହୁ ବିଶିଷ୍ଟ ଯୋଗ ଦେଇଥିଲେ ।

ଉଦାହରଣ ସୃଷ୍ଟି କଲେ ମୁଖ୍ୟମନ୍ତ୍ରୀ, ନିଜେ ଅଟକି ଆମ୍ୱୁଲାନ୍ସକୁ ବାଟ ଛାଡ଼ିଲେ

ଭୁବନେଶ୍ୱର: ଉଦାହରଣ ସୃଷ୍ଟି କଲେ ମୁଖ୍ୟମନ୍ତ୍ରୀ । ନିଜେ ଅଟକି ଆମ୍ୱୁଲାନ୍ସକୁ ବାଟ ଛାଡ଼ିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  କେବଳ ଜଣେ ଭଲ ମୁଖ୍ୟମନ୍ତ୍ରୀ ନୁହେଁ ଜଣେ ଭଲ ମଣିଷ ଓ ଦାୟିତ୍ୱବାନ ନାଗରିକ ହେବାର ପରିଚୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Image result for cm naveen patnaik

ଶନିବାର ଜୟଦେବ ବିହାରରୁ ନନ୍ଦନକାନନ ରୋଡ୍‌ ଅଭିମୁଖେ ଯାଉଥିଲା ମୁଖ୍ୟମନ୍ତ୍ରୀଙ୍କ କାରରେଡ୍ । ଜାଭିୟର ଛକରୁ ୟୁଟର୍ଣ୍ଣ ନେବାର ଥିଲା ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି । କିନ୍ତୁ ଏହା ପୂର୍ବରୁ ସେହି ରାସ୍ତା ଦେଇ ଆସିଥିଲା ଏକ ଆମ୍ୱୁଲାନ୍ସ । ଆଉ ସେହି  ରାସ୍ତାରେ ଭିଡ଼ ଥିବାରୁ କାରକେଡ୍‌କୁ ଅଟକାଇ ଆମ୍ୱୁଲାନ୍ସକୁ ରାସ୍ତା ଛାଡ଼ିଥିଲେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆମ୍ୱୁଲାନ୍ସ ଯିବା ପରେ ଯାଇଥିଲେ ମୁଖ୍ୟମନ୍ତ୍ରୀ ।

Image result for ambulance odisha

ବିଗତ ଦିନମାନଙ୍କରେ ଭିଡ଼ ଯୋଗୁଁ ବିଭିନ୍ନ ସମୟରେ ରାସ୍ତା ମଝିରେ ବହୁ ସମୟ ଧରି ଆମ୍ୱୁଲାନ୍ସକୁ ଅଟକି ଯାଉଥିବା ଦେଖିବାକୁ ମିଳିଛି । ଏଥିଲାଗି ରୋଗୀଙ୍କୁ ବହୁ ହଇରାଣ ହେବାକୁ ପଡ଼ଛୁ । ଏଭଳି ଘଟଣା ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ପ୍ରସାରିତ ହେଉଛି । ଯାହାକୁ ଦେଖି ସାଧାରଣ ଜନତା ଓ ବୁଦ୍ଧିଜୀବୀ ବିବ୍ରତ ହେଉଛନ୍ତି । ଲୋକଙ୍କ ମଣିଷପଣିଆ ଓ ଟ୍ରାଫିକ ବ୍ୟବସ୍ଥା ପ୍ରତି ପ୍ରଶ୍ନ ଉଠୁଛି  । ଏଭଳି ସମୟରେ ସ୍ୱୟଂ ମୁଖ୍ୟମନ୍ତ୍ରୀ ନିଜେ ଅଟକି ଆମ୍ୱୁଲାନ୍ସକୁ ବାଟ ଛାଡ଼ିଛନ୍ତି । ଯାହା ସମସ୍ତଙ୍କୁ ଏକ ନିଆରା ବାର୍ତ୍ତା ଦେଉଛି ।

ଆମେରିକା ଦୁତାବାସ ଉପରେ ପୁଣି ଆକ୍ରମଣ

0

ଥମୁନି ଇରାକ-ଆମେରିକା ବିବାଦ । ପୁଣି ଆମେରିକା ଦୁତାବାସ ଉପରେ ଆକ୍ରମଣ । ଇରାକ ରାଜଧାନୀ ବାଗଦାଦରେ ଥିବା ଆମେରିକା ଦୁତାବାସ ଉପରେ ଏକାଧିକ ରକେଟ ମାଡ଼ ହୋଇଛି । ଆମେରିକା ବିରୋଧରେ ଏହା ୧୯ତମ ଆକ୍ରମଣ ବୋଲି ଆମେରିକୀୟ ସେନାବାହିନୀ ସୁତ୍ରରୁ ଜଣାପଡ଼ିଛି । ତେବେ ଏଥିରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି । ଫେବ୍ରୁଆରୀ ୧୩ ତାରିଖ ଦିନ ଇରାନ ଆମେରିକାକୁ ଚେତାବନୀ ମଧ୍ୟ ଦେଇଥିଲା । ଇରାନ କହିଥିଲା ଯେ ଆମେରିକା ଓ ଇସ୍ରାଏଲ ଯଦି କିଛି ଭୁଲ କରନ୍ତି ତାଙ୍କ ଉପରେ ରକେଟ ମାଡ଼ ହେବ ।

୨ଶହ ଦାଦନ ଶ୍ରମିକ ଉଦ୍ଧାର

0

ନୂଆପଡ଼ା: ନୂଆପଡ଼ା ଓ ବଲାଙ୍ଗୀର ଶ୍ରମ ବିଭାଗର ଅପରେସନ୍‌ ଦାଦନ ରେସକ୍ୟୁ । ବେଙ୍ଗାଲୁରୁର ଇଟା ଭାଟିରୁ ୨ ଶହ ଦାଦନ ଶ୍ରମିକ ଉଦ୍ଧାର କଲା ଶ୍ରମ ବିଭାଗ । ବେଆଇନ ଭାବେ ଶ୍ରମିକମାନଙ୍କୁ ଚାଲାଣ କରି ଇଟା ଭାଟିରେ ଅଟକ ରଖାଯାଇଥିଲା । ଏନେଇ ଖବର ପାଇବା ପରେ ନୂଆପଡ଼ା ଏବଂ ବଲାଙ୍ଗୀର ଶ୍ରମ ବିଭାଗ ମିଳିତ ଭାବେ ଚଢ଼ାଉ କରି ଦାଦନ ଉଦ୍ଧାର କରିଛି । ଉଦ୍ଧାର ଶ୍ରମିକ ମାନେ ବଲାଙ୍ଗୀର, ନୂଆପଡ଼ା, ବରଗଡ଼ ଓ କଳାହାଣ୍ଡି ଜିଲ୍ଲାର ବୋଲି ଜଣାପଡ଼ିଛି ।