ସାନ ଭାଇର ଟାଙ୍ଗିଆ ଚୋଟରେ ଚାଲିଗଲା ୪ଜଣଙ୍କର ଜୀବନ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ଚାଞ୍ଚଲ୍ୟ । ଗୋଟିଏ ପରିବାରର ୪ ଜଣଙ୍କୁ ବୀଭତ୍ସ ହତ୍ୟା କରାଯାଇଛି । ଭାଇ ଭାଉଜଙ୍କ ସହ ୨ ଶିଶୁଙ୍କୁ ହାଣିଛି ସାନ ଭାଇ । ଶିବନାଥପୁର ଦେଉଳିହୁଡ଼ି ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସ୍ୱାମୀ, ସ୍ତ୍ରୀ ଓ ୨ ପିଲାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଖବର ପାଇ ବଣାଇଁ ଥାନା ପୋଲିସ ଅଭିଯୁକ୍ତକୁ ଅଟକ ରଖି ଅଧିକ ପଚରାଉଚରା କରୁଛି ।

ସୁଚନା ଅନୁଯାୟୀ, ସାନଭାଇ କାଳୀ ମୁଣ୍ଡା ଏବଂ ବଡ଼ ଭାଇ କାନ୍ଦେ ମୁଣ୍ଡାଙ୍କ ମଧ୍ୟରେ ଟଙ୍କା ଏବଂ ଜାଗା ବାଡ଼ିକୁ ନେଇ ବହୁଦିନରୁ କଳହ ଲାଗି ରହିଥିଲା । ଗତ କାଲି ରାତିରେ ଦୁଇ ବାଇଙ୍କ ମଧ୍ୟରେ ଜାଗା ବାଡ଼ିକୁ ନେଇ ଝଗଡ଼ା ହୋଇଥିଲା ।

ଏଥିରେ ରାଗିଯାଇ ସାନ ଭାଇ କାଳୀ ମୁଣ୍ଡା ଟାଙ୍ଗିଆରେ ସମସ୍ତଙ୍କୁ ହାଣି ହତ୍ୟା କରିଥିଲା । ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଘଟଣାର ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ।

 

 

Leave a Reply