ଉଦାହରଣ ସୃଷ୍ଟି କଲେ ମୁଖ୍ୟମନ୍ତ୍ରୀ, ନିଜେ ଅଟକି ଆମ୍ୱୁଲାନ୍ସକୁ ବାଟ ଛାଡ଼ିଲେ

ଭୁବନେଶ୍ୱର: ଉଦାହରଣ ସୃଷ୍ଟି କଲେ ମୁଖ୍ୟମନ୍ତ୍ରୀ । ନିଜେ ଅଟକି ଆମ୍ୱୁଲାନ୍ସକୁ ବାଟ ଛାଡ଼ିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  କେବଳ ଜଣେ ଭଲ ମୁଖ୍ୟମନ୍ତ୍ରୀ ନୁହେଁ ଜଣେ ଭଲ ମଣିଷ ଓ ଦାୟିତ୍ୱବାନ ନାଗରିକ ହେବାର ପରିଚୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Image result for cm naveen patnaik

ଶନିବାର ଜୟଦେବ ବିହାରରୁ ନନ୍ଦନକାନନ ରୋଡ୍‌ ଅଭିମୁଖେ ଯାଉଥିଲା ମୁଖ୍ୟମନ୍ତ୍ରୀଙ୍କ କାରରେଡ୍ । ଜାଭିୟର ଛକରୁ ୟୁଟର୍ଣ୍ଣ ନେବାର ଥିଲା ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି । କିନ୍ତୁ ଏହା ପୂର୍ବରୁ ସେହି ରାସ୍ତା ଦେଇ ଆସିଥିଲା ଏକ ଆମ୍ୱୁଲାନ୍ସ । ଆଉ ସେହି  ରାସ୍ତାରେ ଭିଡ଼ ଥିବାରୁ କାରକେଡ୍‌କୁ ଅଟକାଇ ଆମ୍ୱୁଲାନ୍ସକୁ ରାସ୍ତା ଛାଡ଼ିଥିଲେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆମ୍ୱୁଲାନ୍ସ ଯିବା ପରେ ଯାଇଥିଲେ ମୁଖ୍ୟମନ୍ତ୍ରୀ ।

Image result for ambulance odisha

ବିଗତ ଦିନମାନଙ୍କରେ ଭିଡ଼ ଯୋଗୁଁ ବିଭିନ୍ନ ସମୟରେ ରାସ୍ତା ମଝିରେ ବହୁ ସମୟ ଧରି ଆମ୍ୱୁଲାନ୍ସକୁ ଅଟକି ଯାଉଥିବା ଦେଖିବାକୁ ମିଳିଛି । ଏଥିଲାଗି ରୋଗୀଙ୍କୁ ବହୁ ହଇରାଣ ହେବାକୁ ପଡ଼ଛୁ । ଏଭଳି ଘଟଣା ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ପ୍ରସାରିତ ହେଉଛି । ଯାହାକୁ ଦେଖି ସାଧାରଣ ଜନତା ଓ ବୁଦ୍ଧିଜୀବୀ ବିବ୍ରତ ହେଉଛନ୍ତି । ଲୋକଙ୍କ ମଣିଷପଣିଆ ଓ ଟ୍ରାଫିକ ବ୍ୟବସ୍ଥା ପ୍ରତି ପ୍ରଶ୍ନ ଉଠୁଛି  । ଏଭଳି ସମୟରେ ସ୍ୱୟଂ ମୁଖ୍ୟମନ୍ତ୍ରୀ ନିଜେ ଅଟକି ଆମ୍ୱୁଲାନ୍ସକୁ ବାଟ ଛାଡ଼ିଛନ୍ତି । ଯାହା ସମସ୍ତଙ୍କୁ ଏକ ନିଆରା ବାର୍ତ୍ତା ଦେଉଛି ।

Leave a Reply