spot_img
Home Blog Page 7410

ଦୁଇଟି ସ୍ଥାନରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ

0

କେନ୍ଦୁଝର/ଧର୍ମଗଗଡ଼: ଟ୍ରକ୍‌କୁ ପିଟିଲା ଟ୍ରକ୍‌ । ଦୁର୍ଘଟଣାରେ ଜଣେ ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ ।  କେନ୍ଦୁଝର ଟାଉନ ଥାନା ଏନ୍‌ଏଚ୍‌-୨୦ରେ ଘଟିଛି ସଡ଼କ ଦୁର୍ଘଟଣା ।

ଟ୍ରକ୍‌କୁ ପଛରୁ ପିଟିଥିଲା ଟ୍ରକ୍‌। ରାସ୍ତା କଡ଼ରେ ଛିଡ଼ା ହୋଇଥିବା ୧୨ ଚକିଆ ଟ୍ରକ୍‌କୁ ପଛପଟୁ ଧକ୍କା ଦେଇଥିଲା ୧୪ ଚକିଆ ଟ୍ରକ୍‌ । ଏଥିରେ ୧୪ ଚକିଆ ଟ୍ରକ୍‌ ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଛି ପୋଲିସ ଓ ଦମକଳ ବାହିନୀ ।

ସେପଟେ କଳାହାଣ୍ଡି ଜିଲ୍ଲା ଏନ୍‌ଏଚ୍‌ ୨୬ ନିକଟରେ ମଧ୍ୟ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବିଳମ୍ବିତ ରାତିରେ ଅଜଣା ଗାଡି ଧକ୍କା ରେ ବାଇକ ଚାଳକଙ୍କର ମୃତ୍ୟୁ ହୋଇଛି । ଯୁବକ ହେଲେ କୋକସରା ବ୍ଲକ ମୋଟେର ଖୁଟୁଲୁଗୁଡା ର ବବୃବାହାନ ହାତୀ । ବିବାହ ରୁ ବିଳମ୍ବିତ ରାତି ରେ ଫେରୁଥିବା ସମୟରେ ଦୁର୍ଘଟଣା ହୋଇଛି ।

ଆଜି ନିର୍ଭୟା ମାମଲାରେ ଶୁଣାଣି: ରାୟ ଶୁଣାଇବେ ପଟିଆଲା ହାଉସ କୋର୍ଟ

0

ନୂଆଦିଲ୍ଲୀ: ଆଜି ନିର୍ଭୟା ମାମଲାରେ ଶୁଣାଣି । ଆସିପାରେ ନୂଆ ଡେଥ୍‌ ୱାରେଣ୍ଟ । ନିର୍ଭୟାଙ୍କ ବାପା ମାଆଙ୍କ ଆବେଦନ ଉପରେ ରାୟ ଶୁଣାଇବେ ପଟିଆଲା ହାଉସ କୋର୍ଟ । ଦୋଷୀଙ୍କୁ ଫାଶୀ ଦେବା ପାଇଁ ନୂଆ ଡେଥ୍‌ ୱାରେଣ୍ଟ ଜାରି କରିବାକୁ ଏଥିରେ ଆବେଦନ କରାଯାଇଛି । ସେପଟେ ଆଜି ପ୍ରଥମଥର ଦୋଷୀ ପବନ ପକ୍ଷରୁ ଲଢ଼ିବେ ଆଇନଜୀବୀ  ରବି କାଜି । ଏହା ପୂର୍ବରୁ ଏ.ପି.ସିଂ ଦୋଷୀଙ୍କ ପାଇଁ ଲଢ଼ୁଥିଲେ । ବର୍ତ୍ତମାନ ଦୋଷୀ ବିନୟ, ମୁକେଶ ଓ ଅକ୍ଷୟଙ୍କ ସମସ୍ତ ବିକଳ୍ପ ଶେଷ ହୋଇସାରିଛି । କେବଳ ଦୋଷୀ ପବନଙ୍କ ନିକଟରେ କ୍ୟୁରେଟିଭ ପିଟିସନ ଓ ରାଜକ୍ଷମା ଆବେଦନ ବିକଳ୍ପ ବାକି ରହିଛି ।

ଅପସରି ଯାଉଛି ଶୀତ, ଆଗକୁ କଲବଲ କରିବ ଖରା

0

ଭୁବନେଶ୍ୱର: ରାଜ୍ୟରୁ ଫେରୁଛି ଶୀତ, ବଢୁଛି ତାତି । ପ୍ରତିଦିନ ତାପମାତ୍ରା ୧ରୁ ୨ଡିଗ୍ରୀ ପର୍ଯ୍ୟନ୍ତ ବଢିବାରେ ଲାଗିଛି । ୨୦ତାରିଖ ବେଳକୁ ତାପମାତ୍ରା ୨ରୁ ୩ଡିଗ୍ରୀ ବଢିବବୋଲି ପୂର୍ବାନୁମାନ କରାଯାଇଛି ।

ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ଯୋଗୁଁ ତାପମାତ୍ରା ବୃଦ୍ଧି ପାଉଛି । ଘନ କୁହୁଡ଼ି ଆଶଙ୍କାରେ ରାଜ୍ୟର ୭ଟି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା ଓ କୋରାପୁଟରେ ଘନ କୁହୁଡ଼ି ନେଇ ପୂର୍ବାନୁମାନ କରାଯାଇଛି ।

ବଗତ ୨୪ ଘଣ୍ଟାରେ ଭୁବନେଶ୍ୱର, ପାରାଦୀପ ଓ ପୁରୀରେ ଘନ କୁହୁଡ଼ି ପ୍ରକୋପ ଦେଖିବାକୁ ମିଳିଥିଲା । ମାଲକାନଗିରି ଜିଲ୍ଲାରେ ସର୍ବାଧିକ ତାପମାତ୍ରା ୩୫.୨ଡିଗ୍ରୀ ରେକର୍ଡ କରାଯାଇଛି । ସର୍ବନିମ୍ନ ତାପମାତ୍ରା ଅନୁଗୁଳ ଜିଲ୍ଲାରେ ୧୦.୬ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଛି ।

ସାଏ ଓ ତାଙ୍କ ଡ୍ରାଇଭର ପରେ ଏବେ ଆଉ ଜଣଙ୍କୁ ଉଠାଇନେଲା ପୋଲିସ

0

ଛତିଶଗଡ଼: ଖୋଲୁଛି ସାଏ ସଇତାନ୍‌ ପାପ ପେଡ଼ି । ଅନୁପ ସାଏଙ୍କ ପରେ ଷଡ଼ଯନ୍ତ୍ରର ସାକ୍ଷୀ ଡ୍ରାଇଭର ବର୍ଦ୍ଧନ ଟପ୍ପୋ ପରେ ବିଜନେସ ପାର୍ଟନର ଝବୁ କନିରିବାଲଙ୍କୁ ଉଠାଇ ନେଇଛି ଛତିଶଗଡ଼ ପୋଲିସ। ଗତକାଲି ରାତିରେ ତାଙ୍କୁ ପୋଲିସ ଉଠାଇ ନେଇଥିବା ଜଣାପଡିଛି। ସେପଟେ ଡବଲ ମର୍ଡରର ଗୋଟେ ପରେ ଗୋଟେ ପାପ ଫର୍ଦ୍ଦ ଯୋଡ଼ି ହୋଇଛି । ହତ୍ୟାକାଣ୍ଡରେ ୨ଟି ଗାଡ଼ି ବ୍ୟବହାର ହୋଇଥିବା ନେଇ ଚାଞ୍ଚଲ୍ୟକର ତଥ୍ୟ ଦେଇଛି ବର୍ଦ୍ଧନ। ତେବେ ପ୍ରଶ୍ନ ଉଠୁଛି, ହତ୍ୟାକାଣ୍ଡରେ ବ୍ୟବହୃତ ଗାଡ଼ି କାହା ମାଲିକାନାରେ ଅଛି? ଗାଡିରେ କିଏ କିଏ ଥିଲେ? ହତ୍ୟା ଷଡ଼ଯନ୍ତ୍ରରେ ରହିଛି କି ଆଉ କାହାର ସଂପୃକ୍ତି ?

୨୦୦୯ରେ ଅନୁପ ସାଏ ବୋଲେରୋ କିଣିଥିଲେ। ଏହାପରେ ୨୦୧୫ରେ ଇନୋଭା କିଣିଥିଲେ। ଇନୋଭା କିଣିବାର ୬ମାସ ପରେ ସେ ବୋଲେରୋକୁ ତାଙ୍କ ଭାଇ ସୁନିଲ ସାଏଦେଓଙ୍କୁ ବିକ୍ରି କରିଥିଲେ। ପରେ ସୁନିଲ ଏହାକୁ ଗୁଜରାଟରେ ବିକ୍ରି କରିଥିଲେ। ତେବେ ପ୍ରଶ୍ନ ଉଠୁଛି, ଯଦି ୨୦୧୫ରେ ବୋଲେରୋକୁ ବିକ୍ରି କରିଥିଲେ, ତେବେ ୨୦୧୬ରେ ହତ୍ୟାକାଣ୍ଡ ପାଇଁ କେଉଁ ଗାଡ଼ି ବ୍ୟବହାର ହୋଇଥିଲା? ପୁରୁଣା ବୋଲେରୋ ଅଣାଯାଇଥିଲା ନା ଅନ୍ୟ କେଉଁ ଗାଡ଼ି ବ୍ୟବହାର ହୋଇଥିଲା। ଉଭୟ ଗାଡ଼ି ନେଇ ତନାଘନା କରୁଛି ରାୟଗଡ଼ ପୋଲିସ। ଅନୁପ ସାଏ ଓ ଡ୍ରାଇଭର ବର୍ଦ୍ଧନକୁ ମୁହାଁମୁହିଁ ଜେରା କରିପାରେ ରାୟଗଡ଼ ପୋଲିସ । ଝାରସୁଗୁଡ଼ାରୁ ଆରମ୍ଭ କରି ପୂରା ଘଟଣାକୁ ଆଉ ଥରେ ଡେମନଷ୍ଟ୍ରେସନ୍‌ କରି ପାରିପାର୍ଶ୍ୱକ ପ୍ରମାଣ ଯୋଗାଡ଼ କରିପାରେ। କଳ୍ପନା ଓ ତାଙ୍କ ଝିଅକୁ ଲୁହା ରଡ୍‌ରେ ଆକ୍ରମଣ କରିବା ପରେ ପ୍ରମାଣ ଲୁଚାଇବାକୁ ଉଭୟଙ୍କ ଉପରେ ଗାଡି ଚଢାଯାଇଥିଲା।

ଧାନମଣ୍ଡି ଖୋଲିଲାନି ବୋଲି ରାସ୍ତାକୁ ଓହ୍ଲାଇଲେ ଚାଷୀ

0

ନର୍ଲ୍ଲା: ମଣ୍ଡିରୁ ଧାନ ନ ଉଠିବାରୁ ଚାଷୀ ଅସନ୍ତୋଷ । ରାସ୍ତାରେ ଧାନ ରଖି ପ୍ରତିବାଦ । କଳାହାଣ୍ଡି ନର୍ଲ୍ଲା ବ୍ଲକରେ ରାସ୍ତା ଅବରୋଧ କରିଛନ୍ତି ଚାଷୀ । ଫଳରେ ଭବାନୀପାଟଣା-ଭୁବନେଶ୍ୱର ମୁଖ୍ୟ ରାସ୍ତାରେ ଯାତାୟାତ ପ୍ରଭାବିତ ହୋଇଛି ।

ଆଜି ଟୋକନରେ ଧାନ ବିକ୍ରି ଶେଷ ତାରିଖ ଥିବାରୁ ଉତ୍ତ୍ୟକ୍ତ ଚାଷୀ ରାସ୍ତାକୁ ଓହ୍ଲାଇଛନ୍ତି । ଗତ ୭ ତାରିଖରେ ମଧ୍ୟ ଧାନ ବସ୍ତା ରଖି ରାସ୍ତା ଅବରୋଧ କରିଥିଲେ ଚାଷୀ ।

ତେବେ ସପ୍ତାହେ ମଧ୍ୟରେ ଧାନ ଉଠାଇବା ବ୍ୟବସ୍ଥା କରିବାକୁ ପ୍ରତିଶ୍ରୁତି ଦେଇଥିଲା ପ୍ରଶାସନ । ଦାବି ପୂରଣ ହୋଇ ନ ଥିବାରୁ ପୁଣି ରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ ।

OUATରେ 5-T ସଚିବ: ଛାତ୍ରଛାତ୍ରୀଙ୍କ ସହ କଲେ ଆଲୋଚନା

0

ଭୁବନେଶ୍ୱର: ଓୟୁଏଟିରେ 5-ଟି ସଚିବ । ଆଜି ସକାଳୁ ଅଚାନକ ଓୟୁଏଟି  ଗସ୍ତ କରିଛନ୍ତି 5-ଟି ଭି.କେ ପାଣ୍ଡିଆନ୍‌ । ଏହି ଅଗ୍ରଣୀ ବିଶ୍ୱବିଦ୍ୟାଳୟର ବିକାଶ ସମ୍ପର୍କରେ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

ଏଥିସହ ଛାତ୍ରାବାସ ମଧ୍ୟ ବୁଲି ଦେଖିଛନ୍ତି । ଛାତ୍ରାବାସର ସମସ୍ୟା ନେଇ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଏଥିସହିତ ବିଶ୍ୱବିଦ୍ୟାଳୟ ପରିସର ବୁଲି ଦେଖିଥିଲେ ।

ସରିଲା ଡେଡ୍‌ଲାଇନ୍‌ ଆରମ୍ଭ ହୋଇଛି ଆକ୍ସନ: ୮ ଜିଲ୍ଲାରେ ସାଉଥ୍-କୋ ପକ୍ଷରୁ ବିଦ୍ୟୁତ କାଟ ଅଭିଯାନ

0

ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାର ପ୍ରାୟ ୮ଟି ଜିଲ୍ଲାରେ ବିଦ୍ୟୁତ କାଟ ଅଭିଯାନ ଆରମ୍ଭ କରିଛି ସାଉଥ୍‌-କୋ । ବିଦ୍ୟୁତ ବିଲ୍‌ ବାକି ଥିବା ଗ୍ରାହକଙ୍କ କରାଯାଉଛି ବିଦ୍ୟୁତ କାଟ୍‌ । ପୂର୍ବରୁ ସାଉଥ୍‌-କୋ ପକ୍ଷରୁ ବକେୟା ଥିବା ଗ୍ରାହକଙ୍କୁ ନୋଟିସ୍‌ ଜାରି କରାଯାଇଥିଲା । ସମୟ ସୀମା ଶେଷ ପରେ ବିଭିନ୍ନ ବ୍ୟାବସାୟିକ କେନ୍ଦ୍ର ଏବଂ ଘରୁ ବିଦ୍ୟୁତ୍‌ କାଟ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ବ୍ରହ୍ମପୁରରୁ ଆରମ୍ଭ ହୋଇଛି ବିଦ୍ୟୁତ୍‌ କାଟ ଅଭିଯାନ ।

Image result for electricity disconnected

ବିଦ୍ୟୁତ ବିଲ୍‌ ବାକି ରଖିଥିବା ଲୋକଙ୍କ ଘର ଅନ୍ଧାର । ବ୍ୟାବସାୟିକ ଅନୁଷ୍ଠାନରୁ ବି ବିଦ୍ୟୁ ବିଛିନ୍ନ । ବିଦ୍ୟୁତ ବିଲ୍‌ ବାକି ଥିବା ଲୋକଙ୍କ ଘର ଓ ବ୍ୟାବସାୟିକ ଅନୁଷ୍ଠାନରୁ ବିଦ୍ୟୁତ କାଟ କରିଛି ସାଉଥ୍‌କୋ । ସାଉଥକୋ ଡିଭିଜନ୍‌-୧ ପକ୍ଷରୁ ବାକିଥିବା ଉପଭୋକ୍ତ।ଙ୍କ ବିଦ୍ୟୁତ କାଟ କରାଯାଇଛି । ସହର ପାଇଁ ଗଠନ ହୋଇଛି ୩୬ଟି ସ୍ୱତନ୍ତ୍ର ଟିମ୍‌। ପୂର୍ବରୁ ବିଲ୍‌ ବାକି ରଖିଥିବା ଗ୍ରାହକଙ୍କୁ ନୋଟିସ୍‌ ଜାରି କରାଯାଇଥିଲା । ଫେବ୍ରୁଆରି ୧୫ ପର୍ଯ୍ୟନ୍ତ ଦିଆଯାଇଥିଲା ଡେଡ୍‌ ଲାଇନ୍‌ ।

ବ୍ରହ୍ମପୁର ଡିଭିଜନ୍‌-୧ର ସିଙ୍ଗିଲ୍‌ ଫେଜ୍‌ରେ ପ୍ରାୟ ୩୦ କୋଟି ୩୧ ଲକ୍ଷ ଟଙ୍କା ବିଦ୍ୟୁତ ବିଲ୍‌ ବକେୟା ରହିଛି । ସେହଭିଳି ଥାର୍ଡ ଫେଜ୍‌ରେ ୧୪ କୋଟି ୩୫ ଲକ୍ଷ ଟଙ୍କା ରହିଛି ବକେୟା । ଦକ୍ଷିଣ ଓଡ଼ିଶାର ୮ଟି ଜିଲ୍ଲାରେ ବେକୟା ରହିଛି  ପ୍ରାୟ ୧ ହଜାର ୩ ଶହ ୭୫ କୋଟି ଟଙ୍କା । ଗଞ୍ଜାମ ସମେତ ଗଜପତି, ରାୟଗଡା, ବୌଦ୍ଧ, କନ୍ଧମାଳ, କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାରେ ବିଦ୍ୟୁଥ ବିଚ୍ଛିନ୍ନ ପ୍ରକିୟା ଚାଲିବ

 ନିୟମ ଅନୁସାରେ ବିଦ୍ୟୁତ୍‌ ବିଚ୍ଛିନ୍ନ କରାଯାଉଛି । ତେବେ ପରୀକ୍ଷା ଋତୁ ଆରମ୍ଭ ହେଉଥିବାରୁ ଛାତ୍ରଛାତ୍ରୀ ଓ ଅଭିଭାବକ ସମସ୍ୟାରେ ପଡ଼ିଛନ୍ତି ।

ଆଜି କ୍ୟାବିନେଟ୍ ବୈଠକ

0

ଭୁବନେଶ୍ୱର: ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ସକାଳ ୯ଟା ୪୫ ମିନିଟ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବୈଠକ ଅନୁଷ୍ଠିତ ହେବ । ବିଧାନସଭା ବଜେଟ୍‌ ଅଧିବେଶନ ଚାଲୁଥିବାରୁ କ୍ୟାବିନେଟ୍‌ ନିଷ୍ପତ୍ତି ସମ୍ପର୍କିତ କୌଣସି ସୂଚନା ଦିଆଯାଇପାରିବନି । ବଜେଟ୍‌ ଅଧିବେଶନ ଥିବାରୁ ବୈଠକରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି ।

ଡ୍ରଗ୍ସ ଟାସ୍କ ଫୋର୍ସର ଚଢ଼ାଉ ବେଳେ ଜବତ ହେଲା ୪୧ ଗ୍ରାମର ବ୍ରାଉନ ସୁଗାର

0

ଭୁବନେଶ୍ୱର: ରାଜଧାନୀରୁ ପୁଣି ଥରେ ବ୍ରାଉନସୁଗାର ଜବତ । ସହିଦନଗର ଶାନ୍ତିପଲ୍ଲୀ ବସ୍ତିରେ ଡ୍ରଗ୍ସ ଟାସ୍କ ଫୋର୍ସର ଚଢାଉ । ବ୍ରାଉନସୁଗାର ବିକ୍ରି ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ ।

ସେମାନେ ହେଲେ ଶୁଭେନ୍ଦୁ ପଣ୍ଡା ଓରଫ ରିଙ୍କୁ, ଅଜୟ କର ଓରଫ ଅଜୁ ଓ ସତ୍ୟନାରାୟଣ ବେହେରା ଓରଫ ନିଲୁ । ସେମାନଙ୍କ ଠାରୁ ୪୧ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ନଗଦ ୬୪ ହଜାର ଟଙ୍କା, ମୋବାଇଲ ଫୋନ୍‌ ଓ ବାଇକ ମଧ୍ୟ ଜବତ ହୋଇଛି । ୩ ଜଣ କେବେ ଠାରୁ କାରବାର କରିଥିଲେ ପୋଲିସ ଖୋଳତାଡ କରୁଛି ।

ଫଟୋ ଦେଖାଇ ସକାଳେ ମୁଖ୍ୟମନ୍ତ୍ରୀ ପଚାରିଥିବ ପ୍ରଶ୍ନର ଜାଣନ୍ତୁ ଉତ୍ତର…

0

ଭୁବନେଶ୍ୱର: ରାଜ୍ୟରେ ଥିବା ପର୍ଯ୍ୟଟନସ୍ଥଳ ଓ ମନଲୋଭା ସ୍ଥାନର ପ୍ରଚାର ପ୍ରସାର ନେଇ ମଙ୍ଗ ଧରିଛନ୍ତି ଖୋଦ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିଲାଗି ସେ ନିଜ ଟ୍ୱିଟ୍‌ରେ ବିଭିନ୍ନ ସ୍ଥାନର ଫଟୋ ପୋଷ୍ଟ କରିବା ସହ ସେହି ସ୍ଥାନ ଟି କେଉଁଠାର ବୋଲି ପ୍ରଶ୍ନ କରିଥାନ୍ତି । ଏଭଳି କରି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରାଇବା ସହ ରାଜ୍ୟରେ ଥିବା ବିଭିନ୍ନ ପର୍ଯ୍ୟଟନସ୍ଥଳ ଓ ମନଲୋଭା ସ୍ଥାନ ସମ୍ପର୍କରେ ଅବଗତ କରାଉଛନ୍ତି ମୁଖ୍ୟମନ୍ତ୍ରୀ । 

ଆଜି ମଧ୍ୟ ସମାନଭାବେ ଟ୍ୱିଟ୍‌ରେ ଫଟୋ ପୋଷ୍ଟ କରି ଫୋଟରେ ଥିବା ସ୍ଥାନଟିର ଅବସ୍ଥିତି ନେଇ ପ୍ରଶ୍ନ କରିଥିଲେ ମୁଖ୍ୟମନ୍ତ୍ର । ଆଉ ଏହାପରେ ବହୁ ଲୋକେ ସ୍ଥାନଟିର ଅବସ୍ଥିତି ନେଇ ଟ୍ୱିଟ୍‌ରେ  ଉତ୍ତର ରଖିଥିଲେ ।

                ପ୍ରତିଥର ପରି ଏଥର ମଧ୍ୟ ଠିକ୍ ସନ୍ଧ୍ୟା ୬ଟାରେ ସ୍ଥାନଟିର ଅବସ୍ଥିତି ନେଇ ଉତ୍ତର ରଖିଥିଲେ  ମୁଖ୍ୟମନ୍ତ୍ରୀ । ଏଥିସହ ବହୁ ସଂଖ୍ୟାରେ ଲୋକ ଏଥିରେ ଭାଗ ନେଇଥିବାରୁ ଧନ୍ୟବାଦ ଜଣାଇବା ସହ ସଠିକ୍‌ ଉତ୍ତର ଦେଇଥିବା ଲୋକଙ୍କୁ ଶୁଭେଚ୍ଛା ଜଣାଇଥିଲେ ମୁଖ୍ୟମନ୍ତ୍ରୀ । ଟ୍ୱିଟ୍‌ରେ ପଚାରିଥିବା ସୁନ୍ଦର ସ୍ଥାନଟି ହେଉଛି ଗଜପତି ଜିଲ୍ଲାର ମୁନିସିଙ୍ଗ -ସେରାଙ୍ଗ ରୋଡ୍‌ ।