ସରିଲା ଡେଡ୍‌ଲାଇନ୍‌ ଆରମ୍ଭ ହୋଇଛି ଆକ୍ସନ: ୮ ଜିଲ୍ଲାରେ ସାଉଥ୍-କୋ ପକ୍ଷରୁ ବିଦ୍ୟୁତ କାଟ ଅଭିଯାନ

1 min read

ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାର ପ୍ରାୟ ୮ଟି ଜିଲ୍ଲାରେ ବିଦ୍ୟୁତ କାଟ ଅଭିଯାନ ଆରମ୍ଭ କରିଛି ସାଉଥ୍‌-କୋ । ବିଦ୍ୟୁତ ବିଲ୍‌ ବାକି ଥିବା ଗ୍ରାହକଙ୍କ କରାଯାଉଛି ବିଦ୍ୟୁତ କାଟ୍‌ । ପୂର୍ବରୁ ସାଉଥ୍‌-କୋ ପକ୍ଷରୁ ବକେୟା ଥିବା ଗ୍ରାହକଙ୍କୁ ନୋଟିସ୍‌ ଜାରି କରାଯାଇଥିଲା । ସମୟ ସୀମା ଶେଷ ପରେ ବିଭିନ୍ନ ବ୍ୟାବସାୟିକ କେନ୍ଦ୍ର ଏବଂ ଘରୁ ବିଦ୍ୟୁତ୍‌ କାଟ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ବ୍ରହ୍ମପୁରରୁ ଆରମ୍ଭ ହୋଇଛି ବିଦ୍ୟୁତ୍‌ କାଟ ଅଭିଯାନ ।

Image result for electricity disconnected

ବିଦ୍ୟୁତ ବିଲ୍‌ ବାକି ରଖିଥିବା ଲୋକଙ୍କ ଘର ଅନ୍ଧାର । ବ୍ୟାବସାୟିକ ଅନୁଷ୍ଠାନରୁ ବି ବିଦ୍ୟୁ ବିଛିନ୍ନ । ବିଦ୍ୟୁତ ବିଲ୍‌ ବାକି ଥିବା ଲୋକଙ୍କ ଘର ଓ ବ୍ୟାବସାୟିକ ଅନୁଷ୍ଠାନରୁ ବିଦ୍ୟୁତ କାଟ କରିଛି ସାଉଥ୍‌କୋ । ସାଉଥକୋ ଡିଭିଜନ୍‌-୧ ପକ୍ଷରୁ ବାକିଥିବା ଉପଭୋକ୍ତ।ଙ୍କ ବିଦ୍ୟୁତ କାଟ କରାଯାଇଛି । ସହର ପାଇଁ ଗଠନ ହୋଇଛି ୩୬ଟି ସ୍ୱତନ୍ତ୍ର ଟିମ୍‌। ପୂର୍ବରୁ ବିଲ୍‌ ବାକି ରଖିଥିବା ଗ୍ରାହକଙ୍କୁ ନୋଟିସ୍‌ ଜାରି କରାଯାଇଥିଲା । ଫେବ୍ରୁଆରି ୧୫ ପର୍ଯ୍ୟନ୍ତ ଦିଆଯାଇଥିଲା ଡେଡ୍‌ ଲାଇନ୍‌ ।

ବ୍ରହ୍ମପୁର ଡିଭିଜନ୍‌-୧ର ସିଙ୍ଗିଲ୍‌ ଫେଜ୍‌ରେ ପ୍ରାୟ ୩୦ କୋଟି ୩୧ ଲକ୍ଷ ଟଙ୍କା ବିଦ୍ୟୁତ ବିଲ୍‌ ବକେୟା ରହିଛି । ସେହଭିଳି ଥାର୍ଡ ଫେଜ୍‌ରେ ୧୪ କୋଟି ୩୫ ଲକ୍ଷ ଟଙ୍କା ରହିଛି ବକେୟା । ଦକ୍ଷିଣ ଓଡ଼ିଶାର ୮ଟି ଜିଲ୍ଲାରେ ବେକୟା ରହିଛି  ପ୍ରାୟ ୧ ହଜାର ୩ ଶହ ୭୫ କୋଟି ଟଙ୍କା । ଗଞ୍ଜାମ ସମେତ ଗଜପତି, ରାୟଗଡା, ବୌଦ୍ଧ, କନ୍ଧମାଳ, କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାରେ ବିଦ୍ୟୁଥ ବିଚ୍ଛିନ୍ନ ପ୍ରକିୟା ଚାଲିବ

 ନିୟମ ଅନୁସାରେ ବିଦ୍ୟୁତ୍‌ ବିଚ୍ଛିନ୍ନ କରାଯାଉଛି । ତେବେ ପରୀକ୍ଷା ଋତୁ ଆରମ୍ଭ ହେଉଥିବାରୁ ଛାତ୍ରଛାତ୍ରୀ ଓ ଅଭିଭାବକ ସମସ୍ୟାରେ ପଡ଼ିଛନ୍ତି ।

Leave a Reply