ସାଏ ଓ ତାଙ୍କ ଡ୍ରାଇଭର ପରେ ଏବେ ଆଉ ଜଣଙ୍କୁ ଉଠାଇନେଲା ପୋଲିସ

ଛତିଶଗଡ଼: ଖୋଲୁଛି ସାଏ ସଇତାନ୍‌ ପାପ ପେଡ଼ି । ଅନୁପ ସାଏଙ୍କ ପରେ ଷଡ଼ଯନ୍ତ୍ରର ସାକ୍ଷୀ ଡ୍ରାଇଭର ବର୍ଦ୍ଧନ ଟପ୍ପୋ ପରେ ବିଜନେସ ପାର୍ଟନର ଝବୁ କନିରିବାଲଙ୍କୁ ଉଠାଇ ନେଇଛି ଛତିଶଗଡ଼ ପୋଲିସ। ଗତକାଲି ରାତିରେ ତାଙ୍କୁ ପୋଲିସ ଉଠାଇ ନେଇଥିବା ଜଣାପଡିଛି। ସେପଟେ ଡବଲ ମର୍ଡରର ଗୋଟେ ପରେ ଗୋଟେ ପାପ ଫର୍ଦ୍ଦ ଯୋଡ଼ି ହୋଇଛି । ହତ୍ୟାକାଣ୍ଡରେ ୨ଟି ଗାଡ଼ି ବ୍ୟବହାର ହୋଇଥିବା ନେଇ ଚାଞ୍ଚଲ୍ୟକର ତଥ୍ୟ ଦେଇଛି ବର୍ଦ୍ଧନ। ତେବେ ପ୍ରଶ୍ନ ଉଠୁଛି, ହତ୍ୟାକାଣ୍ଡରେ ବ୍ୟବହୃତ ଗାଡ଼ି କାହା ମାଲିକାନାରେ ଅଛି? ଗାଡିରେ କିଏ କିଏ ଥିଲେ? ହତ୍ୟା ଷଡ଼ଯନ୍ତ୍ରରେ ରହିଛି କି ଆଉ କାହାର ସଂପୃକ୍ତି ?

୨୦୦୯ରେ ଅନୁପ ସାଏ ବୋଲେରୋ କିଣିଥିଲେ। ଏହାପରେ ୨୦୧୫ରେ ଇନୋଭା କିଣିଥିଲେ। ଇନୋଭା କିଣିବାର ୬ମାସ ପରେ ସେ ବୋଲେରୋକୁ ତାଙ୍କ ଭାଇ ସୁନିଲ ସାଏଦେଓଙ୍କୁ ବିକ୍ରି କରିଥିଲେ। ପରେ ସୁନିଲ ଏହାକୁ ଗୁଜରାଟରେ ବିକ୍ରି କରିଥିଲେ। ତେବେ ପ୍ରଶ୍ନ ଉଠୁଛି, ଯଦି ୨୦୧୫ରେ ବୋଲେରୋକୁ ବିକ୍ରି କରିଥିଲେ, ତେବେ ୨୦୧୬ରେ ହତ୍ୟାକାଣ୍ଡ ପାଇଁ କେଉଁ ଗାଡ଼ି ବ୍ୟବହାର ହୋଇଥିଲା? ପୁରୁଣା ବୋଲେରୋ ଅଣାଯାଇଥିଲା ନା ଅନ୍ୟ କେଉଁ ଗାଡ଼ି ବ୍ୟବହାର ହୋଇଥିଲା। ଉଭୟ ଗାଡ଼ି ନେଇ ତନାଘନା କରୁଛି ରାୟଗଡ଼ ପୋଲିସ। ଅନୁପ ସାଏ ଓ ଡ୍ରାଇଭର ବର୍ଦ୍ଧନକୁ ମୁହାଁମୁହିଁ ଜେରା କରିପାରେ ରାୟଗଡ଼ ପୋଲିସ । ଝାରସୁଗୁଡ଼ାରୁ ଆରମ୍ଭ କରି ପୂରା ଘଟଣାକୁ ଆଉ ଥରେ ଡେମନଷ୍ଟ୍ରେସନ୍‌ କରି ପାରିପାର୍ଶ୍ୱକ ପ୍ରମାଣ ଯୋଗାଡ଼ କରିପାରେ। କଳ୍ପନା ଓ ତାଙ୍କ ଝିଅକୁ ଲୁହା ରଡ୍‌ରେ ଆକ୍ରମଣ କରିବା ପରେ ପ୍ରମାଣ ଲୁଚାଇବାକୁ ଉଭୟଙ୍କ ଉପରେ ଗାଡି ଚଢାଯାଇଥିଲା।

Leave a Reply