spot_img
Home Blog Page 7406

୨୦୨୦ ବର୍ଷ ପାଇଁ ଇସ୍ରୋର ଯୋଜନା, ଗଗନଯାନ ଓ ଚନ୍ଦ୍ରୟାନ-୩…

ବେଙ୍ଗଳୁରୁ: ଭାରତର ଅନ୍ତରୀକ୍ଷ ଅଭିଯାନ । ଗଗନଯାନ ଓ ଚନ୍ଦ୍ରୟାନ-୩ ମାଧ୍ୟମରେ ଅନ୍ତରୀକ୍ଷ ରହସ୍ୟ ଖୋଜିବ ଇସ୍ରୋ । ଆରମ୍ଭ ହୋଇଛି ପ୍ରସ୍ତୁତି । ୨୦୨୦ ବର୍ଷରେ ଭାରତୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥା (ଇସ୍ରୋ) ମହତ୍ତ୍ୱପୂର୍ଣ୍ଣ ପ୍ରୋଜେକ୍ଟ ସମ୍ବନ୍ଧରେ ସୂଚନା ଦେଇଛି । ଇସ୍ରୋ ଅଧ୍ୟକ୍ଷ କେ.ଶିଭନ କହିଛନ୍ତି ଅରନ୍ତୀକ୍ଷ ବିଜ୍ଞାନ ଜରିଆରେ ଆମ ପ୍ରୟାସ ଦେଶବାସୀଙ୍କ ଜୀବନକୁ ଆହୁରି ସ୍ୱଚ୍ଛନ୍ଦ କରିବ ।ଗଗନଯାନ ଅଭିଯାନ

ଭାରତର ବହୁ ପ୍ରତୀକ୍ଷିତ ଗଗନଯାନ ମିଶନ ପାଇଁ ଅନ୍ତରୀକ୍ଷ ଯାତ୍ରୀ ଚୟନ ସରିଛି । ୪ ଜଣ ଆଷ୍ଟ୍ରୋନଟଙ୍କୁ ବଛା ଯାଇଥିବା ସୂଚନା ଦେଇଛନ୍ତି ଇସ୍ରୋ ଅଧ୍ୟକ୍ଷ କେ. ଶିଭନ । ଜାନୁଆରୀ ତୃତୀୟ ସପ୍ତାହରେ ସେମାନଙ୍କୁ ଟ୍ରେନିଂ ଦିଆଯିବ । ଏଥିସହ ଗଗନଯାନ ମିଶନ ପାଇଁ ଜାତୀୟ ପରାମର୍ଶଦାତା କମିଟି ଗଠନ କରାଯାଇଥିବା ସେ ସୂଚନା ଦେଇଛନ୍ତି ।ଚାନ୍ଦ ଉପରେ ନଜର

ଜହ୍ନରେ ପାଦ ଥାପିବ ଭାରତ । ଚନ୍ଦ୍ରୟାନ-୩ ପ୍ରୋଜେକ୍ଟକୁ ମଞ୍ଜୁରୀ ମିଳିଛି ଓ ଏହା ଉପରେ କାମ ଆରମ୍ଭ ହୋଇଥିବା ଶିଭନ କହିଛନ୍ତି । ଏହା ଚନ୍ଦ୍ରୟାନ-୨ ଭଳି ହେବ । ଏଥିରେ ଲ୍ୟାଣ୍ଡର ଓ ରୋଭର ରହିବ । ଗତବର୍ଷ ଇସ୍ରୋର ଚନ୍ଦୟାନ-୨ ମିଶନକୁ ନେଇ ଭାରତ କାହିଁକି ପୂରା ବିଶ୍ୱରେ ବହୁତ ଚର୍ଚ୍ଚା ହୋଇଥିଲା ।ଆଉ ଏକ ମହାକାଶ ଗବେଷଣା କେନ୍ଦ୍ର

ଦେଶରେ ଆଉ ଏକ ମହାକାଶ ଗବେଷଣା କେନ୍ଦ୍ର ହେବ । ଏଥିପାଇଁ ଭୂମି ଅଧିଗ୍ରହଣ ଆରମ୍ଭ ହୋଇଛି । ତାମିଲନାଡ଼ୁର ତୁତିକୋରିନରେ ଏହି ମହାକାଶ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ହେବ । ଆଗାମୀ ୧୦ ବର୍ଷ ମଧ୍ୟରେ ମଙ୍ଗଳ ଗ୍ରହରୁ ନେଇ ଶନି ଗ୍ରହ ପର୍ଯ୍ୟନ୍ତ କେତକ ବଡ଼ ପ୍ରୋଜେକ୍ଟ ଉପରେ ଏବେ କାମ ଚାଲିଛି । ଇସ୍ରୋର ଗଗନଯାନ ମିଶନ ପାଇଁ ଋଷ ସହାୟତା ପ୍ରଦାନ କରୁଛି ।

ଚନ୍ଦ୍ରପୃଷ୍ଠରେ ଲାଣ୍ଡର ‘ବିକ୍ରମ’କୁ ଖୋଜି ପାଇଲା ନାସା

ନୂଆଦିଲ୍ଲୀ: ଅଣ ସବସିଡି ଏଲପିଜି ସିଲିଣ୍ଡର ପିଛା ୧୯ ଟଙ୍କା ବୃଦ୍ଧି ।

ନୂଆଦିଲ୍ଲୀ: ଅଣ ସବସିଡି ଏଲପିଜି ସିଲିଣ୍ଡର ପିଛା ୧୯ ଟଙ୍କା ବୃଦ୍ଧି ।

ଜିଲ୍ଲାପାଳଙ୍କ ପିଏ ମୃତ୍ୟୁକୁ ନେଇ ଜିଲ୍ଲାପାଳଙ୍କ ଅଫିସ କାନ୍ଥରେ ଏଣୁତେଣୁ ଲେଖିଲେ

ମାଲକାନାଗିରି: ନୂଆବର୍ଷ ପାଇଁ ସବୁଠି ଆନନ୍ଦ ଉଲ୍ଲାସ । ସମସ୍ତେ ପରସ୍ପରକୁ ଶୁଭ କାମନା ଜଣାଉଛନ୍ତି । ଅଫିସ୍‌ରେ ମଧ୍ୟ ଉଚ୍ଚ ପଦାଧିକାରୀଙ୍କୁ କର୍ମଚାରୀମାନେ ସାକ୍ଷାତ କରି ଜଣାଉଛନ୍ତି ନୂଆବର୍ଷ ଶୁଭେଚ୍ଛା । କିନ୍ତୁ ମାଲକାନଗିରିରେ ଦେଖିବାକୁ ମିଳିଛି ଓଲଟା ଘଟଣା ।

ଜିଲ୍ଲାପାଳଙ୍କ ଅଫିସ୍‌ ପାଚେରିରେ ଜିଲ୍ଲାପାଳଙ୍କୁ ବିରୋଧ କରି ଏଣୁତେଣୁ ଲେଖାଯାଇଛି । ଗତ ୨୮ ତାରିଖରେ ମାଲକାନଗିରି ଜିଲ୍ଲାପାଳଙ୍କ ପିଏ ଦେବନାରାୟଣ ପଣ୍ଡାଙ୍କ ମୃତଦେହ ସତୀଗୁଡ଼ା ଡ୍ୟାମ୍‌ରୁ ଉଦ୍ଧାର କରାଯାଇଥିଲା । ଏହି ଘଟଣା ପାଇଁ ମାଲକାନଗିରି ଜିଲ୍ଲାପାଳଙ୍କୁ ଦାୟୀ କରି ଏଣୁତେଣୁ ଲେଖାଯାଇଥିବା ଦେଖିବାକୁ ମିଳିଛି । କିଏ ଏମିତି ଲେଖିଛି, ତାହା ଜଣାପଡ଼ିନାହିଁ । ଏହି ଲେଖାକୁ ଲିଭା ଯାଉଛି ।

ଥାନା ଅଧିକାରୀଙ୍କୁ ଆକ୍ରମଣ ଘଟଣାରେ ନିଲମ୍ବିତ ହେଲେ ଏସ୍‌.ଆଇ

ଦିଗପହଣ୍ଡି: ଥାନା ଅଧିକାରୀଙ୍କ ଉପରକୁ ଆକ୍ରମଣ ଘଟଣା । ସମ୍ପୃକ୍ତି ନେଇ ଏସ୍‌.ଆଇ ପ୍ରୀତିମଞ୍ଜରୀ ଗଡ ନାୟକଙ୍କୁ ନିଲମ୍ବିତ କରାଯାଇଛି । ଗଞ୍ଜାମ ପାଟପୁର ଥାନା ଭିତରେ ପଶି ଆଇଆଇସିଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହେଇଥିଲା ।

ଏସଆଇ ଓ ତାଙ୍କର ସ୍ୱାମୀ ଥାନା ଭିତରେ ପଶି ଦୁର୍ବ୍ୟହାର କରିବା ସହିତ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ଆଣିଥିଲେ ଆଇଆଇସି ଅଜୟ ବାରିକ । ଏନେଇ ଉଭୟଙ୍କ ନାଁରେ  ପାଟପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏନେଇ ଏସଆଇଙ୍କୁ ନିଲମ୍ବିତ କରାଯିବା ସହିତ ଘଟଣାର ତଦନ୍ତ ଆରମ୍ଭ ହୋଇଛି ।

ଏସ୍‌ବିଆଇ ଏଟିଏମ୍‌ରେ ଲାଗୁ ହେଲା ନୂଆ ନିୟମ, ଓଟିପି ଦେଲେ ବାହାରିବ ଟଙ୍କା

ଆଜିଠୁ ଏସବିଆଇର ନୂଆ ନିୟମ । ଏଣିକି ଏସବିଆଇ ଏଟିମରୁ ଟଙ୍କା ଉଠାଇଲେ ମୋବାଇଲକୁ ଆସିବ ଓ୍ୱାନ ଟାଇମ୍‌ ପାସଓ୍ୱାର୍ଡ ବା ଓଟିପି । ଏଟିଏମରେ ବେଆଇନ କାରବାରକୁ ରୋକିବାକୁ ଏସବିଆଇ ଏହି ନୂଆ ନିୟମ ଲାଗୁ କରିଛି । ନୂଆ ନିୟମ ଅନୁସାରେ ଯ଼ଦି ଏସବିଆଇ ଗ୍ରାହକ ଏଟିଏମରୁ ଟଙ୍କା ଉଠାଇବେ ତେବେ ପଞ୍ଜୀକୃତ ମୋବାଇଲ ନମ୍ବରକୁ ଓଟିପି ଯିବ ।

ଏଟିଏମ ସ୍କ୍ରିନ ଉପରେ ଓଟିପି ଦେଲେ ହିଁ ଟଙ୍କା ଉଠାଇପାରିବେ । ତେବେ ରାତି ୮ଟାରୁ ସକାଳ ୭ଟା ମଧ୍ୟରେ ୧୦ହଜାରୁ ଅଧିକ ଟଙ୍କା ଉଠାଇଲେ ଏହି ନିୟମ ଲାଗୁ ହେବ । ତେବେ ଏସବିଆଇ ଗ୍ରାହକ ଯ଼ଦି ଅନ୍ୟ ବ୍ୟାଙ୍କରୁ ଟଙ୍କା ଉଠାଇବେ ତେବେ ଏହି ନିୟମ ଲାଗୁ ହେବ ନାହିଁ ।

ସେଲିବ୍ରେସନର ରାତି ହେଲା ଶେଷ ରାତି, ଭୋଜିକୁ ନେଇ ହେଲା ହତ୍ୟାକାଣ୍ଡ

ଭଦ୍ରକ: ନୂଆବର୍ଷ ରାତିରେ ଭୋଜିକୁ ନେଇ ଜଘନ୍ୟ ହତ୍ୟାକାଣ୍ଡ । ଭଦ୍ରକ ଜଳଙ୍ଗା ଗାଁରେ ଯୁବକଙ୍କୁ ପିଟିପିଟି ହତ୍ୟା । ମୃତକ ହେଉଛନ୍ତି ଗାଁର ସତ୍ୟବ୍ରତ ଶିଅଳ। ଗତକାଲି ରାତିରେ ନୂଆବର୍ଷ ପାଇଁ ଭୋଜି ଚାଲିଥିବା ବେଳେ ଗଣ୍ଡଗୋଳ ହୋଇଥିଲା ।

ଏହାପରେ ସତ୍ୟବ୍ରତଙ୍କୁ ଲୁହା ରଡରେ ପିଟିପିଟି ହତ୍ୟା କରାଯାଇଛି । ଏହାପରେ ୟୁକୋ ବ୍ୟାଙ୍କ ବାରଣ୍ଡାରେ ଦୁର୍ବୃତ୍ତମାନେ ତାଙ୍କ ମୃତଦେହ ରଖିଥିଲେ । ପରିବାର ଲୋକେ ସତ୍ୟବ୍ରତଙ୍କୁ ହସପିଟାଲକୁ ନେଇଥିଲେ, ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ତାଙ୍କ ମୃତଦେହର ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ରହିଛି । ତେବେ ହତ୍ୟାକାଣ୍ଡ କେମିତି ହେଲା, ଏଥିରେ କିଏ କିଏ ସଂପୃକ୍ତ, ସେନେଇ ତନାଘନା ଚଳାଇଛି ଗ୍ରାମାଞ୍ଚଳ ପୋଲିସ।

କାଶ୍ମୀରକୁ ନୂଆବର୍ଷ ଭେଟି, ଆରମ୍ଭ ହେଲା ଏସ୍ଏମ୍‌ଏସ୍‌ ସେବା

ଶ୍ରୀନଗର: ନୂଆବର୍ଷରେ କଶ୍ମୀରବାସୀଙ୍କୁ ସରକାରଙ୍କ ଭେଟି । ମଙ୍ଗଳବାର ମଧ୍ୟ ରାତ୍ରୀରୁ ଘାଟିରେ ପୁଣିଥରେ ଆରମ୍ଭ ହେଲା ଏସ୍‌ଏମ୍‌ଏସ୍‌ ସେବା । ଡିସେମ୍ବର ୩୧ ରାତି ୧୨ଟାରୁ ଜମ୍ମୁ-କଶ୍ମୀରରେ ଏସ୍‌ଏମ୍‌ଏସ୍‌ ସେବା ଲାଗୁ କରାଯାଇଛି ବୋଲି ଜଣାପଡ଼ିଛି ।

ସେଠାକାର ଲୋକେ ଏସ୍‌ଏମ୍‌ଏସ୍‌ ଜରିଆରେ ସମସ୍ତଙ୍କୁ ନୂଆବର୍ଷର ଶୁଭକାମନା ଜଣାଇଛନ୍ତି । ଏନେଇ ଜମ୍ମୁ-କଶ୍ମୀର ପ୍ରିନ୍ସିପାଲ ସେକ୍ରେଟାରୀ ରୋହିତ କାନସାଲ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟାଯିବା ପରେ ଘାଟିରେ ସୁରକ୍ଷା ଦୃଷ୍ଟିରୁ ଗତ ଅଗଷ୍ଟରୁ ଇଣ୍ଟରନେଟ ସେବା ଓ ଏସ୍‌ଏମ୍‌ଏସ୍‌ ସେବା ବନ୍ଦ କରିଦିଆଯାଇଥିଲା । ସେବଟେ ସରକାରୀ ଡାକ୍ତରଖାନା ମାନଙ୍କରେ ଇଣ୍ଟରନେଟ ସେବାକୁ ମଧ୍ୟ ଆରମ୍ଭ କରାଯାଇଛି ।ବର୍ଷ ।

ନୂଆବର୍ଷ ରାତିରେ ସେଲିବ୍ରେସନ ନିଶାରେ ତଣ୍ଡ ଗଣିଲେ

ଭୁବନେଶ୍ୱର: ନୂଆବର୍ଷ ସେଲିବ୍ରେସନରେ ନିଶା ସେବନ ପଡିଲା ମହଙ୍ଗା । ତଣ୍ଡ ଗଣିଲେ ରାଜଧାନୀବାସୀ । ରାତି ଅଧରେ ମଦ ପିଇ ଗାଡ଼ି ଚଲାଉଥିବାରୁ ଗଣିବାକୁ ପଡ଼ିଛି ତଣ୍ଡ । ସହରର ପ୍ରମୁଖ ଛକ ମାନଙ୍କରେ ଚାଲିଥିଲା ଜୋରଦାର ଚେକିଂ ।

ବିଭିନ୍ନ ଛକ ମାନଙ୍କରେ ନିୟୋଜିତ ହୋଇଥିଲେ ବରିଷ୍ଠ ଟ୍ରାଫିକ୍‌ ଏବଂ ପୋଲିସ ଅଧିକାରୀ ମାନେ ।  ଯେମିତି ରାଜଧାନୀ ଭିତରେ କୌଣସି ପ୍ରକାରର ଅସୁବିଧା ନହେବ ସେଥିପ୍ରତି ପୁରା କଡ଼ା ନଜର ରାଖାଯାଇଥିଲା ।

ନୂଆବର୍ଷରେ ମଦ ଦୋକାନ ଅଧିକ ସମୟ ପର୍ଯ୍ୟନ୍ତ ଖୋଲା ରହିବ ବୋଲି ପୂର୍ବରୁ ସୂଚନା ଦିଆଯାଇଥିଲା । କିନ୍ତୁ ରାସ୍ତାରେ ମଦ ପିଇ ଗାଡ଼ି ଚଲାଇବା ଉପରେ ପୁରା କଟକଣା ଲଗାଇଥିଲା କମିଶନରେଟ ପୋଲିସ । ସେପଟେ ନାଲ୍‌କୋ ଛକରେ ଭୁବନେଶ୍ୱର ଡିସିପି ଓ ଟ୍ରାଫିକ ଡିସିପି ଜୋରଦାର ଚେକିଂ କରୁଥିଲେ   ।

 

ବାଲୁକା କଳାରେ ନୂଆବର୍ଷକୁ ସ୍ୱାଗତ କରିଲେ, ଦେଲେ ‘ଗୋ ଗ୍ରୀନ୍‌ର’ ବାର୍ତ୍ତା

ପୁରୀ: ନୂଆବର୍ଷକୁ ସ୍ୱାଗତ କରି ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ବାଲୁକା କଳା ନିର୍ମାଣ କରିଛନ୍ତି । ଏଥିରେ ସମସ୍ତଙ୍କୁ ନୂଆବର୍ଷର ଶୁଭକାମନା ଜଣାଇଛନ୍ତି ।

୨୦୨୦ ବର୍ଷର ପବିତ୍ର କାର୍ତ୍ତିକ ମାସରେ ପଡୁଥିବା ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ ବାଲୁକା କଳାରେ ସ୍ଥାନ ପାଇଛି । ଏଥିସହିତ ବାତ୍ୟା ଫନି ଦ୍ଵାରା ଘଟିଥିବା କ୍ଷୟକ୍ଷତିକୁ ମନେ ପକାଇ ପରିବେଶ ସନ୍ତୁଳନ ରକ୍ଷା ପାଇଁ ‘ଗୋ ଗ୍ରୀନ୍‌’ର ବାର୍ତ୍ତା ଦେଇଛନ୍ତି ସୁଦର୍ଶନ । ଏହି ବାଲୁକା କଳା ଦେଖିବା ପାଇଁ ପୁରୀ ବେଳାଭୂମିରେ ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କ ଭିଡ଼ ଲାଗିଛି ।

ନୂଆ ବର୍ଷରେ ସୂର୍ଯ୍ୟଙ୍କ ପ୍ରଥମ କିରଣ ସହ ମହାପ୍ରଭୁଙ୍କୁ ଦର୍ଶନ କରି ଶ୍ରଦ୍ଧାଳୁ ଆରମ୍ଭ କଲେ ଦିନ

ପୁରୀ: ସ୍ୱାଗତଂ ୨୦୨୦। ନୂଆ ବର୍ଷ ନୂଆ ଆଶା ନେଇ ଆସିଛି ସକାଳର ସୂର୍ଯ୍ୟ । ପୁରୁଣା ବର୍ଷକୁ ବିଦାୟ ଦେବା ସହ ସବୁ ତିକ୍ତତାକୁ ଭୁଲି ପରସ୍ପରକୁ ଜଣାଇଛନ୍ତି ନୂଆ ବର୍ଷର ଶୁଭେଚ୍ଛା । ଜିରୋ ନାଇଟ ସେଲିବ୍ରେସନରେ ନାଚି ଝୁମି ୨୦୧୯ ବର୍ଷକୁ ବିଦାୟ ଦେଇଛନ୍ତି ।

ଏଥିପାଇଁ ସବୁ ହୋଟେଲରେ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥିଲା । ଏଥିପାଇଁ ପୁରୀରେ ଲାଗିଛି ଭକ୍ତଙ୍କ ପ୍ରବଳ ଗହଳି । ରାତି ଗୋଟାଏରୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ସେପଟେ ଶ୍ରୀଜିଉଙ୍କ ଦର୍ଶନରୁ ବର୍ଷ ଆରମ୍ଭ କରିଛନ୍ତି ଶ୍ରଦ୍ଧାଳୁ । ସେପଟେବର୍ଷର ପ୍ରଥମ ଦିନରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି ୫ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ୍‌। ଆଜି ସକାଳୁ ପୁରୀରେ ପହଞ୍ଚି ସେ ଶ୍ରୀମନ୍ଦିର ଯାଇଥିଲେ। ସେଠାରେ ଶ୍ରୀଜିଉଙ୍କୁ ସେ ସପରିବାରେ ଦର୍ଶନ କରିଛନ୍ତି ।

ସେହିପରି ଚନ୍ଦ୍ରଭାଗାରେ ବର୍ଷର ପ୍ରଥମ ସୂର୍ଯ୍ୟୋଦୟ ଦେଖିଛନ୍ତି ହଜାର ହଜାର ଭକ୍ତ ।