ଡାକ୍ତରଖାନାରେ ରୋଗୀଙ୍କର ଚିକିତ୍ସା ଅବହେଳାରୁ ମୃତ୍ୟୁ

ଭଦ୍ରକ: ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁକୁ ନେଇ ଭଦ୍ରକ ମେଡିକାଲରେ ଉତ୍ତେଜନା । ଡ୍ୟୁଟିରେ ଥିବା ନର୍ସ ଟଙ୍କା ନେବା ସହ ଚିକିତ୍ସାରେ ଅବହେଳା ଅଭିଯୋଗ ଆଣିଛନ୍ତି ପରିବାର ଲୋକ ।

ତିହିଡି ଗୋପସାହିର ପ୍ରଶାନ୍ତ ନାୟକଙ୍କ ସ୍ତ୍ରୀ ପାରିବାରିକ କଳହକୁ ନେଇ ବିଷ ପିଇ ଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ତିହିଡି ମେଡିକାଲ ଓ ପରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।

ତେବେ ଅବସ୍ଥା ଗୁରୁତର ହେବାରୁ ତୁରନ୍ତ ଚିକିତ୍ସା ପାଇଁ ଡ୍ୟୁଟିରେ ଥିବା ନର୍ସଙ୍କୁ କହିବାରୁ ସେ ଟଙ୍କା ମାଗିଥିଲେ ବୋଲି ପରିବାର ଲୋକ କହିଛନ୍ତି । ପରେ ଚିକିତ୍ସା ହୋଇନପାରିବାରୁ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଟଣାକୁ ନେଇ ମେଡିକାଲ ପରିସରରେ ଅଶାନ୍ତି ଦେଖାଦେଇଥିଲା । ଏନେଇ ଡାକ୍ତର ଓ ନର୍ସଙ୍କ ଠାରୁ କୈାଣସି ପ୍ରତିକ୍ରିୟା ମିଳିପାରିନାହିଁ ।

Leave a Reply