ଅପରେସନ ପରେ ଅବହେଳା ଏବଂ ମୃୃତ୍ୟୁର ଅଭିଯୋଗ, ଛେଚା ଖାଇଲେ ଡାକ୍ତର

ବ୍ରହ୍ମପୁର: ବୈଦନାଥପୁର ଗୁରୁଦେବ ହସ୍ପିଟାଲରେ ଉତ୍ତେଜନା । ଡାକ୍ତରଙ୍କୁ ରୋଗୀଙ୍କ ସଂପର୍କୀୟ ମାଡ଼ ମାରିଥିବା ଅଭିଯୋଗ ହୋଇଛି ।  ଚିକିତ୍ସା ଆବହେଳା ଯୋଗୁଁ ମହିଳାଙ୍କ ମୃତ୍ୟୁ ଅଭିଯୋଗ  ।

ଘଟଣାକୁ ନେଇ ରାତି ତମାମ ହସ୍ପିଟାଲ ପରିସରରେ ଉତ୍ତେଜନା ଲାଗି ରହିଥିଲା । ତେବେ ଖବର ପାଇ ପୋଲିସ ପହଞ୍ଚି ହସ୍ପିଟାଲ ମାଲିକ ଓ ଡାକ୍ତର ପ୍ରଭାତ ପାଣିଗ୍ରାହୀଙ୍କୁ ଉଦ୍ଧାର କରିଛି । ସେମାନଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

ସୂଚନା ଅନୁଯାୟୀ, ଗତକାଲି ମହିଳା ଜଣକ ତାଙ୍କର ଆପେଣ୍ଡିକ୍ସ ଅପରେସନ ପାଇଁ ଗୁରୁଦେବ ହସ୍ପିଟାଲକୁ ଆସିଥିଲେ । ସେଠାରେ ତାଙ୍କର ଅପରେସନ ମଧ୍ୟ ହୋଇଥିଲା ।

କିନ୍ତୁ ଅପରେସନ ପରେ ହଠାତ ତାଙ୍କର ଦେହ କୋଲାପ୍ସ ହୋଇଯାଇଥିଲା । ଏବଂ ପରବର୍ତ୍ତି ସମୟରେ ମହିଳାଙ୍କର ମୃତ୍ୟୁ ହୋଇଛି । ଏନେଇ ଚିକିତ୍ସା ଅବହେଳାରୁ ମହିଳାଙ୍କର ମୃତ୍ୟୁ ହୋଇଛି ବୋଲି ପରିବାର ଲୋକ ହସ୍ପିଟାଲର ମାଲିକ ଏବଂ ଡାକ୍ତରଙ୍କୁ ମାଡ଼ ମାରିବା ସହ ଅଭିଯୋଗ ମଧ୍ୟ କରିଛନ୍ତି । 

Leave a Reply