ଦୋକାନ ଆଗରେ ଅଳିଆ ପକାଇ ଅପରିଷ୍କାର କଲେ ଦେବାକୁ ପଡ଼ୁଛି ୫ ହଜାର ଟଙ୍କା ଜରିମାନା

ଗଞ୍ଜାମ: ବୁଲେଟରେ ବୁଲିଲେ ବିଜୟ । ବ୍ରହ୍ମପୁରର ବିଭିନ୍ନ ଅଞ୍ଚଳରେ ପରିମଳ ଓ ସ୍ୱଚ୍ଛତାର ସମୀକ୍ଷା କରିଲେ । ପ୍ରଥମେ ଚାଲିଚାଲି, ସାଇକେଲ ଆଉ ଏବେ ବୁଲେଟରେ ବୁଲିଛନ୍ତି ବ୍ରହ୍ମପୁର ଜିଲ୍ଲାପାଳ । କାରିଣୀ ସାହି ଛକରେ ଦୋକାନ ଆଗରେ ଅଳିଆ ପକାଇବା ଓ ଅପରିଷ୍କାର କରିଥିବାରୁ ଦୋକାନୀଙ୍କୁ ୫ ହଜାର ଟଙ୍କା ଜରିମାନା ଲଗାଇଛନ୍ତି । ନିଜ ବାସଭବନରୁ ବାହାରି ଅପର ବସଷ୍ଟାଣ୍ଡ, ମୁଖ୍ୟବଜାର, ରିକାପଲ୍ଲୀ ଓ ଲୋୟର ବସଷ୍ଟାଣ୍ଡ ବୁଲିଥିଲେ ।  ସେହିପରି ଛତ୍ରପୁର ଠାକୁରାଣୀ ମନ୍ଦିର ରୋଡ ଏବଂ ବଡ଼ ବଜାରର କିଛି ଦୋକାନରେ ସ୍ୱଚ୍ଛତା ସହ ପଲିଥିନ ନ ରଖିବାକୁ କହିଥିଲେ । ନିଜର ନିଆରା ଅନ୍ଦାଜରେ ସମୀକ୍ଷା କରିବାକୁ ନେଇ ଏବେ ଚର୍ଚ୍ଚାରେ ବ୍ରହ୍ମପୁର ଜିଲ୍ଲପାଳ ବିଜୟ ଅମୃତ କୁଲାଙ୍ଗ ।

Leave a Reply