କରୋନାଭାଇରସ୍ ଆତଙ୍କ : ଦେଶରେ ୩୫୭୭ ସଂକ୍ରମିତ, ୮୩ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ କରୋନାଭାଇରସ୍ ବିସ୍ତାର ଜାରି ରହିଛି। ଏବେ ସୁଦ୍ଧା ଭାରତରେ କରୋନାଭାଇରସ ଯୋଗୁଁ ୮୩ ଜଣଙ୍କର ମୃତ୍ୟୁ ହୋଟିଛି ଏବଂ ୩୫୭୭ ଜଣ  ସଂକ୍ରମଣର ଶିକାର ହୋଇଛନ୍ତି। ଏଥିମଧ୍ୟରୁ ଏବେ ୩୨୧୯ ଜଣଙ୍କଠାରେ ଭାଇରସ  ସକ୍ରିୟ ଅଛି ।  ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୫୦୫ ନୂଆ ରୋଗୀ ଚିହ୍ନଟ ହୋଇଥିବା ବେଳେ  ଏହି ରୋଗରୁ ସୁସ୍ଥ ହୋଇ ଘରକୁ ଫେରିବା ରୋଗୀଙ୍କ ସଂଖ୍ୟା ୨୭୫ ରହିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ,  ଦେଶର ୨୯ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ କରୋନା ବ୍ୟାପିଛି । ଏପର୍ଯ୍ୟନ୍ତ ୩୫୭୭ଟି ମାମଲା ସାମ୍ନାକୁ ଆସିଛି। ଏଥିମଧ୍ୟରେ ୬୫ ଜଣ ବିଦେଶୀ ରୋଗୀ ଅଛନ୍ତି।

ମହାରାଷ୍ଟ୍ରରେ ସର୍ବାଧିକ ୪୯୦ ଜଣ କରୋନା ସଂକ୍ରମିତ ହୋଇଛନ୍ତି ଏବଂ ୨୪ ଜଣଙ୍କର ମୃତ୍ୟୁ ହୋଇଛି। ତାମିଲନାଡୁରେ ୪୮୫ ଜଣ ସଂକ୍ରମିତ ହୋଇଛନ୍ତି ଏବଂ ତିନି ଜଣଙ୍କ ମୃତ୍ୟୁ ହୋଇଛି । ତାମିଲନାଡୁ ଏବେ ଦ୍ବିତୀୟ ସ୍ଥାନରେ ରହିଛି । ଏହା ପରେ ଦିଲ୍ଲୀରେ ସର୍ବାଧିକ ୪୪୫ ଲୋକେ ସଂକ୍ରମିତ ହୋଇଛନ୍ତି ଏବଂ ୬ଜଣଙ୍କର ମୃତ୍ୟୁ ହୋଇଛି। କେରଳରେ ୩୦୬ ଜଣ ସଂକ୍ରମିତ ହୋଇଛନ୍ତି ଏବଂ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ରାଜସ୍ଥାନରେ ୨୦୦ ଲୋକେ ସଂକ୍ରମିତ ହୋଇଛନ୍ତି । ଉତ୍ତରପ୍ରଦେଶରେ୨୨୭ ଲୋକେ ସଂକ୍ରମିତ ହୋଇଛନ୍ତି।

ଆନ୍ଧ୍ରପ୍ରଦେଶରେ ୧୬୧ ଜଣ ଏବଂ କର୍ଣ୍ଣାଟକରେ ୧୪୪ ଜଣ ସଂକ୍ରମିତ ହୋଇଛନ୍ତି ଏବଂ ୫ ଜଣଙ୍କର ମୃତ୍ୟୁ ହୋଇଛି। ତେଲେଙ୍ଗାନାରେ ୨୬୯ , ମଧ୍ୟପ୍ରଦେଶରେ ୧୦୪ ଏବଂ ଗୁଜରାଟରେ ୧୦୫ ଜଣ ସଂକ୍ରମିତ ହୋଇଛନ୍ତି । ଏହା ସହ ପଞ୍ଜାବରେ ପାଞ୍ଚ ଜଣ, ପଶ୍ଚିମବଙ୍ଗରେ ତିନିଜଣ, କେରଳ, ଜାମ୍ମୁ କାଶ୍ମୀର ଏବଂ ଉତ୍ତରପ୍ରଦେଶରେ ଦୁଇଜଣ ସଂକ୍ରମିତ ହୋଇଛନ୍ତି । ବିହାର ଏବଂ ହିମାଚଳ ପ୍ରଦେଶରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି।

Leave a Reply