spot_img
Home Blog Page 7401

ଚର୍ଚ୍ଚାରେ ଭୂମିଙ୍କ ନୂଆ ଅବତାର୍

ମୁମ୍ବାଇ: ନିକଟରେ ନୂଆବର୍ଷକୁ ସ୍ୱାଗତ କରିବାକୁ ସମସ୍ତେ ନିଜ ମନମୁତାବାକ ସ୍ଥାନ ବୁଲି, ମଜା ମସ୍ତି କରି ଏହି ଦିନକୁ ନିଆରା କରିବାକୁ ଚାହାଁନ୍ତି । ସେହିପରି ବଲିଉଡ୍ ଅଭିନେତ୍ରୀ

ଭୂମି ପେଡନେକର ମଧ୍ୟ ଏକ ସମୁଦ୍ର କୂଳରେ ନିଜର ନୂଆବର୍ଷ ଛୁଟିଦିନକୁ ଉପଭୋଗ କରିଛନ୍ତି । ଯାହାର ଫଟୋ ଓ ଭିଡିଓ ସୋସିଆଲ୍ ମିଡିଆରେ ବେସ୍ ଭାଇରାଲ୍ ହୋଇଛି ।

 

ନିକଟରେ ଭୂମି ସୋସିଆଲ୍ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଥିଲେ । ସେଥିରେ ସେ ନିଜର କିଛି ଅନ୍ତରଙ୍ଗ ବନ୍ଧୁଙ୍ଗ ସହ ମସ୍ତି କରୁଥିବା ନଜର ଆସିଥିଲେ। ସେମାନଙ୍କ ମଧ୍ୟରେ ତାଙ୍କ ଭଉଣୀ ସମୀକ୍ଷା ପେଡନେକର୍ ମଧ୍ୟ ସାମିଲ ଥିଲେ ।

https://www.instagram.com/p/B6vf6vFJ8TN/

ତେବେ ଏଥିରେ ସେ ଏକ ବଟଲ୍ ଗ୍ରୀନ୍ କଲର୍ ବିକିନି ପିନ୍ଧିଥିବା ଦେଖିବାକୁ ମିଳିଛି । ଭୂମିଙ୍କୁ ଏମିତି ଗେଟଅପ୍ ରେ ଦେଖିବା ଏକ କ୍ୱଚିତ୍ କଥା । ଏହା ତାଙ୍କ ଫ୍ୟାନ ଫଲୋଇଙ୍ଗ୍ ମାନଙ୍କୁ ଚମକାଇ ଦେଇଛି । ତେବେ ଏଥିରେ ତାଙ୍କୁ ବହୁତ ଭଲ ରେସପନ୍ସ ମିଳିଛି ।

ଦିଲ୍ଲୀ ପୀରଗଡ଼ କାରଖାନାରେ ନିଆଁ ଲାଗିବା ପରେ ଧସିଲା କୋଠା

ନୂଆଦିଲ୍ଲୀ: ଗୁରୁବାର ପାହାନ୍ତାରେ ଦିଲ୍ଲୀର ପୀରଗଡ଼ି ଅଞ୍ଚଳର ଏକ କାରଖାନାରେ ଲାଗିଥିବା ନିଆଁ ଯୋଗୁଁ ଉକ୍ତ ବିଲଡିଂଟି ଭାଙ୍ଗିପଡ଼ିଛି । ନିଆଁ ଲିଭାଇବା ବେଳେ କାରଖାନା ଭିତରେ ଥିବା ୧୩ ଜଣ ଅଗ୍ନିଶମ କର୍ମଚାରୀଙ୍କ ସମେତ  ୧୪ ଜଣ ବ୍ୟକ୍ତି ଏଥିରେ ଆହତ ହୋଇଥିବା ଅଗ୍ନିଶମ ବିଭାଗ ସୂଚନା ଦେଇଛନ୍ତି । ଜଣେ ଅଗ୍ନିଶମ କର୍ମଚାରୀ ପୋତି ହୋଇ ରହିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି ।

ଉଦ୍ୟୋଗ ନଗର ଅନ୍ତର୍ଗତ ପୀରଗଡ଼ି ଠାରେ ଥିବା ଗୋଟାଏ କାରଖାନାରେ ଭୋର୍ ୪.୨୮ ବେଳେ ନିଆଁ ଲାଗିଥିବା ଖୂର ମିଳିଥି୍ଲା । ନିଆଁ ଲିଭା ଓ ଉଦ୍ଧାର କାର୍ଯ୍ୟଲାଗି ସେଠାକୁ ୭ଟି ଦମକଳ ପଠାଯାଇଥିଲା ବୋଲି ଦିଲ୍ଲୀ ଅଗ୍ନିଶମ ସେବାର ନିର୍ଦ୍ଦେଶକ ଅତୁଳ ଗର୍ଗ ସୂଚନା ଦେଇଛନ୍ତି । କିନ୍ତୁ ପରେ ଏକ ବିସ୍ଫୋରଣ ଘଟିବାରୁ ସେ କୋଠାଘରଟି ଭାଙ୍ଗି ପଡ଼ିଲା । ଫଳରେ ଅଗ୍ନିଶମ କର୍ମଚାରୀଙ୍କ ସମେତ କେତେକ ଲୋକ ସେଥିରେ ଅଟକି ରହିଯାଇଛନ୍ତି। ସେମାନଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଚାଲିଛି।

ଚାରି ତାଲାବିଶିଷ୍ଟ ଏହି କୋଠାରେ ଲାଗିଥିବା ନିଆଁ ଲିଭାଇବାକୁ ଅନ୍ୟୂନ ୩୫ଟି ଦମକଳ ନିୟୋଜିତ ହୋଇଥିଲେ।

ଘଟଣାରେ ଉଦ୍‌ବେଗ ପ୍ରକାଶ କରିବା ସହ ପରିସ୍ଥିତି ଉପରେ ଦୃଷ୍ଟି ରଖିଥିବା କଥା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ କହିଛନ୍ତି । ସେ ଟୁଇଟ୍‌ କରି କହିଛନ୍ତି ଯେ, ଏ କଥା ଶୁଣି ସେ ଅନ୍ୟନ୍ତ ଦୁଃଖିତ । ପରିସ୍ଥିତି ଉପରେ ନଜର ରଖିଛି। ଅଗ୍ନିଶମ କର୍ମଚାରୀମାନେ ପାରୁପର୍ଯ୍ୟନ୍ତ ଉଦ୍ୟମ ଚଳାଇଛନ୍ତି। ଭଗ୍ନସ୍ତୁପ ମଧ୍ୟରେ ରହିଯାଇଥିବା ବ୍ୟକ୍ତିମାନଙ୍କ ସୁରକ୍ଷା ନିମନ୍ତେ ପ୍ରାର୍ଥନା କରୁଛି ।

ଦେଶର ବିଭିନ୍ନ ସ୍ଥାନକୁ ପୂର୍ବତଟ ରେଳପଥ ପକ୍ଷରୁ ଶୀତକାଳୀନ ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ୱର: ନିୟମିତ ଟ୍ରେନ ମାନଙ୍କରେ ମାତ୍ରାଧିକ ଭିଡକୁ ଏଡ଼ାଇବା ସହ ସୁବିଧାରେ ଯାତ୍ରାପାଇଁ ରେଳବାଇର ସ୍ୱତନ୍ତ୍ର ଟ୍ରେନ ବ୍ୟବସ୍ଥା । ସୀତା ଋତୁରେ ପୂର୍ବତଟ ରେଳପଥ ଦ୍ୱାରା ଏବଂ ଏହାର ପରିସୀମା ମଧ୍ୟଦେଇ ୧୬ଜଡ଼ା ସ୍ୱତନ୍ତ୍ର ଟ୍ରେନ ଚାଲୁଛି I ଅନ୍ୟ ଟ୍ରେନ ମାନଙ୍କରେ ପ୍ରତିକ୍ଷ୍ୟାରେ ଥିବା ଯାତ୍ରୀ ସ୍ୱତନ୍ତ୍ର ଟ୍ରେନରେ କନଫର୍ମ ଟିକେଟ ପାଇପାରିବେ I  ହାୱଡ଼ା ଦିଗକୁ ସ୍ୱତନ୍ତ୍ର ଟ୍ରେନ-

ହାୱଡ଼ା କିମ୍ବା କୋଲକତାକୁ ଯାତ୍ରା କରିବାକୁ ଯାତ୍ରୀମାନେ ହାୱାଡ଼ା କିମ୍ବା ସନ୍ତ୍ରାଗାଛି/ଶାଲିମାର/କୋଲକାତାକୁ ଚଳାଚଳ କରୁଥିବା ଟ୍ରେନ ମାନଙ୍କରେ ଟିକେଟ ନେଇ ପାରିବେ । ୦୮୪୦୩/୦୮୪୦୪ ପୁରୀ-ସନ୍ତ୍ରାଗାଛି-ପୁରୀ ସ୍ୱତନ୍ତ୍ର ଟ୍ରେନ ପୁରୀ ଠାରୁ ମାର୍ଚ୍ଚ ମାସ ୨୭ ତାରିଖ ପର୍ଯ୍ୟନ୍ତ ପ୍ରତି ଶୁକ୍ରବାର ଦିନ ଏବଂ ସନ୍ତ୍ରାଗାଛି ଠାରୁ ମାର୍ଚ୍ଚ ମାସ ୨୮ ତାରିଖ ପର୍ଯ୍ୟନ୍ତ ପ୍ରତି ଶନିବାର ଦିନ ଚଳାଚଳ କରିବ ।ସେହିପରି ୦୮୦୩୭/୦୮୦୩୮ ଶାଲିମାର-ପୁରୀ-ସନ୍ତ୍ରାଗାଛି ସ୍ୱତନ୍ତ୍ର ଟ୍ରେନ ଶାଲିମାର ଠାରୁ ଜାନୁଆରୀ ମାସ ୧୭ ତାରିଖ ପର୍ଯ୍ୟନ୍ତ ପ୍ରତି ଶୁକ୍ରବାର ଦିନ ଏବଂ ପୁରୀ ଠାରୁ ଜାନୁୟାରୀ ମାସ ୧୮ ତାରିଖ ପର୍ଯ୍ୟନ୍ତ ପ୍ରତି ଶନିବାର ଦିନ ଛାଡ଼ୁଛି ।

ଏହାବ୍ୟତୀତ ୦୩୧୦୧/୦୩୧୦୨ କୋଲକାତା-ପୁରୀ-କୋଲକାତା ସ୍ୱତନ୍ତ୍ର ଟ୍ରେନ୍ କୋଲକାତା ଠାରୁ ଜାନୁଆରୀ ମାସ ୨୫ ତାରିଖ ପର୍ଯ୍ୟନ୍ତ ପ୍ରତି ଶନିବାର ଏବଂ ପୁରୀ ଠାରୁ ଜାନୁଆରୀ ମାସ ୨୬ ତାରିଖ ପର୍ଯ୍ୟନ୍ତ ପ୍ରତି ରବିବାର ଚଳାଚଳ କରିବ ।ବେଙ୍ଗୁଳୁରୁ ଦିଗକୁ ସ୍ୱତନ୍ତ୍ର ଟ୍ରେନ୍-

ଟିଟିଲାଗଡ଼-ରାୟଗଡା ମାର୍ଗ ଦେଇ ସମ୍ବଲପୁର ଓ ବନସୱାଡି (ବେଙ୍ଗଳୁରୁ) ମଧ୍ୟରେ ୦୮୩୦୧/୦୮୩୦୨ ସ୍ୱତନ୍ତ୍ର ଟ୍ରେନ୍ ସମ୍ବଲପୁର ଠାରୁ ପ୍ରତି ବୁଧବାର ଦିନ ମାର୍ଚ୍ଚ ମାସ ୨୫ ତାରିଖ ପର୍ଯ୍ୟନ୍ତ ଏବଂ ବନସୱାଡି ଠାରୁ ପ୍ରତି ଗୁରୁବାର ଦିନ ମାର୍ଚ୍ଚ ମାସ ୨୬ ତାରିଖ ପର୍ଯ୍ୟନ୍ତ ଚଳାଚଳ କରିବ ।

ସମ୍ବଲପୁର-ଟିଟିଲାଗଡ଼-ରାୟଗଡ଼ା ମାର୍ଗ ଦେଇ ହଟିଆ ଓ ବେଙ୍ଗଳୁରୁ ମଧ୍ୟରେ ୦୮୬୩୫/୦୮୬୩୬ ସ୍ୱତନ୍ତ୍ର ଟ୍ରେନ୍ ହଟିଆ ଠାରୁ ପ୍ରତି ଶୁକ୍ରବାର ଦିନ ଫେବ୍ରୁଆରୀ ମାସ ୨୮ ତାରିଖ ପର୍ଯ୍ୟନ୍ତ ଏବଂ ବେଙ୍ଗଳୁରୁ ଠାରୁ ପ୍ରତି ରବିବାର ଦିନ ମାର୍ଚ୍ଚ ମାସ ପହିଲା ଯାଏଁ ଚଳାଚଳ କରିବ ।ସିକନ୍ଦରାବାଦକୁ ସ୍ୱତନ୍ତ୍ର ଟ୍ରେନ

ଭୁବନେଶ୍ୱର ଓ ସିକନ୍ଦରାବାଦ ମଧ୍ୟରେ ୦୮୪୦୭/୦୮୪୦୮ ଭୁବନେଶ୍ୱର-ସିକନ୍ଦରାବାଦ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ ଭୁବନେଶ୍ୱର ଠାରୁ ପ୍ରତି ଗୁରୁବାର ଦିନ ମାର୍ଚ୍ଚ ମାସ ୨୬ ତାରିଖ ପର୍ଯ୍ୟନ୍ତ ଏବଂ ସିକନ୍ଦରାବାଦ ଠାରୁ ପ୍ରତି ଶୁକ୍ରବାର ଦିନ ମାର୍ଚ୍ଚ ମାସ ୨୭ ତାରିଖ ପର୍ଯ୍ୟନ୍ତ ଚଳାଚଳ କରିବ । ୦୭୪୩୮/୦୭୪୩୭ କଚେଗୁଡା (ସିକନ୍ଦରାବାଦ)-ଟାଟା-କଚେଗୁଡା ସ୍ୱତନ୍ତ୍ର ଟ୍ରେନ (କେନ୍ଦୁଝରଗଡ଼-ବ୍ରହ୍ମପୁର ମାର୍ଗ ଦେଇ) କଚେଗୁଡା ଠାରୁ ପ୍ରତି ସୋମବାର ମାର୍ଚ୍ଚ ମାସ ୩୦ ତାରିଖ ପର୍ଯ୍ୟନ୍ତ ଏବଂ ଟାଟା ଠାରୁ ପ୍ରତି ମଙ୍ଗଳବାର ଦିନ ମାର୍ଚ୍ଚ ମାସ ୩୧ ତାରିଖ ପର୍ଯ୍ୟନ୍ତ ଚଳାଚଳ କରିବ ।

ସେହିପରି ୦୭୧୪୮/୦୭୧୪୭ ଶ୍ରୀକାକୁଲମ-କଚେଗୁଡା-ଶ୍ରୀକାକୁଲମ ସ୍ୱତନ୍ତ୍ର ଟ୍ରେନ କଚେଗୁଡାଠାରୁ ପ୍ରତି ରବିବାର ଦିନ ଫେବ୍ରୁଆରୀ ମାସ ୨୩ ତାରିଖ ପର୍ଯ୍ୟନ୍ତ ଏବଂ ଶ୍ରୀକାକୁଲମ ଠାରୁ ପ୍ରତି ସୋମବାର ଦିନ ଫେବ୍ରୁଆରୀ ମାସ ୨୪ ତାରିଖ ପର୍ଯ୍ୟନ୍ତ ଚଳାଚଳ କରିବ । ୦୮୫୦୧/୦୮୫୦୨ ବିଶାଖାପାଟଣା-ସିକନ୍ଦରାବାଦ-ବିଶାଖାପାଟଣା ସ୍ୱତନ୍ତ୍ର ଟ୍ରେନ ବିଶାଖାପାଟଣାଠାରୁ ପ୍ରତି ମଙ୍ଗଳବାର ଦିନ ମାର୍ଚ୍ଚ ମାସ ୩୧ ତାରିଖ ପର୍ଯ୍ୟନ୍ତ ଏବଂ ସିକନ୍ଦରାବାଦ ଠାରୁ ପ୍ରତି ବୁଧବାର ଏପ୍ରିଲ ମାସ ପହିଲା ପର୍ଯ୍ୟନ୍ତ ଚଳାଚଳ କରିବ ।ତିରୁପତିକୁ ସ୍ୱତନ୍ତ୍ର ଟ୍ରେନ-

୦୮୫୭୩/୦୮୫୭୪ ବିଶାଖାପାଟଣା-ତିରୁପତି-ବିଶାଖାପାଟଣା ସ୍ୱତନ୍ତ୍ର ଟ୍ରେନ ବିଶାଖାପାଟଣାଠାରୁ ପ୍ରତି ସୋମବାର ଦିନ ମାର୍ଚ୍ଚ ମାସ ୩୦ ତାରିଖ ପର୍ଯ୍ୟନ୍ତ ଏବଂ ତିରୁପତି ଠାରୁ ପ୍ରତି ମଙ୍ଗଳବାର ଦିନ ମାର୍ଚ୍ଚ ମାସ ୩୧ ତାରିଖ ପର୍ଯ୍ୟନ୍ତ ଚଳାଚଳ କରିବ । ୦୬୦୧୬/୦୭୪୭୯ କଚେଗୁଡା-ଶ୍ରୀକାକୁଲମ-ତିରୁପତି ସ୍ୱତନ୍ତ୍ର ଟ୍ରେନ କଚେଗୁଡାଠାରୁ ମାର୍ଚ୍ଚ ମାସ ୨୫ ତାରିଖ ପର୍ଯ୍ୟନ୍ତ ମଙ୍ଗଳବାର ଦିନ ଶ୍ରୀକାକୁଲମକୁ ଏବଂ ଶ୍ରୀକାକୁଲମ ଠାରୁ ଫେବ୍ରୁଆରୀ ମାସ ୨୬ ତାରିଖ ପର୍ଯ୍ୟନ୍ତ ପ୍ରତି ବୁଧବାର ଦିନ ତିରୁପତି ଯାତ୍ରା କରିବ ।

ଚେନ୍ନାଇ ଦିଗକୁ ସ୍ୱତନ୍ତ୍ର ଟ୍ରେନ-

୦୮୪୨୧/୦୮୪୧୨ ସନ୍ତ୍ରାଗାଛି-ଚେନ୍ନାଇ-ସନ୍ତ୍ରାଗାଛି ସ୍ୱତନ୍ତ୍ର ଟ୍ରେନ, ସନ୍ତ୍ରାଗାଛି ଠାରୁ ମାର୍ଚ୍ଚ ୨୭ ତାରିଖ ପର୍ଯ୍ୟନ୍ତ ପ୍ରତି ଶୁକ୍ରବାର ଦିନ ଏବଂ ଚେନ୍ନାଇ ଠାରୁ ମାର୍ଚ୍ଚ ମାସ ୨୮ ତାରିଖ ପର୍ଯ୍ୟନ୍ତ ପ୍ରତି ଶନିବାର ଦିନ ଚଳାଚଳ କରିବ । ୦୬୦୫୮/୦୬୦୫୭ ଚେନ୍ନାଇ-ସନ୍ତ୍ରାଗାଛି-ଚେନ୍ନାଇ ସ୍ୱତନ୍ତ୍ର ଟ୍ରେନ ଚେନ୍ନାଇ ଠାରୁ ଫେବ୍ରୁଆରୀ ମାସ ୨୬ ତାରିଖ ପର୍ଯ୍ୟନ୍ତ ପ୍ରତି ବୁଧବାର ଦିନ ଏବଂ ସନ୍ତ୍ରାଗାଛି ଠାରୁ ମାର୍ଚ୍ଚ ମାସ ୨୭ ତାରିଖ ପର୍ଯ୍ୟନ୍ତ ପ୍ରତି ଗୁରୁବାର ଚଳାଚଳ କରିବ ।ସନ୍ତ୍ରାଗାଛି-ପୁଡୁଚେରୀ ସ୍ୱତନ୍ତ୍ର ଟ୍ରେନ

୦୬୦୧୦/୦୬୦୦୯ ପୁଡୁଚେରୀ-ସନ୍ତ୍ରାଗାଛି-ପୁଡୁଚେରୀ ସ୍ୱତନ୍ତ୍ର ଟ୍ରେନ ପୁଡୁଚେରୀ ଠାରୁ ଫେବ୍ରୁଆରୀ ମାସ ୨୯ ତାରିଖ ପର୍ଯ୍ୟନ୍ତ ପ୍ରତି ଶନିବାର ଦିନ ଛାଡ଼ିବାକୁ ଥିବା ବେଳେ ଏହା ସନ୍ତ୍ରାଗାଛି ଠାରୁ ମାର୍ଚ୍ଚ ମାସ ୨ ତାରିଖ ପର୍ଯ୍ୟନ୍ତ ପ୍ରତି ସୋମବାର ଦିନ ପୁଡୁଚେରୀକୁ ଯାତ୍ରା କରିବ ।

ସନ୍ତ୍ରାଗାଛି-କୋଏମ୍ବାଟୁର-ସନ୍ତ୍ରାଗାଛି ସ୍ୱତନ୍ତ୍ର ଟ୍ରେନ-

୮୦୮୧୩/୮୦୮୨୪ ସନ୍ତ୍ରାଗାଛି-କୋଏମ୍ବାଟୁର-ସନ୍ତ୍ରାଗାଛି ସ୍ୱତନ୍ତ୍ର ଟ୍ରେନ ସନ୍ତ୍ରାଗାଛି ଠାରୁ ଫେବ୍ରୁଆରୀ ମାସ ୨୬ ତାରିଖ ପର୍ଯ୍ୟନ୍ତ ପ୍ରତି ବୁଧବାର ଦିନ କୋଏମ୍ବାଟୁରକୁ ଯାତ୍ରା କରିବାକୁ ଥିବା ବେଳେ ଏହା କୋଏମ୍ବାଟୁରଠାରୁ ଫେବ୍ରୁଆରୀ ମାସ ୨୮ ତାରିଖ ପର୍ଯ୍ୟନ୍ତ ପ୍ରତି ଶୁକ୍ରବାର ଦିନ ସନ୍ତ୍ରାଗାଛିକୁ ଯାତ୍ରା କରିବ ।ବିଶାଖାପାଟଣା-ଆରକୁ ସ୍ୱତନ୍ତ୍ର ଟ୍ରେନ-

୦୮୫୧୭/୦୮୫୧୮ ବିଶାଖାପାଟଣା-ଆରକୁ-ବିଶାଖାପାଟଣା ସ୍ୱତନ୍ତ୍ର ଟ୍ରେନ ଜାନୁଆରୀ ମାସ ୨୬ ତାରିଖ ପର୍ଯ୍ୟନ୍ତ ଉଭୟ ଦିଗରୁ ସ୍ଥିରୀକୃତ ଦିନମାନଙ୍କରେ ଚଳାଚଳ କରିବାକୁ ରେଳବାଇ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

ସ୍ୱତନ୍ତ୍ର ଟ୍ରେନକୁ କିଭଳି ଜାଣିବେ ?

ନିୟମିତ ଟ୍ରେନ ମାନଙ୍କରେ ମାତ୍ରାଧିକ ଭିଡକୁ ଏଡ଼ାଇବାପାଇଁ ଯାତ୍ରୀମାନେ ସ୍ୱତନ୍ତ୍ର ଟ୍ରେନକୁ ପସନ୍ଦ କରିପାରନ୍ତି । ଯାହାଦ୍ୱାରା ଏଥିରେ କନଫର୍ମ ବର୍ଥ ମିଳିବାର ଆଶା ଅଧିକ ଥାଏ । ସ୍ୱତନ୍ତ୍ର ଟ୍ରେନ୍ ଗୁଡ଼ିକର ମୂଳ ସଂଖ୍ୟା ‘୦’ (ଶୂନ) କିମ୍ବା ‘୮’ରୁ ଆରମ୍ଭ ହୋଇଥାଏ । ଯାତ୍ରୀମାନେ ନ୍ୟାସନାଲ ଟ୍ରେନ୍ ଇନକ୍ୱାରୀ ସିଷ୍ଟମରେ (ଏନଟିଇଏସ) ମାଧ୍ୟମରେ କିମ୍ବା ଯାତ୍ରୀ ସଂରକ୍ଷଣ ପ୍ରଣାଳୀ ମାଧ୍ୟମରେ କିମ୍ବା ଷ୍ଟେସନ ଠାରେ ଥିବା ଅନୁସନ୍ଧାନ କେନ୍ଦ୍ରମାନଙ୍କରୁ ସୂଚନା ପାଇପାରିବେ ।

ନୂଆ ବର୍ଷରେ ମହଙ୍ଗା ମାଡ଼, ଟ୍ରେନ୍ ଭଡ଼ା ବଢ଼ାଇଲେ କେନ୍ଦ୍ର ସରକାର

ନେପାଳୀଙ୍କ ଭଳି ଦେଖାଯାଉଥିବାରୁ ପାସପୋର୍ଟ କାର୍ଯ୍ୟାଳୟରେ ହଟହଟ୍ଟା ହେଲେ ଦୁଇ ଭଉଣୀ

ହରିୟାଣା: ଚେହେରା ପାଇଁ ହଟହଟା ହେଲେ ଦୁଇ ଭଉଣୀ । ଭାରତରେ ଜନ୍ମ ହେଲେ, ବଡ଼ ହେଲେ, ପାଠ ବି ପଢ଼ିଲେ କିନ୍ତୁ ଯେତେବେଳେ ପାସପୋର୍ଟ ତିଆରି କରିବା ପାଇଁ ପାସପୋର୍ଟ କାର୍ଯ୍ୟାଳୟରେ ପହଞ୍ଚିଲେ ସେତେବେଳେ ଘଟିଲା ଏକ ଆଶ୍ଟର୍ଯ୍ୟ କରିଦେବା ଭଳି ଘଟଣା । ନେପାଳୀ ଭଳି ଦେଖାଯାଉଥିବାରୁ  ବିନା କୈଣସି କାଗଜପତ୍ର ଦେଖି ଅଫିସରେ ବସିଥିବା ଅଫିସର କେବଳ ତାଙ୍କ ଚେହେରା ଦେଖି ସେ ପାସପୋର୍ଟ ତିଆରି କରି ପାରିବେ ନାହିଁ ବୋଲି କହିଥିଲେ ।

ଏଭଳି ଘଟଣା ଦେଖିବାକୁ ମିଳିଛି ହରିୟାଣଆର ଅମ୍ବାଲା ସହରରେ । ପାସପୋର୍ଟ ତିଆରି କରିବା ପାଇଁ ଅମ୍ବାଲାରୁ ଚଣ୍ଡିଗଡ଼ ଯାଇଥିଲେ ଦୁଇ ଭଉଣୀ ସନ୍ତୋଷ ଏବଂ ସୁଷମା । ତେବେ ଦୁହିଁଙ୍କ କାଗଜ ପତ୍ର ଦେଖି ଅଫିସର ଏମିତି କିଛି ଟିପ୍ପଣୀ ଦେଇଥିଲେ ଯାହାକୁ ଶୁଶି ଖୋଦ ସେମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ । ଜଣାଇ ରଖୁଛୁ ଯେ ସନ୍ତୋଷଙ୍କ ପାଖରେ ଆଧାର କାର୍ଡ୍, ପ୍ୟାନ କାର୍ଡ ଥିବା ସହ ସେ କୁରୁକ୍ଷେତ୍ର ୟୁନିଭର୍ସିଟିରୁ ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି । କିନ୍ତୁ ପାସପୋର୍ଟ ଅଫିସରେ ତାଙ୍କ କାଗଜ ପତ୍ର ନଦେଖି ତାଙ୍କୁ ନେପାଳୀ ବୋଲି କୁହାଗଲା ।

ସନ୍ତୋଷ ଅମ୍ବାଲା ସହରରେ ଜନ୍ମ ଗ୍ରହଣ କରିଛନ୍ତି ଏବଂ କୁରୁକ୍ଷେତ୍ର ୟୁନିଭର୍ସିଟିରୁ ଡିଗ୍ରୀ ହାସଲ କରିଛନ୍ତି । ସନ୍ତୋଷ ନିଜ ବାପାଙ୍କ ବୁଟିକରେ କାମ କରନ୍ତି । କିନ୍ତୁ କିଛି ଦିନ ପୂର୍ବରୁ ଭଉଣୀ ସୁଷମା ବିଦେଶ ଯାଇ ପାଠ ପଢ଼ିବା ପାଇଁ ଆଶା କରିଥିଲେ । ତେଣୁ ପୋସପୋର୍ଟ ପାଇଁ ଧାର୍ଯ୍ୟ ସମସ୍ତ କାଗଜ ପତ୍ର ଦେଇ ସେ ପାସପୋର୍ଟ ପ୍ରସ୍ତୁତ କରିବା ପାଇଁ ଗଲେ । କିନ୍ତୁ ସେଠାରେ ତାଙ୍କ ଚେହେରା ଦେଖି ସେ ନେପାଳୀ ଭଳି ଦେଖାଯାଉଥିବା ବୋଲି କହି ପାସପୋର୍ଟ ଦେବା ପାଇଁ ମନା କରିଦେଲେ ଦାୟିତ୍ୱରେ ଥିବା ଅଧିକାରୀ । ତାଙ୍କ ପାସପୋର୍ଟ ଆପ୍ଲିକେସନରେ ଟିପ୍ପଣୀ ଦେଇ ଅଫିସର କହିଛନ୍ତି ଯେ, ‘ଆବେଦନକାରୀ ନେପାଳୀ ଭଳି ଦେଖାଯାଉଛନ୍ତି’ ।

ପରବର୍ତ୍ତୀ ସମୟରେ ଏ ବାବଦରେ ହରିୟାଣାର ମନ୍ତ୍ରୀ ଅନିଲ ବିଜଙ୍କ ସହି କଥା ହେବାରୁ ତାଙ୍କ ପାସପୋର୍ଟ ତିଆରି କରିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା ବୋଲି ସନ୍ତୋଷ ସୀଚନା ଦେଇଛନ୍ତି ।

 

ନୂଆବର୍ଷରେ ଭାରତରେ ଜନ୍ମ ହେଲେ ବିଶ୍ୱର ସର୍ବାଧିକ ଶିଶୁ

ନୂଆଦିଲ୍ଲୀ: ୨୦୨୦ ନୂଆବର୍ଷର ପ୍ରଥମ ଦିନରେ ଭାରତରେ ସର୍ବାଧିକ ଶିଶୁ ଜନ୍ମ ହୋଇଛନ୍ତି । ବିଶ୍ୱରେ ମୋଟ୍‌ ୩ ଲକ୍ଷ ୯୨ ହଜାର ୭୮ ଜଣ ଶିଶୁ ଜନ୍ମ ହୋଇଥିବା ବେଳେ ଏଥିରେ ଭାରତର ସର୍ବାଧିକ ୬୭ ହଜାର ୩୮୫ ଜଣ ଅଛନ୍ତି । ୟୁନିସେଫ୍‌ ଏହି ରିପୋର୍ଟ ଦେଇଛି ।

ଭାରତ ପଛକୁ ଚୀନ୍‌ରେ ୪୬ ହଜାର ୨୯୯, ନାଇଜେରିଆରେ ୨୬ ହଜାର ୩୯, ପାକିସ୍ତାନରେ ୧୬ ହଜାର ୭୮୭, ଇଣ୍ଡେ।ନେସିଆରେ ୧୩ ହଜାର ୨୦ ଏବଂ ଆମେରିକାରେ ୧୦ ହଜାର ୧୫୨ ଜଣ ଶିଶୁ ନୂଆବର୍ଷର ପ୍ରଥମ ଦିନରେ ଜନ୍ମ ହୋଇଛନ୍ତି ।

ପ୍ରେମ ପାଇଁ ଟ୍ରେନ୍‌ ଆଗରେ ଶୋଇପଡ଼ିଲେ ପ୍ରେମୀ ଯୁଗଳ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ପୁଇଁତଲା ବ୍ଲକ୍‌ ନିରବଚନ ଗାଁ ନିକଟ ରେଳ ଲାଇନ୍‌ରୁ ପ୍ରେମୀ ଯୁଗଳଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯ଼ୁବକ ଯୁବତୀଙ୍କ ଘର ଦେଓଗାଁ ଥାନା ଅନ୍ତର୍ଗତ ଫଟକରା ଗାଁରେ ।

ଉଭୟ ବିବାହ କରିବାକୁ ଚାହୁଁଥିବା ବେଳେ ଭିନ୍ନ ଜାତିର ହୋଇଥିବାରୁ ଘରଲୋକ ବିରୋଧ କରୁଥିଲେ । ୩ ଦିନ ତଳେ ଯୁବକ ଯୁବତୀ ଘରୁ ଫେରାର ହୋଇଯାଇଥିଲେ । ଆଜି ରେଳ ଧାରଣାରୁ ଦୁଇଜଣଙ୍କ ମୃତଦେହ ମିଳିଛି । ରେଲଓ୍ୱେ ପୋଲିସ ମୃତଦେହ ଜବତ ସହ ତଦନ୍ତ ଆରମ୍ଭ କରିଛି ।

CAA ବିରୋଧରେ କେରଳ ବିଧାନସଭାରେ ପାରିତ ପ୍ରସ୍ତାବ ଅଣସାମ୍ବିଧାନିକ: ରାଜ୍ୟପାଳ

କେରଳ: ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧରେ କେରଳ ବିଧାନସଭାରେ ପାରିତ ହୋଇଥିବା ପ୍ରସ୍ତାବ ଅଣସାମ୍ବିଧାନିକ ବୋଲି ରାଜ୍ୟପାଳ ଆରିଫ୍‌ ମହମ୍ମଦ୍‌ ଖାଁ କହିଛନ୍ତି। ଏହି ପ୍ରସ୍ତାବର କୌଣସି ବୈଧତା ନାହିଁ ବୋଲି ସେ କହିଛନ୍ତି। ନାଗରିକତା କେନ୍ଦ୍ର ଅଧିନସ୍ଥ ଏକ ବିଷୟ। ତେଣୁ ରାଜ୍ୟ ସରକାର ଏଥିରେ ହସ୍ତକ୍ଷେପ କରିବା ଅନୁଚିତ ବୋଲି ସେ ମତ ଦେଇଛନ୍ତି ।

ସିଏଏ ବିରୋଧରେ କେରଳ ବିଧାନସଭାରେ ପ୍ରସ୍ତାବ ଗୃହୀତ ହେବାର ଗୋଟିଏ ଦିନ ପରେ କେନ୍ଦ୍ର ସରକାର ଏହାର ବିରୋଧ କରିଛନ୍ତି। ଏ ବାବଦରେ କେରଳ ସରକାର ବୁଝି ବିଚାରି ପଦକ୍ଷେପ ନେବାକୁ ଏବଂ ଆଇନ ବିଶେଷଜ୍ଞଙ୍କ ସହ ପରମର୍ଶ କରିବାକୁ ଆଜି କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି।

ଦେଶର ଆଇନ ତିଆରି କରିବା କାମ ସଂସଦର, ଏଥିରେ ରାଜ୍ୟମାନେ କେବଳ ସହଯୋଗ କରିପାରିବେ ବୋଲି ରବିଶଙ୍କର କହିଛନ୍ତି । ସଂସଦରେ ଗୃହୀତ ହୋଇଥିବା ଆଇନକୁ ରାଜ୍ୟ ସରକାରମାନେ ଲାଗୁ କରିବାକୁ ହେବ ଏବଂ ଏ ଦିଗରେ କୌଣସି ବାଧା ସୃଷ୍ଟି କଲେ ଏହା ସମ୍ବିଧାନ ବିରୋଧୀ ହେବ ବୋଲି ରବିଶଙ୍କର ସ୍ପଷ୍ଟ କରିଦେଇଛନ୍ତି। ଗତକାଲି କେରଳ ବିଧାନସଭାରେ ସିଏଏକୁ ପ୍ରତ୍ୟାହାର କରିବା ପାଇଁ ପ୍ରସ୍ତାବ ଗୃହୀତ ହେବା କେବଳ ରାଜନୈତିକ ବିରୋଧର ଏକ ପ୍ରକ୍ରିୟା ବୋଲି ମତଦେଇ ରବିଶଙ୍କର କହିଛନ୍ତି ଯେ କେରଳ ମୁଖ୍ୟମନ୍ତ୍ରୀ ପି. ବିଜୟନ ଉପଯୁକ୍ତ ଆଇନ ପରାମର୍ଶ ନେଇ କାମ କରିବା ଉଚିତ ହେବ ।

ବାପାକୁ ହାଣି ପୁଅ ଫେରାର

ସୁବର୍ଣ୍ଣପୁର: ପୁଅ ସାଜିଲା ବାପ ହନ୍ତା । ପ୍ରଥମେ ବଚସା ଆଉ ତାପରେ ମର୍ଡର । ପୁଅ ଧାରୁଆ ଅସ୍ତ୍ରରେ ହତ୍ୟା କରିଛି ବୃଦ୍ଧ ବାପାକୁ । ହତ୍ୟାପରେ ଘଟଣା ସ୍ଥଳରୁ ପୁଅ ଫେରାର ହୋଇଯାଇଛି । ଏଭଳି ଏକ ଘଟଣା ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ଥାନାର ବୈରାଗୀପାଲି ଗାଁରେ ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ, ସକାଳୁ ଧାନ ଖଳାରେ ଧାନ ମଡାକୁ ଯାଇଥିଲେ ବାପ ଓ ପୁଅ । ସେଠାରେ କୌଣସି କାଣରୁ ବାପ ପୁଅଙ୍କ ମଧ୍ୟରେ ସାମାନ୍ୟ ଯୁକ୍ତି ତର୍କ ହୋଇଥିଲା । ପରେ ନିଜ ବାପାଙ୍କୁ ଏକ ଧାରୁଆ ଅସ୍ତ୍ରରେ ଅମାନୁସିକ ଭାବେ ଆକ୍ରମଣ କରିଥିଲା ପୁଅ । ଫଳରେ ଛାତିରେ ଗଭିର କ୍ଷତ ଲାଗିବାରୁ ଘଟଣା ସ୍ଥଳରେ ହିଁ ବୁଦ୍ଧ ବାପାର ମୃତ୍ୟୁ ହୋଇଥିଲା । ମୃତକ ହେଲେ ୬୮ ବର୍ଷୀୟ ଗଣ୍ଡାରାମ ଘୁଟା । ବାପାକୁ ହତ୍ୟା ପରେ ପୁଅ ଜଗମୋହନ ଘୁଟା ଘଟଣା ସ୍ଥଳରୁ ଫେରାର ଅଛି । ତେବେ ଘଟଣା ସ୍ଥଳରେ ବୀରମହାରାଜପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସାହସୀ ତୀର୍ଥ ଯାତ୍ରୀଙ୍କ ପାଇଁ ଧରାପଡ଼ିଲେ ୨ ଡକାୟତ

ଅନୁଗୁଳ: ସାହାସ ଦେଖାଇଲେ ତୀର୍ଥଯାତ୍ରୀ । ଧରାପଡ଼ିଲେ ୨ ଡକାୟତ । ଏଭଳି ଘଟଣା ଦେଖିବାକୁ ମିଳିଛି, ଅନୁଗୁଳ ବଅଁରପାଳ ତଳମୂଳ ସ୍କୁଲ ନିକଟରେ । ଯେଉଁଠି କିଛି ତୀର୍ଥଯାତ୍ରୀଙ୍କ ଗାଡ଼ିକୁ ଅଟକାଇ ଲୁଟ୍‌ ଉଦ୍ୟମ କରିଥିଲେ ଡକାୟତ । ମାରଣାସ୍ତ୍ରର ବ୍ୟବହାର ମଧ୍ୟ କରିଥିଲେ । କିନ୍ତୁ ଜଣେ ଯାତ୍ରୀଙ୍କର ସାହସିକତା ଯୋଗୁଁ ଧରାପଡ଼ିଲେ ୨ ଡକାୟତ । ତେବେ ଜଣେ ଖସିଯିବାରେ ସଫଳ ହୋଇଛନ୍ତି ।

ସୂଚନା ଅନୁଯାୟୀ, ଢେଙ୍କାନାଳ ସରାଙ୍ଗ ଗାଁର କିଛି ଯ଼ୁବକ ପୁରୀ ଓ ତାରାତାରିଣୀ ଅଭିମୁଖେ ଯାଇଥିଲେ । ତେବେ ତଳମୂଳ ସ୍କୁଲ ନିକଟରେ ୩ ଡକାୟତ ବାଇକରେ ଆସି ୨ ବଲେରୋକୁ ଅଟକାଇଥିଲେ । ତେବେ ଯାତ୍ରୀଙ୍କ ମଧ୍ୟରୁ ଜଣେ ଲୁଟେରା ପିନ୍ଧିଥିବା ହେଲମେଟକୁ ମୁଥା ମାରିଥିଲେ । ଆଉ ଅନ୍ୟ ଯୁବକ ମାନେ ଲୁଟେରାଙ୍କୁ କାବୁ କରି ନେଇଥିଲେ । ଖବରପାଇ ମହିଧରପୁର ଫାଣ୍ଡି ଓ ବଅଁରପାଳ ପୋଲିସ ପହଞ୍ଚି ୨ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୨ଟି ବାଇକ ସହ ମାରଣାସ୍ତ୍ର ଜବତ କରିଛି ।

IAS ସ୍ତରରେ ଅଦଳ ବଦଳ, ନିକୁଞ୍ଜ ଧଳ ହେଲେ ନୂଆ ସ୍ୱାସ୍ଥ୍ୟ ସଚିବ, ପ୍ରମୋଦ ମେହେର୍ଦ୍ଦାଙ୍କୁ ବାଣିଜ୍ୟ ଓ ପରିବହନ ଦାୟିତ୍ୱ

ଭୁବନେଶ୍ୱର : ରାଜ୍ୟରେ ସଚିବ ସ୍ତରରେ ଅଦଳ ବଦଳ ହୋଇଛି । ୧୯୮୮ ବ୍ୟାଚର ବରିଷ୍ଠ ଆଇଏଏସ୍ ଅଫିସର ପ୍ରଦୀପ୍ତ ମହାପାତ୍ରଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।

ସେହିପରି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ଦାୟିତ୍ୱରେ ଥିବା ୧୯୯୩ ବ୍ୟାଚ୍ ଆଇଏଏସ୍ ନିକୁଞ୍ଜ ବିହାରୀ ଧଳଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି ।

ପୂର୍ବରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ଥିବା ୧୯୯୭ ବ୍ୟାଚ୍ ଆଇଏଏସ୍ ଡ. ପ୍ରମୋଦ ମେହେର୍ଦ୍ଦାଙ୍କୁ ବାଣିଜ୍ୟ ଓ ପରିବହନ ଏବଂ କୃଷି ବିଭାଗର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି ।

୧୯୯୬ ବ୍ୟାଚ୍ ଆଇପିଏସ୍ ଅରୁଣ ବୋଥ୍ରାଙ୍କୁ OSRTCର ସିଏମଡି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ପୂର୍ବରୁ ସେ ସେସୁର ସିଇଓ ଏବଂ CRUTର ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି ।

୨୦୧୪ ବ୍ୟାଚ୍ ଆଇଏଏସ୍ ୟେଦୁଳା ବିଜୟଙ୍କୁ ଯୋଜନା ଓ ସମନ୍ୱୟ ବିଭାଗର ଉପ ସଚିବ ନିଯୁକ୍ତି ଦିଆଯାଇଥିବା ବେଳେ, ଦିବ୍ୟଜ୍ୟୋତି ପରିଡାଙ୍କୁ ରାଉରକେଲା ମ୍ୟୁନିସିପାଲିଟିର କମିଶନର ଓ ରାଉରକେଲା ସ୍ମାର୍ଟ ସିଟି ସିଇଓ ଭାବେ ଦାୟିତ୍ୱ ଦିଆଯାଇଛି ।