spot_img
Home Blog Page 7397

ବରଗଡ଼ରେ ଚାଲିଛି କଂସଙ୍କ ଶାସନ: ତୃତୀୟ ଦିନରେ ଶ୍ରୀକୃଷ୍ଣଙ୍କୁ ପାଇ ବିଭୋର ନନ୍ଦରାଜା ଓ ଶୂନ୍ୟରେ ଆବିର୍ଭାବ ହେଲେ ବିଜୁଳୀ କନ୍ୟା

ବରଗଡ଼: ବରଗଡ଼ରେ ଚାଲିଛି ମହାରାଜ କଂସଙ୍କ ଶାସନ । ବିଶ୍ୱ ପ୍ରସିଦ୍ଧ ମୁକ୍ତାକାଶ ରଙ୍ଗମଞ୍ଚରେ ତୃତୀୟ ଦିନରେ ଶ୍ରୀକୃଷ୍ଣଙ୍କୁ ପାଇ ବିଭୋର ହୋଇଛନ୍ତି ନନ୍ଦରାଜା । ଆୟୋଜନ କରିଛନ୍ତି ନନ୍ଦୋତ୍ସବ ।

ସେପଟେ ମହାରାଜ କଂସ ଦେବକୀଙ୍କ ଅଷ୍ଟମ ଗର୍ଭର ସନ୍ତାନକୁ ଶୀଳାରେ ପ୍ରହାର କରିବାକୁ ଯାଉଥିବା ବେଳେ ଶୂନ୍ୟରେ ଆବିର୍ଭାବ ହୋଇଛନ୍ତି ବିଜୁଳୀ କନ୍ୟା । ଏହାପରେ ବିବ୍ରତ ହୋଇ କୃଷ୍ଣଙ୍କୁ ମାରିବା ପାଇଁ ମହାରାଜ କଂସ ଗୋପପୁରକୁ ପଠାଇଛନ୍ତି ଷଢ଼ ମଲ୍ଲ ଓ ପୁତନା ରାକ୍ଷସୀ ।

ଏହି ଅବସରରେ ମହାରାଜ କଂସଙ୍କ ଦରବାରରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏଥିରେ ରାଜ୍ୟ ଓ ରାଜ୍ୟ ବାହାରୁ କଳାକାରମାନେ ଭାଗ ନେଇଛନ୍ତି। ଆଜି ଧନୁଯାତ୍ରାର ଚତୁର୍ଥ ଦିନରେ କଂସଙ୍କ ଦ୍ଵାରା ପଠାଯାଇଥିବା ସମସ୍ତ ରାକ୍ଷସଙ୍କୁ ବଧ କରିବେ କୃଷ୍ଣ ବଳରାମ। ଏହାସହ ଗୋପପୁରରେ ଲୀଳାଖେଳା ଦୃଶ୍ୟ ଅଭିନୀତ ହେବ।

ବିବାହିତା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ, ଏଏସଆଇ ଅଟକ

ପିପିଲି: ପୁଣି ଖାକିରେ ଲାଗିଲା ଦାଗ । ବିବାହିତା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ । ପିପିଲି ବଳଙ୍ଗା ଥାନା ଏଏସଆଇ ଚିତ୍ତ ରଞ୍ଜନ ଦାସଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ମହିଳା । ଏନେଇ ପିପିଲି ଏସଡିପିଓଙ୍କ ନିକଟରେ ଅଭିଯୋଗ କରିଛନ୍ତି ପୀଡ଼ିତା ଓ ଦଳିତ ମହାସଂଘ । ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ ପରେ ପିପିଲି ବଳଙ୍ଗା ଥାନା ଏଏସଆଇ ଚିତ୍ତ ରଞ୍ଜନ ଦାସଙ୍କୁ ଅଟକ ରଖାଯାଇଛି। ତାଙ୍କୁ ପିପିଲି ପୋଲିସ ଅଧିକ ପଚରାଉଚରା କରୁଛି ।

ପୁରୀ ଅତିରିକ୍ତ ଏସ୍‌ପି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଗତକାଲି ମହିଳା ଜଣଙ୍କ ଏକ ଅଭିଯୋଗ ନେଇ ଥାନାକୁ ଯାଇଥିବା ବେଳେ ତାଙ୍କୁ ଘରକୁ ଡାକିନେଇ ଏଏସଆଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା।

ଏନେଇ ପିପିଲି ଏସଡିପିଓଙ୍କ ନିକଟରେ ପୀଡ଼ିତା ଓ ଦଳିତ ମହାସଂଘ ପକ୍ଷରୁ ଅଭିଯୋଗ କରାଯାଇଥିଲା।

ପିଲାସାଲୁଙ୍କି ଡ୍ୟାମରେ ଭାରସାମ୍ୟ ହରାଇ ଓଲଟିଲା ଡଙ୍ଗା, ଏବେ ବି ଜଣେ ନିଖୋଜ

କନ୍ଧମାଳ: କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ପିଲାସାଲୁଙ୍କି ଡ୍ୟାମ ଡଙ୍ଗା ବୁଡି । ନିଖୋଜଙ୍କ ଏଯାଏଁ ମିଳିନି ପତ୍ତା ମିଳିନଥିବା ସୂଚନା । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ଅଗ୍ନିଶମ ବିଭାଗ ।

ଗତକାଲି ଦୁତିମେଣ୍ଡିର ୩୫ ଜଣ ୫ଟି ଦେଶୀ ଡଙ୍ଗାରେ ପିଲାସାଲୁଙ୍କି ଡ୍ୟାମକୁ ଭୋଜି କରିବାକୁ ଯାଇଥିଲେ । ସେ ମଧ୍ୟରୁ ଗୋଟିଏ ଡଙ୍ଗା ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଡଙ୍ଗାରେ ଥିବା ୫ ଯାତ୍ରୀ ଏବଂ ଚାଳକ ସୁରକ୍ଷିତ ଥିବା ବେଳେ ସୁନୀତା ଝାଙ୍କର ନାମକ ଜଣେ ଯାତ୍ରୀ ନିଖୋଜ  ଅଛନ୍ତି ।

ଡଙ୍ଗାରେ ଥିବା ସମୀର ଝାଙ୍କର ଏବଂ ତାଙ୍କ ସହଯୋଗୀ ଅନ୍ୟ ୪ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ । ପ୍ରବଳ ଶୀତ ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଇଥିଲେ ମଧ୍ୟ ନିଖୋଜଙ୍କୁ ଖୋଜାଖୋଜି ଜାରିରଖିଛି ଅଗ୍ନିଶମ ବାହିନୀ ।

ପଶ୍ଚିମା ପବନ ପ୍ରଭାବରେ ସାରା ରାଜ୍ୟରେ ବର୍ଷା, ୭ଟି ଜିଲ୍ଲାକୁ ୟେଲୋ ଆଲର୍ଟ

ଭୁବନେଶ୍ୱର: ବଦଳୁଛି ପାଗ। ୱେଷ୍ଟର୍ଣ୍ଣ ଡିଷ୍ଟର୍ବାନ୍ସ ଏବଂ ପଶ୍ଚିମା ପବନ ପ୍ରଭାବରେ ସାରା ରାଜ୍ୟରେ ଲାଗିରହିଛି ବର୍ଷା। ଏଥିପାଇଁ ୭ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।

ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୁଳ, ବୌଦ୍ଧ, ସୋନପୁର ଦେବଗଡ଼ ଏବଂ କେନ୍ଦୁଝରରେ ବର୍ଷା ହେଉଛି । ଘଡ଼ଘଡ଼ି ସହ ବର୍ଷା ଓ କିଛି ସ୍ଥାନରେ କୁଆପଥର ପଡ଼ିବା ନେଇ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ହାଲୁକା ବର୍ଷା ହେବ। ଏହି ସମୟରେ ଭୁବନେଶ୍ୱରରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି । ହେଲେ ୬ ତାରିଖ ପରଠାରୁ ପୁଣି ଶୀତ ବଢ଼ିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର।

ରାଜଧାନୀରେ ଇଞ୍ଜିନିୟରିଂ ଛାତ୍ରୀଙ୍କ ଆତ୍ମହତ୍ୟା, ପ୍ରେମ ବ୍ୟାପାରକୁ ନେଇ ଆତ୍ମହତ୍ୟା ସନ୍ଦେହ

ଭୁବନେଶ୍ୱର: ରାଜଧାନୀରେ ଇଞ୍ଜିନିୟରିଂ ଛାତ୍ରୀଙ୍କ ଆତ୍ମହତ୍ୟା । ଝୁଲନ୍ତା ଅବସ୍ଥାରେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ଇନଫୋସିଟି ଥାନା ଅଞ୍ଚଳରେ ଘଟିଛି ଏଭଳି ଘଟଣା ।

ତେବେ କେଉଁ ପରିସ୍ଥିତିରେ ସେ ଆତ୍ମହତ୍ୟା କରିଛନ୍ତି ଏବଂ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ପ୍ରେମ ବେପାରକୁ ନେଇ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।

ଏହି ଘଟଣାରେ ପୁରୁଷ ବନ୍ଧୁଙ୍କୁ ଅଟକ ରଖିଛି ପୋଲିସ । ଛାତ୍ରୀ ଜଣଙ୍କ ଫୋନ ନ ଉଠାଇବାରୁ ପୁରୁଷ ବନ୍ଧୁ ଜଣଙ୍କ ହଷ୍ଟେଲ ଆଗରେ ହଙ୍ଗାମା କରିଥିବା ଅଭିଯୋଗ ହୋଇଛି ।

ଭଦ୍ରକରେ ବସ-ଟ୍ରକ ମୁହାଁମୁହିଁ, ୨ ମୃତ ୨୮ରୁ ଅଧିକ ଆହତ

ଭଦ୍ରକ: ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥ ବନ୍ତ ଛକ ନିକଟରେ ବସ ଟ୍ରକ-ମୁହାଁମୁହିଁ । ଦୁର୍ଘଟଣାରେ ୨୮ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ ୨ ଜଣ ଯାତ୍ରୀଙ୍କ ମୃତ ହୋଇଛି । ବସ ଡ୍ରାଇଭରଙ୍କ ସମେତ ଅନେକ ଯାତ୍ରୀ ଚାପି ହୋଇରହିଛନ୍ତି । ଅଗ୍ନିଶମ ବାହିନୀ ପକ୍ଷରୁ  କଟର ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ଭୋର ୩.୫୦ ସମୟରେ  ଧାମନଗରରୁ ଯାତ୍ରୀ ମାନେ ଫେରୁଥିବା ସମୟରେ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଗୁରୁତର ଯାତ୍ରୀ ମାନଙ୍କୁ ବନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି। ୬ ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।

ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଭଦ୍ରକ ଜିଲ୍ଲାପାଳ ଏବଂ ଅତିରିକ୍ତ ଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ଆହତ ମାନଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ।

ଅଯୋଧ୍ୟା ରାୟ ଉପରେ ସ୍ୱତନ୍ତ୍ର ଡେସ୍କ ଗଠନ କଲା ଗୃହ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଅଯୋଧ୍ୟା ରାୟ ଉପରେ ସ୍ୱତନ୍ତ୍ର ଡେସ୍କ ଗଠନ କଲା ଗୃହ ମନ୍ତ୍ରାଳୟ । ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟରୁ ଆସିଥିବା ନିଷ୍ପତ୍ତିର ଦୁଇ ମାସ ପରେ ମାମଲାକୁ ଦେଖିବା ପାଇଁ ଏକ ଭିନ୍ନ ଡେସ୍କ ଗଠନ ହୋଇଛି । ଏହାର ଅଧ୍ୟକ୍ଷତା ଅତିରିକ୍ତ ସେକ୍ରେଟାରୀ ସ୍ତରର ଅଧିକାରୀ କରିବେ । ଅଯୋଧ୍ୟା ମାମଲା ଏବଂ କୋର୍ଟଙ୍କ ନିଷ୍ପତ୍ତି ସହ ଜଡ଼ିତ ମାମଲାକୁ ତିନି ଅଧିକାରୀ ଦେଖିବେ ବୋଲି ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

ଏହି ଟିମର ନେତୃତ୍ୱ ଅତିରିକ୍ତ ସେକ୍ରେଟାରୀ ଜ୍ଞାନେଶ କୁମାର କରିବେ । ଅଯୋଧ୍ୟା ବିବାଦ ଉପରେ ନଭେମ୍ବର ୨ ତାରିଖରେ ସୁପ୍ରିମକୋର୍ଟଙ୍କ ଐତିହାସିକ ନିଷ୍ପତ୍ତି ପରେ ସରକାରଙ୍କ ଏହି ପଦକ୍ଷେପ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ସୁପ୍ରିମକୋର୍ଟ ନିଜର ଆଦେଶରେ ବିବାଦୀୟ ଭୂମିରେ ରାମ ମନ୍ଦିର ନିର୍ମାଣ ପାଇଁ ଅନୁମତି ପ୍ରଦାନ କରିଥିଲେ । ଏହାସହ କୋର୍ଟ କେନ୍ଦ୍ର ସରକାରଙ୍କୁ ରାମ ମନ୍ଦିର ନିର୍ମଣ ପାଇଁ ୩ ମାସ ମଧ୍ୟରେ ଟ୍ରଷ୍ଟ ଗଠନ କରିବ ଏବଂ ୫ ଏକର ଜମି ସୁନ୍ନି ୱକଫ ବୋର୍ଡକୁ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।