ଖୁବଶୀଘ୍ର ଅଯୋଧ୍ୟାରେ ଆରମ୍ଭ ହେବ ରାମ ମନ୍ଦିର ନିର୍ମାଣ, ଜାଣନ୍ତୁ ନିର୍ମାଣ ଉତ୍ସବକୁ କାହାକୁ କରାଯାଇଛି ନିମନ୍ତ୍ରଣ ?

1 min read

ଗ୍ୱାଲିଅର: ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ରାମ ମନ୍ଦିର ପାଇଁ ରାଜ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ସରକାରଙ୍କ ଠାରୁ ଅନୁଦାନ ନେବୁନାହିଁ । ମଧ୍ୟପ୍ରଦେଶ ଗସ୍ତରେ ଯାଇ ଏହା କହିଛନ୍ତି ଟ୍ରଷ୍ଟର ସଭାପତି ମହନ୍ତ ନ୍ରିତ୍ୟ ଗୋପାଳ ଦାସ ମହାରାଜ । ଏଥିସହ ରାମ ମନ୍ଦିର ନିର୍ମାଣ ଉତ୍ସବକୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ କରାଯାଇଥିବା ସେ ସୂଚନା ଦେଇଛନ୍ତି ।ମୋଦିଙ୍କ ସମେତ ସବୁ ରାଜ୍ୟର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀମାନଙ୍କୁ ଏହି ଉତ୍ସବକୁ ଆମନ୍ତ୍ରଣ କରାଯିବ । ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉତ୍ସବରେ ଯୋଗଦେବ । ଏଥିସହ ମନ୍ଦିର ନିର୍ମାଣ ପାଇଁ ଟ୍ରଷ୍ଟ ସରକାରଙ୍କ ଠାରୁ ଅର୍ଥ ଅନୁଦାନ ନେବନାହିଁ ବୋଲି କହିଛନ୍ତି । ସାଧାରଣ ଜନତାଙ୍କ ଠାରୁ ମିଳିଥିବା ଅନୁଦାନରେ ହିଁ ମନ୍ଦିର ନିର୍ମାଣ କରାଯିବ ।

https://nandighoshatv.com/pm-modi-announces-constitution-of-ram-temple-trust-/

ସରକାର ବର୍ତ୍ତମାନ ବହୁ ସମସ୍ୟା ସମାଧାନ କରିବାର ଆବଶ୍ୟକତା ରହିଛି । ସେଥିରେ ଅନୁଦାନ କଥା ଯୋଡ଼ି ଆମେ ଆଉ ଚାପ ପକାଇବାକୁ ଚାହୁଁନାହୁଁ ବୋଲି ଟ୍ରଷ୍ଟର ସଭାପତି ମହନ୍ତ ନ୍ରିତ୍ୟ ଗୋପାଳ ଦାସ ମହାରାଜ କହିଛନ୍ତି । ଗତକାଲି ଗୋପାଳ ଦାସ ମହାରାଜଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମଧ୍ୟ ଭେଟିଥିଲେ ।

Leave a Reply