ଭାଇ ପାଇଁ ଭାଇ ଦେଉଥିଲା ମାଟ୍ରିକ ପରୀକ୍ଷା, ଆଉ ତାପରେ…

ପୁରୀ: ଏଥର କପି ନୁହେଁ ଡାଇରେକ୍ଟ ପରୀକ୍ଷା ହଲରେ ଖେଳ । ଝରକା ଫାଙ୍କରେ ଆଉ କପି ଦିଆ ନିଆ ନାହିଁ । ସିଧାସଳଖ ଡୁପ୍ଲିକେଟ୍‌ ପରୀକ୍ଷାର୍ଥି ହୋଇ ଦେଲେ ପରୀକ୍ଷା । ଭାଇ ପାଇଁ ଦେଉଥିଲା ଭାଇ ମାଟ୍ରିକ ପରିକ୍ଷା ।

ଏନେଇ ନକଲି ମାଟ୍ରିକ ପରୀକ୍ଷାର୍ଥି ଙ୍କୁ ଗିରଫ କରିଛି ପୋଲିସ । ପୁରୀ ଜିଲ୍ଲା ବାସୁଦେବପୁର କନକଦୁର୍ଗା ସ୍କୁଲ ମାଟ୍ରିକ ପରୀକ୍ଷା କେନ୍ଦ୍ରରୁ ଜଣେ ନକଲି ପରୀକ୍ଷାର୍ଥିଙ୍କୁ ଗିରଫ କରାଯାଇଛି । ନକଲି ପରୀକ୍ଷାର୍ଥି ଜଣଙ୍କ ହେଲେ ସୌମ୍ୟରଞ୍ଜନ ମହାନ୍ତି । ପୁରୀ ସଦର ଥାନା ପୋଲିସ ତାଙ୍କୁ ଗିରଫ କରିଛି । ସେ ତାଙ୍କ ଭାଇଙ୍କ ପାଇଁ ପରୀକ୍ଷା ଦେଉଥିଲେ ।

ତେବେ ସନ୍ଦେହ ହେବାରୁ ପରୀକ୍ଷା କେନ୍ଦ୍ର କର୍ତ୍ତୃପକ୍ଷ ପୋଲିସକୁ ଜଣାଇଥିଲେ । ପୋଲିସ ପରୀକ୍ଷା କେନ୍ଦ୍ରରେ ପହଞ୍ଚି ନକଲି ପରାକ୍ଷାର୍ଥି ସୌମ୍ୟରଞ୍ଜନ ମହାନ୍ତିଙ୍କୁ ଗିରଫ କରିଛି ।

Leave a Reply