ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି ରିଚା ଓ ଫଜଲ

ମୁମ୍ବାଇ: ଅଭିନେତ୍ରୀ ରିଚା ଚଢ଼ା ଓ ଅଭିନେତା ଅଲ୍ଲୀ ଫଜଲ ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି ବଲିଉଡ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚା ଜୋର ଧରିଛି । ବଲିଉଡରେ ଅନେକ କଳାକାର ମାନଙ୍କ ବିବାହକୁ ନେଇ ଚର୍ଚ୍ଚା ଜାରି ରହିଥିବା ବେଳେ ଏବେ ଆଉ ଜଣେ କଳାକାର ଯୋଡ଼ିଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ଦୁହେଁ ଦିଲ୍ଲୀରେ ଅଦାଲତରେ ବିବାହ କରିବା ସହ ଅପ୍ରେଲ ୧୫ରେ ବିବାହ ଭ‌ୋଜି ଦେବେ। ବିବାହ ଭୋଜିରେ କେବଳ ପରିବାର ଓ ଏବଂ କିଛି ସମ୍ପର୍କୀୟ ସାମିଲ ହେବ ବୋଲି ସୂଚନା ମିଳିଛି ।

Image result for richa and fasal will married soon

ମିଳିଥିବା ସୂଚନା ମୁତାବକ, ବିବାହ ପରେ ଦୁହେଁ ୩ଟି ସହରରେ ବିବାହ ଭୋଜି ରଖିବେ। ଦିଲ୍ଲୀ, ଲକ୍ଷ୍ନୌ ସମେତ ମୁମ୍ବାଇରେ ମଧ୍ୟ ଦୁହେଁ ବିବାହ ଭୋଜି ଦେବେ । ଦୁହିଁଙ୍କ ପରିବାର ଲୋକେ ଦିଲ୍ଲୀ ଏବଂ ଲକ୍ଷ୍ନୌରେ ରହୁଥିବାରୁ ଏହି ଦୁଇ ସହରରେ ବିବାହ ଭୋଜି ହେବ ଶୁଣିବାକୁ ମିଳୁଛି । ଏହା ପରେ ବଲିଉଡ୍ ପାଇଁ ଦୁହେଁ ମୁମ୍ବାଇରେ ଭୋଜି ରଖିବେ ଯୋଜନା କରିଛନ୍ତି । ଦୁହେଁ ୨୦୧୫ରୁ ପରସ୍ପରକୁ ଡେଟ୍ କରୁଥିବା ବେଳେ ବିବାହକୁ ନେଇ ହେଉଥିବା ଚର୍ଚ୍ଚା ଉପରେ ଦୁହିଁଙ୍କ ପକ୍ଷରୁ କୌଣସି ସ୍ପଷ୍ଟିକରଣ ମିଳିପାରି ନାହିଁ ।

Leave a Reply