ସାଉଥ୍ ଷ୍ଟାର ଆଲୁ ଅର୍ଜୁନ ଜନ୍ମଦିନରେ ଫ୍ୟାନ୍ସଙ୍କୁ ଦେଲେ ଉପହାର

1 min read

ଭୁବନେଶ୍ୱର: ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରି ସୁପରଷ୍ଟାର ଆଲୁ ଅର୍ଜୁନ । ତାଙ୍କ ନାଁରୁ ଜଣା ପଡ଼େ ସେ ସାଉଥ୍ ଇଣ୍ଡଷ୍ଟ୍ରିରେ କେତେ ଫେମସ୍ । ଆଜି ଏହି ସୁପର୍ ଷ୍ଟାରଙ୍କ ୩୭ତମ ଜନ୍ମଦିନ । ତେବେ ତାଙ୍କର ଏହି ଜନ୍ମଦିନ ଅବସରରେ ସେ ତାଙ୍କ ଫ୍ୟାନମାନଙ୍କୁ ଦେଇଛନ୍ତି ଏକ ବିଶେଷ ଉପହାର । ଆଜି ଆଲୁ ଅର୍ଜୁନ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ପୁଷ୍ପା’ର ପ୍ରଥମ ପୋଷ୍ଟର ରିଲିଜ କରିଛନ୍ତି । ସବୁଠୁ ବଡ଼ କଥା ହେଲା ଏହି ଫିଲ୍ମଟି ହିନ୍ଦୀ ଭାଷାରେ ମଧ୍ୟ ମୁକ୍ତିଲାଭ କରିବ ।

କିନ୍ତୁ ଏହି ଫିଲ୍ମ ବିଷୟରେ ଅଧିକ ସୂଚନା ବର୍ତ୍ତମାନ ସୁଧା ମିଳିପାରି ନାହିଁ । ସୂଚନା ଅନୁଯାୟୀ, ଏହି ଚଳଚ୍ଚିତ୍ରରେ ଆଲୁ ଅର୍ଜୁନଙ୍କ ବିପକ୍ଷରେ ଅଛନ୍ତି ରଶ୍ମିକା ମନ୍ଦନା । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସୁକୁମାର  । ଏହାପୂର୍ବରୁ ଆଲୁ ଅର୍ଜୁନ ଏବଂ ନିର୍ଦ୍ଦେଶକ ସୁକୁମାର ଆର୍ୟ୍ୟା ଏବଂ ଆର୍ୟ୍ୟା-୨ ଭଳି ସୁପରହିଟ୍ ଫିଲ୍ମ ଦେଇ ସାରିଛନ୍ତି । ଫିଲ୍ମର ପ୍ରଥମ ଲୁକ୍ ରିଲିଜ୍ ହେବା ପରେ ଖୁବ୍ ପସନ୍ଦ କରିଛନ୍ତି ଦର୍ଶକ । ଏଥିରେ ଅଲୁ ଅର୍ଜୁନ ଆଙ୍ଗ୍ରି ମ୍ୟାନ ଭାବେ ନଜର ଆସିଛନ୍ତି ।

ନିକଟରେ ଆଲୁ ଅର୍ଜୁନ ଫିଲ୍ମ ଇଣ୍ଡଷ୍ଟ୍ରିରେ ୧୭ ବର୍ଷ ପୂରଣ କରିଛନ୍ତି । ଏନେଇ ସେ ତାଙ୍କ ଫ୍ୟାନ୍ସଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଥିଲେ ।

Leave a Reply