spot_img
Home Blog Page 7384

ଝାରସୁଗୁଡ଼ା ମେଡିକାଲ୍‌ ପରିଦର୍ଶନରେ ୫-ଟି ସଚିବ: ରୋଗୀଙ୍କୁ ସ୍ୱାସ୍ଥ୍ୟ ସେବା ନେଇ ପଚାରି ବୁଝିଲେ

ଝାରସୁଗୁଡ଼ା: ଆଜି ଝାରସୁଗୁଡ଼ା ଗସ୍ତରେ ୫-ଟି ସଚିବ ଭି . କାର୍ତ୍ତିକେୟ ପାଣ୍ଡିଆନ । ଝାରସୁଗୁଡ଼ା ବୀରସୁରେନ୍ଦ୍ର ସାଏ ବିମାନବନ୍ଦରରେ ପହଞ୍ଚି ସେଠାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଯାଇ ପହଞ୍ଚିଥିଲେ  ।

୫-ଟି ସଚିବ ଏବଂ ତାଙ୍କ ଟିମ୍‌ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି ବିଭିନ୍ନ ୱାର୍ଡକୁ ବୁଲି ଦେଖିଥିଲେ । ଚିକିତ୍ସାଳୟରେ କିଭଳି ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି ସେନେଇ ରୋଗୀ ଏବଂ ତାଙ୍କ ସମ୍ପର୍କୀୟ ଙ୍କୁ ପଚାରିବୁଝିଥିଲେ ୫ଟି ସଚିବ  । ପରେ ମେଡିକାଲରେ ବିଭିନ୍ନ ଦିଗକୁ ନେଇ  କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ  ।

 

 

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରଧାନ ଶିକ୍ଷକଙ୍କ ଘରେ ଚଢ଼ାଉ

ଉମରକୋଟ: ଭିଜିଲାନ୍ସ ଜାଲରେ ଫସିଲେ ଶିକ୍ଷକ । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍‌ ବୋର୍‌ଗାଓ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ରଞ୍ଜିତ ମହାପାତ୍ରଙ୍କ ଘରେ ଭିଜିଲାନ୍‌ସ ଚଢ଼ାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ କରାଯାଇଛି ।

ଭିଜିଲାନ୍ସର ୩୦ ଜଣ ଅଧିକାରୀ ୫ ଟିମ୍‌ରେ ଭାଗ ହୋଇ ଏକା ସାଙ୍ଗରେ ୫ଟି ସ୍ଥାନରେ ଚଢ଼ାଉ କରିଛନ୍ତି । ପ୍ରଧାନଶିକ୍ଷକ ରଞ୍ଜିତ ମହାପାତ୍ରଙ୍କର ରାଇଘରଠାରେ ଥିବା ୩ଟି ଘର, ଦୋକାନ, ଗୋଦାମ ଓ ସ୍କୁଲ୍‌ରେ ଚଢ଼ାଉ କରାଯାଇଛି । ବିଶେଷ ସୂତ୍ରରୁ ଖବର ଏହି ଟିମ୍ ହାତରେ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ହସ୍ତଗତ ହୋଇଛି ।

ବ୍ଲକ୍‌ ପରିଦର୍ଶନ ପରେ ଅଫିସ୍ ଫେରିଲେନି କନିଷ୍ଠ ଯନ୍ତ୍ରୀ

ଜୟପୁର: କୋରାପୁଟ ଜିଲ୍ଲା ବୋରିଗୁମା ବ୍ଲକର RWSS କନିଷ୍ଠ ଯନ୍ତ୍ରୀ ନିଖୋଜ । ଗତ କାଲି ବ୍ଲକ ର ହରଦପୁଟ ଗାଁକୁ କ୍ଷେତ୍ର ପରିଦର୍ଶନ ପାଇଁ ଯାଇଥିଲେ । ସମସ୍ତ ଅଧିକାରୀ ଫେରିଲେ ମଧ୍ୟ କନିଷ୍ଠ ଯନ୍ତ୍ରୀ ଏମ୍‌. ଭେଙ୍କଟ ରାଓ ହଠାତ କୁଆଡ଼େ ନିଖୋଜ ହୋଇଯାଇଥିଲେ ।

ପରେ ଅଧିକାରୀ ମାନେ ବହୁତ ଖୋଜା ଖୋଜି କରିଥିଲେ । ହେଲେ ତାଙ୍କର କୌଣସି ପତ୍ତା ମିଳିନଥିଲା । ଏନେଇ ଗତ କାଲି ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ପକ୍ଷରୁ ପୋଲିସ ପାଖରେ ଏକ ଏତଲା ଦିଆ ଯାଇଛି । ଆଜି ଏମ୍‌. ଭେଙ୍କଟ ରାଓଙ୍କ ପରିବର ପକ୍ଷରୁ ବୋରିଗୁମା ଥାନା ରେ ଏକ ଏତଲା ଦିଆଯାଇଛି ।

ଆଜି ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟି-୨୦

0

ନୂଆଦିଲ୍ଲୀ: ନୂତନ ବର୍ଷର ପ୍ରଥମ ଟ୍ୱି-୨୦ ଫେଲ୍ ମାରିବା ପରେ ଏବେ ଦ୍ଵିତୀୟ ଟି-୨୦କୁ ଆସା ରଖିଛନ୍ତି କ୍ରିକେଟ ପ୍ରେମୀ । ଗୌହାଟୀରେ ପ୍ରଥମ ମ୍ୟାଚ୍ ବର୍ଷାରେ ଧୋଇ ହୋଇ ଯିବା ପରେ ଆଜି ଖେଳାଯିବ ଦ୍ଵିତୀୟ ଟି-୨୦ ।  ଇନ୍ଦୋରର ହୋଲକର ଷ୍ଟାଡ଼ିୟମରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଶୃଙ୍ଖଳାର ଦ୍ଵିତୀୟ ଟି-୨୦ ମ୍ୟାଚ୍ ଖେଳାଯିବା ନେଇ ସୂଚନା। ଭାରତୀୟ ସମୟାନୁସାରେ ଆଜି ସଂଧ୍ୟା ପ୍ରାୟ ୭ଟାରେ ମ୍ୟାଚ୍ ଖେଳାଯିବ ।

ସବୁଠୁ ବଡ଼ କଥା ଏହି ଷ୍ଟାଡିୟମରେ ଭାରତର ରେକର୍ଡ ଅପରାଜୟ ରହିଛି। ତଥାପି ଘରୋଇ ଭାରତ ଓ ଭ୍ରମଣକାରୀ ଶ୍ରୀଲଙ୍କା ବିଜୟ ସହିତ ନୂତନ ବର୍ଷରେ ଅଭିଯାନ ଆରମ୍ଭ କରିବାକୁ ଚାହିଁବେ । ମଧ୍ୟ ପ୍ରଦେଶ କ୍ରିକେଟ୍ ସଂଘର ଏହି ଷ୍ଟାଡିୟମର ଦର୍ଶକଙ୍କ କ୍ଷମତା ୨୭,୦୦୦ ରହିଛି।

ନିର୍ଭୟା ନ୍ୟାୟ ପାଇଁ ଆଜି ହେବ ଫାଶୀ ତାରିଖ ଘୋଷଣା

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଆଜି ଆସିପାରେ ବଡ଼ ରାୟ । ସ୍ଥିର ହୋଇପାରେ ଫାଶୀ ତାରିଖ । ଦୋଷୀଙ୍କ ବିରୋଧରେ ଡେଥ୍‌ ଓ୍ୱାରେଣ୍ଟ ଜାରି କିରପାରନ୍ତି କୋର୍ଟ । ଆଜି ରାୟ ଶୁଣାଇପାରନ୍ତି ପଟିଆଲା ହାଉସକୋର୍ଟ ।

୪ ଅଭିଯ଼ୁକ୍ତଙ୍କୁ ଫାଶୀରେ ଝୁଲାଇବାକୁ ଫାଶୀ ଦଉଡି ପ୍ରସ୍ତୁତ । ଆଦେଶକୁ ଅପେକ୍ଷା କରି ରହିଛନ୍ତି ଘାତକ । ସେପଟେ ନ୍ୟାୟ ପାଇଁ ନିର୍ଭୟାଙ୍କ ପରିବାର ସହ ପୂରା ଦେଶର ନଜର କୋର୍ଟଙ୍କ ରାୟ ଉପରେ ରହିଛି ।

ତିହାର ଜେଲରେ ଦୋଷୀଙ୍କ ମୃତ୍ୟୁଦଣ୍ଡ ପାଇଁ ପ୍ରସ୍ତୁତ ହୋଇଛି । କେବଳ ଅପେକ୍ଷା ଫାଶୀ ତାରିଖକୁ । ସୋମବାର ଫାଶୀର ଦିନ  ଗଡ଼ାଇବାକୁ ଅଭିଯୁକ୍ତଙ୍କ ପକ୍ଷରୁ ଉଦ୍ୟମ ହୋଇଥିଲା । ତେବେ ତାହା ବିଫଳ ହୋଇଛି । ୨୦୧୨ ଡିସେମ୍ବର ୧୬ରେ ନିର୍ଭୟା ଗଣଦୁଷ୍କର୍ମ ଘଟଣା ଘଟିଥିଲା ।

ଘଟଣାରେ ପବନ କୁମାର ଗୁପ୍ତା, ମୁ୍କେଶ ସିଂହ, ବିନୟ ଶର୍ମା ଓ ଅକ୍ଷୟ କୁମାର ସିଂହ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।

ବସ୍ ଓଲଟି ୭ ଗୁରୁତର

ଯାଜପୁର:  ଯାଜପୁର ବରୀ ଗୋଳକୁଣ୍ଡ ଠାରେ ବସ ଓଲଟି ୭ଯାତ୍ରୀ ଗୁରୁତର । ବରୀରୁ କଟକ ଅଭିମୁଖେ ଯାଉଥିବା ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି ।

ବରୀରୁ କଟକ ଅଭିମୁଖେ ଯାଉଥିବାବେଳେ ମା ମଙ୍ଗଳା ନାମକ ଏକ ଘରୋଇ ବସ ଓଲଟି ୭ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତ ଯାତ୍ରୀମାନଙ୍କୁ ଧର୍ମଶାଳା ମେଡିକାଲକୁ ଚିକିତ୍ସା ପାଇଁ ପଠା ଯାଇଛି ।

ତେବେ ବର୍ତ୍ତମାନ ସୁଧା କୌଣସି ଯାତ୍ରୀ ମୃତାହତ ହୋଇଥିବାର ସୂଚନା ମିଲିନାହିଁ । କେଉଁ କାରଣରୁ ବସଟି ଓଲଟି ପଡ଼ିଛି ତାହା ଏବେ ସ୍ପଷ୍ଟ ହୋଇନାହିଁ ।

ଗ୍ୟାରେଜ ମେକାନିକଙ୍କ ଝିଅ ପାଇଲେ ଓଏଏସ୍‌

ଜୟପୁର: କନେଷ୍ଟବଳରୁ ଓଏଏସ୍‌ ଅଫିସର । ଗ୍ୟାରେଜ ମେକାନିକଙ୍କ ଝିଅ ପାଇଲେ ଓଏଏସ୍‌  । ଏ ପ୍ରେରଣାଦାୟୀ ଖବର ଜୟପୁର ସହର ପାରାବେଡ଼ାର । ଗ୍ୟାରେଜ ମେକାନିକ ରାଜାରାମ ସିଂଙ୍କ ଝିଅ ଋତୁ ସିଂଙ୍କୁ ନେଇ ସାରା ଜିଲ୍ଲାରେ ଚର୍ଚ୍ଚା ।

କ୍ରିକେଟର ଭାବେ ନିଜକୁ ପରିଚିତ କରାଇଥିବା ଋତୁ, ବହୁକଷ୍ଟରେ ପାଠ ପଢି କନେଷ୍ଟବଳ ଚାକିରି କରିଥିଲେ । ମାତ୍ର ଏତିକିରେ ସରିନିଥିଲା ଋତୁଙ୍କର ସ୍ୱପ୍ନ । ସୋମବାର ଘୋଷଣା ହୋଇଥିବା ଓଏଏସ୍‌ ରେଜଲ୍ଟରେ ୨୦୪ ରାଙ୍କ ପାଇଛନ୍ତି ।

ଋତୁଙ୍କ ସଫଳତା ପରେ ସାରା ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଥିବା ବେଳେ ସଫଳତାର ଶ୍ରେୟ ପରିବାର ଏବଂ କୋରାପୁଟ ପୋଲିସକୁ ଦେଇଛନ୍ତି ଋତୁ ।

ନଷ୍ଟ ହେଲା ୧୩ କୋଟି ୫୦ଲକ୍ଷ ଟଙ୍କାର ଗଞ୍ଜେଇ ଗଛ

ବାଲିଗୁଡ଼ା: ନଷ୍ଟହେଲା ୧୩ କୋଟି ୫୦ଲକ୍ଷ ଟଙ୍କାର ବେଆଇନ୍ ଗଞ୍ଜେଇ ଗଛ । କନ୍ଧମାଳ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ବାଲିଗୁଡ଼ା ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉରେ କରାଯାଇଥିଲା । ଚଢ଼ାଉ ପରେ ଏକ ଲକ୍ଷ ୩୫ହଜାର ବେଆଇନ୍ ଗଞ୍ଜେଇ ଗଛକୁ ପୋଡ଼ି ନଷ୍ଟ କରିଦିଆଯାଇଛି ।

କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ବାଟାଗୁଡ଼ା ପଞ୍ଚାୟତର ଡିଙ୍ଗିମିଲା, ପାଙ୍ଗାପଡ଼ା ଓ ମିଡ଼ିଆକିଆ ପଞ୍ଚାୟତର ବରିକିଆ, ମିଡ଼ିଆକିଆ ଆଦି ଅଞ୍ଚଳରେ ୧୩୫ ଏକର ଜଙ୍ଗଲ ଜମିରେ ହୋଇଥିଲା ବେଆଇନ୍ ଗଞ୍ଜେଇ ଚାଷ ।

ଏହିସବୁ ଅଞ୍ଚଳରେ ୧୩୫ ଏକର ଜଙ୍ଗଲ ଜମିରେ ଚାଷ ହୋଇଥିବା ବେଆଇନ୍ ଗଞ୍ଜେଇ ଗଛ କାଟି ପୋଡ଼ି ନଷ୍ଟ କରାଯାଇଛି । ନଷ୍ଟ ହୋଇଥିବା ଗଞ୍ଜେଇ ଗଛର ଆନୁମାନିକ ମୂଲ୍ୟ ୧୩କୋଟି ୫୦ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି ।

ରାଉରକେଲା ସ୍ପଞ୍ଜ କାରଖାନାରେ ଗ୍ୟାସ୍‌ ଲିକ୍‌, ଦୁଇଜଣ ଶ୍ରମିକଙ୍କ ମୃତ୍ୟୁ

ରାଉରକେଲା: ସୁନ୍ଦରଗଡର ଲାଠିକଟା ବ୍ଲକରେ ଥିବା ପୂଜା ସ୍ପଞ୍ଜ କାରଖାନାରେ ଅଘଟଣ । କାରଖାନାରେ ସଫେଇ ଚାଲିଥିବା ବେଳେ ଦୁଇ ଶ୍ରମିକଙ୍କ ମୃତ୍ୟୁ ହୋଇଛି । କାମ ଚାଲିଥିବା ବେଳେ ଗ୍ୟାସ୍‌ ଲିକ ହେବା ଯୋଗୁଁ ସେମାନଙ୍କର ମୃତ୍ୟୁ ହୋଇଛି ।

ଗୁରୁତର ଅବସ୍ଥାରେ ସେମାନଙ୍କୁ ପ୍ରଥମେ ଆରଜିଏଚ୍‌ରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଅନ୍ୟ ଜଣେ ଶ୍ରମିକ ଆହତ ହୋଇଛନ୍ତି । ବ୍ରାହ୍ମଣୀ ତରଙ୍ଗ ଥାନା ପକ୍ଷରୁ ତନାଘନା କରାଯାଉଛି । ଏ ପର୍ଯ୍ୟନ୍ତ ଘଟଣାରେ କୈାଣସି ଲିଖିତ ଅଭିଯ଼ୋଗ ହୋଇନାହିଁ ।

ହ୍ରିତିକଙ୍କ ଆଗାମି ହ୍ୟାଟ୍ରିକ୍

ମୁମ୍ବାଇ: ଫିଲ୍ମ ‘ୱାର୍‌’ର ସଫଳତା ପରେ ଅଭିନେତା ହ୍ରିତିକ ରୋଶନ ନିଜ ଆଗାମୀ ଫିଲ୍ମ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ନିର୍ଦ୍ଦେଶକ ଫରହା ଖାନଙ୍କ ଆଗାମୀ ଫିଲ୍ମରେ ହ୍ରିତିକ କାମ କରିବେ ବୋଲି ଜଣାପଡ଼ିଛି । ଏଥିରେ ତାଙ୍କ ସହିତ ଲିଡ୍ ରୋଲରେ ନଜର ଆସିବେ ଅଭିନେତ୍ରୀ ଅନୁଷ୍କା ଶର୍ମା । ତେବେ ପ୍ରଥମ ଥର ପାଇଁ ମୋଷ୍ଟ୍ ହ୍ୟାଣ୍ଡସମ୍ ଷ୍ଟାର୍ ହ୍ରିତିକ ରୋଶନ ଓ ଗ୍ଲାମର୍ କୁଇନ୍ ଅନୁଷ୍କାଙ୍କୁ ଏକାଠି ପରଦାରେ ଦେଖିବାକୁ ମିଳିବ ।

Image result for hritik and anushka

ଏହି ଫିଲ୍ମର ପ୍ରଯୋଜନା ଦାୟିତ୍ୱ ନେଇଛନ୍ତି ରୋହିତ୍‌ ସେଟ୍ଟୀ । ଫିଲ୍ମର ଶୁଟିଂ ଆସନ୍ତା ବର୍ଷ ମଧ୍ୟ ଭାଗରୁ ଆରମ୍ଭ ହେବ । ୨୦୨୧ ପ୍ରାରମ୍ଭରେ ଫିଲ୍ମଟି ରିଲିଜ୍‌ ହେବ । ଏହି ଫିଲ୍ମଟି ୧୯୮୨ରେ ଆସିଥିବା ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ସତ୍ତେ ପେ ସତ୍ତା’ର ରିମେକ୍ ବୋଲି କୁହାଯାଉଛି ।