ଯୁବତୀଙ୍କ ଫଟୋକୁ ଅଶ୍ଲୀଳ ଏଡିଟିଂ କରି ପଠାଉଥିଲା !

ଜଗତସିଂହପୁର: ଇଂଜିନିଅରିଂ ଛାତ୍ରୀଙ୍କୁ ବ୍ଲ।କମେଲିଂ ଅଭିଯୋଗରେ ଯୁବକ ଗିରଫ  । ଜଗତସିଂହପୁର ତିର୍ତ୍ତୋଲ ଥାନା ସଂରାର ଶଙ୍କର ବାରିକଙ୍କୁ ଗିରଫ କରିଛି ପୋଲିସ ।

ଅଭିଯ଼ୁକ୍ତ ଜଣଙ୍କର ସଂରା ଛକରେ ଫଟୋ ଷ୍ଟୁଡିଓ ଥିବା ବେଳେ, ଫେସବୁକରୁ ସଂପୃକ୍ତ ଯୁବତୀଙ୍କ ଫଟୋ ଡାଉନଲୋଡ କରି ଅଶ୍ଲୀଳ ଏଡିଟିଂ କରିଥିଲା ।

ପରେ ଯୁବତୀଙ୍କ ହ୍ଵାଟସ ଆପ ନମ୍ବରକୁ ଫଟୋ ପଠାଇଥିଲା ଅଭିଯୁକ୍ତ । ଏନେଇ ଅଭିଯୋଗ ପରେ ଶଙ୍କର ଫଟୋ ଷ୍ଟୁଡିଓରୁ କଂପ୍ୟୁଟର ଜବତ କରିବା ସହ ଷ୍ଟୁଡିଓକୁ ସିଲ କରିଛି ପୋଲିସ ।

Leave a Reply