spot_img
Home Blog Page 7383

ରିଲିଜ ହେଲା ସୂର୍ଯ୍ୟବଂଶୀର ଟ୍ରେଲର, ୪ ଘଣ୍ଟାରେ ଦେଖିଲେ ୧୧ ମିଲିୟନ ଲୋକ

ଶେଷ ହେଲା ଅପେକ୍ଷା । ବହୁ ଚର୍ଚ୍ଚିତ ବଲିଉଡ୍‌ ଅପ୍‌ କମିଂ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ଟ୍ରେଲର ରିଲିଜ୍‌ ହୋଇଛି। ଏଥିରେ ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି ବଲିଉଡର ଖିଲାଡି ବୟ ଅକ୍ଷୟ କୁମାର, ଅଭିନେତ୍ରୀ କ୍ୟାଟ୍ରିନା କୈଫ, ଜ୍ୟାକି ଶ୍ରଫ, ଗୁଲଶନ ଗ୍ରୋଭର, ନିକିତିନ ଧିର, ବିଧାନ ଶର୍ମା ଆଦିଙ୍କୁ ଦେଖିବାକୁ ମିଳିବ।

ମାତ୍ର ୪ ଘଣ୍ଟାରେ ଟ୍ରେଲର ଟିକୁ ୧୧ ମିଲିୟନ ଲୋକ ଦେଖିସାରିଥିବା ବେଳେ ୟୁଟୁବରେ ଏହା ଏକ ନମ୍ବର ଟ୍ରେଡିଂରେ ଅଛି ।

ଏହି ଟ୍ରେଲର ରିଲିଜ୍‌ ଅବସରରେ ଟ୍ରାଫିକ ଜାମ୍‌କୁ ଦୂରେଇ ଦେବାକୁ ଅକ୍ଷୟ କୁମାର ଏକ ନୂଆ ଫର୍ମୁଲା ଆପଣେଇ ଥିବା ଦେଖାଯାଇଛି। ଟ୍ରେଲର୍‌ ରିଲିଜ ଅବସରରେ ସେ ଏକ ରେସିଂ ବାଇକ୍‌ ନେଇ ପହଞ୍ଚିଥିବା ଜଣାପଡିଛି। ଏହି ରେସିଂ ବାଇକ୍‌ ସହ ଅକ୍ଷୟ ହାତରେ ହେଲମେଟ୍‌ ଧରିଥିବାର ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହାସହ ଅକ୍ଷୟ ଲେଖିଛନ୍ତି ‘ସୂର୍ଯ୍ୟବଂଶୀ’ର ଟ୍ରେଲର ରିଲିଜ୍‌ ଅବସରରେ ମୁମ୍ବାଇ ଟ୍ରାଫିକରୁ ବଞ୍ଚିବାକୁ ଆଜି ସୂର୍ଯ୍ୟବଂଶୀ ହେଲିକପ୍ଟର ବଦଳରେ ବାଇକ୍‌ର ସାହାରା ନେଇଛନ୍ତି। ଅକ୍ଷୟଙ୍କ ଏହି ଫଟୋକୁ ଦେଖିବା ପରେ ତାଙ୍କର ପ୍ରଶଂସକମାନେ ଭିନ୍ନ ଭିନ୍ନ କମେଣ୍ଟ ଦେଇଛନ୍ତି।

ବିଜୁଙ୍କ ଆଦର୍ଶ ବିଜେଡିର ଆଭିମୁଖ୍ୟ : ସାଧାରଣ ଲୋକଙ୍କ ସେବାରେ ନିଜକୁ ଉତ୍ସର୍ଗ କରିବ ଦଳ

ଭୁବନେଶ୍ବର: ଆସନ୍ତା ମାର୍ଚ୍ଚ ୫ରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ରାଜ୍ୟବ୍ୟାପୀ ଜୟନ୍ତୀ ପାଳନ ହେବ । ପ୍ରତିବର୍ଷ ଦଳ ପକ୍ଷରୁ ରାଜ୍ୟବ୍ୟାପୀ ଜୟନ୍ତୀ ପାଳନ କରୁଥିବା ବେଳେ ଏଥର ଦଳ ଟିକେ ନିଆରା ଢଙ୍ଗରେ ପାଳନ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏନେଇ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ସବୁ କର୍ମକର୍ତ୍ତା, ପର୍ଯ୍ୟବେକ୍ଷକ, ସାଂସଦ, ବିଧାୟକ, ବିଧାୟିକା, ଜିଲ୍ଲା ସଭାପତି, ଛାମୁଆ ସଂଗଠନର ରାଜ୍ୟ ସଭାପତି, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଅଧ୍ୟକ୍ଷ, ଉପାଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି । ଏଥିରେ ଜୟନ୍ତୀ ପାଳନ ପାଇଁ ଗ୍ରହଣ କରାଯାଉଥିବା କାର୍ଯ୍ୟକ୍ରମ ସହ ଦଳୀୟ ଏକତା, ଶୃଙ୍ଖଳା ଏବଂ ଅନୁଶାସନକୁ ପାଳନ କରିବା ପାଇଁ ତାଗିଦ କରିଛନ୍ତି ସୁପ୍ରିମୋ ।

ଚଳିତ ବର୍ଷ ବିଜୁ ବାବୁଙ୍କ ୧୦୪ତମ ଜୟନ୍ତୀ ମାର୍ଚ୍ଚ ୫ ଠାରୁ ୨୦ ତାରିଖ ଯାଏଁ ବିଭିନ୍ନ ନିର୍ବାଚନୀମଣ୍ଡଳୀରେ ପାଳନ କରାଯିବ । କେବଳ ସେତିକି ନୁହେଁ ବିଜୁ ବାବୁଙ୍କ ଜୟନ୍ତୀ ଠାରୁ ତିରୋଧାନ ଦିବସ ଏପ୍ରିଲ ୧୭ ତାରିଖ ମଧ୍ୟରେ ବିଜେଡ଼ିର ଯୁବ ଏବଂ ଛାତ୍ର ସଙ୍ଗଠନ ଦ୍ୱାରା ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଜୀବନ ବିନ୍ଦୁ ଆୟୋଜନ କରାଯିବ ।

ଦାରିଦ୍ର୍ୟ ଦୂରୀକରଣ ସହିତ ସାମାଜିକ ସୁରକ୍ଷା, ଖାଦ୍ୟ ନିରାପତ୍ତା, ମହିଳା, ଯୁବକ, କୃଷକଙ୍କ ସଶକ୍ତିକରଣ ଭିତ୍ତିଭୂମିର ଉନ୍ନତି ତଥା ବିଭିନ୍ନ ବର୍ଗର ଲୋକଙ୍କ କଲ୍ୟାଣ ପାଇଁ ସଂଖ୍ୟାଧିକ ପଦକ୍ଷେପ  ଗ୍ରହଣ କରାଯାଇଛି । ପ୍ରସାଶନକୁ ଆହୁରି ଉତ୍ତରଦାୟୀ, ସ୍ୱଚ୍ଛ ଏବଂ ଲୋକାଭିମୂଖୀ କରିବା ପାଇଁ 5ଟି ମନ୍ତ୍ର ସହିତ ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ନିକଟରେ ସାମାଜିକ ଓ ଶିକ୍ଷା କ୍ଷେତ୍ରରେ ପଛୁଆ ବର୍ଗ  ତାଥା ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ସାମାଜିକ ଏବଂ ଅର୍ଥନୈତିକ ସର୍ଭେ କରିବା ପାଇଁ ଏକ ଐତିହାସିକ ନିଷ୍ପତି ଗ୍ରହଣ କରାଯାଇଛି । ବିଜୁବାବୁଙ୍କ ଜନ୍ମ ତିଥିରୁ ଆରମ୍ଭ କରି ଏହି ଦୁଇ ସପ୍ତାହ ବ୍ୟାପୀ କାର୍ଯ୍ୟକ୍ରମରେ ଗ୍ରାମାଞ୍ଚଲରେ ପକ୍କା ଘର ପାଇ ନଥିବା ଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘର ଯୋଗ୍ୟତା କାର୍ଡ ଏବଂ ସହରାଞ୍ଚଳରେ ରହୁଥିବା ବସ୍ତିବାସିନ୍ଦାଙ୍କୁ ଜାଗା ମିଶନ ମାଧ୍ୟମରେ ଭୂମି ଅଧିକାର ଯୋଗ୍ୟତା ପ୍ରମାଣ ପତ୍ର ବଣ୍ଟନ କରାଯିବ ।

ମାର୍ଚ୍ଚ ୮ରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ ଅବସରରେ ଦଳର ମହିଳା ସଂଗଠନ ପକ୍ଷରୁ ନିର୍ବାଚନମଣ୍ଡଳୀ ସ୍ତରରେ ମହିଳା ସମାବେଶ ଆୟୋଜନ କରାଯାଇ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୧୦ଜଣ ସଫଳ ମହିଳାଙ୍କୁ ସମ୍ମାନିତ କରାଯିବା ସହିତ ମହିଳା ସଶକ୍ତିକରଣ ଦିଗରେ ବିଜୁ ବାବୁଙ୍କ ଅବଦାନ ଏବଂ ନବୀନ ପଟ୍ଟନାୟକଙ୍କ ୨୦ ବର୍ଷ ଶାସନ କାଳରେ ମହିଳାଙ୍କ ସଶକ୍ତିକରଣ ପାଇଁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋଚନା କରାଯିବ ବୋଲି ନବୀନ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି  ।

ବ୍ୟବସାୟ ଛାଡ଼ି ଏବେ ୨୫୦ ଆଦିବାସୀଙ୍କୁ ମାଗଣାରେ ଖାଦ୍ୟ ଯୋଗାଉଛନ୍ତି

କୋଏମ୍ବାଟୁର: ବ୍ୟବସାୟ ଛାଡ଼ି ଏବେ ମାଗଣାରେ ଖାଦ୍ୟ ଯୋଗାଉଛନ୍ତି । ୬୦ ବର୍ଷ ବୟସ ପର୍ଯ୍ୟନ୍ତ ବ୍ୟବସାୟ ଚଳାଉଥିଲେ ଆଉ ଏବେ ୨୫୦ ଆଦିବାସୀଙ୍କୁ ପ୍ରତିଦିନ ମଧ୍ୟାହ୍ନ ଭୋଜନ ଯୋଗାଉଛନ୍ତି  । ଦେଢ଼ ବର୍ଷ ଧରି, ଥୋଥୁକୁଡିର ୬୩ ବର୍ଷିୟ ଏମ୍‌ ବାଲାଚନ୍ଦ୍ର ଅସୁସ୍ଥତା କିମ୍ବା ବୃଦ୍ଧାବସ୍ଥା ହେତୁ କାମ କରିବାକୁ ଯାଇପାରୁ ନଥିବା ଆଦିବାସୀ ଲୋକଙ୍କୁ ମାଗଣା ଖାଦ୍ୟ ଯୋଗାଉଛନ୍ତି।

ସେ ପ୍ରଥମେ ଅନାଇକାଟୀ ପାହାଡରେ ପାନପାଲ୍ଲୀ, କୋଣ୍ଡାନୁର, ଜାମ୍ବୁକାଣ୍ଡି, କୁଟୁପୁଲି ଏବଂ ଥେକାଲୁରରେ ଥିବା ଆଦିବାସୀ ହାମଲେଟ୍ ପରିଦର୍ଶନ କରିଥିଲେ। ପରେ ଖାଦ୍ୟ ବାଣ୍ଟିବା ପାଇଁ ନିସ୍ପତି ନେଇଥିଲେ ।

ପ୍ରତିଦିନ ରାମଚନ୍ଦ୍ର, ତାଙ୍କ ସାଙ୍ଗ – ଅନିକାଟିର ମୁରୁଗାନ୍, ୧୧ ରୁ ୧୨ ଟା ମଧ୍ୟରେ ହାମଲେଟରେ ଆଦିବାସୀଙ୍କୁ ୨୫୦ ପ୍ୟାକେଟ୍ ବିଭିନ୍ନ ପ୍ରକାରର ଖାଦ୍ୟ ଦିଅନ୍ତି । ଏହା ବ୍ୟତୀତ, ପ୍ରତି ତୃତୀୟ ରବିବାରରେ ସେ ପାଲାମଲାଇ ଜନଜାତି ଅଞ୍ଚଳ ପରିଦର୍ଶନ କରି ୨୫୦ ଆଦିବାସୀ ପରିବାରକୁ ୫ କିଲୋଗ୍ରାମ ଚାଉଳ ଏବଂ ୧ କିଲୋଗ୍ରାମ ଡାଲି ମଧ୍ୟ ପ୍ରଦାନ କରଥାନ୍ତି ।

ବାଲାଚନ୍ଦ୍ରଙ୍କର ଏକ ପତ୍ନୀ, ଗୋଟିଏ ପୁଅ ଏବଂ ଦୁଇ ଝିଅ ଅଛନ୍ତି । ପୁଅ କୋଏମ୍ବାଟୁରର ଏକ ଘରୋଇ ସୁପର ସ୍ପେସିଆଲିଟି ହସ୍ପିଟାଲରେ ଜେନେରାଲ୍ ମେଡିସିନ୍ରେ ଡାକ୍ତର ଭାବରେ କାର୍ଯ୍ୟ କରନ୍ତି । ଦୁଇ ଝିଅ ବିଦେଶରେ ବସବାସ କରିଛନ୍ତି। ସେ କହିଛନ୍ତି ଯେ କୋଏମ୍ବାଟୁରଠାରେ ଜନ୍ମ ହୋଇଥିବା ତାଙ୍କ ପତ୍ନୀ ଜୀବନର ଶେଷ ପର୍ଯ୍ୟାୟକୁ ସେହି ଅଞ୍ଚଳରେ ବଞ୍ଚିବାକୁ ଚାହୁଁଥିଲେ।

ସେ କହିଛନ୍ତି, “ଆଦିବାସୀ ହାମଲେଟରେ ଅଭାବୀ ଲୋକଙ୍କୁ ଖାଦ୍ୟ ପରିବେଷଣ କରିବା ପାଇଁ ଆମେ ଆଦିବାସୀ ଅଞ୍ଚଳକୁ ଘର ଦ୍ୱାର ପରିଦର୍ଶନ କରିଥିଲୁ। ସବିଶେଷ ତଥ୍ୟ ନେବା ପରେ ଆମେ ସେମାନଙ୍କ ହାମଲେଟ୍ ପରିଦର୍ଶନ କରି ସେମାନଙ୍କୁ ଖାଦ୍ୟ ପରିବେଷଣ କରିବା ଆରମ୍ଭ କରିଥିଲୁ।” ଥାଡାଗାମରେ ରହୁଥିବା ମହିଳା ଖାଦ୍ୟ ପ୍ରସ୍ତୁତ କରୁଛନ୍ତି ।

ପ୍ରତିଦିନ ୨୫୦ ଜଣଙ୍କୁ ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ସେ ପ୍ରାୟ ୬ ହଜାର ଟଙ୍କା ଖର୍ଚ୍ଚ କରନ୍ତି ।

 

ଦିଲ୍ଲୀରେ BSF ଯବାନ ଆନିସଙ୍କ ପରିବାରକୁ ଭେଟି ଓଡ଼ିଶା ସରକାରଙ୍କ ସହାୟତା ରାଶି ପ୍ରଦାନ କଲେ ଆବାସିକ କମିଶନର

ନୂଆଦିଲ୍ଲୀ : ଦିଲ୍ଲୀରେ ଅବସ୍ଥାପିତ ଓଡ଼ିଶାର ସ୍ୱତନ୍ତ୍ର ଆବାସିକ କମିଶନର ରବିକାନ୍ତ BSF ଯବାନ ମହମ୍ମଦ ଆନିସଙ୍କ ପରିବାର ବର୍ଗଙ୍କୁ ଦିଲ୍ଲୀରେ ସାକ୍ଷାତ କରିଛନ୍ତି । ଆଜି ଯବାନଙ୍କ ପରିବାର ଲୋକଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପ୍ରଦାନ କରିଥିବା ୧୦ ଲକ୍ଷ ଟଙ୍କାର ସହାୟତା ରାଶି ଦେଇଛନ୍ତି ।

ଦିଲ୍ଲୀ ହିଂସାରେ ଯବାନଙ୍କ ଘର ପୋଡ଼ି ଘଟଣା, ୧୦ ଲକ୍ଷ ଟଙ୍କା ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଗତକାଲି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ BSF ଯବାନ ମହମ୍ମଦ ଆନୀସଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଥିଲେ । ଦିଲ୍ଲୀ ହିଂସାରେ ଆନିସଙ୍କର ଘର ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଆନିସ୍ ଏବେ ମାଲକାନଗିରିର ମାଓ ଅଞ୍ଚଳରେ କାର୍ଯ୍ୟ କରୁଛନ୍ତି । ବିଏସଏଫ ୯ମ ବାଟାଲିୟନର ଯବାନ ମହମ୍ମଦ ଆନିସ ଓଡ଼ିଶାରେ ଦୀର୍ଘଦିନ ହେବ କାର୍ଯ୍ୟ କରୁଛନ୍ତି ।  ଦିଲ୍ଲୀ ହିଂସାରେ ତାଙ୍କ ଘର ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଏହାପରେ ସରକାର ତାଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ।

ଦିଲ୍ଲୀ ହିଂସାରେ ପ୍ରଭାବିତ ହୋଇଥିବା ଓଡ଼ିଆ ଲୋକଙ୍କୁ ମଧ୍ୟ ସହାୟତା ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ସେମାନଙ୍କ ପରିବାରକୁ ମଧ୍ୟ ସହାୟତା ଯୋଗାଇ ଦିଆଯାଇଛି ।

ଲାଗିଲା ନିଆଁ, ୫ ପରିବାରର ଘର ହେଲା ପାଉଁଶ

ଭୁବନେଶ୍ୱର: ଭୁବନ ବ୍ଲକ ମାଟିଆ ସାହିରେ ଭୟାବହ ଅଗ୍ନିକାଣ୍ଡ ହୋଇଯାଇଛି । ୫ଟି ପରିବାରର ୧୩ବଖରା ଭସ୍ମିଭୁତ । ଲକ୍ଷାଧିକ ଟଙ୍କାର ସଂପତ୍ତି ପୋଡ଼ି ନଷ୍ଟ ହୋଇଛି । ଭୁବନ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛି । ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ପହଁଚି ବିପନ୍ନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରିଛି । କ୍ଷୟକ୍ଷତି ଆକଳନ କରାଯିବା ସହ କ୍ଷତିଗ୍ରସ୍ତଙ୍କୁ ୯୫ହଜାର ୧ଶହ ଟଙ୍କା କ୍ଷତି ପୂରଣ ଦିଆଯାଇଛି ।

Image result for fire in house

ତେବେ ଅଗ୍ନିକାଣ୍ଡରେ ବିଶ୍ୱନାଥ ପ୍ରଧାନ ବିଶେଷ କ୍ଷତିଗ୍ରସ୍ତ ହୋଇଛନ୍ତି । ତେବେ ଏକ ପରିବାରରେ ଝିଅ ବାହାଘର ପାଇଁ ରଖିଥିବା ସମସ୍ତ ଆସବାବ ପତ୍ର ନଷ୍ଟ ହୋଇଯାଇଛି ।

ବାହାଘର ପୂର୍ବରୁ ସମୁଦି ସମୁଦୁଣି ହୋଇଥିଲେ ଫେରାର, ଘରକୁ ଫେରିବା ପରେ ଏମିତି ହେଲା…

ଫେରାର ପରେ ପୁଣି ଘର ମୁହାଁ ହୋଇଥିଲେ ଦମ୍ପତି । କିନ୍ତୁ ଘରେ ସ୍ଥାନ ନମିଳିବାରୁ ପୁଣି ଥରେ ହୋଇଗଲେ ଫେରାର । ଏମାନେ କୌଣସି ଯୁବ ଦମ୍ପତି ନୁହଁନ୍ତି । ଏମାନଙ୍କର ବୟଷ ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ଏମାନଙ୍କର ବୟଷ ୪୦ରୁ ଅଧିକ ହେବ । ଏହି ଦୁଇଜଣ ନିଜ ପୁଅ ଏବଂ ଝିଅର ବିବାହର ଠିକ୍‌ ସପ୍ତାହେ ପୂର୍ବରୁ ଫେରାର ହୋଇଥିଲେ । କହିବାକୁ ଗଲେ ପୁଅ ଝିଅର ବାହାଘର ପରେ ଏମାନେ ହୋଇଥାନ୍ତେ ସମୁଦି ସମୁଦୁଣି  ।

ଏମାନେ ହେଉଛନ୍ତି ସୁରଟର ହିମାତ୍ ପାଣ୍ଡବ ଏବଂ ନଭସାରୀର ଶୋଭନା ରାଭାଲ । ସେମାନେ ଚଳିତ ବର୍ଷ ଜାନୁଆରୀରେ ନିଜ ପୁଅ ଏବଂ ଝିଅର ନିର୍ଦ୍ଧାରିତ ବିବାହର ସପ୍ତାହେ ପୂର୍ବରୁ ବିବାହ କରିଥିଲେ । ବିବାହର ଦୁଇ ସପ୍ତାହ ପରେ ସେମାନେ ନିଜ ନିଜ ପରିବାରକୁ ଫେରିଥିଲେ । କିନ୍ତୁ ସେମାନଙ୍କୁ ଘରେ କେହି ସ୍ଥାନ ଦେଇନଥିଲେ  । ଯାହାପାଇଁ ପୁନର୍ବାର ଦମ୍ପତି ଫେରାର ହୋଇଥିଲେ ।

ତେବେ ଗତଥର ତୁଳନାରେ ଏହି ଯୋଡି ‘ନିଖୋଜ’ ହେବା ନେଇ ପୋଲିସ ପାଖରେ କୌଣସି ଅଭିଯୋଗ ଦାଖଲ କରାଯାଇ ନାହିଁ । ପାଣ୍ଡବ ସୁରଟର କାଟାରଗାମ ଅଞ୍ଚଳର ବାସିନ୍ଦା ହୋଇଥିବାବେଳେ ରାଭାଲ ନାଭସାରୀ ଜିଲ୍ଲାର ବିଜୟଲପୁର ସହରରୁ ଆସିଛନ୍ତି।

ଜାନୁଆରୀ ୨୬ ରେ ସେମାନେ ଫେରିବା ପରେ ସ୍ୱାମୀ ତାଙ୍କୁ ଗ୍ରହଣ କରିବାକୁ ମନା କରିବା ପରେ ରାଭାଲ ତାଙ୍କ ପିତାମାତାଙ୍କ ଘରକୁ ଯାଇଥିଲେ କିନ୍ତୁ ସେଠାରେବି ତାଙ୍କକୁ ନିରାଶ ହୋଇ ଫେରିବାକୁ ପଡ଼ିଥଲା ।

ପାଣ୍ଡବ ଏବଂ ରାଭାଲ ଗତ ଶନିବାର ନିଜ ନିଜ ଘରୁ ବାହାରିଛନ୍ତି । ସେମାନେ ସୁରଟର ଏକ ଭଡା ଘରେ ରହିଥିବାର ଜଣାଯାଇଛି।

 

ଭୋଡାଫୋନ ଏବଂ ଆଇଡିଆର ଧମାକା ଅଫର, ମିଳିବ ୧.୫ଜିବି ଏକ୍ସଟ୍ରା ଡାଟା

ଉପଭୋକ୍ତାମାନଙ୍କୁ ଆକୃଷ୍ଟ କରିବାକୁ ଭୋଡାଫୋନ୍‌ର ନୂଆ ଅଫର । ଆବଶ୍ୟକତା ଠାରୁ ଅଧିକ ଡଟା ଦେଉଛି ଭୋଡାଫୋନ୍‌ । ଏହା କେବଳ ପ୍ରିପେଡ୍ ବ୍ୟବହାରକାରୀଙ୍କ ପାଇଁ । ସବୁଠାରୁ ବଡ଼ କଥା ହେଉଛି ଉପଭୋକ୍ତାଙ୍କୁ ୧.୫ ଜିବି ପର୍ଯ୍ୟନ୍ତ ଅତିରିକ୍ତ ଡାଟା ଦିଆଯିବ ।

ଏହି ଅତିରିକ୍ତ ଡଟା ୨୪୯, ୩୯୯ ଟଙ୍କା ଏବଂ ୫୯୯ ଟଙ୍କା ଯୋଜନାରେ ଉପଲବ୍ଧ ହେବ । ୨୪୯ ଟଙ୍କା ଯୋଜନା ବିଷୟରେ କହିବାକୁ ଗଲେ, ଉପଭୋକ୍ତାମାନେ ୨୮ ଦିନର ବୈଧତା ପାଇବେ ।

୩୯୯ ଟଙ୍କାର ଯୋଜନା ୫୬ ଦିନର ବୈଧତା ପ୍ରଦାନ କରୁଥିବାବେଳେ ୫୯୯ ଟଙ୍କା ଯୋଜନାରେ ୮୪ ଦିନର ବୈଧତା ରହିଛି । ଏହି ଯୋଜନା ଅଧୀନରେ, ଉପଭୋକ୍ତାମାନେ ପ୍ରତିଦିନ ୧.୫ ଜିବି ଡାଟା ପାଆନ୍ତି ।

ବର୍ତ୍ତମାନ ନୂତନ ଅଫର ଅଧୀନରେ ଏହି ଯୋଜନାଗୁଡିକରେ ଉପଭୋକ୍ତାମାନେ ପ୍ରତିଦିନ ୩ ଜିବି ଡାଟା ପାଇବେ । ଏହି ଅଫର ସମଗ୍ର ଦେଶରେ କେବଳ ଭୋଡାଫୋନ୍ ଆଇଡିଆ ଗ୍ରାହକଙ୍କ ପାଇଁ ।

ଅତିରିକ୍ତ ଡାଟା ପାଇବା ପାଇଁ ଆପଣ ଭୋଡାଫୋନ୍ ଆଇଡିଆର ୱେବସାଇଟ୍ କିମ୍ବା ଭୋଡାଫୋନ୍ ପ୍ଲେ ଆପ୍ ବ୍ୟବହାର କରିପାରିବେ । ଏହି ଯୋଜନାଗୁଡିକରେ, ଡାଟା ସହିତ ଅସୀମିତ ଭଏସ୍ କଲିଂ ସହ ପ୍ରତିଦିନ ୧୦୦ ଟି ଏସ୍‌ଏମ୍‌ଏସ୍‌ ପୁରା ଫ୍ରି ରହିଛି ।

ଏହି ଅଫର କମ୍ପାନୀର ୱେବସାଇଟରେ ଆପଣ ଦେଖିପାରିବେ। ୱେବସାଇଟ୍ ମାଧ୍ୟମରେ ଏହି ଯୋଜନାଗୁଡ଼ିକରୁ ଆପଣଙ୍କ ଫୋନ୍ ରିଚାର୍ଜ କରି ଆପଣ ଡବଲ୍ ଡାଟା ଅଫରର ଲାଭ ଉଠାଇ ପାରିବେ ।

ଆସନ୍ତାକାଲି ସକାଳ ୬ଟାରେ ନିର୍ଭୟା ଦୋଷୀଙ୍କ ଫାଶୀ ହେବ ନା ନାହିଁ ?

ନୂଆଦିଲ୍ଲୀ : ରାତି ପାହିଲେ ଫାଶୀ । ପୂର୍ବ ଆଦେଶ ମୂତାବକ ମାର୍ଚ୍ଚ ୩ ତାରିଖ ସକାଳ ୬ଟାରେ ଦିଲ୍ଲୀର ତିହାର ଜେଲ୍ ପରିସରରେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କୁ ଫାଶୀ ଦେବାକୁ ସ୍ଥିର ହୋଇଛି । ଏଥିପାଇଁ ଜେଲ୍ କର୍ତ୍ତୃପକ୍ଷ ସମସ୍ତ ପ୍ରସ୍ତୁତି ଶେଷ କରିସାରିଛନ୍ତି । ଫାଶୀ ପାଇଁ ଦଉଡ଼ି, ଘାତକ, ସ୍ଥାନ, ସମୟ, ଡାକ୍ତର, ଭିଡିଓ ଗ୍ରାଫିର ବ୍ୟବସ୍ଥା ସବୁକିଛି ସ୍ଥିର ହୋଇ ସାରିଛି ।
ଏ ସବୁ ମଧ୍ୟରେ ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ଆସନ୍ତାକାଲି ଫାଶୀ ଦିଆଯିବ କି ନାହିଁ । କାରଣ ପୂର୍ବରୁ ଦୁଇ ଦୁଇ ଥର ଘୁଞ୍ଚିସାରିଛି ଫାଶୀ ର ତାରିଖ । ପ୍ରଥମେ ଜାନୁଆରୀ ୨୨ ଏବଂ ପରେ ଫେବ୍ରୁଆରୀ ୧ ତାରିଖରେ ଫାଶୀ ଦେବାକୁ ଦିଲ୍ଲୀର ପଟିଆଲା ହାଉସକୋର୍ଟ ତାରିଖ ଧାର୍ଯ୍ୟ କରିଥିଲେ । ମାତ୍ର ଭିନ୍ନ ଭିନ୍ନ କାରଣ ଦର୍ଶାଇ ଏହାକୁ ଘୁଞ୍ଚାଇଥିଲେ ଦୋଷୀଙ୍କ ଓକିଲ ।
ଆଜି ମଧ୍ୟ ଦୋଷୀ ପବନ ଗୁପ୍ତାର କ୍ୟୁରେଟିଭ୍ ପିଟିସନ୍ ସୁପ୍ରିମକୋର୍ଟରେ ଖାରଜ ହୋଇଯାଇଛି । କିନ୍ତୁ, ପବନ ଦିଲ୍ଲୀର ପଟିଆଲା ହାଉସକୋର୍ଟରେ କରିଥିବା ଆବେଦନର ଏଯାଏଁ ଶୁଣାଣି ସରିନି । କୋର୍ଟ ନିଜର ନିର୍ଦ୍ଦେଶକୁ ରିଜର୍ଭ ରଖିଛନ୍ତି ।

ପବନ ଆବେଦନର ଦର୍ଶାଇଛି ଯେ, ତାଙ୍କର ରାଜକ୍ଷମା ଆବେଦନ ରାଷ୍ଟ୍ରପତିଙ୍କ ପାଖରେ ଥିବାରୁ ଆସନ୍ତାକାଲି ଦିଆଯିବାକୁ ଥିବା ଫାଶୀ ଉପରେ ରୋକ୍ ଲଗାଯାଉ । ଯେହେତୁ ରାଷ୍ଟ୍ରପତି ରାଜକ୍ଷମା ଉପରେ କୌଣସି ନିର୍ଦ୍ଦେଶ ଦେଇନାହାନ୍ତି ତେଣୁ ଆସନ୍ତାକାଲିର ଫାଶୀ ରୋକିବାକୁ ପବନ୍ ପଟିଆଲା ହାଉସକୋର୍ଟରେ ଆବେଦନ କରିଛି । କୋର୍ଟ ଏହାର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି । ପୂର୍ବରୁ ଅକ୍ଷୟ ଓ ବିନୟର ରାଜକ୍ଷମା ଖାରଜ୍ ହୋଇସାରିଛି । ତେଣୁ ପଟିଆଲା ହାଉସକୋର୍ଟଙ୍କ ରାୟ ଉପରେ ନିର୍ଭର କରୁଛି ଆସନ୍ତାକାଲି ଏ ୪ ଜଣଙ୍କୁ ଫାଶୀ ଦିଆଯିବ ନା ନାହିଁ ।

ପୋଖରୀରେ ଗାଧୋଇବା ହେଲା କାଳ

କଟକ: ପୋଖରୀରେ ଗାଧୋଇବା ବେଳେ ପାଦ ଖସିଯିବାରୁ ପାଣିରେ ବୁଡ଼ି ଦୁଇ ବାଳିକାଙ୍କ ମୃତ୍ୟୁ । କଟକ ଜିଲ୍ଲା ଭୁସ୍କା ଗଁ।ରେ ଏହି ଅଘଟଣ ଘଟିଛି । ବୁଡ଼ିଯିବା ପରେ ସେମାନଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ନରସିଂହପୁର ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲା । ମୃତ ନାବାଳିକା ୨ଜଣ ଭୁସ୍କା ଗଁ।ର ସୁଧୀର ସାହୁଙ୍କ ଝିଅ ପୂଜା ଓ ଶିବ ପ୍ରଧାନଙ୍କ ଝିଅ ଶ୍ରଦ୍ଧା ।

Image result for village pond

ନାବାଳିକା ୨ଜଣଙ୍କୁ ୯ବର୍ଷ ହୋଇଥିଲା ବେଳେ ସେମାନେ ତୃତୀୟ ଶ୍ରେଣୀର ଛାତ୍ରୀ ଥିଲେ । ପୋଲିସ ପହଞ୍ଚି ତଦନ୍ତ କରିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ ବଡ଼ମ୍ବା ଡାକ୍ତରଖାନାକୁ ପଠାଇଛି । ନରସିଂହପୁର-ବଡ଼ମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ର ଡାକ୍ତରଖାନାରେ ପହଞ୍ଚି ଦୁଇ ବାଳିକାଙ୍କ ପରିବାରକୁ ସମବେଦନା ଜଣାଇଥିଲେ ।

ଦିଲ୍ଲୀ ପହଞ୍ଚିଲା କରୋନା ଭାଇରସ୍, ଲୋକଙ୍କ ମଧ୍ୟରେ ଆତଙ୍କ

ନୂଆଦିଲ୍ଲୀ: ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା କରୋନା ଭାଇରସ୍ ଦିଲ୍ଲୀ ପହଞ୍ଚିଛି । ଜାତୀୟ ରାଜଧାନୀ ଦିଲ୍ଲୀରେ ଚିହ୍ନଟ ହୋଇଛନ୍ତି ଜଣେ କରୋନା ଆକ୍ରାନ୍ତ । ତେଲଙ୍ଗାନାରେ ମଧ୍ୟ ଆଉ ଜଣେ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଏହା ପୂର୍ବରୁ କେରଳରେ ଦେଶର ପ୍ରଥମ କରୋନା ଆକ୍ରାନ୍ତଙ୍କୁ ଠାବ କରାଯାଇଥିଲା ।

କାୟା ବିସ୍ତାର କରୁଛି ଭୟଙ୍କର କରୋନା ଭାଇରସ, ବିପଦରେ ୮ ଦେଶ

ନୂଆଦିଲ୍ଲୀ ଓ ତେଲଙ୍ଗାନାର ୨ କରୋନା ଆକ୍ରାନ୍ତାଙ୍କ ଉପରେ କେନ୍ଦ୍ର ସରକାରଙ୍କ ସହ ରାଜ୍ୟ ସରକାର ତୀକ୍ଷଣ ନଜର ରଖିଛନ୍ତି । ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ରହିଛି । ସ୍ୱତନ୍ତ୍ର ଡାକ୍ତରୀ ଦଳ ସେମାନଙ୍କ ଉପରେ ନଜର ରଖିଛନ୍ତି ।

କାୟା ବିସ୍ତାର କରୁଛି ଭୟଙ୍କର କରୋନା ଭାଇରସ, ବିପଦରେ ୮ ଦେଶ

ଚୀନରୁ ସୃଷ୍ଟି ହୋଇଥିବା କରୋନା ଭାଇରସ ବିଶ୍ୱରେ ତାର କାୟା ମେଲାଇବାରେ ଲାଗିଛି । କେବଳ ଚୀନରେ କରୋନାରେ ୨୮୦୦ ଲୋକଙ୍କ ମୃତ୍ୟୁ ହେଲାଣି । ଚୀନରେ ୭୯,୮୨୪ ଜଣ ଏଥିରେ ଆକ୍ରାନ୍ତ ହୋଇଥିବା ବେଳେ ଇରାନରେ ୯୭୮ ଜଣ ଆକ୍ରାନ୍ତ ହୋଇଛନ୍ତି ।