ବାହାଘର ପୂର୍ବରୁ ସମୁଦି ସମୁଦୁଣି ହୋଇଥିଲେ ଫେରାର, ଘରକୁ ଫେରିବା ପରେ ଏମିତି ହେଲା…

ଫେରାର ପରେ ପୁଣି ଘର ମୁହାଁ ହୋଇଥିଲେ ଦମ୍ପତି । କିନ୍ତୁ ଘରେ ସ୍ଥାନ ନମିଳିବାରୁ ପୁଣି ଥରେ ହୋଇଗଲେ ଫେରାର । ଏମାନେ କୌଣସି ଯୁବ ଦମ୍ପତି ନୁହଁନ୍ତି । ଏମାନଙ୍କର ବୟଷ ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ଏମାନଙ୍କର ବୟଷ ୪୦ରୁ ଅଧିକ ହେବ । ଏହି ଦୁଇଜଣ ନିଜ ପୁଅ ଏବଂ ଝିଅର ବିବାହର ଠିକ୍‌ ସପ୍ତାହେ ପୂର୍ବରୁ ଫେରାର ହୋଇଥିଲେ । କହିବାକୁ ଗଲେ ପୁଅ ଝିଅର ବାହାଘର ପରେ ଏମାନେ ହୋଇଥାନ୍ତେ ସମୁଦି ସମୁଦୁଣି  ।

ଏମାନେ ହେଉଛନ୍ତି ସୁରଟର ହିମାତ୍ ପାଣ୍ଡବ ଏବଂ ନଭସାରୀର ଶୋଭନା ରାଭାଲ । ସେମାନେ ଚଳିତ ବର୍ଷ ଜାନୁଆରୀରେ ନିଜ ପୁଅ ଏବଂ ଝିଅର ନିର୍ଦ୍ଧାରିତ ବିବାହର ସପ୍ତାହେ ପୂର୍ବରୁ ବିବାହ କରିଥିଲେ । ବିବାହର ଦୁଇ ସପ୍ତାହ ପରେ ସେମାନେ ନିଜ ନିଜ ପରିବାରକୁ ଫେରିଥିଲେ । କିନ୍ତୁ ସେମାନଙ୍କୁ ଘରେ କେହି ସ୍ଥାନ ଦେଇନଥିଲେ  । ଯାହାପାଇଁ ପୁନର୍ବାର ଦମ୍ପତି ଫେରାର ହୋଇଥିଲେ ।

ତେବେ ଗତଥର ତୁଳନାରେ ଏହି ଯୋଡି ‘ନିଖୋଜ’ ହେବା ନେଇ ପୋଲିସ ପାଖରେ କୌଣସି ଅଭିଯୋଗ ଦାଖଲ କରାଯାଇ ନାହିଁ । ପାଣ୍ଡବ ସୁରଟର କାଟାରଗାମ ଅଞ୍ଚଳର ବାସିନ୍ଦା ହୋଇଥିବାବେଳେ ରାଭାଲ ନାଭସାରୀ ଜିଲ୍ଲାର ବିଜୟଲପୁର ସହରରୁ ଆସିଛନ୍ତି।

ଜାନୁଆରୀ ୨୬ ରେ ସେମାନେ ଫେରିବା ପରେ ସ୍ୱାମୀ ତାଙ୍କୁ ଗ୍ରହଣ କରିବାକୁ ମନା କରିବା ପରେ ରାଭାଲ ତାଙ୍କ ପିତାମାତାଙ୍କ ଘରକୁ ଯାଇଥିଲେ କିନ୍ତୁ ସେଠାରେବି ତାଙ୍କକୁ ନିରାଶ ହୋଇ ଫେରିବାକୁ ପଡ଼ିଥଲା ।

ପାଣ୍ଡବ ଏବଂ ରାଭାଲ ଗତ ଶନିବାର ନିଜ ନିଜ ଘରୁ ବାହାରିଛନ୍ତି । ସେମାନେ ସୁରଟର ଏକ ଭଡା ଘରେ ରହିଥିବାର ଜଣାଯାଇଛି।

 

Leave a Reply