spot_img
Home Blog Page 7372

ଜେଲ୍‌ରେ କଏଦୀଙ୍କୁ ଆକ୍ରମଣ, ଗୁରୁତର କଏଦୀ ଡାକ୍ତରଖାନାରେ ଭର୍ତ୍ତି

ସମ୍ବଲପୁର: ସମ୍ବଲପୁର ମଣ୍ଡଳ କାରାଗାରରେ କଏଦୀଙ୍କୁ ଆକ୍ରମଣ ଅଭିଯୋଗ । ମଣ୍ଡଳ କାରାଗାରରେ କୈାଣସି କାରଣରୁ ଗଣ୍ଡଗୋଳ ହୋଇଥିଲା। ଏଥିରେ ଅବିନାଶ ବେହେରା ନାମକ ଜଣେ କଏଦୀ ଗୁରୁତର ଆହତ ହୋଇଛନ୍ତି ।

ତାଙ୍କୁ ବୁର୍ଲା ବଡ଼ ମେଡିକାଲରେଭର୍ତ୍ତି କରାଯାଇଛି । କଏଦୀ ଅବିନାଶ ବେହେରାଙ୍କ ହାତ ଭାଙ୍ଗି ଯାଇଥିବା ବେଳେ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଛି । ତାଙ୍କୁ କିଏ ଆକ୍ରମଣ କରିଛି, ତାହା ନିର୍ଦ୍ଦିଷ୍ଟ ଭାବେ ଜଣାପଡିନି । ତେବେ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜେଲ୍‌ କର୍ତ୍ତୃପକ୍ଷ କହିଛନ୍ତି ।

ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଦେବନି ବିଜେପି: ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନରୁ ଓହରିଲା ବିଜେପି । ସଂଖ୍ୟା ନଥିବାରୁ ଦଳ ପ୍ରାର୍ଥୀ ଦେବନାହିଁ। ବିଜେପି ନିର୍ବାଚନରୁ ଦୂରେଇ ରହିବ । ଏସଂପର୍କରେ ରାଜ୍ୟ ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ଆଗରୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪ରାଜ୍ୟସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରି ସାରିଛନ୍ତି । ସୁବାସ ସିଂ, ମୁନ୍ନା ଖାଁ, ସୁଜିତ୍‌ କୁମାର ଓ ମମତା ମହାନ୍ତଙ୍କୁ ପ୍ରାର୍ଥୀ କରିଛି ଦଳ। ସେପଟେ ସ୍ୱାଧୀନ ପ୍ରାର୍ଥୀ ଭାବେ ରାଜ୍ୟସଭା ନିର୍ବାଚନ ଲଢ଼ିବେ ସମାଜସେବୀ ମମତା ସାମନ୍ତରାୟ ।

ଇଏ ସେଇ ଚିତ୍ର ଯାହାକୁ ରାଣା କପୁର ୨ କୋଟି ଦେଇ କିଣିଥିଲେ !

ସୁନାକୁ ଚିହ୍ନେ ବଣିଆ । ଗୁଣ ଚିହ୍ନେ ଗୁଣିଆ । ଏକଥା ପୁରୁଣା । କଥାର ଓଜନ ବି ଅଛି । ଆଉ  ଚିତ୍ରକୁ ଚିହ୍ନନ୍ତି ତାର ଖରିଦାର । ମାନେ ସେମାନ ,ଯେଉଁମାନେ ଗୋଟିଏ ସାଧାରଣ ଚିତ୍ରରେ ମଧ୍ୟ କିଛି ଅସାଧାରଣକୁ ଦେଖନ୍ତି । ଯେମିତି ଏହି ଚିତ୍ର । ଏହି ଚିତ୍ର ହୁଏତ ଆପଣଙ୍କୁ ଓ ଆପଣଙ୍କ ଭଳି ଅନ୍ୟକିଛିଙ୍କୁ ଅତି ସାଧାରଣ ଲାଗିପାରେ କିନ୍ତୁ ଗୁଣ ଚିହ୍ନେ ଗୁଣିଆ ନ୍ୟାୟରେ ୟସ ବ୍ୟାଙ୍କର ରାଣା କପୁର ମାତ୍ର ୨ କୋଟି ଟଙ୍କା ଦେଇ ଏହାକୁ କିଣିଥିଲେ । ଚିତ୍ର ଯଦି ଆପଣଙ୍କର ହୋଇଥାନ୍ତା ତେବେ ହୁଏତ ତାର ମୁଲ୍ୟ ଏତେ ନହୋଇ,ଅତି କମ୍ ହୋଇଥାନ୍ତା । କିନ୍ତୁ ଯେହେତୁ ଚିତ୍ର ପ୍ରିୟଙ୍କାଙ୍କର,ତେଣୁ ଏହାର ମୁଲ୍ୟ ଦୁଇ କୋଟି ହୋଇଗଲା । ପ୍ରିୟଙ୍କା ଗାନ୍ଧିଙ୍କ ଚିତ୍ର  ୨ କୋଟିରେ ବିକ୍ରି ହେବ କାରଣ ସେ ପାୱାର କରିଡର ଭିତରୁ ଆସନ୍ତି,.ଯେଉଁଠି ରାଣା କପୁରଙ୍କ ବସିବା ଉଠିବା ଥିଲା  । ଯେଉଁଠି ରାଣା କପୁରଙ୍କୁ ଅନେକ କାମ କରାଇବାର ଥିଲା । କୁହାଯାଉଛି ଯେ, ଏହି ଚିତ୍ରକୁ କିଣିବାକୁ କଂଗ୍ରେସ ନେତା ମିଲନ୍ଦ ଦେଓରା ରାଣାଙ୍କୁ କହିଥିଲେ । ବ୍ୟାଙ୍କର ରାଣା ଲାଭ ଓ କ୍ଷତିର ଅନୁମାନ କରି ପ୍ରିୟଙ୍କାଙ୍କ ଚିତ୍ର କିଣିଥିଲେ । ପ୍ରିୟଙ୍କାଙ୍କ ଏହି ଚିତ୍ରରେ ଆମେ ରାଜିବ ଗାନ୍ଧିଙ୍କୁ ଦେଖି ପାରିବା । ବନ୍ଦଗଲା ପିନ୍ଧି ରାଜିବ ଗାନ୍ଧି ଭବିଷ୍ୟତ ଆଡକୁ ଅଗ୍ରସର ହେଉଥିବାର ଏହି ଚିତ୍ର ଦେଖିବାକୁ ଖରାପ ନୁହେଁ କିନ୍ତୁ ୨ କୋଟିର ପ୍ରାଇସ୍ ଟାଗ୍ ,ଅନେକଙ୍କ ଅବିଶ୍ୱସନୀୟ ଲାଗୁଛି । ଏତେ ଅବିଶ୍ୱସନୀୟ ଯେ, ପ୍ରବର୍ତ୍ତନ ନିର୍ଦ୍ଦେଷାଳୟ(ଇଡି) ଏହାର ତଦନ୍ତ କରିବାକୁ ଅଣ୍ଟା ଭିଡିଲାଣି । ଏନେଇ ରାଣା କପୁରଙ୍କୁ ଇଡି ଜେରା ମଧ୍ୟ କରିଲାଣି ବୋଲି ଶୁଣିବାକୁ ମିଳୁଛି ।

ପ୍ରିୟଙ୍କାଙ୍କ ଚିତ୍ର ଯଦି ଏତେ,ତେବେ ଭାରତର ମହଙ୍ଗା ପେଣ୍ଟିଂ କେତେ ?

ପ୍ରିୟଙ୍କାଙ୍କ ଚିତ୍ର ଯଦି ୨ କୋଟିରେ ବିକ୍ରି ହୋଇ ପାରୁଛି ତେବେ ଭାରତର ନାମି ଦାମି ଚିତ୍ରକରଙ୍କ ପେଣ୍ଟିଂ କେତେ ଦାମରେ ବିକ୍ରି ହେଉଥିବ? ଏହା ଜାଣିବା ପାଇଁ ଆମେ ଗୁଗଲ ବାବାଙ୍କ ସାହାଯ୍ୟ ନେଇଥିଲୁ । ସେଥିରୁ ଏମିତି କିଛି ତଥ୍ୟ ପାଇଲୁ ।

ପେଣ୍ଟିଂ ଚିତ୍ରକର ଦାମ ବର୍ଷ
ଅନାମ ଭାସୁଦେଓ ଏସ. ଗାଏତୋଣ୍ଡେ $୪.୪ ମିଲିୟନ ୨୦୧୫
ସୌରାଷ୍ଟ୍ର ଏସ.ଏଚ୍ ରାଜା $୩.୪୯ମିଲିୟନ ୨୦୧୦
ସ୍ୱୟଂଚିତ୍ର ଅମ୍ରିତା ଶେରଗିଲ $୨.୯୨ ମିଲିୟନ ୨୦୧୫
ଲା ଟେରେ ଏସ ଏଚ୍ ରାଜା $୨.୫୪ ମିଲିୟନ ୨୦୦୮
ଜନ୍ମ ଏଫ.ଏନ୍ ସୌଜା $୨.୪୮ମିଲିୟନ ୨୦୦୮

 

 ତଦନ୍ତ ଘେରରେ ପୁରା ପରିବାର

୨ କୋଟିର ପେଣ୍ଟିଂ କିଣି ବଡ ହୃଦୟର ବିଶ୍ୱଦର୍ଶନ କରାଇଥିବା ରାଣା ମଧ୍ୟ ହୃଦୟ ଖୋଲି ଅଭ୍ୟାଶଗତ ରୁଣ ଖିଲାପକାରୀଙ୍କୁ ଲୋନ୍ ବାଣ୍ଟୁଥିଲେ । ଯେଉଁଥିପାଇଁ ଗୋଟିଏ ସମୟରେ ୩ ଲକ୍ଷ କୋଟିର ବ୍ୟାଙ୍କ ଏବେ ଦେବାଳିଆ । ଏହାର ଡିପୋଜିଟର ନିଜ ଜମାରାଶି ପାଇଁ ଚିନ୍ତାରେ,ଚାପରେ ଅଛନ୍ତି । କିନ୍ତୁ ଯାହା ଖବର ଆସୁଛି, ତାହା ଅନୁସାରେ ଜାଲି କମ୍ପାନିର ଜାଲ ବିଛାଇ ରାଣା ଓ ତାଙ୍କ ଝିଅ ମାନେ ହଜାର ହଜାର କୋଟି ଘୋଟାଲା କରିଛନ୍ତି । ଡିଫଲ୍ଟର କଂପାନିଙ୍କୁ ମାଙ୍କଡ ବାଣ୍ଟିଲା ପରି ଲୋନ୍ ବାଣ୍ଟିଛନ୍ତି । ଆଉ ବଦଳରେ ମୋଟା ରକମ ପାଇଛନ୍ତି । ଖାଲି ରାଣା ଓ ତାଙ୍କ ଝିଅମାନେ ତଦନ୍ତ ଘରେ ଭିତରକୁ ଆସି ନାହାନ୍ତି,ରାଣାଙ୍କ ରାଣି ମାନେ ତଙ୍କ ପତ୍ନୀ ମଧ୍ୟ ଏଜେନ୍ସୀଙ୍କ ସ୍କାନର ଭିତରେ ଅଛନ୍ତି ।

 

ଡିସ୍କଭରି ଚ୍ୟାନେଲରେ ଷ୍ଟାଇଲ ଦେଖାଇବେ ତାମିଲ ସୁପରଷ୍ଟାର

ଜଙ୍ଗଲରେ ଷ୍ଟାଇଲ ଦେଖାଇବେ ସୁପରଷ୍ଟାର ରଜନୀକାନ୍ତ । ଏବଂ ଏଥିପାଇଁ ଚାରିଆଡେ ଉତ୍ସବର ମାହୋଲ, ତାଙ୍କର ଷ୍ଟାଇଲର ଏକ ଛୋଟ ଝଲକ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଛି । ତେବେ ଏହା କୈାଣସି ଆକ୍ସନ ଫିଲ୍ମରେ ନୁହେଁ ଏହା ଏକ ଟିଭି ରିଆଲିଟି ସୋ ପାଇଁ ରଜନୀଙ୍କ ଫ୍ୟାନ ନାଚୁଥିବା ଏବଂ ଗାଉଥିବା ନଜର ଆସିଛି । ଡିସ୍କଭରି ଚ୍ୟାନେଲରେ ପ୍ରସାରିତ ହେଉଥିବା ସୋ ‘ଇନ ଟୁ ଦ ୱାଇଲ୍ଡ’ରେ ଆସିବେ ରଜନୀକାନ୍ତ । ଜଙ୍ଗଲରେ ବୁଲିବେ, ଜଙ୍ଗଲରେ ବି ନିଜର ଷ୍ଟାଇଲ ଦେଖାଇବେ । ଏଥିପାଇଁ ବେସ ଉତ୍ସାହିତ ଅଛନ୍ତି ତାଙ୍କ ଫ୍ୟାନ୍‌ । ସୋସିଆଲ ମିଡିଆରେ ମଧ୍ୟ ଏହାର ଯୋଶ ଦେଖିବାକୁ ମିଳୁଛି ।

ଏହି ସୋ’କୁ ହୋଷ୍ଟ କରୁଛନ୍ତି ବିୟର ଗ୍ରେଲ୍ସ । ପୂର୍ବରୁ ତାଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହି ସୋ କରିଥିଲେ । ୨୩ ମାର୍ଚ୍ଚ ସୋମବାର ରାତି ୮ଟାରେ ଏହି ସୋ ଡିସ୍କଭରି ଚ୍ୟାନେଲରେ ପ୍ରସାରିତ ହେବ ।

କରୋନା ପାଇଁ ୧୬ ଗୁଣା ମହଙ୍ଗା ହେଲା ହ୍ୟାଣ୍ଡ ସାନିଟାଇଜର

ଆପଣ ସାନିଟାଇଜର କେତେ ଟଙ୍କାରେ କିଣିଥିବେ ?

୩୦ ଏମ୍‌ଏଲ୍‌ର ସାନିଟାଇଜର ମାତ୍ର ୩୦ କି ୫୦ ଟଙ୍କାରେ ଆପଣ ବଜାରରୁ ଆଣିଥିବେ ?

କିନ୍ତୁ ଏବେ ଏହାର ଦର ଆକାଶ ଛୁଆଁ । ହାତ ମାରିବାକୁ ବି ଡର ଲାଗୁଛି ।

କାରଣ ଏବେ ବଜାରରେ ସାନିଟାଇଜରର ମୂଲ୍ୟ ୧୬ ଗୁଣା ବଢ଼ିଯାଇଛି । ଏହାର ଏକ ମାତ୍ର କାରଣ ହେଉଛି କରୋନା ଭାଇରସର ଭୟ ।

ଯାହା ଫଳରେ ସାରା ବିଶ୍ୱରେ ଅତ୍ୟଧିକ ସଂକ୍ରାମକ କରୋନାଭାଇରସ୍ ବିସ୍ତାର ମଧ୍ୟରେ ୩୦ ଏମ୍‌ଏଲ୍‌  ହ୍ୟାଣ୍ଡ ସାନିଟାଇଜରର ମୂଲ୍ୟ ସର୍ବାଧିକ ଖୁଚୁରା ମୂଲ୍ୟ (MRP) ର ୧୬ ଗୁଣ ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ଯେ ଆଖି, ନାକ, ପାଟି ଛୁଇଁବା ଠାରୁ ଦୂରେଇ ରୁହନ୍ତୁ, ଜୀବାଣୁ ଆମ ଶରୀରରେ ପ୍ରବେଶ କରିପାରନ୍ତି  । ସେଥିପାଇଁ ହାତରେ ଅଧିକ ସମୟ ସାନିଟାଇଜର ବ୍ୟବହାର କରନ୍ତୁ । ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ପରାମର୍ଷକୁ ଲୋକମାନେ ଏତେ ମାତ୍ରାରେ ପାଳନ କରୁଛନ୍ତିଯେ ଯହାର ପରିଣାମରେ ଆଜି ସାନିଟାଇଜରର ମୂଲ୍ୟ ୧୬ ଗୁଣା ବଢ଼ିଯାଇଛି ।

ଏହାକୁ ନେଇ ଲୋକ ମାନେ ମଜାକ କରିବା ମଧ୍ୟ ଆରମ୍ଭ କରିସାରିଲେଣି । କମ୍ପାନି ଗୁଡ଼ିକ ଏବେ ସାନିଟାଇଜର ତିଆରି କରିବାରେ ଅଧିକ ସମୟ ଦେଉଛନ୍ତି ସେଥିପାଇଁ ଏହାର ଦାମ ଅଧିକ ହୋଇଛି ବୋଲି ଟୁଇଟ ଯୋଗେ ଲୋକେ କହିଛନ୍ତି  ।

ଲୋକଙ୍କ ଅଭିଯୋଗର ଜବାବରେ ହିମାଳୟ ଡ୍ରଗ୍ କମ୍ପାନୀ ଟ୍ୱିଟ୍ କରି କହିଛି ଯେ ଏଥିପାଇଁ ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

“ଏହା ସ୍ପଷ୍ଟ କରିବାକୁ ହେବ ଯେ ଆମେ ଆମର  ହ୍ୟାଣ୍ଡ ସାନିଟାଇଜରର ହାର ବୃଦ୍ଧି କରିନାହୁଁ । ତୃତୀୟ ପକ୍ଷ ବିକ୍ରେତାଙ୍କ ଦ୍ୱାରା ଆମର ସାନିଟାଇଜରର ହାର ବେଆଇନ ଭାବେ ବୃଦ୍ଧି କରାଯାଇଛି। ଆମେ କୌଣସି ପ୍ରକାରେ ଏହି ଅସାଧୁ ବିକ୍ରେତାମାନଙ୍କ ସହିତ ଜଡିତ ନୁହଁ । ଏଗୁଡିକ ବେଆଇନ ପ୍ରଥା ଏବଂ ଆଇନ ଅନୁଯାୟୀ ଦୃଢ ଭାବରେ ଏହାର ମୁକାବିଲା କରାଯିବା ଆବଶ୍ୟକ ବୋଲି ହିମାଳୟ ଟ୍ୱିଟ୍ କରିଛନ୍ତି।

କଲ୍ କଲେ ଶୁଭୁଛି କରୋନାରୁ ବର୍ତ୍ତିବାର ବାର୍ତ୍ତା

ନୂଆଦିଲ୍ଲୀ: ଚୀନ୍‌ରୁ ଏବେ ସାରା ବିଶ୍ୱକୁ ବ୍ୟାପିଛି ଭୟଙ୍କର କରୋନା ଭାଇରସ୍‌ । ଦିନକୁ ଦିନ ଏଥିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଏହାର ପ୍ରତିକାର ନେଇ ଏଯାଏଁ ସେଭଳି କିଛି ନିର୍ଦ୍ଦିଷ୍ଟ ଔଷଧ ବାହାରିନଥିବା ବେଳେ ସଚେତନତା ମାଧ୍ୟମରେ ଏହାକୁ ବ୍ୟାପିବାରୁ ରୋକାଯାଉଛି ।

ଭାରତରେ କରୋନାକୁ ନେଇ ସେଭଳି କିଛି ଗମ୍ଭୀର ସ୍ଥିତି ଉପୁଜିନଥିଲେ ଏହାକୁ ବ୍ୟାପିବାରୁ ରୋକିବା ନେଇ ଆରମ୍ଭ ହୋଇଯାଇଛି ସଚେତନତା । ଏହି ଦିଗରେ ଦୂରସଞ୍ଚାର ମନ୍ତ୍ରାଳୟ ଏବେ ନୂଆ ଉଦ୍ୟମ ଆରମ୍ଭ କରିଛି | ଟେଲିକମ ମନ୍ତ୍ରାଳୟ ଟେଲିକମ୍ ଅପରେଟରମାନଙ୍କୁ ଭାରତରେ ଏହି ରୋଗ ବିଷୟରେ ଅବଗତ କରାଇବା ପାଇଁ ନିୟମିତ ରିଙ୍ଗଟୋନ୍ ପରିବର୍ତ୍ତେ କରୋନା ଭାଇରସ୍ ସଚେତନତା ବାର୍ତ୍ତା ଦେବାକୁ କହିଛି। ଭାରତ ସଞ୍ଚାର ନିଗମ ଲିମିଟେଡ୍ (ବିଏସ୍ଏନ୍ଏଲ୍), ଏୟାରଟେଲ ଏବଂ ଜିଓ ସେମାନଙ୍କ ଗ୍ରାହକଙ୍କ ପାଇଁ ଏକ ପ୍ରି-କଲ୍ ସଚେତନତା କଲର୍ ଟ୍ୟୁନ୍ କାର୍ଯ୍ୟକାରୀ କରିଛନ୍ତି |

କିନ୍ତୁ ଯଦି ଜଣେ ଉପଭୋକ୍ତା ଅଲଗା ଭାବରେ ଏକ କଲର୍ ଟ୍ୟୁନ୍ କୁ ସବସ୍କ୍ରାଇବ କରିଥିବେ ତେବେ ଏହି କଲର ଟ୍ୟୁନ ଶୁଣାଯିବ ନାହିଁ | ଏହି କଲର ଟ୍ୟୁନରେ କୁହାଯାଇଛି ଯେ “କାଶ କିମ୍ବା ଛିଙ୍କିବା ସମୟରେ ସର୍ବଦା ରୁମାଲ କିମ୍ବା ଟିସୁ ସାହାଯ୍ୟରେ ମୁହଁକୁ ରକ୍ଷା କରନ୍ତୁ। ନିୟମିତ ଭାବେ ସାବୁନରେ ହାତ ସଫା କରନ୍ତୁ।”

ଦେଶର ଜନତାଙ୍କୁ ସଚେତନତା ଯୋଗାଇବା ପାଇଁ ଏହି ବାର୍ତ୍ତା ହିନ୍ଦୀରେ ଶୁଣିବାକୁ ମିଳିଛି । ଏହା ସହ “ଆପଣଙ୍କ ମୁହଁ, ଆଖି କିମ୍ବା ନାକକୁ ଛୁଇଁବା ଠାରୁ ଦୂରେଇ ରୁହନ୍ତୁ। ବିସ୍ତୃତ ଜାଣିବା ପାଇଁ ୧୧୨୩୭୯୭୮୦୪୬ ନମ୍ବରରେ କଲ କରିବା ପାଇଁ କୁହାଯାଇଛି |

ବର୍ଷାରେ ଭିଜିବ ୧୫ଜିଲ୍ଲା !

ଭୁବନେଶ୍ୱର: ଏଥର କେବଳ ରଙ୍ଗ ନୁହେଁ ବର୍ଷାରେ ଭିଜିବ ଓଡ଼ିଶା । ଆସନ୍ତାକାଲି ଅର୍ଥାତ୍ ହୋଲିରେ ଅଧା ଓଡିଶା ଭିଜିବା ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ତେବେ ଏନେଇ ୧୫ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ନୂଆପଡା, ନବରଙ୍ଗପୁର, ବରଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡା, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ ଜିଲ୍ଲାରେ ବର୍ଷା ହୋଇପାରେ।

ଏବଂ ୩୦ରୁ ୪୦ କିଲୋମିଟର ବେଗରେ ପବନ ମଧ୍ୟ ବହିବ । ଗତ ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱର, ଗୋପାଳପୁର, ପୁରୀ, ଚାନ୍ଦବାଲିରେ ବର୍ଷା ହୋଇଛି । ୧୧ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

ଭାରତରେ ୩ବର୍ଷର ଶିଶୁ ଦେହରେ କରୋନା !

ନୂଆଦିଲ୍ଲୀ: ଭାରତରେ ୩ବର୍ଷର ଶିଶୁ ଦେହରେ କରୋନା ଲକ୍ଷଣ । ପ୍ରଥମ ଥର ପାଇଁ ଏତେ ଛୋଟ ପିଲିଲା ଦେହରେ କରୋନା ଭାଇରସର ଲକ୍ଷଣ ଦେଖିବାକୁ ମିଳିଛି । ଭାରତରେ କରୋନା ଜୀବାଣୁ ସହ ଜଡିତ ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି। ସୋମବାର ସକାଳେ ଭାରତରେ ଏହା ସହ ଜଡିତ ଏକ ନୂତନ ମାମଲା ସାମ୍ନାକୁ ଆସିଛି । ଏହି ୩ ବର୍ଷର ଶିଶୁ ହେଉଛନ୍ତି କେରଳର, ଯିଏ ନିଜ ପରିବାର ସହିତ ଇଟାଲୀରୁ ଫେରିଥିଲେ | ଏହା ସହିତ ଭାରତରେ କରୋନା ଜୀବାଣୁ ସହ ଜଡିତ ମାମଲା ସଂଖ୍ୟା ୪୦ କୁ ବୃଦ୍ଧି ପାଇଛି।

ଗତ ଦୁଇ ଦିନ ମଧ୍ୟରେ କେରଳରେ ଏହା ହେଉଛି ଷଷ୍ଠ ମାମଲା, ଯାହା କରୋନା ଜୀବାଣୁ ସହିତ ଜଡିତ। ସର୍ବଶେଷ ସୂଚନା ଅନୁଯାୟୀ, ମାର୍ଚ୍ଚ ୭ ରେ ପରିବାର ଇଟାଲୀରୁ ଫେରିଥିଲେ, ଯେଉଁଥିରେ ୩ ବର୍ଷର ଶିଶୁ ଦେହରେ କରୋନା ଜୀବାଣୁର ଲକ୍ଷଣ ଦେଖାଯାଇଥିଲା। ଇଟାଲୀରୁ ଫେରିବା ପରେ ପରିବାରକୁ ବିମାନବନ୍ଦରରେ ସ୍କ୍ରିନ କରାଯାଇଥିଲା । ଯେତେବେଳେ ପଜିଟିଭ୍ ପରୀକ୍ଷା କରାଯାଇଥିଲା ସେତେବେଳେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

କୋଚିର ଏର୍ନାକୁଲମ୍ ମେଡିକାଲ୍ କଲେଜରେ ସମଗ୍ର ପରିବାରକୁ ଅଲଗା ୱାର୍ଡରେ ରଖାଯାଇଛି | ତଥାପି, କେବଳ ଶିଶୁର କରୋନା ଜୀବାଣୁଙ୍କର ସକରାତ୍ମକ ଲକ୍ଷଣ ଥାଏ |

ସେପଟେ କରୋନାରେ ୩ ହଜାର ୬୦୦ ଟପିଲା କରୋନା ମୃତ୍ୟୁ ସଂଖ୍ୟା । ଗତକାଲି ଚୀନରେ ୨୨ଜୀବନ ନେଇଛି ଭାଇରସ । ଏଥିସହ ୪୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି WHO ଅନୁସାରେ ସାରା ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୬୮ ହଜାରକୁ ଟପିଛି ।

ଦକ୍ଷିଣ କୋରିଆରେ ଜଣଙ୍କର ମୃତ୍ୟୁ ସହ ୨୪୮ ନୂଆ ମାମଲା ସାମ୍ନାକୁ ଆସିଛି । ଇଟାଲୀରେ ମୃତ୍ୟୁ ସଂଖ୍ୟା ୩୬୬ରେ ପହଞ୍ଚିଛି । ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ୫୫୦ରେ ପହଞ୍ଚିଥିବା ବେଳେ ୨୨ ଜଣଙ୍କ ମୃତ୍ୟୁ ହୋଇଛି ।

ମୃତକଙ୍କ ମଧ୍ୟରୁ ୱାସିଂଟନରେ ସର୍ବାଧିକ ୧୮ ଜଣଙ୍କର ଜୀବନ ଯାଇଛି । ସେହିପରି ନ୍ୟୁୟର୍କ ଓ କାଲିଫୋର୍ଣ୍ଣିଆରେ ଜରୁରୀକାଳୀନ ସ୍ଥିତି ଜାରି କରିଛି ସ୍ଥାନୀୟ ପ୍ରଶାସନ ।

ଭାରତରେ ପ୍ରଥମ କରୋନା ମୃତ୍ୟୁ !  

ନୂଆଦିଲ୍ଲୀ: ଲଦ୍ଦ।ଖରେ ୭୬ ବର୍ଷୀୟ ମହମ୍ମଦ ଅଲ୍ଲୀଙ୍କ ମୃତଦେହରେ ମିଳିଲା କରୋନା ଭାଇରସର ଲକ୍ଷଣ । ସେ ନିକଟରେ ଇରାନରୁ ଧାର୍ମିକ ଯାତ୍ରା କରି ଫେରିଥିଲେ । ସେ ବିମାନଯାତ୍ରା ସମୟରେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । ଗତ ଶନିବାର ରାତିରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରଯାଇଥିଲା। ତେବେ ଲଦ୍ଦ।ଖ ପ୍ରଶାସନ ଚୂଡ଼ାନ୍ତ ରିପୋର୍ଟକୁ ଅପେକ୍ଷା କରିଛି । କିନ୍ତୁ ଅଲ୍ଲୀଙ୍କ ଗାଁରେ ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି ।

ସେପଟେ ପଶ୍ଚିମବଙ୍ଗରେ ମଧ୍ୟ କରୋନାରେ ମୃତ୍ୟୁ ଅଭିଯୋଗ ହୋଇଛି। ସାଉଦି ଆରବରୁ ଫେରିଥିବା ଜଣେ ବ୍ୟକ୍ତି ମୁର୍ଶିଦାବାଦରେ ପ୍ରାଣ ହରାଇଛନ୍ତି । ଏବେ ସୁଦ୍ଧା ଦେଶରେ ୪୦ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । କରୋନାର ପ୍ରଭାବ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଉପରେ ମଧ୍ୟ ପଡ଼ିଛି । ମୋଦିଙ୍କ ବାଂଲାଦେଶ ଗସ୍ତକୁ ବାତିଲ କରାଯାଇଛି। ପ୍ରଧାନମନ୍ତ୍ରୀ ୧୭ ତାରିଖରେ ବାଂଲାଦେଶ ଯିବା କାର୍ଯ୍ୟକ୍ରମ ଥିଲା । ତେବେ ଗତକାଲି ବାଂଲାଦେଶରେ ୩ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ନିଷ୍ପତ୍ତି ହୋଇଛି। ଏହା ପୂର୍ବରୁ ହୋଲି ଖେଳିବାକୁ ମନା କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ସେପଟେ କରୋନାକୁ ନେଇ କ୍ୟାବିନେଟର ନିଷ୍ପତ୍ତି । ଏଣିକି ଆମେରିକା, ଫ୍ରାନ୍ସ ଓ ସ୍ପେନରୁ ଆସୁଥିବା ଯାତ୍ରୀଙ୍କ ପାଇଁ ହେବ ସ୍ୱତନ୍ତ୍ର ବ୍ୟବସ୍ଥା । ଏୟାରପୋର୍ଟରେ ଏସବୁ ଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ ହେବ ଅଲଗା ଏୟାରବ୍ରିଜ୍‌ । ପୂର୍ବରୁ ଚୀନ, ଜାପାନ, ଦକ୍ଷିଣ କୋରିଆ, ଇରାନ, ସିଙ୍ଗାପୁର ଓ ଇଣ୍ଡେ।ନେସିଆ ପରି ଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ ଅଲଗା ଏୟାରବ୍ରିଜର ବ୍ୟବସ୍ଥା କରାଯାଇଥିଲା ।

ଆଜି ହେଉଛି ଦୋଳ ପୂର୍ଣିମା, ରାଜାଧିରାଜ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ

ପୁରୀ: ଆଜି ହେଉଛି ପବିତ୍ର ଦୋଳ ପୂର୍ଣ୍ଣିମା । ଦୋଳ ପୂର୍ଣ୍ଣିମାରେ ଭଗବାନ ମନ୍ଦିର ଭିତରୁ ବାହାରି ଆସନ୍ତି ଭକ୍ତଙ୍କ ପାଖକୁ । ବିମାନରେ ଯାତ୍ରା କରି ଗାଁ ଗାଁ ବୁଲି ଭୋଗ ମଣ୍ଡପରେ ଭୋଗ ଖାଇଥାନ୍ତି । ବାଣ ରୋସଣି ଘଣ୍ଟ ଘଣ୍ଟାରେ ଛୁଟି ଆସନ୍ତି ଭୋଗ ମଣ୍ଡପକୁ ।

ସେପଟେ ଦୋଳ ପୂର୍ଣ୍ଣମୀ ଅବସରରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି । ରାଜାଧିରାଜ ବେଶ ତଥା ସୂନା ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୂ। ଶ୍ରୀମନ୍ଦିରରେ ଦୋଳ ଉତ୍ସବ ଓ ଦୋଳଯାତ୍ରା ପାଳନ ହେଉଛି। ଫାଲଗୁନ ଶୁକ୍ଳ ପକ୍ଷ ଦଶମୀରୁ ପ୍ରତିପଦା ପର୍ଯ୍ୟନ୍ତ ଦୋଳ ଉତ୍ସବ ପାଳନ ହୁଏ । ଦୋଳ ଉତ୍ସବରେ ମହାପ୍ରଭୂ ଫଗୁ ଓ ଅବିର ଖେଳିବେ।

ଶ୍ରୀମନ୍ଦିରରେ ସୁନାବେଶ ଓ ଅନ୍ୟାନ୍ୟ ନୀତିକାନ୍ତି ସରିବା ପରେ ଆଜ୍ଞାମାଳ ପାଇ ମହାପ୍ରଭୂଙ୍କ ଚଳନ୍ତି ପ୍ରତିମା ଦୋଳ ଗୋବିନ୍ଦ, ଭୂଦେବୀ ଓ ଶ୍ରୀଦେବୀ ମଣି ବିମାନରେ ବିରାଜମାନ ହୋଇ ଶ୍ରୀମନ୍ଦିର ବେଢା ପରିକ୍ରମା କରିବେ।