ଇଏ ସେଇ ଚିତ୍ର ଯାହାକୁ ରାଣା କପୁର ୨ କୋଟି ଦେଇ କିଣିଥିଲେ !

ସୁନାକୁ ଚିହ୍ନେ ବଣିଆ । ଗୁଣ ଚିହ୍ନେ ଗୁଣିଆ । ଏକଥା ପୁରୁଣା । କଥାର ଓଜନ ବି ଅଛି । ଆଉ  ଚିତ୍ରକୁ ଚିହ୍ନନ୍ତି ତାର ଖରିଦାର । ମାନେ ସେମାନ ,ଯେଉଁମାନେ ଗୋଟିଏ ସାଧାରଣ ଚିତ୍ରରେ ମଧ୍ୟ କିଛି ଅସାଧାରଣକୁ ଦେଖନ୍ତି । ଯେମିତି ଏହି ଚିତ୍ର । ଏହି ଚିତ୍ର ହୁଏତ ଆପଣଙ୍କୁ ଓ ଆପଣଙ୍କ ଭଳି ଅନ୍ୟକିଛିଙ୍କୁ ଅତି ସାଧାରଣ ଲାଗିପାରେ କିନ୍ତୁ ଗୁଣ ଚିହ୍ନେ ଗୁଣିଆ ନ୍ୟାୟରେ ୟସ ବ୍ୟାଙ୍କର ରାଣା କପୁର ମାତ୍ର ୨ କୋଟି ଟଙ୍କା ଦେଇ ଏହାକୁ କିଣିଥିଲେ । ଚିତ୍ର ଯଦି ଆପଣଙ୍କର ହୋଇଥାନ୍ତା ତେବେ ହୁଏତ ତାର ମୁଲ୍ୟ ଏତେ ନହୋଇ,ଅତି କମ୍ ହୋଇଥାନ୍ତା । କିନ୍ତୁ ଯେହେତୁ ଚିତ୍ର ପ୍ରିୟଙ୍କାଙ୍କର,ତେଣୁ ଏହାର ମୁଲ୍ୟ ଦୁଇ କୋଟି ହୋଇଗଲା । ପ୍ରିୟଙ୍କା ଗାନ୍ଧିଙ୍କ ଚିତ୍ର  ୨ କୋଟିରେ ବିକ୍ରି ହେବ କାରଣ ସେ ପାୱାର କରିଡର ଭିତରୁ ଆସନ୍ତି,.ଯେଉଁଠି ରାଣା କପୁରଙ୍କ ବସିବା ଉଠିବା ଥିଲା  । ଯେଉଁଠି ରାଣା କପୁରଙ୍କୁ ଅନେକ କାମ କରାଇବାର ଥିଲା । କୁହାଯାଉଛି ଯେ, ଏହି ଚିତ୍ରକୁ କିଣିବାକୁ କଂଗ୍ରେସ ନେତା ମିଲନ୍ଦ ଦେଓରା ରାଣାଙ୍କୁ କହିଥିଲେ । ବ୍ୟାଙ୍କର ରାଣା ଲାଭ ଓ କ୍ଷତିର ଅନୁମାନ କରି ପ୍ରିୟଙ୍କାଙ୍କ ଚିତ୍ର କିଣିଥିଲେ । ପ୍ରିୟଙ୍କାଙ୍କ ଏହି ଚିତ୍ରରେ ଆମେ ରାଜିବ ଗାନ୍ଧିଙ୍କୁ ଦେଖି ପାରିବା । ବନ୍ଦଗଲା ପିନ୍ଧି ରାଜିବ ଗାନ୍ଧି ଭବିଷ୍ୟତ ଆଡକୁ ଅଗ୍ରସର ହେଉଥିବାର ଏହି ଚିତ୍ର ଦେଖିବାକୁ ଖରାପ ନୁହେଁ କିନ୍ତୁ ୨ କୋଟିର ପ୍ରାଇସ୍ ଟାଗ୍ ,ଅନେକଙ୍କ ଅବିଶ୍ୱସନୀୟ ଲାଗୁଛି । ଏତେ ଅବିଶ୍ୱସନୀୟ ଯେ, ପ୍ରବର୍ତ୍ତନ ନିର୍ଦ୍ଦେଷାଳୟ(ଇଡି) ଏହାର ତଦନ୍ତ କରିବାକୁ ଅଣ୍ଟା ଭିଡିଲାଣି । ଏନେଇ ରାଣା କପୁରଙ୍କୁ ଇଡି ଜେରା ମଧ୍ୟ କରିଲାଣି ବୋଲି ଶୁଣିବାକୁ ମିଳୁଛି ।

ପ୍ରିୟଙ୍କାଙ୍କ ଚିତ୍ର ଯଦି ଏତେ,ତେବେ ଭାରତର ମହଙ୍ଗା ପେଣ୍ଟିଂ କେତେ ?

ପ୍ରିୟଙ୍କାଙ୍କ ଚିତ୍ର ଯଦି ୨ କୋଟିରେ ବିକ୍ରି ହୋଇ ପାରୁଛି ତେବେ ଭାରତର ନାମି ଦାମି ଚିତ୍ରକରଙ୍କ ପେଣ୍ଟିଂ କେତେ ଦାମରେ ବିକ୍ରି ହେଉଥିବ? ଏହା ଜାଣିବା ପାଇଁ ଆମେ ଗୁଗଲ ବାବାଙ୍କ ସାହାଯ୍ୟ ନେଇଥିଲୁ । ସେଥିରୁ ଏମିତି କିଛି ତଥ୍ୟ ପାଇଲୁ ।

ପେଣ୍ଟିଂ ଚିତ୍ରକର ଦାମ ବର୍ଷ
ଅନାମ ଭାସୁଦେଓ ଏସ. ଗାଏତୋଣ୍ଡେ $୪.୪ ମିଲିୟନ ୨୦୧୫
ସୌରାଷ୍ଟ୍ର ଏସ.ଏଚ୍ ରାଜା $୩.୪୯ମିଲିୟନ ୨୦୧୦
ସ୍ୱୟଂଚିତ୍ର ଅମ୍ରିତା ଶେରଗିଲ $୨.୯୨ ମିଲିୟନ ୨୦୧୫
ଲା ଟେରେ ଏସ ଏଚ୍ ରାଜା $୨.୫୪ ମିଲିୟନ ୨୦୦୮
ଜନ୍ମ ଏଫ.ଏନ୍ ସୌଜା $୨.୪୮ମିଲିୟନ ୨୦୦୮

 

 ତଦନ୍ତ ଘେରରେ ପୁରା ପରିବାର

୨ କୋଟିର ପେଣ୍ଟିଂ କିଣି ବଡ ହୃଦୟର ବିଶ୍ୱଦର୍ଶନ କରାଇଥିବା ରାଣା ମଧ୍ୟ ହୃଦୟ ଖୋଲି ଅଭ୍ୟାଶଗତ ରୁଣ ଖିଲାପକାରୀଙ୍କୁ ଲୋନ୍ ବାଣ୍ଟୁଥିଲେ । ଯେଉଁଥିପାଇଁ ଗୋଟିଏ ସମୟରେ ୩ ଲକ୍ଷ କୋଟିର ବ୍ୟାଙ୍କ ଏବେ ଦେବାଳିଆ । ଏହାର ଡିପୋଜିଟର ନିଜ ଜମାରାଶି ପାଇଁ ଚିନ୍ତାରେ,ଚାପରେ ଅଛନ୍ତି । କିନ୍ତୁ ଯାହା ଖବର ଆସୁଛି, ତାହା ଅନୁସାରେ ଜାଲି କମ୍ପାନିର ଜାଲ ବିଛାଇ ରାଣା ଓ ତାଙ୍କ ଝିଅ ମାନେ ହଜାର ହଜାର କୋଟି ଘୋଟାଲା କରିଛନ୍ତି । ଡିଫଲ୍ଟର କଂପାନିଙ୍କୁ ମାଙ୍କଡ ବାଣ୍ଟିଲା ପରି ଲୋନ୍ ବାଣ୍ଟିଛନ୍ତି । ଆଉ ବଦଳରେ ମୋଟା ରକମ ପାଇଛନ୍ତି । ଖାଲି ରାଣା ଓ ତାଙ୍କ ଝିଅମାନେ ତଦନ୍ତ ଘରେ ଭିତରକୁ ଆସି ନାହାନ୍ତି,ରାଣାଙ୍କ ରାଣି ମାନେ ତଙ୍କ ପତ୍ନୀ ମଧ୍ୟ ଏଜେନ୍ସୀଙ୍କ ସ୍କାନର ଭିତରେ ଅଛନ୍ତି ।

 

Leave a Reply