ଭାରତରେ ପ୍ରଥମ କରୋନା ମୃତ୍ୟୁ !  

ନୂଆଦିଲ୍ଲୀ: ଲଦ୍ଦ।ଖରେ ୭୬ ବର୍ଷୀୟ ମହମ୍ମଦ ଅଲ୍ଲୀଙ୍କ ମୃତଦେହରେ ମିଳିଲା କରୋନା ଭାଇରସର ଲକ୍ଷଣ । ସେ ନିକଟରେ ଇରାନରୁ ଧାର୍ମିକ ଯାତ୍ରା କରି ଫେରିଥିଲେ । ସେ ବିମାନଯାତ୍ରା ସମୟରେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । ଗତ ଶନିବାର ରାତିରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରଯାଇଥିଲା। ତେବେ ଲଦ୍ଦ।ଖ ପ୍ରଶାସନ ଚୂଡ଼ାନ୍ତ ରିପୋର୍ଟକୁ ଅପେକ୍ଷା କରିଛି । କିନ୍ତୁ ଅଲ୍ଲୀଙ୍କ ଗାଁରେ ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି ।

ସେପଟେ ପଶ୍ଚିମବଙ୍ଗରେ ମଧ୍ୟ କରୋନାରେ ମୃତ୍ୟୁ ଅଭିଯୋଗ ହୋଇଛି। ସାଉଦି ଆରବରୁ ଫେରିଥିବା ଜଣେ ବ୍ୟକ୍ତି ମୁର୍ଶିଦାବାଦରେ ପ୍ରାଣ ହରାଇଛନ୍ତି । ଏବେ ସୁଦ୍ଧା ଦେଶରେ ୪୦ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । କରୋନାର ପ୍ରଭାବ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଉପରେ ମଧ୍ୟ ପଡ଼ିଛି । ମୋଦିଙ୍କ ବାଂଲାଦେଶ ଗସ୍ତକୁ ବାତିଲ କରାଯାଇଛି। ପ୍ରଧାନମନ୍ତ୍ରୀ ୧୭ ତାରିଖରେ ବାଂଲାଦେଶ ଯିବା କାର୍ଯ୍ୟକ୍ରମ ଥିଲା । ତେବେ ଗତକାଲି ବାଂଲାଦେଶରେ ୩ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ନିଷ୍ପତ୍ତି ହୋଇଛି। ଏହା ପୂର୍ବରୁ ହୋଲି ଖେଳିବାକୁ ମନା କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ସେପଟେ କରୋନାକୁ ନେଇ କ୍ୟାବିନେଟର ନିଷ୍ପତ୍ତି । ଏଣିକି ଆମେରିକା, ଫ୍ରାନ୍ସ ଓ ସ୍ପେନରୁ ଆସୁଥିବା ଯାତ୍ରୀଙ୍କ ପାଇଁ ହେବ ସ୍ୱତନ୍ତ୍ର ବ୍ୟବସ୍ଥା । ଏୟାରପୋର୍ଟରେ ଏସବୁ ଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ ହେବ ଅଲଗା ଏୟାରବ୍ରିଜ୍‌ । ପୂର୍ବରୁ ଚୀନ, ଜାପାନ, ଦକ୍ଷିଣ କୋରିଆ, ଇରାନ, ସିଙ୍ଗାପୁର ଓ ଇଣ୍ଡେ।ନେସିଆ ପରି ଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ ଅଲଗା ଏୟାରବ୍ରିଜର ବ୍ୟବସ୍ଥା କରାଯାଇଥିଲା ।

Leave a Reply