କରୋନା ପାଇଁ ୧୬ ଗୁଣା ମହଙ୍ଗା ହେଲା ହ୍ୟାଣ୍ଡ ସାନିଟାଇଜର

1 min read

ଆପଣ ସାନିଟାଇଜର କେତେ ଟଙ୍କାରେ କିଣିଥିବେ ?

୩୦ ଏମ୍‌ଏଲ୍‌ର ସାନିଟାଇଜର ମାତ୍ର ୩୦ କି ୫୦ ଟଙ୍କାରେ ଆପଣ ବଜାରରୁ ଆଣିଥିବେ ?

କିନ୍ତୁ ଏବେ ଏହାର ଦର ଆକାଶ ଛୁଆଁ । ହାତ ମାରିବାକୁ ବି ଡର ଲାଗୁଛି ।

କାରଣ ଏବେ ବଜାରରେ ସାନିଟାଇଜରର ମୂଲ୍ୟ ୧୬ ଗୁଣା ବଢ଼ିଯାଇଛି । ଏହାର ଏକ ମାତ୍ର କାରଣ ହେଉଛି କରୋନା ଭାଇରସର ଭୟ ।

ଯାହା ଫଳରେ ସାରା ବିଶ୍ୱରେ ଅତ୍ୟଧିକ ସଂକ୍ରାମକ କରୋନାଭାଇରସ୍ ବିସ୍ତାର ମଧ୍ୟରେ ୩୦ ଏମ୍‌ଏଲ୍‌  ହ୍ୟାଣ୍ଡ ସାନିଟାଇଜରର ମୂଲ୍ୟ ସର୍ବାଧିକ ଖୁଚୁରା ମୂଲ୍ୟ (MRP) ର ୧୬ ଗୁଣ ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ଯେ ଆଖି, ନାକ, ପାଟି ଛୁଇଁବା ଠାରୁ ଦୂରେଇ ରୁହନ୍ତୁ, ଜୀବାଣୁ ଆମ ଶରୀରରେ ପ୍ରବେଶ କରିପାରନ୍ତି  । ସେଥିପାଇଁ ହାତରେ ଅଧିକ ସମୟ ସାନିଟାଇଜର ବ୍ୟବହାର କରନ୍ତୁ । ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ପରାମର୍ଷକୁ ଲୋକମାନେ ଏତେ ମାତ୍ରାରେ ପାଳନ କରୁଛନ୍ତିଯେ ଯହାର ପରିଣାମରେ ଆଜି ସାନିଟାଇଜରର ମୂଲ୍ୟ ୧୬ ଗୁଣା ବଢ଼ିଯାଇଛି ।

ଏହାକୁ ନେଇ ଲୋକ ମାନେ ମଜାକ କରିବା ମଧ୍ୟ ଆରମ୍ଭ କରିସାରିଲେଣି । କମ୍ପାନି ଗୁଡ଼ିକ ଏବେ ସାନିଟାଇଜର ତିଆରି କରିବାରେ ଅଧିକ ସମୟ ଦେଉଛନ୍ତି ସେଥିପାଇଁ ଏହାର ଦାମ ଅଧିକ ହୋଇଛି ବୋଲି ଟୁଇଟ ଯୋଗେ ଲୋକେ କହିଛନ୍ତି  ।

ଲୋକଙ୍କ ଅଭିଯୋଗର ଜବାବରେ ହିମାଳୟ ଡ୍ରଗ୍ କମ୍ପାନୀ ଟ୍ୱିଟ୍ କରି କହିଛି ଯେ ଏଥିପାଇଁ ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

“ଏହା ସ୍ପଷ୍ଟ କରିବାକୁ ହେବ ଯେ ଆମେ ଆମର  ହ୍ୟାଣ୍ଡ ସାନିଟାଇଜରର ହାର ବୃଦ୍ଧି କରିନାହୁଁ । ତୃତୀୟ ପକ୍ଷ ବିକ୍ରେତାଙ୍କ ଦ୍ୱାରା ଆମର ସାନିଟାଇଜରର ହାର ବେଆଇନ ଭାବେ ବୃଦ୍ଧି କରାଯାଇଛି। ଆମେ କୌଣସି ପ୍ରକାରେ ଏହି ଅସାଧୁ ବିକ୍ରେତାମାନଙ୍କ ସହିତ ଜଡିତ ନୁହଁ । ଏଗୁଡିକ ବେଆଇନ ପ୍ରଥା ଏବଂ ଆଇନ ଅନୁଯାୟୀ ଦୃଢ ଭାବରେ ଏହାର ମୁକାବିଲା କରାଯିବା ଆବଶ୍ୟକ ବୋଲି ହିମାଳୟ ଟ୍ୱିଟ୍ କରିଛନ୍ତି।

Leave a Reply