spot_img
Home Blog Page 7371

୨ ଡାକ୍ତରଙ୍କ ନାଁରେ ମନି ଲଣ୍ଡରିଂ ମାମଲା ରୁଜୁ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

କଟକ: ଇଡି ସ୍କାନର୍‌ରେ ଏସ୍‌ସିବି ଡାକ୍ତର । ଏସସିବି ହେମୋଟୋଲଜି ବିଭାଗର ପ୍ରଫେସର ଡାକ୍ତର ରବୀନ୍ଦ୍ର ଜେନା ଓ ଡାକ୍ତର ସୁଧା ସେଠୀଙ୍କ ବିରୋଧରେ ବେଆଇନ୍ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଛି । ଉଭୟଙ୍କ ନାଁରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ମନି ଲଣ୍ଡରିଂ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ୨୦୧୭ ମସିହାରେ ଡାକ୍ତର ରବୀନ୍ଦ୍ର ଜେନାଙ୍କ ଘର ଓ ଅଫିସ୍‌ ସମେତ ୧୦ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଥିଲା ।

ଭିଜିଲାନ୍ସ ଡାକ୍ତର ରବୀନ୍ଦ୍ର ଜେନାଙ୍କ ଲକରରୁ ହୀରା ଓ ସୁନା ସହ ୩ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ କରିଥିଲା । ସେହି ସମୟରେ ଡାକ୍ତର ସୁଧା ସେଠୀଙ୍କ ଘରେ ବି ଚଢାଉ କରି ବେଆଇନ୍ ସମ୍ପତ୍ତି ଜବତ କରିଥିଲା ଭିଜିଲାନ୍ସ । ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଥିଲା । ପରବର୍ତ୍ତୀ ସମୟରେ ସେମାନେ ବେଲ ପାଇଥିଲେ । ଏବେ ପୁଣି ୨ ଜଣଙ୍କ ନଁ।ରେ ଇଡି ମାମଲା ରୁଜୁ କରିଛି ।

ସଙ୍କଟ ଭିତରେ ଦ୍ୱିତୀୟ ଥର ପାଇଁ ଆଫଗାନିସ୍ତାନ ରାଷ୍ଟ୍ରପତି ହେଲେ ଅସରଫ ଘନି

କାବୁଲ: ଦେଶରେ ଶାନ୍ତିକୁ ନେଇ ଅଚଳ ହୋଇପଡ଼ିଛି ରାଜଧାନୀ । ଅଶାନ୍ତି, ବିରୋଧ ଭିତରେ ଆଫଗାନିସ୍ତାନର ରାଷ୍ଟ୍ରପତି ଭାବେ ସୋମବାର ଦ୍ୱିତୀୟ ଥର ପାଇଁ ଅସରଫ ଘନି ଶପଥ ନେଇଛନ୍ତି । ବିଦ୍ରୋହ ଭିତରେ ଅସରଫ ଶପଥ ନେଇଥିବା ବେଳେ ଶପଥ ସମାରୋହରେ ବୋମା ଓ ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି । ଏସବୁ ପାଇଁ ଅସରଫଙ୍କ ପ୍ରତିଦ୍ୱନ୍ଦ୍ୱୀ ଅବଦୁଲ୍ଲାହ ଅବଦୁଲ୍ଲାହଙ୍କୁ ଦାୟୀ କରାଯାଇଛି ।ତାଲିବାନଙ୍କ ସହ ଶାନ୍ତି କଥାବାର୍ତ୍ତାକୁ ନେଇ ଆଫଗାନିସ୍ତାନରେ ଏବେ ବି ଅଚଳାବସ୍ଥା ଲାଗି ରହିଛି । ସୋମବାର ସକାଳୁ ଆଫଗାନିସ୍ତାନ ରାଜଧାନୀକୁ ସୁରକ୍ଷା ବଳ ଏକ ପ୍ରକାର ବନ୍ଦୀ କରି ରଖିଛନ୍ତି । ଦେଶର ଘଡ଼ିସନ୍ଧି ମୁହୂର୍ତ୍ତରେ ଅସରଫ ଘନି ଦ୍ୱିତୀୟ ଥର ଭାବେ ରାଷ୍ଟ୍ରପତି ପଦ ଅଳଙ୍କୃତ କରିଛନ୍ତି ।ଶପଥ ନେବା ପରେ ଅସରଫ କହିଛନ୍ତି, ସେ ସମସ୍ତ ନିୟମ ମାନିବା ସହ ଦେଶକୁ ସୁରକ୍ଷା ଦେବେ । ଗତବର୍ଷ ସେପ୍ଟେମ୍ବର ମାସରେ ସେଠାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଘନି ବିଜୟୀ ହୋଇଥିଲେ ମଧ୍ୟ ପ୍ରତିଦ୍ୱନ୍ଦ୍ୱୀ ଅବଦୁଲ୍ଲାହ ଏହାକୁ ସ୍ୱୀକାର କରିନଥିଲେ । ଶେଷରେ ଅସରଫ ଆଜି ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି ।

ହୋଲି ପାଇଁ ପାକିସ୍ତାନରେ ୨ଦିନ ସରକାରୀ ଛୁଟି

ହୋଲି ପାଇଁ ବଡ଼ ଘୋଷଣା । ପାକିସ୍ତାନର ବାଲୁଚିସ୍ତାନ ସରକାର ହୋଲି ପାଇଁ ଦୁଇଦିନର ଛୁଟି ଘୋଷଣା କରିଛନ୍ତି । ଏହାସହ ଏହି ରଙ୍ଗର ପର୍ବର ହୋଲିକୁ ପ୍ରେମ ଓ ଭାଇଚାରାର ସହ ମନେଇବାକୁ ଅନୁରୋଧ କରୁଛନ୍ତି । ହିନ୍ଦୁମାନଙ୍କ ପାଇଁ ଦୁଇ ଦିନିଆ ଛୁଟି ଘୋଷଣା କରିଛନ୍ତି ବାଲୁଚିସ୍ଥାନର ମୁଖ୍ୟମନ୍ତ୍ରୀ ଜାମ କମାଲ ଖାନ୍ ।

ହୋଲିରେ ବାଲୁଚିସ୍ତାନ ହିନ୍ଦୁମାନଙ୍କୁ ଛୁଟି ଦେଇ ଧାର୍ମିକ ସମନ୍ୱୟର ଏକ ଉଦାହରଣ ସୃଷ୍ଟି କରିଛି । ମୁଖ୍ୟମନ୍ତ୍ରୀ ଜାମ କମଲ ଖାନ କହିଛନ୍ତି, “ଦେଶ ତଥା ରାଜ୍ୟର ପ୍ରଗତିରେ ହିନ୍ଦୁ ସମ୍ପ୍ରଦାୟର ବିଶେଷ ଅବଦାନ ରହିଛି । ତେଣୁ ଧାର୍ମିକ ସ୍ୱାଧୀନତା ଏବଂ ସମାନତା ପାଇଁ ସେମାନଙ୍କର ଅଧିକାର ଅଛି। ”

କେବଳ ସେତିକି ନୁହେଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମଧ୍ୟ ଆଜି ହୋଲି ପାଇଁ ହିନ୍ଦୁ ସମୁଦାୟଙ୍କୁ ଅଭିନନ୍ଦନ ଜଣାଇ ଟୁଇଟ୍ କରି କହିଛନ୍ତି, ‘ଆମର ସମସ୍ତ ହିନ୍ଦୁ ସମ୍ପ୍ରଦାୟକୁ ବହୁତ ସୁଖଦ ଏବଂ ଶାନ୍ତିପୂର୍ଣ୍ଣ ହୋଲିର ଶୁଭେଛା ଜଣାଉଛି ।’

 

ରଙ୍ଗର ପର୍ବରେ କେଉଁ ରଙ୍ଗ ଆପଣଙ୍କ ପାଇଁ ଶୁଭ ହେବ ?

ଭୁବନେଶ୍ୱର: ରଙ୍ଗର ପର୍ବ ହୋଲି । ରଙ୍ଗ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଆମମାନଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଗଭୀର ପ୍ରଭାବ ପକାଇଥାଏ | ହୋଲିରେ, ସାଧରଣଭାବେ ଆମେ ଅନେକ ରଙ୍ଗ ବ୍ୟବହାର କରିଥାଉ । କିନ୍ତୁ ଆପଣମାନେ ଜାଣନ୍ତି କି ଜ୍ୟୋତିଷ ଶାସ୍ତ୍ରରେ ରାଶି ଚିହ୍ନ ଦ୍ୱାରା କେଉଁ ରଙ୍ଗ ବ୍ୟବହାର କରାଯିବା ଉଚିତ ତାହା ବର୍ଣ୍ଣନା କରାଯାଇଛି । ତେବେ ଜାଣିନିଅନ୍ତୁ ଆପଣଙ୍କ ରାଶି ଅନୁସାରେ ଆପଣ କେଉଁ ରଙ୍ଗ ବ୍ୟବହାର କରିଲେ ଆପଣଙ୍କ ପାଇଁ ଶୁଭ ରହିବ ।

ରାଶି             ଶୁଭରଙ୍ଗ

ମେଷ                 ନାଲି

ବୃଷ                   ଧଳା

ମିଥୁନ                 ସାଗୁଆ

କର୍କଟ                 ଧଳା

ସିଂହ                  ନାଲି

କନ୍ୟା                  ସାଗୁଆ

ତୁଳା                   ଧଳା

ବିଚ୍ଛା                   ନାଲି

ଧନୁ                   ହଳଦିଆ

ମକର                 ନୀଳ

କୁମ୍ଭ                    ନୀଳ

ମୀନ                  ହଳଦିଆ

ନିର୍ଦ୍ଧାରିତ ସମୟରେ ହେବ ଆଇପିଏଲ୍: ଗାଙ୍ଗୁଲି

0

ନୂଆଦିଲ୍ଲୀ: କରୋନା ଭାଇରସର ପ୍ରଭାବ ସାରା ବିଶ୍ୱରେ ଦେଖିବାକୁ ମିଳିଛି । ବ୍ୟାବସାୟଠାରୁ ଆରମ୍ଭ କରି କ୍ରୀଡ଼ା ଜଗତ ଯାଏଁ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଏହାର ପ୍ରଭାବରେ ବିସିସିଆଇ ଦ୍ୱାରା ଆୟୋଜିତ ହେବାକୁ ଥିବା ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ର ନିର୍ଦ୍ଧାରିତ ସମୟରେ ଆୟୋଜନକୁ ନେଇ ମଧ୍ୟ ଅନିଶ୍ଚିତତା ଦେଖାଦେଇଛି । ଏଭଳି ସମୟରେ ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ କ୍ୟାପ୍‌ଟେନ୍ ତଥା ବର୍ତ୍ତମାନର ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏ ନେଇ ପ୍ରତିକ୍ରିୟା ରଖିଛନ୍ତି । ଏକ ଜାତୀୟ ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟାର କହିଛନ୍ତି ଆଇପିଏଲ୍‌ ନିର୍ଦ୍ଧାରିତ ସମୟରେ ଆୟୋଜିତ ହେବ । କରୋନା ଭାଇରସ୍ ନେଇ ବୋର୍ଡ ପକ୍ଷରୁ ସମସ୍ତ ସତର୍କତା ଗ୍ରହଣ କରାଯିବ ।

ଅପରପକ୍ଷରେ ମହାରାଷ୍ଟ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ରାଜେଶ ଟୋପେ ସୋମବାର ନିଶ୍ଚିତ କରିଛନ୍ତି ଯେ ଭାରତରେ କରୋନାଭାଇରସ ମାମଲା ବଢ଼ିବା କାରଣରୁ ଇଣ୍ଡିଆନ ପ୍ରିମିୟର ଲିଗକୁ ସ୍ଥଗିତ ରଖାଯିବ କି ନାହିଁ ସେନେଇ ସରକାରଙ୍କ ସହ ଆଲୋଚନା ଜାରି ରହିଛି ।

ଆଇପିଏଲର ୧୩ ତମ ସଂସ୍କରଣ ମାର୍ଚ୍ଚ ୨୯ରୁ ମୁମ୍ବାଇରେ ଖେଳାଯିବାକୁ ଥିବା ୭ଟି ମ୍ୟାଚ୍ ସହିତ ଆରମ୍ଭ ହେବ, ଯେଉଁଥିରେ ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଗତ ବର୍ଷର ଫାଇନାଲିଷ୍ଟ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯିବାକୁ ଥିବା ଓପନିଂ ମ୍ୟାଚ୍ ମଧ୍ୟ ରହିଛି ।

ରିପୋର୍ଟ ଲେଖା ହେବା ଯାଏଁ କରୋନାଭାଇରସ୍ ରୋଗୀଙ୍କ ସଂଖ୍ୟା ୪୩କୁ ବୃଦ୍ଧି ପାଇଛି। ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ ଜାମ୍ମୁ କାଶ୍ମୀରରୁ ପ୍ରତ୍ୟେକରେ ଗୋଟିଏ ନୂଆ ମାମଲା ରୁଜୁ ହୋଇଥିବା ଅଧିକାରୀମାନେ କହିଛନ୍ତି । ତେବେ ଏପର୍ଯ୍ୟନ୍ତ କୌଣସି ମୃତ୍ୟୁ ହୋଇନାହିଁ।

ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି, “ଯେତେବେଳେ ଲୋକମାନେ ବହୁ ସଂଖ୍ୟାରେ ଏକାଠି ହୁଅନ୍ତି, ସେତେବେଳେ ସଂକ୍ରାମକ ରୋଗର ବିପଦ ରହିଥାଏ। ଏଣୁ

ଯେଉଁ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଲୋକେ ଏକାଠି ହେବାର ଥାଏ ସେହି କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଏ । ତେବେ ଆଇପିଏଲ୍ ସ୍ଥଗିତ ରଖାଯିବ କି ନାହିଁ ସେନେଇ ଆଲୋଚନା ହେଉଛି।”

ସାଉଦି ଆରବ ପାଇଁ ପାଣିଠାରୁ ଶସ୍ତା ହେଲା ଅଶୋଧିତ ତୈଳ

ସାଉଦି ଆରବ: ଅଶୋଧିତ ତୈଳ ବର୍ତ୍ତମାନ ଜଳଠାରୁ ଶସ୍ତା ହୋଇଯାଇଛି । ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ହଠାତ୍ ୩୦ ପ୍ରତିଶତ ହ୍ରାସ ପାଇଛି । ଏହାପରେ ଅଶୋଧିତ ତୈଳ ଭାରତୀୟ ଫ୍ୟୁଚର ବଜାରରେ ବ୍ୟାରେଲ ପିଛା ୨୨୦୦ ଟଙ୍କାକୁ ଖସି ଆସିଛି । ୧୯୯୧ ଉପସାଗରୀୟ ଯୁଦ୍ଧ ପରଠାରୁ ଅଶୋଧିତ ତୈଳ ମୂଲ୍ୟରେ ଏହା ହେଉଛି ସବୁଠାରୁ ବଡ ଦିନିକିଆ ହ୍ରାସ, ଯାହା ମୁଖ୍ୟତଃ ସାଉଦି ଆରବ ଦ୍ୱାରା ତୈଳ ମୂଲ୍ୟ ହ୍ରାସ ହେତୁ ହୋଇଥାଏ ।

ଏକ ବ୍ୟାରେଲରେ ୧୫୯ ଲିଟର ଅଶୋଧିତ ତେଲ ଥାଏ | ଏହିପରି, ଏକ ଲିଟର ଅଶୋଧିତ ତେଲର ମୂଲ୍ୟ ପ୍ରାୟ ୧୩-୧୪ ଟଙ୍କାକୁ ଆସିବ ଯେତେବେଳେ ଗୋଟିଏ ଲିଟର ପାଣି ବୋତଲ ପାଇଁ ଆପଣଙ୍କୁ ଅତି କମରେ ୨୦ ଟଙ୍କା ଦେବାକୁ ପଡିବ |

କରୋନା ଭାଇରସ୍ ଏବଂ ୟେସ୍ ବ୍ୟାଙ୍କ ଯୋଗୁଁ ସୋମବାର ଭାରତୀୟ ଷ୍ଟକ୍ ମାର୍କେଟରେ ଆତଙ୍କ ସୃଷ୍ଟି ହୋଇଛି । ସେନ୍ସେକ୍ସ ପ୍ରାୟ ୨୩୫୭ ପଏଣ୍ଟ ହ୍ରାସ ପାଇଥିବାବେଳେ ନିଫ୍ଟି ମଧ୍ୟ ୬୦୦ ରୁ ଅଧିକ ପଏଣ୍ଟ ହ୍ରାସ ପାଇଛି। ତେବେ ୟେସ୍ ବ୍ୟାଙ୍କ ସେୟାରରେ ୩୪ ପ୍ରତିଶତ ବୃଦ୍ଧି ଘଟିଛି ।

କରୋନାରୁ ବର୍ତ୍ତିବା ପାଇଁ କଣ ସବୁ କରିବେ ?

ଭୁବନେଶ୍ୱର: ବିଶ୍ୱରେ ଆତଙ୍କ ଖେଳାଇଛି କରୋନା । ସମସ୍ତେ କରୋନାରୁ କେମିତି ବର୍ତ୍ତିବେ ସେ ଚିନ୍ତାରେ । ତେବେ, ଆପଣଙ୍କ ଦୈନନ୍ଦିନ ଜୀବନରେ କରୁଥିବା କାର୍ଯ୍ୟଶୈଳୀରେ ସାମାନ୍ୟ ପରିବର୍ତ୍ତନ ଆପଣଙ୍କୁ ଏହି ମହାମାରୀ ଠାରୁ ରକ୍ଷା କରିପାରିବ । ଆସନ୍ତୁ ଜାଣିବା କେଉଁ ସବୁ ଅଭ୍ୟାସ କଲେ ପାଖ ମାଡ଼ିବନି କରୋନା ।

୧) ନିୟମିତ ବ୍ୟବଧାନରେ ହାତକୁ ସାନିଟାଇଜରରେ ଧୁଅନ୍ତୁ । କାଶିବା, ଛିଙ୍କିବା ବେଳେ ଟିସ୍ୟୁ ପେପର ବ୍ୟବହାର କରନ୍ତୁ । ନାକ, ଆଖି ଓ ପାଟିକୁ ଅଯଥା ଛୁଅନ୍ତୁ ନାହିଁ ।

୨) ଖାଇବା, ପିଇବା ପୂର୍ବରୁ ହାତକୁ ସାବୁନ, ଗରମ ପାଣି କିମ୍ବା ସାନିଟାଇଜରରେ ୨୦ ସେକେଣ୍ଡ ପାଇଁ ସଫା କରନ୍ତୁ ।

୩) ବିଶେଷକରି ଜନଗହଳିପୂର୍ଣ୍ଣ ସ୍ଥାନକୁ ଅନାବଶ୍ୟକ ଥିଲେ ଯାଆନ୍ତୁ ନାହିଁ । କାଶିବା, ଛିଙ୍କିବା ବେଳେ ଟିସ୍ୟୁ ପେପର ବ୍ୟବହାର କରନ୍ତୁ ।

୪) ଟିସ୍ୟୁ ପେପର ନଥିଲେ ସାର୍ଟର ଆସ୍ତିନକୁ ବ୍ୟବହାର କରନ୍ତୁ ।୫) କାଶିବା, ଛିଙ୍କିବା ପରେ ନାକ, ଆଖି ଓ ପାଟିକୁ ଛୁଅଁନ୍ତୁ ନାହିଁ । ଅନ୍ୟ କୌଣସି ବ୍ୟକ୍ତିଙ୍କୁ ମଧ୍ୟ ସ୍ପର୍ଶ କରିବାକୁ ବାରଣ କରନ୍ତୁ ।

୬) ଅସୁସ୍ଥ ଥିବା ବ୍ୟକ୍ତିଙ୍କଠାରୁ ଯଥା ସମ୍ଭବ ଦୂରେଇ ରୁହନ୍ତୁ ।

Coronavirus
If you think you might have the virus, these are the symptoms to look out for

୭) କରୋନାର ଲକ୍ଷଣ- ଜ୍ୱର ଓ ହାଲିଆ ଲାଗିବା, କାଶ, ନିଶ୍ୱାସ ନେବାରେ କଷ୍ଟ ଅନୁଭବ, ମାଂସପେଶୀରେ ଯନ୍ତ୍ରଣା କରୋନାରେ ଲକ୍ଷଣ ହୋଇପାରେ ।

ଏବର୍ଷ ହୋଲିରେ ବିଶେଷ ଯୋଗ, ଜାଣନ୍ତୁ ଏଥର କେଉଁ ରାଶି ହେବେ ଲାଭବାନ ?

ଭୁବନେଶ୍ୱର: ହୋଲି ପର୍ବ ପାଇଁ ସାରା ଦେଶ ଏବେ ଉତ୍ସବମୂଖର । ରଙ୍ଗ ବେରଙ୍ଗର ହୋଲି ସମସ୍ତ ରଙ୍ଗେଇହେବେ ଏହି ପର୍ବରେ । ହୋଲି ରଙ୍ଗରେ ଆତ୍ମୀୟଙ୍କ ମନରେ ଥିବା ସବୁ ରାଗ ରୋଷକୁ ପୋତି ଦେଇ ଏହି ରଙ୍ଗରେ ରଙ୍ଗେଇ ହେବେ ଛୁଆଠୁ ବଡ଼ଲୋକ । କିନ୍ତୁ ଏବର୍ଷର ହୋଲି ସବୁ ବର୍ଷଠାରୁ ଭିନ୍ନ । କାରଣ ଏହି ହୋଲି ହଜାର ହଜାର ବର୍ଷ ପରେ ହିଁ ପଡ଼ିଥାଏ ।  ୨୫୮୮ ବର୍ଷ ପରେ ଏପରି ବିରଳ ଯୋଗ ପଡ଼ୁଛି । କାରଣ ଏଥର ହୋଲିରେ ଭଦ୍ରାଙ୍କ ପ୍ରଭାବ ରହିବ ନାହିଁ ତେଣୁ ହୋଲିକା ଦହନ ସମୟରେ ଏହା ସଫଳତାର ସୂଚକ ହେବ । ହୋଲି ଦିନ, ରୋଗ ବିନାଶକ ଶୁଳ ଯୋଗ ମଧ୍ୟ ରହୁଛି । ଯାହା ସନ୍ଧ୍ୟା ୪.୩୦ରେ ପଡ଼ିବ ।

  • ୨୫୮୮ ବର୍ଷ ପରେ, ଏପରି ଏକ ଶୁଭ ସମୟ ଆସିଛି ଯେତେବେଳେ ଅମୃତ କାଳରେ ହୋଲିକା ରାକ୍ଷସୀକୁ ଦହନ କରାଯିବ । ହୋଲିକା ଦାହନର ଶୁଭ ସମୟ ସକାଳ ୭.୩୩ରୁ ରାତି ୮.୫୭ ପର୍ଯ୍ୟନ୍ତ ରହିବ ।
  • ଏଥର ମଙ୍ଗଳବାରରେ ହୋଲିପଡ଼ୁଥିବାରୁ ଏବଂ ଶୁକ୍ର ନକ୍ଷତ୍ର ଯୋଗୁଁ ସ୍ୱତନ୍ତ୍ର ଯୋଗ ସୃଷ୍ଟି ହେଉଛି । ଏହା ମହିଳାଙ୍କ ସ୍ୱାସ୍ଥ୍ୟ ପାଇଁ ଭଲ ବୋଲି କୁହାଯାଉଛି ।
  • ହୋଲିକା ଦହନ ଦିନ ଲକ୍ଷ୍ମୀ ଜୟନ୍ତୀ ପଡୁଛି ଅର୍ଥାତ୍ ଏହି ଦିନ ଧନର ଦେବୀ ଲକ୍ଷ୍ମୀଙ୍କ ଜନ୍ମ ହୋଇଥିଲା ।
  • ଏହା ବ୍ୟତୀତ ଅନ୍ୟ ଏକ ବିଶେଷ କଥା ହେଉଛି ଅଢେଇ ହଜାର ବର୍ଷ ପରେ ଏଥର ହୋଲିରେ ୫ଟି ଗ୍ରହ ଅତି ଶୁଭ ଅବସ୍ଥାରେ ଅଛନ୍ତି । ବୃହସ୍ପତି ନିଜ ରାଶି ଧନୁରେ ରହିବେ । ଶନି ମଧ୍ୟ ନିଜ ମକର ରାଶିରେ ରହିବେ ।

ବୃଷ – ଚତୁର୍ଥ ଘରେ ଚନ୍ଦ୍ର ଆପଣଙ୍କ ରାଶି ମାଧ୍ୟମରେ ଗମନାଗମନ କରିବ । ଏହି ସମୟରେ, ଆପଣ ପରିବାର ଏବଂ କର୍ମକ୍ଷେତ୍ରରେ ସକରାତ୍ମକ ପରିବର୍ତ୍ତନ ଆଣିବା ପାଇଁ ଯେଉଁ ନିଷ୍ପତ୍ତି ନେଇଥିବେ ସେଥିରେ ଭଲ ଫଳାଫଳ ପାଇବେ । ଯଦି ଆପଣ ଆପଣଙ୍କ ମାଆର ସ୍ୱାସ୍ଥ୍ୟବସ୍ଥାକୁ ନେଇ  ଚିନ୍ତିତ, ତେବେ ଏହା ମଧ୍ୟ ଦୂର ହେବ । ଅର୍ଥର ଲାଭ ପାଇଁ ନିଆଯାଇଥିବା ସମସ୍ତ ପଦକ୍ଷେପ କାର୍ଯ୍ୟ କରିବ । ବ୍ୟବସାୟରେ ମଧ୍ୟ ସଫଳତା ମିଳିବ ।

କନ୍ୟା- ଧ୍ୱଜ ଯୋଗର ପ୍ରଭାବ ସହିତ ଆପଣଙ୍କ ମନରେ ଶାନ୍ତି ରହିବ ଏବଂ ଆପଣ ସମସ୍ତ କଠିନ ପରିଶ୍ରମର ଫଳ ପାଇବେ । ଚନ୍ଦ୍ର  ଦଶମ ଘରେ ଜାତାୟତ କରିବ । ଏହି ସମୟ ମଧ୍ୟରେ ଜୀବନର ଅନେକ ଅସୁବିଧା ଦୂର ହୋଇପାରିବ  । ଯଦି ଆପଣ ବିଦେଶରେ ବସବାସ କରିବାକୁ ଚାହାଁନ୍ତି, ତେବେ ଚେଷ୍ଟା କରନ୍ତୁ ଏବଂ ଏହି ସମୟ ମଧ୍ୟରେ ସଫଳତା ପ୍ରାପ୍ତ କରିପାରିବେ ।

ତୁଳା- ଚିନ୍ତାର ସହିତ କରାଯାଇଥିବା କାର୍ଯ୍ୟରେ  ସଫଳତା ମିଳିବ । ଚନ୍ଦ୍ର ଦେବ ତୁଳା ରାଶିର ଏକାଦଶ ଘରେ ରହିବେ । ଯେଉଁମାନେ ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି ସେମାନେ ଏହି ସମୟ ମଧ୍ୟରେ ସଫଳତା ପାଇପାରିବେ  । ଏହା ସହିତ, ଆପଣ ଧନ ସମ୍ବନ୍ଧୀୟ ପ୍ରସଙ୍ଗରେ ମଧ୍ୟ ସଫଳ ହେବେ । ଏହି ସମୟ ମଧ୍ୟରେ ଆପଣ ପରିବାରର ସମ୍ପୂର୍ଣ୍ଣ ସମର୍ଥନ ପାଇବେ ।

ମକର- ଧ୍ୱଜ ଯୋଗ ସମୟରେ ଚନ୍ଦ୍ର ଦେବ ଆପଣଙ୍କ ଅଷ୍ଟମ ଘରେ ପ୍ରବେଶ କରିବେ, ଏହି ସମୟ ମଧ୍ୟରେ ଆପଣ ଗୁପ୍ତରେ ସୁଖ ସୁବିଧା ପାଇଁ ଖର୍ଚ୍ଚ କରିପାରିବେ  । କୌଣସି ପୁରୁଣା ରୋଗ ଭଲ ହୋଇପାରିବ ଏହି ସମୟ ମଧ୍ୟରେ ଆପଣଙ୍କ ବାପାଙ୍କ ସହ ଆପଣଙ୍କ ସମ୍ପର୍କ ମଧ୍ୟ ସୁଦୃଢ ହେବ । ଏହି ସମୟରେ, ଆପଣ ଯାହା କରିବକୁ ଚିନ୍ତା କରିବେ, ଆପଣ ଭଲ ଫଳାଫଳ ପାଇବେ ।

ମିନ – କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କର ସ୍ଥିତି ଭଲ ହୋବ । ଯଦି ଆପଣ ଦୀର୍ଘ ସମୟ ଧରି କୌଣସି କାର୍ଯ୍ୟ ପାଇଁ ବାରମ୍ବାର ଚେଷ୍ଟା କରୁଛନ୍ତି କିନ୍ତୁ ତାହା ସଫଳ ହେଉନି ତେବେ ଆପଣ ଏହି ସମୟରେ  ସଫଳତା ପାଇବେ । ବ୍ୟବସାୟୀମାନେ ମଧ୍ୟ ଲାଭବାନ ହେବେ । ଏହାସହ ବନ୍ଧୁ କିମ୍ବା ସମ୍ପର୍କୀୟଙ୍କ ସହିତ ଏକ ନୂତନ ବ୍ୟବସାୟ ଆରମ୍ଭ କରିପାରିବେ ।

କରୋନା ପାଇଁ ଇଜିପ୍ଟର ଏକ କ୍ରୁଜ୍‌ରେ ଫସିଛନ୍ତି ୧୭ ଜଣ ଭାରତୀୟ

ସାରା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଗୋଟିଏ ପରେ ଗୋଟିଏ ଦେଶ ଏହାର କବ୍‌ଜାରେ ଆସୁଛି । ଏପରି ସ୍ଥିତିରେ ବାହାର ଦେଶରେ ଥିବା ଲୋକେ ନିଜ ଦେଶକୁ ଆସିବା ପାଇଁ ବିକଳ ହେଉଛନ୍ତି । ଭାରତରେ କରୋନା ସହ ଜଡିତ ମାମଲା ସଂଖ୍ୟା ୪୩ ରେ ପହଞ୍ଚିଛି। ଏହି ସମୟରେ, ଇଜିପ୍ଟ ନିକଟ ନୀଳ ନଦୀରେ ଏକ କ୍ରୁଜ୍ ଉପରେ ନଜର ରଖାଯାଇଛି, ଏହି କ୍ରୁଜରେ ୧୭ ଜଣ ଭାରତୀୟ ମଧ୍ୟ ଉପସ୍ଥିତ ଅଛନ୍ତି। ଏହି ଭାରତୀୟମାନେ ତାମିଲନାଡୁର ଅଟନ୍ତି, ଯେଉଁମାନେ ବୁଲିବାକୁ ଇଜିପ୍ଟ ଯାଇଥିଲେ

ଇଜିପ୍ଟର ଲକ୍ସୋର ସହର ନିକଟସ୍ଥ ନୀଳ ନଦୀରେ ଏକ କ୍ରୁଜ୍ ଉପସ୍ଥିତ ଅଛି ଯାହାର ନାମ ‘ଏ ସାରା’  । ଏହି କ୍ରୁଜରେ ୧୮ ଜଣ ଭାରତୀୟ ଉପସ୍ଥିତ ଅଛନ୍ତି । ଯେଉଁମାନେ ତାମିଲନାଡୁରୁ ଏକ ଟୁର୍ ପ୍ୟାକେଜ୍ ଯାଇଥିଲେ । ଏହି ଗୋଷ୍ଠୀ ୨୭ ଫେବୃଆରୀରେ ଭାରତ ଛାଡିଥିଲା, ୭ ମାର୍ଚ୍ଚରେ ଏହି ଗୋଷ୍ଠୀ ଫେରିବାକୁ ଥିଲା।

ମାର୍ଚ୍ଚ ୬ ରେ ଇଜିପ୍ଟର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଏହି ଜାହାଜ ଯାଞ୍ଚ କରାଯାଇଥିଲା ଏବଂ ସମସ୍ତ ପର୍ଯ୍ୟଟକଙ୍କ ପରୀକ୍ଷା କରାଯାଇଥିଲା। ଏଥିମଧ୍ୟରୁ ମୋଟ ୩୩ ପର୍ଯ୍ୟଟକ ଏବଂ ୧୨ ଜଣ କ୍ରୁ ସଦସ୍ୟ ସକରାତ୍ମକ ବୋଲି ଜଣାପଡିଛି। ଚେନ୍ନାଇରେ ରହୁଥିବା ଜଣେ ପର୍ଯ୍ୟଟକଙ୍କୁ ମଧ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହା ବ୍ୟତୀତ ତାଙ୍କ ପତ୍ନୀଙ୍କୁ ନଜରରେ ରଖାଯାଇଛି।

ୟେସ୍‌ ବ୍ୟାଙ୍କ୍‌ ଘୋଟାଲା ନେଇ ଆହୁରି ୭ ଟି ସ୍ଥାନରେ ସିବିଆଇର ରେଡ୍

ୟେସ୍‌ ବ୍ୟାଙ୍କ ଘୋଟାଲାରେ ରାଣା କପୁରଙ୍କ ପାଇଁ ବଢ଼ୁଛି ଅଡ଼ୁଆ । ଆକ୍ସନ ମୋଡରେ ସିବିଆଇ । ମୁମ୍ବାଇ ଓ ଦିଲ୍ଲୀରେ ସିବିଆଇର ଚଢ଼ାଉ। ସୂଚନା ଅନୁସାରେ ୭ଟି ସ୍ଥାନରେ ରେଡ୍‌ କରିଛି ସିବିଆଇ । ମୁମ୍ବାଇର ବାନ୍ଦ୍ରାରେ ଥିବା ଏଚ୍‌ଡିଆଇଏଲ୍‌ ଟାଓ୍ୱାରରେ ମୃଧ୍ୟ ସିବିଆଇ ଚଢ଼ାଉ କରିଛି । ୧୧ ମାର୍ଚ୍ଚ ପର୍ଯ୍ୟନ୍ତ ରାଣାଙ୍କୁ ରିମାଣ୍ଡରେ ନେଇଛି ଇଡି । ତାଙ୍କ ପରିବାରଙ୍କ ବିରୋଧରେ ଲୁକଆଉଟ ନୋଟିସ ବି ଜାରି ହୋଇଛି । ସେପଟେ ଦିଲ୍ଲୀରୁ ସିବିଆଇର ଗୋଟିଏ ଟିମ୍‌ ମୁ୍ମ୍ବାଇ ପହଞ୍ଚି ଅଧିକ ଖୋଳତାଡ଼ କରିବ।

ରାଣା କପୁର, ଦୋହିତ ଅର୍ବାନ ବେଞ୍ଚର୍ସ କଂପାନୀ, କପିଲ ବଧାଓ୍ୱନ ଓ ଅନ୍ୟ କିଛିଙ୍କ ବିରୋଧରେ ଦୁର୍ନୀତି ଓ ଠକେଇ ଅଭିଯୋଗରେ ମାମଲା ରୁଜୁ କରିଛି । ଅଭିଯୋଗ ଅନୁସାରେ, ଡିଏଚ୍‌ଏଫ୍‌ଏଲ୍‌ କୁ ୟେସ୍‌ ବ୍ୟାଙ୍କ ୩ ହଜାର କୋଟି ଟଙ୍କାର ଋଣ ଦେଇଥିଲା । ସେହିପରି ରାଣାଙ୍କ ପରିବାର ସହ ସଂପର୍କ ଥିବା ଡୁଇଟ୍‌ ଅର୍ବାନ ବେଞ୍ଚର୍ସକୁ ୬୦୦ କୋଟି ଟଙ୍କା ମିଳିଥିଲା । କିନ୍ତୁ ଋଣ ଆଦାୟ ପାଇଁ ପର୍ଯ୍ୟାପ୍ତ ଚେଷ୍ଟା କରି ନ ଥିଲା ୟେସ୍‌ ବ୍ୟାଙ୍କ । ସେପଟେ ୟେସ୍‌ ବ୍ୟାଙ୍କ ମାମଲାର ପ୍ରଭାବ ସେୟାର ମାର୍କେଟ ଉପରେ ପଡ଼ିଛି । ସେନସେକ୍ସ ପ୍ରାୟ ୧୬ ଶହ ପଏଣ୍ଟ ଖସିଥିବା ବେଳେ ନିଫ୍ଟ ୧୫ ମାସର ସର୍ବନିମ୍ନ ସ୍ତରରେ ପହଞ୍ଚିଛି ।