ୟେସ୍‌ ବ୍ୟାଙ୍କ୍‌ ଘୋଟାଲା ନେଇ ଆହୁରି ୭ ଟି ସ୍ଥାନରେ ସିବିଆଇର ରେଡ୍

ୟେସ୍‌ ବ୍ୟାଙ୍କ ଘୋଟାଲାରେ ରାଣା କପୁରଙ୍କ ପାଇଁ ବଢ଼ୁଛି ଅଡ଼ୁଆ । ଆକ୍ସନ ମୋଡରେ ସିବିଆଇ । ମୁମ୍ବାଇ ଓ ଦିଲ୍ଲୀରେ ସିବିଆଇର ଚଢ଼ାଉ। ସୂଚନା ଅନୁସାରେ ୭ଟି ସ୍ଥାନରେ ରେଡ୍‌ କରିଛି ସିବିଆଇ । ମୁମ୍ବାଇର ବାନ୍ଦ୍ରାରେ ଥିବା ଏଚ୍‌ଡିଆଇଏଲ୍‌ ଟାଓ୍ୱାରରେ ମୃଧ୍ୟ ସିବିଆଇ ଚଢ଼ାଉ କରିଛି । ୧୧ ମାର୍ଚ୍ଚ ପର୍ଯ୍ୟନ୍ତ ରାଣାଙ୍କୁ ରିମାଣ୍ଡରେ ନେଇଛି ଇଡି । ତାଙ୍କ ପରିବାରଙ୍କ ବିରୋଧରେ ଲୁକଆଉଟ ନୋଟିସ ବି ଜାରି ହୋଇଛି । ସେପଟେ ଦିଲ୍ଲୀରୁ ସିବିଆଇର ଗୋଟିଏ ଟିମ୍‌ ମୁ୍ମ୍ବାଇ ପହଞ୍ଚି ଅଧିକ ଖୋଳତାଡ଼ କରିବ।

ରାଣା କପୁର, ଦୋହିତ ଅର୍ବାନ ବେଞ୍ଚର୍ସ କଂପାନୀ, କପିଲ ବଧାଓ୍ୱନ ଓ ଅନ୍ୟ କିଛିଙ୍କ ବିରୋଧରେ ଦୁର୍ନୀତି ଓ ଠକେଇ ଅଭିଯୋଗରେ ମାମଲା ରୁଜୁ କରିଛି । ଅଭିଯୋଗ ଅନୁସାରେ, ଡିଏଚ୍‌ଏଫ୍‌ଏଲ୍‌ କୁ ୟେସ୍‌ ବ୍ୟାଙ୍କ ୩ ହଜାର କୋଟି ଟଙ୍କାର ଋଣ ଦେଇଥିଲା । ସେହିପରି ରାଣାଙ୍କ ପରିବାର ସହ ସଂପର୍କ ଥିବା ଡୁଇଟ୍‌ ଅର୍ବାନ ବେଞ୍ଚର୍ସକୁ ୬୦୦ କୋଟି ଟଙ୍କା ମିଳିଥିଲା । କିନ୍ତୁ ଋଣ ଆଦାୟ ପାଇଁ ପର୍ଯ୍ୟାପ୍ତ ଚେଷ୍ଟା କରି ନ ଥିଲା ୟେସ୍‌ ବ୍ୟାଙ୍କ । ସେପଟେ ୟେସ୍‌ ବ୍ୟାଙ୍କ ମାମଲାର ପ୍ରଭାବ ସେୟାର ମାର୍କେଟ ଉପରେ ପଡ଼ିଛି । ସେନସେକ୍ସ ପ୍ରାୟ ୧୬ ଶହ ପଏଣ୍ଟ ଖସିଥିବା ବେଳେ ନିଫ୍ଟ ୧୫ ମାସର ସର୍ବନିମ୍ନ ସ୍ତରରେ ପହଞ୍ଚିଛି ।

Leave a Reply