spot_img
Home Blog Page 7362

ଡେଥ୍ ୱାରେଣ୍ଟ ଜାରି କଲେ ପଟିଆଲା ହାଉସ୍ କୋର୍ଟ

ନୂଆଦିଲ୍ଲୀ: ୨୦୧୨ ନିର୍ଭୟା ମାମଲାରେ ଜାନୁଆରୀ ୨୨ରେ ଫାଶୀ ପାଇବେ ୪ ଦୋଷୀ । ଭିଡିଓ କନଫରେନ୍ସିଂ ଜରିଆରେ ଶୁଣାଣି ପରେ ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟ ଡେଥ୍ ୱାରେଣ୍ଟ ଜାରି କରିଛନ୍ତି । ତିହାର ଜେଲ୍ ପରିସରରେ ଝୁଲିବେ ନିର୍ଭୟା ମାମଲାର ୪ ଦୋଷୀ ।

ଆସନ୍ତା ୨୨ ତାରିଖରେ ୪ ଅଭିଯୁକ୍ତଙ୍କୁ ଫାଶୀ ଦିଆଯିବ । ସକାଳ ୭ଟାରେ ଫାଶୀ ଦିଆଯିବା ନେଇ ସମୟ ସ୍ଥିର ହୋଇଛି । ଆଜିଠୁ ଠିକ୍ ୧୪ ଦିନ ପରେ ୪ ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଯିବ ।

ଝୁଲିବା ପୂର୍ବରୁ ଫାଶୀ କୋଠିରେ ମୃତ୍ୟୁକୁ ସାମ୍ନା କରେ ଦୋଷୀ ।ପଢ଼ନ୍ତୁ ଫାଶୀ କୋଠିରେ କେମିତି ଲୁଚିଥାଏ ମୃତ୍ୟୁ…

ନୂଆଦିଲ୍ଲୀ: ୨୦୧୨ ଦିଲ୍ଲୀ ଗଣଦୁଷ୍କର୍ମ ମାମଲା । ୪ ଦୋଷୀଙ୍କ ବିରୋଧରେ ଡେଥ୍ ୱାରେଣ୍ଟ ଜାରି କଲେ ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟ । ଜାନୁଆରୀ ୨୨ ତାରିଖ ସକାଳ ୭ଟାରେ ୪ ଦୋଷୀଙ୍କୁ ଦିଆଯିବ ଫାଶୀ ।

ନୂଆଦିଲ୍ଲୀ: ୨୦୧୨ ଦିଲ୍ଲୀ ଗଣଦୁଷ୍କର୍ମ ମାମଲା । ୪ ଦୋଷୀଙ୍କ ବିରୋଧରେ ଡେଥ୍ ୱାରେଣ୍ଟ ଜାରି କଲେ ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟ । ଜାନୁଆରୀ ୨୨ ତାରିଖ ସକାଳ ୭ଟାରେ ୪ ଦୋଷୀଙ୍କୁ ଦିଆଯିବ ଫାଶୀ ।

ବରଗଡ଼: ଭଟଲି SDCC ବ୍ୟାଙ୍କରୁ ୬ ଲକ୍ଷ ୮୨ ହଜାର ଟଙ୍କାର ଚେକ୍ ଜାଲିଆତି ଅଭିଯୋଗ, ୪ ଅଭିଯୁକ୍ତ ଗିରଫ ।

ବରଗଡ଼: ଭଟଲି SDCC ବ୍ୟାଙ୍କରୁ ୬ ଲକ୍ଷ ୮୨ ହଜାର ଟଙ୍କାର ଚେକ୍ ଜାଲିଆତି ଅଭିଯୋଗ, ୪ ଅଭିଯୁକ୍ତ ଗିରଫ ।

କୋରାପୁଟ RWSS କନିଷ୍ଠ ଯନ୍ତ୍ରୀ ନିଖୋଜ ଘଟଣା, ହରଡ଼ାଗୁଡ଼ା ଜଙ୍ଗଲରୁ ମିଳିଲା ଯନ୍ତ୍ରୀଙ୍କ ମୃତଦେହ

ଜୟପୁର: କୋରାପୁଟ ଜିଲ୍ଲା ବୋରିଗୁମା ବ୍ଲକର RWSS କନିଷ୍ଠ ଯନ୍ତ୍ରୀ ନିଖୋଜ ମାମଲା । ନିଖୋଜ RWSS କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ ହରଡ଼ାଗୁଡ଼ା ଜଙ୍ଗଲରେ ଉଦ୍ଧାର କରାଯାଇଛି ।  ଗତକାଲି ବ୍ଲକର ହରଦପୁଟ ଗାଁକୁ କ୍ଷେତ୍ର ପରିଦର୍ଶନ ପାଇଁ ଯାଇଥିଲେ । ସମସ୍ତ ଅଧିକାରୀ ଫେରିଲେ ମଧ୍ୟ କନିଷ୍ଠ ଯନ୍ତ୍ରୀ ଏମ୍‌. ଭେଙ୍କଟ ରାଓ ହଠାତ କୁଆଡ଼େ ନିଖୋଜ ହୋଇଯାଇଥିଲେ ।

ପରେ ଅଧିକାରୀ ମାନେ ବହୁତ ଖୋଜା ଖୋଜି କରିଥିଲେ । ହେଲେ ତାଙ୍କର କୌଣସି ପତ୍ତା ମିଳିନଥିଲା । ଏନେଇ ଗତ କାଲି ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ପକ୍ଷରୁ ପୋଲିସ ପାଖରେ ଏକ ଏତଲା ଦିଆଯାଇଥିବା ସହ ଆଜି ଏମ୍‌. ଭେଙ୍କଟ ରାଓଙ୍କ ପରିବାର ପକ୍ଷରୁ ବୋରିଗୁମା ଥାନାରେ ଏକ ଏତଲା ଦିଆଯାଇଥିଲା ।

ବ୍ଲକ୍‌ ପରିଦର୍ଶନ ପରେ ଅଫିସ୍ ଫେରିଲେନି କନିଷ୍ଠ ଯନ୍ତ୍ରୀ

ତେବେ ହରଡ଼ାଗୁଡ଼ା ଡଙ୍ଗଲରୁ କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଘଟଣା ସ୍ଥଳରେ କୋରାପୁଟ ଏସପି ମୁକେଶ ଭାମୁ ଏବଂ ଜୟପୁର ଏସଡିପିଓ ଓ ବରିଗୁମ୍ମା ଏସଡିପିଓ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

 

ଜାନୁଆରୀ ୧୦ରେ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ, ଜାଣନ୍ତୁ କେଉଁଠି ହେବ ଦୃଶ୍ୟମାନ

ଚନ୍ଦ୍ରଗ୍ରହଣ ୨୦୨୦: ଜାନୁଆରୀ ୧୦ ତାରିଖରେ ନୂତନ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ହେବାକୁ ଯାଉଛି । ଏହା ଏକ ଉପଛାୟା ଚନ୍ଦ୍ର ଗ୍ରହଣ ହେବ । ଭାରତୀୟ ସମୟ ମୁତାବକ ଚନ୍ଦ୍ର ଗ୍ରହଣ ଜାନୁଆରୀ ୧୦ ତାରିଖ ରାତି ୧୦ଟା ୩୭ରୁ ଆରମ୍ଭ ହୋଇ ୧୧ ଜାନୁଆରୀ ରାତି ୨ଟା ୪୨ ମିନିଟରେ ଶେଷ ହେବ । ପୂର୍ଣ୍ଣ ଗ୍ରହଣ ଏବଂ ଆଂଶିକ ଗ୍ରହଣ ତୁଳନାରେ ଉପଛାୟା ଗ୍ରହଣ ସାମାନ୍ୟ ଦୁର୍ବଳ ଥାଏ ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଚନ୍ଦ୍ର ଗ୍ରହଣ ମିଥୁନ ରାଶିର ପୁର୍ନବସୁ ନକ୍ଷେତ୍ରରେ ହେବ । ତେବେ ଗ୍ରହଣର ୯ଘଣ୍ଟା ପୂର୍ବରୁ ପାକ ତ୍ୟାଗ ହୋଇଥାଏ କିନ୍ତୁ ୧୦ରେ ହେବାକୁ ଥିବା ଗ୍ରହଣରେ କୌଣସି ପାକ ନିଷେଧ ନାହିଁ । କାରଣ ଜ୍ୟୋତିଷଙ୍କ ମୁତାବକ ଏହା ସମ୍ପୂର୍ଣ୍ଣ ଭାବେ ଚନ୍ଦ୍ର ଗ୍ରହଣ ନୁହେଁ ଏହା କେବଳ ଉପଛାୟା ଚନ୍ଦ୍ର ଗ୍ରହଣ । ତେଣୁ ସମସ୍ତ ଧାର୍ମିକ କାର୍ଯ୍ୟ ମଧ୍ୟ ଏହି ସମୟରେ ସଂପନ୍ନ ହେବ।

ଏହି ଗ୍ରହଣକୁ ଲୋକମାନେ ସ୍ପଷ୍ଟ ଭାବରେ ଦେଖିପାରିବେ ନାହିଁ ।  ଏହି ଗ୍ରହଣ ଭାରତ, ଆଫ୍ରିକା, ୟୁରୋପ ଏବଂ ଅଷ୍ଟ୍ରେଲିଆରେ ଦେଖିବାକୁ ମିଳିବ । ସୂଚନା ଅନୁଯାୟୀ ଚଳିତ ବର୍ଷ ୪ଟି ଚନ୍ଦ୍ର ଗ୍ରହଣ ହେବ । ଦ୍ୱିତୀୟ ଚନ୍ଦ୍ର ଗ୍ରହଣ ୫ ଜୁନରେ ଲାଗିବ, ତୃତୀୟ ଗ୍ରହଣ ୫ ଜୁଲାଇରେ ସେହିପରି ଚତୁର୍ଥ ଚନ୍ଦ୍ର ଗ୍ରହଣ ୩୦ ନଭେମ୍ବରରେ ଲାଗିବ ।

ଜେଏନୟୁ ହିଂସା ପାଇଁ ନିଜକୁ ଦାୟୀ କଲା ହିନ୍ଦୁ ରକ୍ଷା ଦଳ, ପୋଲିସର ତଦନ୍ତ ଆରମ୍ଭ

ନୂଆଦିଲ୍ଲୀ : ଜେଏନ୍‌ୟୁ ହିଂସାକୁ ନେଇ ଦେଶବ୍ୟାପି ଚର୍ଚ୍ଚା ଜାରି ରହିଥିବାବେଳେ ହିନ୍ଦୁ ରକ୍ଷା ଦଳ ପକ୍ଷରୁ ସୋସିଆଲ୍‌ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହୋଇଛି। ଜେଏନ୍‌ୟୁ ହିଂସା ପାଇଁ ହିନ୍ଦୁ ରକ୍ଷା ଦଳ ନିଜକୁ ଦାୟୀ କରିଥିବା ଏହି ଭିଡ଼ିଓରେ କୁହାଯାଇଛି। ହିନ୍ଦୁ ରକ୍ଷା ଦଳର ମୁଖ୍ୟ ପିଙ୍କି ଚୌଧୁରୀ ଭିଡ଼ିଓରେ ଏନେଇ ସୂଚନା ଦେଇଛନ୍ତି।

ଦଳର ସଦସ୍ୟ ଜେଏନ୍‌ୟୁ ପରିସରରେ ଏଭଳି କରିଥିବା ସେ କହିଛନ୍ତି। ଜେଏନ୍‌ୟୁରେ ଦେଶ ବିରୋଧୀ ଗତିବିଧି ବୃଦ୍ଧି ପାଉଥିବାରୁ ଏଭଳି କରାଯାଇଛି। ଦେଶ ବିରୋଧ ଗଲେ ଏଭଳି ଘଟଣା ଭବିଷ୍ୟତରେ ମଧ୍ୟ ହେବ ବୋଲି ପିଙ୍କି ଚୌଧୁରୀ କହିଛନ୍ତି। ତେବେ ଏନେଇ ପୋଲିସ ପକ୍ଷରୁ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିବା ଏହି ଏକ ମିନିଟ୍‌ ୫୮ ସେକେଣ୍ଡ ଭିଡ଼ିଓର ତଦନ୍ତ ଜାରି ରହିଛି।

ଦିଲ୍ଲୀ ପୁଲିସ ହିନ୍ଦୁ ରକ୍ଷକ ଦଳର ଏହି ବାଦି ଉପରେ ଯାଞ୍ଚ କରୁଛି ପୋଲିସ । ଏହି ହିଂସା ଘଟଣାରେ ୩୦ରୁ ଅଧିକ ଛାତ୍ର ଆହତ ହୋଇଛନ୍ତି ।

 

ବାଳାଶ୍ରମର ପାଚେରି ଡ଼େଇଁ ପଳାଇଲେ ୧୩ଜଣ ଅନ୍ତେବାସୀ

ବ୍ରହ୍ମପୁର: ବ୍ରହ୍ମପୁର ଗୋଷାଣୀ ନୂଆଗାଁ ସ୍ଥିତ ଉତ୍କଳ ବାଳାଶ୍ରମରୁ ୧୩ଜଣ ଅନ୍ତେବାସୀ କେଉଁଆଡ଼େ ପଳାଇ ଯାଇଥିବା ଅଭିଯୋଗ ହୋଇଛି । ଗତକାଲି ରାତି ପ୍ରାୟ ଗୋଟାଏ ବେଳେ ଅନ୍ତେବାସୀମାନେ ବାଳାଶ୍ରମ ପାଚେରି ଡେଇଁ ପଲାଇଛନ୍ତି ।

ବାଳାଶ୍ରମ କର୍ତ୍ତୃପକ୍ଷ ଏନେଇ ଗୋଷାଣୀ ନୂଆଗାଁ ଥାନାରେ ଏତଲା ଦେବା ପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ସମସ୍ତ ଅନ୍ତେବାସୀ ଭୁବନେଶ୍ୱର ଅଭିମୁଖେ ଟ୍ରେନ୍‌ ଯୋଗେ ଯାଇଥିବା ସୂଚନା ମିଳିଛି । ପୋଲିସର ଏକ ଟିମ୍‌ ଭୁବନେଶ୍ୱର ଯାତ୍ରା କରିଛନ୍ତି । ଘଟଣା ନେଇ ବ୍ରହ୍ମପୁର ଉପଜିଲ୍ଲାପାଳ ବାଳାଶ୍ରମରେ ତଦନ୍ତ କରିଛନ୍ତି ।

ଝାରସୁଗୁଡ଼ା ମେଡିକାଲ୍‌ ପରିଦର୍ଶନରେ ୫-ଟି ସଚିବ: ରୋଗୀଙ୍କୁ ସ୍ୱାସ୍ଥ୍ୟ ସେବା ନେଇ ପଚାରି ବୁଝିଲେ

ଝାରସୁଗୁଡ଼ା: ଆଜି ଝାରସୁଗୁଡ଼ା ଗସ୍ତରେ ୫-ଟି ସଚିବ ଭି . କାର୍ତ୍ତିକେୟ ପାଣ୍ଡିଆନ । ଝାରସୁଗୁଡ଼ା ବୀରସୁରେନ୍ଦ୍ର ସାଏ ବିମାନବନ୍ଦରରେ ପହଞ୍ଚି ସେଠାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଯାଇ ପହଞ୍ଚିଥିଲେ  ।

୫-ଟି ସଚିବ ଏବଂ ତାଙ୍କ ଟିମ୍‌ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି ବିଭିନ୍ନ ୱାର୍ଡକୁ ବୁଲି ଦେଖିଥିଲେ । ଚିକିତ୍ସାଳୟରେ କିଭଳି ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି ସେନେଇ ରୋଗୀ ଏବଂ ତାଙ୍କ ସମ୍ପର୍କୀୟ ଙ୍କୁ ପଚାରିବୁଝିଥିଲେ ୫ଟି ସଚିବ  । ପରେ ମେଡିକାଲରେ ବିଭିନ୍ନ ଦିଗକୁ ନେଇ  କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ  ।

 

 

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରଧାନ ଶିକ୍ଷକଙ୍କ ଘରେ ଚଢ଼ାଉ

ଉମରକୋଟ: ଭିଜିଲାନ୍ସ ଜାଲରେ ଫସିଲେ ଶିକ୍ଷକ । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍‌ ବୋର୍‌ଗାଓ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ରଞ୍ଜିତ ମହାପାତ୍ରଙ୍କ ଘରେ ଭିଜିଲାନ୍‌ସ ଚଢ଼ାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ କରାଯାଇଛି ।

ଭିଜିଲାନ୍ସର ୩୦ ଜଣ ଅଧିକାରୀ ୫ ଟିମ୍‌ରେ ଭାଗ ହୋଇ ଏକା ସାଙ୍ଗରେ ୫ଟି ସ୍ଥାନରେ ଚଢ଼ାଉ କରିଛନ୍ତି । ପ୍ରଧାନଶିକ୍ଷକ ରଞ୍ଜିତ ମହାପାତ୍ରଙ୍କର ରାଇଘରଠାରେ ଥିବା ୩ଟି ଘର, ଦୋକାନ, ଗୋଦାମ ଓ ସ୍କୁଲ୍‌ରେ ଚଢ଼ାଉ କରାଯାଇଛି । ବିଶେଷ ସୂତ୍ରରୁ ଖବର ଏହି ଟିମ୍ ହାତରେ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ହସ୍ତଗତ ହୋଇଛି ।

ବ୍ଲକ୍‌ ପରିଦର୍ଶନ ପରେ ଅଫିସ୍ ଫେରିଲେନି କନିଷ୍ଠ ଯନ୍ତ୍ରୀ

ଜୟପୁର: କୋରାପୁଟ ଜିଲ୍ଲା ବୋରିଗୁମା ବ୍ଲକର RWSS କନିଷ୍ଠ ଯନ୍ତ୍ରୀ ନିଖୋଜ । ଗତ କାଲି ବ୍ଲକ ର ହରଦପୁଟ ଗାଁକୁ କ୍ଷେତ୍ର ପରିଦର୍ଶନ ପାଇଁ ଯାଇଥିଲେ । ସମସ୍ତ ଅଧିକାରୀ ଫେରିଲେ ମଧ୍ୟ କନିଷ୍ଠ ଯନ୍ତ୍ରୀ ଏମ୍‌. ଭେଙ୍କଟ ରାଓ ହଠାତ କୁଆଡ଼େ ନିଖୋଜ ହୋଇଯାଇଥିଲେ ।

ପରେ ଅଧିକାରୀ ମାନେ ବହୁତ ଖୋଜା ଖୋଜି କରିଥିଲେ । ହେଲେ ତାଙ୍କର କୌଣସି ପତ୍ତା ମିଳିନଥିଲା । ଏନେଇ ଗତ କାଲି ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ପକ୍ଷରୁ ପୋଲିସ ପାଖରେ ଏକ ଏତଲା ଦିଆ ଯାଇଛି । ଆଜି ଏମ୍‌. ଭେଙ୍କଟ ରାଓଙ୍କ ପରିବର ପକ୍ଷରୁ ବୋରିଗୁମା ଥାନା ରେ ଏକ ଏତଲା ଦିଆଯାଇଛି ।