ଡ୍ରଗ୍ସ ମାଫିଆର ନୂଆ ଠିକଣା ପିପିଲି, ମୁର୍ସିଦାବାଦରୁ ଆସୁଥିଲା ଧଳା ଜହର

1 min read

ଭୁବନେଶ୍ୱର: ଓଡିଶାରେ ଧଳା ଜହରର ଧନ୍ଦା । ଦେଢ କେଜି ବ୍ରାଉନ ସୁଗାରକୁ ଦେଢ କୋଟି ଟଙ୍କା । ମୁର୍ସିଦାବାଦରୁ କୋଲକାତା ଭାୟା ପିପିଲି । ବାଲେଶ୍ୱରରେ ରେଡ ପରେ ପିପିଲି ଥିଲା ବେପାରୀଙ୍କ ନୂଆ ଡିପୋ । କୋର୍ଡ ୱାର୍ଡ ହେଲା ପତ୍ତା, ପାଉ, ରସୁଣ ଓ ପାଉଡର । ବ୍ରାଉନ ସୁଗାର ବିକୁଛନ୍ତି ବି-ଟେକ ପାସ ଆଉଟ ଛାତ୍ର । ସୁରକ୍ଷା  ଓ ଏସକର୍ଟ ନେଇ ବେପାରୀ ବ୍ୟବହାର କରୁଛନ୍ତି ବନ୍ଧୁକ। ଧଳାଜହରକୁ ନେଇ ଏସଟିଏଫ୍‌ର ବଡ ଅପରେସନ। ଏସଟିଏଫ୍‌ ଖୋଲିବ ନିଶା କାରାବାରର ଇଣ୍ଟରନ୍ୟାସନାଲ ନକ୍ସସ। ଜଟଣୀ, ଏୟାରଫିଲ୍ଡ ଓ ପିପିଲି ଅଞ୍ଚଳରେ ରେଡ କରି ୩ ଜଣଙ୍କୁ ଗିରଫ କରିଛି ଏସଟିଏଫ୍‌ । ମାନସ ରଞ୍ଜନ  ପରିଚ୍ଛା ଘର ଗଞ୍ଜାମ ସୋରଡା । ସନ୍ତୋଷ କୁମାର ଦାସ ଘର ଗଞ୍ଜାମ ବୁଗୁଡା । ମହେସ ସାହୁ ଘର ପୁରୀ କଣାସ । ୩ ଜଣଙ୍କ ମଧ୍ୟରୁ ଜଣେ ହେଉଛି ବି-ଟେକ୍‌ ପାସ ଆଉଟ ଛାତ୍ର । ସେ ଚାକିରୀ ଛାଡି ନିଶା କାରାବର କରୁଥିଲା । ପିପିଲିରେ ଏକ ଘର ଭଡା ନେଇ ଧଳାଜହର କାରାବର କରୁଥିଲେ । ମୋବାଇଲ, ସିସିଟିଭି ଓ ଦାମୀ ବାଇକ ଓ ୪ ଚକିଆ ଜବତ ହୋଇଛି ।

 

ଆସନ୍ତୁ ନଜର ପକେଇବା ବ୍ରାଉନସୁଗାର ଟ୍ରାନ୍ସପୋର୍ଟର ସିକ୍ରେଟ ରୁଟ ଲାଇନ୍‌ ଉପରେ । ମୁର୍ସିଦାବାଦରୁ, କୋଲକାତା,ଖଡଗପୁର ଦେଇ ଟ୍ରେନରେ ମେଦିନପୁର ଆସନ୍ତି । ସେଠାରୁ ବାଏ ରୋଡ, ବସ ହେଉ ଅବା ଟ୍ରେନରେ ଜଲେଶ୍ୱର, ଭୁବନେଶ୍ୱର ଦେଇ ପିପିଲି ଆସନ୍ତି । ପିପିଲିରୁ ଭୁବନେଶ୍ୱର,ନୟାଗଡ, ପୁରୀ, ଖୋର୍ଦ୍ଦ। ଓ ଗଞ୍ଜାମରେ ବିକ୍ରି କରୁଥିଲେ । ଗିରଫ ହୋଇଥିବା ୩ ଜଣ ହେଉଛନ୍ତି ବଡବେପାରୀ ।

ପୋଲିସକୁ ଚକମା ଦେବା ପାଇଁ ରହୁଥିବା ରୁମରେ ସିସିଟିଭି ଲଗାଇଥିଲେ । ସିସିଟିଭିକୁ ମୋବାଇଲ ସହ କନେକ୍ଟ କରି ବେପାରୀ ମାନେ ଆଖି ରଖୁଥିଲେ । କୁଖ୍ୟାତ ବ୍ରାଉନ ସୁଗାର ବେପାରୀ ଛୋଟା, ସେକ.ରାଜା ଓ ଅଜହର ସହ ଏହି ତିନି ଜଣଙ୍କ ଲିଙ୍କ ରହିଛି। ଆନ୍ତର୍ଜାତିକ ରାକେଟର ପର୍ଦ୍ଦ।ଫାସ କରିବା ପାଇଁ ୩ ଜଣଙ୍କୁ ରିମାଣ୍ଡରେ ଆଣିବ ଏସଟିଏଫ।

ଓଡିଶା ପୋଲିସର ସୂଚନା ଅନୁସାରେ ୪ ବର୍ଷରେ ୪ କେଜି ବ୍ରାଉନସୁଗାର ଜିଲ୍ଲା ପୋଲିସ ଜବତ କରିଥିବା ବେଳେ ୨୦୨୦ରେ ୩ ମାସରେ ୪ କେଜି ବ୍ରାଉନ ସୁଗାର ଜବତ କରିବା ସହ ୩୨ ଜଣଙ୍କୁ ଗିରଫ କରିଛି ଏସଟିଏଫ ।

ଏଠାରେ ପ୍ରଶ୍ନ, ବ୍ରାଉନସୁଗାର ବନ୍ଦ ନେଇ ମୂଳ ରୁଟକୁ ଯିବକି ଏସଟିଏଫ ? ନିଶା କାରାବର ରୋକ ନେଇ ଏସଟିଏଫ ପଞ୍ଝା ମାରୁଥିବା ବେଳେ କଣ କରୁଛି କମିଶନରେଟ ପୋଲିସ ? ଛୋଟ ଛୋଟ ବେପାରୀ ଓ ଡିଲରକୁ ଧରି ବାହା ବାହା ନେଉଥିବା ବଡ ବେପାରୀକୁ ଧରିବ କି ଟିମ ?

Leave a Reply