ଝିଲିକ୍ ବାହାଘର ପରେ ଅନାଥାଶ୍ରମରେ କଲେ ପିଲାଙ୍କ ସହ ସେଲିବ୍ରେସନ

ଭୁବନେଶ୍ୱର: ଓଲିଉଡର ଜଣେ ଜଣାଶୁଣା ଆକ୍ଟ୍ରେସ ହେଉଛନ୍ତି ଝିଲିକ୍‌ । ଯିଏ ଇଣ୍ଡଷ୍ଟ୍ରିର ଅନେକ ନାମିଦାମୀ ଆକ୍ଟରଙ୍କ ସହ କାମ କରିଛନ୍ତି। ଓ ଓଲିଉଡରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ବନାଇଛନ୍ତି। ପ୍ରିତିରଞ୍ଜନ ହେଉଛନ୍ତି ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ଘଢେଇଙ୍କ ପୁଅ । ଯାହାଙ୍କୁ ସମସ୍ତେ ଡ୍ୟାନି ଭାଇ ନାମରେ ଜାଣିଛନ୍ତି ।

ଡ୍ୟାନି ଓ ଝିଲିକଙ୍କ ପ୍ରେମ ସମ୍ପର୍କକୁ ନେଇ କେବେଠୁ ମିଡିଆରେ ଚୁପି ଚୁପି ଚର୍ଚ୍ଚା କରାଯାଉଥିଲା। ଫାଇନାଲି ସମସ୍ତ ଚର୍ଚ୍ଚାକୁ ପଛରେ ପକାଇ ଫ୍ୟାନଙ୍କୁ ସରପ୍ରାଇଜ ଦେଇଛନ୍ତି ଏହି ନିଉଲି ଓ୍ୱେଡ ଯୋଡ଼ି । ଓ ନିଜ ସୋସିଆଲ୍‌ ଆକାଉଣ୍ଟରେ  ସେୟାର କରିଛନ୍ତି ଝିଲିକ ତାଙ୍କ ବିବାହର ସମସ୍ତ ଫଟୋ । ଯାହାକୁ ଦେଖିଲା ପରେ ସବୁମହଲରୁ ଆସିଛି ଏହି ଜଷ୍ଟ ମ୍ୟାରେଡ୍‌ କପଲଙ୍କ ପାଇଁ ଶୁଭେଚ୍ଛାର ସୁଅ।

ଖାଲି ସେତିକି ନୁହେଁ, ବହାଘର ପରେ ଝିଲିକ୍‌ ଏବଂ ତାଙ୍କ ସ୍ୱାମୀ ଆସି ପହଞ୍ଚିଛନ୍ତି ଭୁବନେଶ୍ୱର ସ୍ଥିତ ଏକ ନାଥାଶ୍ରମରେ । ନାଥାଶ୍ରମରେ ସେ ତାଙ୍କର ବାହାଘର ଖୁସି ସେଲିବ୍ରେସନ କରିଛନ୍ତି ।

ତୁମୁଡୁମା ସ୍ଥିତ ପ୍ରତିଭା ଆଶ୍ରମରେ ଅଭିନେତ୍ରୀ ଝିଲକ ଓ  ତାଙ୍କ ସ୍ଵାମି ପ୍ରିତି ରଞ୍ଜନ ପହଞ୍ଚି ସେଠାରେ ପିଲାଙ୍କ ସହ ତାଙ୍କର ଖୁସି ବାଣ୍ଟିଥିଲେ । ଅନାଥ ଆଶ୍ରମ ର ୩୫ ଜଣ ପିଲାଙ୍କ ସହ ବହୁ ହସ ଖୁସିରେ କରିଥିଲେ ବହାଘରର ସେଲିବ୍ରେସନ । ଭଲ ଘର , ଭଲ ସ୍ଵାମି ଓ ବାପାଙ୍କ ପରି ଶଶୁର ପାଇ ବେସ ଖୁସି ଅଛନ୍ତି ବୋଲି ଝିଲିକ କହିଛନ୍ତି।

Leave a Reply