spot_img
Home Blog Page 7345

କରୋନା ପାଇଁ ବଳଦେବ ଜୀଉ ମନ୍ଦିରରେ ଲାଗିଲା କଟକଣା

କେନ୍ଦ୍ରାପଡ଼ା: କରୋନା ପାଇଁ ତୁଳସୀ କ୍ଷେତ୍ର କେନ୍ଦ୍ରାପଡାରେ ବି କଟକଣା । ବଳଦେବ ଜୀଉଙ୍କ ମନ୍ଦିରରେ ବି କଟକଣା ଲାଗୁ କଲା ପ୍ରଶାସନ । ମନ୍ଦିରର ମଝି ଦେଉଳ ଓ ଗର୍ଭ ଗୃହ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରାଯାଇଥିବା ବେଳେ ଅରୁଣ ଓ ଗରୁଡ ସ୍ତମ୍ବ ସ୍ପର୍ଶ କରିବାକୁ ମନା କରାଯାଇଛି । ଜଗମୋହନ ପର୍ଯ୍ୟନ୍ତ ହିଁ ଭକ୍ତଙ୍କୁ ଛଡାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ସେବାୟତଙ୍କୁ ମୁହଁ ଘଉଡାଇବା ପାଇଁ ଗାମୁଛା କିମ୍ବା ମାସ୍କ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଞ୍ଚଳରେ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ବିବାହ, ବ୍ରତ କାର୍ଯ୍ୟକ୍ରମ ଉପରେ ବି କଟକଣା  ଲଗାଯାଇଛି ।

ବ୍ୟବସାୟ ସହ ସରକାରୀ କ୍ଷେତ୍ରରେ ହେବ ଲାଭ…ମାନସିକ ତଥା ଶାରୀରିକ ସମସ୍ୟା ଦେଖାଦେଇପାରେ

ମେଷ ରାଶି-

ଅଶ୍ୱିନୀ ମେଷ- ମୃନରେ ଆଳସ୍ୟ ଭାବ ରହିବ

ଦ୍ବିଜା ମେଷ- କୈାଣସି ସ୍ଥାନକୁ ଯିବା ପାଇଁ ସୁଯ଼ୋଗ ଆସିବ

କୃତ୍ତିକା ମେଷ- ଶିକ୍ଷାରେ ଅଧିକ ଲାଭବାନ୍‌ ହେବେ

ବୃଷ ରାଶି-

କୃତ୍ତିକା ବୃଷ-କାର୍ଯ୍ୟ ବାଧା ହେବା ସହିତ ଶିକ୍ଷାରେ ବାଧା ଦେଖାଯିବ

ରୋହିଣୀ ବୃଷ- ପରିବାରରେ ଖୁସି ରହିବ, ଦାମ୍ପତ୍ୟ ଜୀବନରେ ଆନନ୍ଦ ରହିବ

ମୃଗଶିରା – ମନରେ ଅଧିକ ବ୍ୟସ୍ତତା ଆସିବ

ପ୍ରତିକାର- ଓଁ ନମଃ ଶିବାୟ ପାଠ କରନ୍ତୁ

ମିଥୁନ ରାଶି-

ମୃଗଶିରା ମିଥୁନ- ପତି,ପତ୍ନୀଙ୍କ ମଧ୍ୟରେ ସୁମଧୁର ସଂପର୍କ ରହିବ

ଆର୍ଦ୍ରା ମିଥୁନ- ବ୍ୟବସାୟରେ ଅନେକ ଲାଭ ପାଇବେ

ପୁର୍ନବସୁ-କାହାକୁ ବିବାଦୀୟ କଥା କୁହନ୍ତୁ ନାହିଁ

ପ୍ରତିକାର- ଛୋଟ ପିଲାକୁ ପାଠ ବହି ଦାନ କରନ୍ତୁ

କର୍କଟ ରାଶି-

ପୁର୍ନବସୁ -ନଦିର ହୃଦୟଜନିତ ସମସ୍ୟା ଦେଖାଦେଇପାରେ

ପୁଷ୍ୟ। କର୍କଟ- କୈାଣସି କୋର୍ଟ,କଚେରୀ ମାମଲା ଆସିପାରେ

ଅଶ୍ଲେଷା-…କୁ ନେଇ ଚିନ୍ତାରେ ରହିବେ

ପ୍ରତିକାର- କୈାଣସି ଛୋଟ ପିଲାଙ୍କୁ ଦଣ୍ଡ ଦିଅନ୍ତୁ ନାହିଁ

ସିଂହ ରାଶି-

ମୃଘା ସିଂହ- ସନ୍ତାନ ମାନଙ୍କୁ ନେଇ ଖୁସି ରହିବେ

ପୂର୍ବା ଫାଲଗୁନି- ସରକାରୀ କ୍ଷେତ୍ରରେ ଲାଭ ମିଳିପାରେ

ଉତ୍ତରାଫାଲଗୁନି-ଯଦି ପ୍ରେମ କରୁଛନ୍ତି ତେବେ ଅସୁବିଧା ରହିଛି

ପ୍ରତିକାର- ଲାଲ୍‌ ସୁଗନ୍ଧ ଫୁଲ ମା ଦୁର୍ଗାଙ୍କୁ ଅର୍ପଣ କରନ୍ତୁ

କନ୍ୟା ରାଶି-

ଉତ୍ତରାଫାଲଗୁନି-ଶିକ୍ଷା କ୍ଷେତ୍ରରେ ବାଧା ଆସିବ

ହସ୍ତା କନ୍ୟା- ବିଦେଶୀ ମୁଦ୍ରା ସହଯୋଗରେ ଲାଭ ପାଇବେ

ଚିତ୍ରା କନ୍ୟା- କୈାଣସି କ୍ଷେତ୍ରରେ ଅର୍ଥ ଲଗାନ୍ତୁ ନାହିଁ

ପ୍ରତିକାର- ସଫେଇ କର୍ମଚାରୀଙ୍କୁ ମିଠା ଦିଅନ୍ତୁ

ତୁଳା ରାଶି-

ଚିତ୍ରା-ଜମିଜମାକୁ ନେଇ ଅସୁବିଧାରେ ପଡିବେ

ସ୍ୱାତୀ- କିଛି ପୁରୁଣା କଥାକୁ ନେଇ ଅସୁବିଧା ଭୋଗିବେ

ବିଶାଖା- ପରିବାରର କୈାଣସି ସଂପର୍କରେ ବାଧା ଆସିପାରେ

ପ୍ରତିକାର-ନାଭିରେ ଚନ୍ଦନ ଲଗାନ୍ତୁ

ବିଛା ରାଶି-

ବିଶାଖା-ସଂପର୍କରେ ବାଧା ସୃଷ୍ଟି ହୋଇପାରେ

ଅନୁରାଧା-କାର୍ଯ୍ୟକ୍ଷେତ୍ରରେ ବ୍ୟସ୍ତତା ଅଧିକ ରହିବ

ଜ୍ୟେଷ୍ଠା-ବ୍ୟବସାୟରେ ଅର୍ଥ ଲଗାନ୍ତୁ ନାହିଁ, କ୍ଷତି ହୋଇପାରେ

ପ୍ରତିକାର-ଚନ୍ଦନ ଗଛର ପତ୍ର ଶିବ ଲିଙ୍ଗରେ ଅର୍ପଣ କରନ୍ତୁ

ଧନୁ ରାଶି-

ମୂଳା- ଶରୀରରେ କଷ୍ଟ ରହିବ

ଆଷାଢ ଧନୁ- ନୂଆ କାର୍ଯ୍ୟ ପାଇଁ ଯୋଜନା କରିବେ

ଉତ୍ତରାଷାଢା ଧନୁ-ଛାତିରେ ସମସ୍ୟା ଦେଖାଦେଇପାରେ

ପ୍ରତିକାର- ମହାମୃତ୍ୟୁଞ୍ଜୟ ପାଠ କରନ୍ତୁ

ମକର ରାଶି-

ଉତ୍ତରାଷାଢା-କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ

ଶ୍ରବଣା- କାର୍ଯ୍ୟ କ୍ଷେତ୍ରରେ କିଛି ଅନିଷ୍ଟ ହୋଇପାରେ, ସତର୍କ ରୁହନ୍ତୁ

ଧନିଷ୍ଠ- ଭୁଲ ନକରିଲେ ବି ଦୋଷୀ ହେବେ

କୁମ୍ଭ ରାଶି-

ଧନିଷ୍ଠ- ଯାତ୍ରାରେ ଶୁଭ ରହିଛି, ଧନଲାଭ

ଶତଭିଷା-  ରାଜନୀତିରେ ଅନେକ ସଫଳତା ପାଇବେ

ପୂର୍ବଭାଦ୍ର – ନୂଆ କର୍ମକ୍ଷେତ୍ରରେ ଯୋଗଦାନ ଦେବେ

ପ୍ରତିକାର-କିଛି ମହୁ ଶିବଲିଙ୍ଗରେ ଅର୍ପଣ କରନ୍ତୁ

ମୀନ ରାଶି-

ପୂର୍ବଭାଦ୍ର- ଔଷଧ ବ୍ୟବସାୟୀମାନେ ଲାଭବାନ ହେବେ

ଉତ୍ତରଭାଦ୍ର ମୀନ-ମନରେ ଶାନ୍ତି ରହିବ

ରେବତୀ ମୀନ- ପୁରୁଣା ବନ୍ଧୁମାନେ ସହାର୍ଯ୍ୟ କରିବେ

ପ୍ରତିକାର-ଜଳରେ କୁମ୍‌କୁମ୍‌, ଚନ୍ଦନ ମିଶାଇ ଅର୍ପଣ କରନ୍ତୁ

ଜ୍ୟୋତିର୍ବିଦ୍ୟା -‌ ପ୍ରଜ୍ଞା ତ୍ରିପାଠୀ

 

ରାଜ୍ୟସଭା ଯିବେ ଚାରିରୁ ଚାରି ବିଜେଡି ପ୍ରାର୍ଥୀ, ଖାରଜ ହେଲା ୪ ସ୍ୱାଧୀନ ପ୍ରାର୍ଥୀଙ୍କ ନାମାଙ୍କନ

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଯାଞ୍ଚ ଶେଷ । ବିଜେଡିର ସମସ୍ତ ୪ଜଣଙ୍କ ପ୍ରାର୍ଥୀପତ୍ର କାଏମ୍‌, ସ୍ୱାଧୀନ ଭାବେ ନାମାଙ୍କନ କରିଥିବା ୪ଜଣଙ୍କ ପ୍ରାର୍ଥୀପତ୍ର ଖାରଜ । ବିଜେଡି ପ୍ରାର୍ଥି ସୁବାସ ସିଂହ, ସୁଜିତ କୁମାର, ମୁନା ଖାନ୍‌ ଓ ମମତା ମହାନ୍ତଙ୍କ ପ୍ରାର୍ଥୀପତ୍ର କାଏମ୍‌ ରହିଛି । ଆବଶ୍ୟକ କାଗଜପତ୍ର ଦାଖଲ କରି ନଥିବାରୁ ଖାରଜ ହୋଇଯାଇଛି ଅନ୍ୟ ୪ଜଣଙ୍କ ପ୍ରାର୍ଥୀପତ୍ର ।

ଫଳରେ ବିଜେଡି ପ୍ରାର୍ଥୀ ସୁବାସ ସିଂହ, ସୁଜିତ କୁମାର, ମୁନା ଖାନ୍‌ ଓ ମମତା ମହାନ୍ତ ନିର୍ଦ୍ୱନ୍ଦ୍ୱରେ ରାଜ୍ୟସଭାକୁ ନିର୍ବାଚିତ ସ୍ପଷ୍ଟ ହୋଇଯାଇଛି । ମାର୍ଚ୍ଚ ୧୮ ରହିଛି ପ୍ରାର୍ଥୀପତ୍ର ପ୍ରତ୍ୟାହାର ତାରିଖ । ପ୍ରାର୍ଥୀପତ୍ର ପ୍ରତ୍ୟାହାରର ସମୟସୀମା ଶେଷ ହେବା ପରେ ବିଜେଡିର ୪ଜଣ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ବୋଲି ବିଧିବଦ୍ଧ ଭାବେ ଘୋଷଣା କରାଯିବ । ଆଉ ନିର୍ବାଚନ ହେବ ନାହିଁ ।

ମୁନ୍ନା ଖାଁ, ସୁଜିତ୍ କୁମାର, ସୁବାସ ସିଂ ଓ ମମତା ମହନ୍ତଙ୍କୁ ରାଜ୍ୟସଭା ଟିକେଟ୍

କଂଗ୍ରେସ ଓ ବିଜେପି ପ୍ରାର୍ଥୀ ଦେଇ ନଥିବା ବେଳେ ସ୍ୱାଧୀନ ଭାବେ ପ୍ରାର୍ଥୀ ହୋଇଥିବା ୪ଜଣଙ୍କ ପ୍ରାର୍ଥୀପତ୍ର ଖାରଜ ହୋଇଯାଇଥିବାରୁ ଏହା ସ୍ପଷ୍ଟ ହୋଇଯାଇଛି । ରାଜ୍ୟସଭାରେ ଓଡ଼ିଶାର ମୋଟ୍‌ ୧୦ଟି ଆସନ ଥିବା ବେଳେ ନୂଆ ୪ଜଣଙ୍କୁ ମିଶାଇ ବିଜେଡିର ସଦସ୍ୟ ସଂଖ୍ୟା ୯କୁ ବୃଦ୍ଧି ପାଇବ । ଦିଲ୍ଲୀ ଦରବାରରେ ଆଞ୍ଚଳିକ ଦଳ ବିଜେଡି ଅଧିକ ଶକ୍ତିଶାଳୀ ହେବା ସଦ ଦଳର ସ୍ୱର ଆହୁରି ଶାଣିତ ହେବ ।

କାଳିଆ ଦର୍ଶନରେ କଟକଣା, ପିପିଲି ଟୋଲ୍‌ରେ କରୋନା ଚେକ୍‌ଗେଟ୍‌

ପୁରୀ: ଏଣିକି ପୁରୀ ଯାଇ କାଳିଆ ଦର୍ଶନ କରିବାକୁ ହେଲେ ଏହି ସବୁ କଟକଣା ଡେଇଁ ଯିବାକୁ ହେବ । ଜିଲ୍ଲା ପ୍ରଶାସନ ପୁରୀରେ ଏହି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛି । ପ୍ରଥମେ ଦରକାର ନଥିଲେ ପୁରୀ ଆସିବାକୁ ବାରଣ କରିଛି ପ୍ରଶାସନ । ଶ୍ରୀମନ୍ଦିର ଭିତରକୁ ଗଲେ ବି କୈାଣସି ଦେବାଦେବୀ କିମ୍ବା ଅରୁଣ ଓ ଗରୁଡ଼ ସ୍ତମ୍ଭ ସ୍ପର୍ଶ ନକରିବାକୁ କୁହାଯାଇଛି । ଭକ୍ତମାନେ ଘୋଷଣାପତ୍ର ଫର୍ମ ପୂରଣ କରି ଦର୍ଶନ ପାଇଁ ଛଡ଼ାଯାଉଛି । ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି ।

କରୋନା ନବ୍ୟାପିବା ପାଇଁ ପିପିଲି ଠାରେ ମଧ୍ୟ ପୁରୀ ଆସୁଥିବା ଗାଡ଼ିଗୁଡିକୁ ଚେକିଂ କରାଯାଉଥିବାବେଳେ ରାଜ୍ୟ ତଥା ରାଜ୍ୟ ବାହାରୁ ଫେରାଇ ଦିଆଯାଇଛି । ପଶ୍ଚିମବଙ୍ଗର ୫୦ ଜଣ ଯାତ୍ରୀ ଏକ ବିବାହ ଭୋଜିରେ ଯୋଗଦେବାକୁ ଯାଉଥିବାବେଳେ ସେମାନଙ୍କୁ ଫେରାଇ ଦେଇଥିଲା ପ୍ରଶାସନ ।

ସେହପରି ପୁରୀ ସହ କୋଣାର୍କକୁ ସମସ୍ତ ଟୁରିଷ୍ଟ ବସ୍‌ ଚଳାଚଳ ବନ୍ଦ ରଖାଯାଇଥିବାବେଳେ ବିଦେଶ ପର୍ଯ୍ୟଟକମାନଙ୍କ ଉପରେ କଡ଼ା ନଜର ରଖାଯାଇଛି । ଫଳରେ ଶୂନଶାନ ଏବେ ପୁରୀ ଓ କୋଣାର୍କ ବିଚ୍‌ । ପ୍ରଶାସନ ନିର୍ଦ୍ଦେଶରେ ସମୁଦ୍ରକୂଳ ଅଞ୍ଚଳ ଖାଲି କରାଯାଇଛି ।

ସବୁ ସ୍ତରରେ ସଚେତନ ହେଉଥିବାବେଳେ ଲୋକଙ୍କୁ ବଡ଼ଦାଣ୍ଡରେ ମାସ୍କ ବାଣ୍ଟି ସଚେତନ କରାଇଛନ୍ତି କିନ୍ନର । ଯେତେ ସମ୍ଭବ ଗହଳିରୁ ଦୂରେଇ ରହିବାସହ ବାରମ୍ବାର ହାତଧୋଇବାକୁ ଦେଇଛନ୍ତି ବାର୍ତ୍ତା ।

କ୍ୟାପିଟାଲ ହସ୍ପିଟାଲରେ ଇଟାଲୀ ଫେରନ୍ତା ପ୍ରଥମ ଓଡ଼ିଆ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଓଡ଼ିଶାରେ କରୋନା। ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଇଟାଲୀରୁ ଫେରିଥିବା ୩୩ ବର୍ଷିୟ ଓଡ଼ିଆ ଯୁବକଙ୍କ ନମୁନା ପଜିଟିଭ୍‌ ଆସଛି। ତେବେ ସେହି ଯୁବକ ଟ୍ରେନ୍‌ରେ ଦିଲ୍ଲୀରୁ ଭୁବନେଶ୍ୱରରୁ ଫେରିବା ବେଳେ ୭୬ଜଣ ଓ ଓଡ଼ିଶାରେ ୫୩ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି।ସେମାନଙ୍କୁ ଟ୍ରାକ୍‌ କରାଯାଇଛି। ସେମାନଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯିବ। ସେପଟେ ଏପରି ସ୍ଥିତିରେ ସମସ୍ତଙ୍କୁ ସଂଯମତା ରକ୍ଷା କରିବାକୁ ସରକାର ପରାମର୍ଶ ଦେବା ସହ ସହ ଦାୟିତ୍ୱସମ୍ପନ୍ନ ହୋଇ ଖବର ପ୍ରସାରଣ କରିବାକୁ ଗଣମାଧ୍ୟମକୁ  ମଧ୍ୟ ଅନୁରୋଧ କରିଛନ୍ତି ରାଜ୍ୟ ସରକାର।

ଭୁବନେଶ୍ୱରର କ୍ୟାପିଟାଲ୍‌ ହସପିଟାଲ୍‌ରେ ରାଜ୍ୟର ପ୍ରଥମ କରୋନା ଆକ୍ରନ୍ତ। ଇଟାଲୀ ଫେରାନ୍ତ ଯୁବକଙ୍କ ବୟସ ୩୩। ସେ ଭୁବନେଶ୍ୱର ବାସିନ୍ଦା। ମାର୍ଚ୍ଚ ୬ ତାରିଖରେ ଇଟାଲୀରୁ ସେ ଭାରତ ଫେରିଥିଲେ। ଦିଲ୍ଲୀରେ ୬ଦିନ କ୍ୱାରେଣ୍ଟାଇନରେ ଥିଲେ ।  ୧୨ ତାରିଖରେ ଟ୍ରେନ୍‌ ଯୋଗେ ସେ ଭୁବନେଶ୍ୱର ଫେରିଥିଲେ। ହେଲେ ଥଣ୍ଡା,କାଶ ଓ ଜ୍ୱର ଲାଗି ରହିବାରୁ ୧୪ ତାରିଖରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।  ୧୫ ତାରିଖରେ ‘ଆରଏମଆରସି’ରେ ତାଙ୍କର ସ୍ୱାବ୍‌ ନମୁନା ପରୀକ୍ଷା ରିପୋର୍ଟ ଆସିବା ପରେ ସେ ଆକ୍ରାନ୍ତ ଥିବା ସ୍ପଷ୍ଟ ହୋଇଛି।

ଏହା ବ୍ରେକିଂ ନ୍ୟୁଜ୍‌ର ବେଳ ନୁହଁ ଏହା ବ୍ରେକିଂ ନେସନ୍‌ର ବେଳ। ମିଡିଆ ସାମ୍ନାରେ ଏମିତି କିଛି ଆହ୍ଵାନ ରହିଛି ବୋଲି କହିଛନ୍ତି କରୋନା ମୁକାବିଲା କମିଟିର ମୁଖ୍ୟ ମୁଖପାତ୍ର ସୁବ୍ରତ୍‌ ବାଗ୍‌ଚୀ। ଆଜି ଏକ ପ୍ରେସ୍‌ କନଫେରେନ୍‌ ଜରିଆରେ ସେ ରାଜ୍ୟର ଗଣମାଧ୍ୟମକୁ କୋରନା ସଂପର୍କିତ ଖବର ସଂଗ୍ରହ ଓ ପରିବେଷଣ ନେଇ ପରାମର୍ଶ ଦେଇଛନ୍ତି।

ଆଗ ରୋଗୀ ସେବ ପରେ ନ୍ୟୁଜ୍‌। ତେଣୁ ଖବର ସଂଗ୍ରହ ପାଇଁ ସାମ୍ବଦିକମାନେ ଡାକ୍ତରଙ୍କ ପଛରେ ନପଡ଼ନ୍ତୁ। ଖବର ଦେଖାଇବା ବେଳେ ରୋଗୀଙ୍କୁ ସମ୍ମାନ ଦେଇ ତାଙ୍କ ପରିଚୟକୁ ଗୋପନ ରଖିବାକୁ ପରାମର୍ଶ ଦେଇଛନ୍ତି। ବାଇଟ୍‌ ସଂଗ୍ରହ ନାଁରେ ଡାକ୍ତର ଓ ଆକ୍ରନ୍ତଙ୍କ ପରିବାରକୁ ହଇରାଣ ନକରିବାକୁ ବାଗ୍‌ଚି ଆହ୍ଵାନ ଦେଇଛନ୍ତି। ଏପରିକି ସାମ୍ବାଦିକମାନେ ନିଜ ଜୀବନକୁ ବିପଦ ମୁହଁକୁ ଠେଲି ନଦେବାକୁ ସେ ପରାମର୍ଶ ଦେଇଛନ୍ତି।

ସେପଟେ ଦିଲ୍ଲୀରୁ ଟ୍ରେନ ଯୋଗେ ଫେରିବା ସମୟରେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକଙ୍କୁ ସରକାର ଏବେ ଟ୍ରାକ୍‌  କରିବା ଆରମ୍ଭ କରିଛନ୍ତି। ଚିହ୍ନଟ ପରେ ସେମାନଙ୍କ ନମୁନା ପରୀକ୍ଷା କରାଯିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି।

କରୋନା ପ୍ରଭାବ: ବିଦେଶ ଫେରନ୍ତା ନାମ ପଞ୍ଜିକରଣ କଲେ ମିଳିବ ୧୫ହଜାର ଟଙ୍କା

ଭୁବନେଶ୍ୱର: କରୋନା ସଂକ୍ରମଣକୁ ରୋକିବାକୁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର । ପୂର୍ବରୁ ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ଶିକ୍ଷାନୁଷ୍ଠାନ, ସମାରୋହ, ବୈଠକ ଉପରେ ରୋକ ଲଗାଇ ଦିଆଯଆଇଥିଲା । କିନ୍ତୁ ଗତକାଲି ବିଳମ୍ବିତ ରାତିରେ କ୍ୟାପିଟାଲ ହସ୍ପିଟାଲରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ତତ୍ପର ହୋଇ ଉଠିଛନ୍ତି ରାଜ୍ୟସରକାର ।

ତେଣୁ ଅସାଧାରଣ ପରିସ୍ଥିତିରେ ଆସାଧରଣ ପଦକ୍ଷେପ ଜରୁରୀ ଦର୍ଶାଇ ଓଡ଼ିଶାବାସୀଙ୍କ ଜୀବନକୁ ସୁରକ୍ଷିତ ରଖିବା ପାଇଁ ରଜ୍ୟ ସରକାର ସବୁପ୍ରକାର ଆଗୁଆ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟରେ COVID-19ର ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରିବାସହ ବର୍ତ୍ତମାନ ପରିସ୍ଥିତିରେ ବିଦେଶରୁ ଓଡ଼ିଶାକୁ ଆସୁଥିବା ବ୍ୟକ୍ତିମାନେ ହିଁ ସଂକ୍ରମଣର ପ୍ରକୃତ କାରଣ ଅଟନ୍ତି ବୋଲି କୁହାଯାଇଛି ।

କରୋନା ଭାଇରସର ସଂକ୍ରମଣକୁ ରୋକିବା ପାଇଁ ସାରା ବିଶ୍ୱର ବିଭିନ୍ନ ଦେଶରେ ସ୍କୁଲ କଲେଜ ବନ୍ଦ ହେବା ସହ ଘରେ ରହି ଅଫିସ୍ କାର୍ଯ୍ୟ ସମ୍ପାଦକ କରିବା ପାଇଁ ପ୍ରଫେସନାଲମାନଙ୍କୁ ପରାମର୍ଶ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ବିଦେଶରୁ ବହୁ ସଂଖ୍ୟାରେ ଲୋକ ଓଡ଼ିଶାକୁ ଫେରି ଆସିବାର ସମ୍ଭାବନା ରହିଛି । ତେଣୁ ଜଦି ବିଦେଶରୁ କୌଣସି ଲୋକ ଓଡ଼ିଶାକୁ ଆସୁଛନ୍ତି ତେବେ ଉକ୍ତ ବ୍ୟକ୍ତିମାନଙ୍କ ପାଇଁ ପଞ୍ଜିକରଣ ବାଧ୍ୟତା ମୂଳକ ହୋଇଯାଇଛି । ଏହାସହ ଯଦି କୌଣସି ଲୋକ ଏହାକୁ ଉଲଂଘନ କରନ୍ତି ସେମାନେ ଦଣ୍ଡିତ ହେବେ  । ଏବଂ ଯଦି ସେମାନେ ପଞ୍ଜିକରଣ କରେଇନିଅନ୍ତି ତେବେ ସେମାନଙ୍କୁ ୧୫ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାସି ଦିଆଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି ।

ୟେସ୍ ବ୍ୟାଙ୍କ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର, ମାର୍ଚ୍ଚ ୧୮ରୁ ଟଙ୍କା ଉଠାଣ ଉପରୁ ହଟିବ କଟକଣା

ମୁମ୍ବାଇ: ୟେସ୍ ବ୍ୟାଙ୍କର ଗ୍ରାହକଙ୍କୁ ଖୁବ ଶୀଘ୍ର ମିଳିବ ଆଶ୍ୱସ୍ତି । ଏନେଇ ସୂଚନା ଦେଲେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ବୁଧବାର ଠାରୁ ୟେସ୍ ବ୍ୟାଙ୍କରୁ ଟଙ୍କା ଉଠାଇବାକୁ ଲାଗୁ କରାଯାଇଥିବା ପ୍ରତିବନ୍ଧକ ହଟାଯିବ। ଏହାର ଅର୍ଥ ଗ୍ରାହକମାନେ ସେମାନଙ୍କ ଆକାଉଣ୍ଟରୁ ୫୦ ହଜାରରୁ ଅଧିକ ଟଙ୍କା ଉଠାଇବାକୁ ସକ୍ଷମ ହେବେ। ଏହି ପ୍ରତିବନ୍ଧକ ବୁଧବାର ସନ୍ଧ୍ୟା ୬ଟାରେ ଶେଷ ହେବ ।

ଏହା ବ୍ୟତୀତ ସେ କହିଛନ୍ତି ଯେ ୟେସ୍ ବ୍ୟାଙ୍କରେ ଜମା କରୁଥିବା ଗ୍ରାହକଙ୍କ ଟଙ୍କା ସମ୍ପୂର୍ଣ୍ଣ ସୁରକ୍ଷିତ, ସେମାନଙ୍କୁ କୌଣସି ପ୍ରକାରର ଭୟଭୀତ ହେବାର ଆବଶ୍ୟକତା ନାହିଁ । ୟେସ୍ ବ୍ୟାଙ୍କର ନୂତନ ବୋର୍ଡ ମାର୍ଚ୍ଚ ୨୬ରୁ ଦାୟିତ୍ୱ ଗ୍ରହଣ କରିବ । ଶକ୍ତିକାନ୍ତ ଦାସଙ୍କ ସୂଚନା ଅନୁଯାୟୀ ଯେ , ଭାରତୀୟ ବ୍ୟାଙ୍କିଂ ବ୍ୟବସ୍ଥା ସମ୍ପୂର୍ଣ୍ଣ ସୁରକ୍ଷିତ। ଲୋକମାନେ ଗୁଜବ ପ୍ରତି ଧ୍ୟାନ ଦିଅନ୍ତୁନି | ସେ ୟେସ୍ ବ୍ୟାଙ୍କର ଗ୍ରାହକଙ୍କୁ କହିଛନ୍ତି ଯେ ସେ କୌଣସି ପ୍ରକାରେ ଭୟଭୀତ ହେବା ଉଚିତ୍ ନୁହେଁ, କାରଣ ତାଙ୍କ ଟଙ୍କା ସୁରକ୍ଷିତ ଅଛି ।

ଏହାସହ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ମଧ୍ୟ କରୋନା ଜୀବାଣୁ ଦ୍ୱାରା ପ୍ରଭାବିତ ହେବ ବୋଲି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ।  ଅର୍ଥନୀତି ଉପରେ କମ୍ ପ୍ରଭାବ ପକାଇବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ କରୋନା ଉପରେ କାମ କରୁଛି ।

 

ବିଦେଶରୁ ଓଡ଼ିଶା ଆସୁଥିଲେ ଅନଲାଇନରେ ଦେବାକୁ ପଡ଼ିବ ସମସ୍ତ ତଥ୍ୟ

ଭୁବନେଶ୍ୱର: ଆପଣ ବିଦେଶରେ ରହୁଛନ୍ତି କି ? ଯଦି ଓଡ଼ିଶା ଆସୁଛନ୍ତି ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ । ତେବେ, ଓଡ଼ିଶା ଆସିବା ପୂର୍ବରୁ ଆପଣଙ୍କୁ କେତୋଟି ଦିଗ ପ୍ରତି ଧ୍ୟାନ ଦେବାକୁ ପଡ଼ିବ । ବିଦେଶରୁ ଆସୁଥିବା ବ୍ୟକ୍ତି ବିଶେଷଙ୍କୁ ଅନଲାଇନରେ ପଞ୍ଜିକରଣ କରିବାକୁ ପଡ଼ିବ । ସେମାନେ https://covid19.odisha.gov.in/ ରେ ପଞ୍ଜିକରଣ କରିବେ । ସେଠାରେ ସେମାନଙ୍କୁ ସମସ୍ତ ପ୍ରଶ୍ନର ସଠିକ ଉତ୍ତର ଦେବା ପରେ ଓଡ଼ିଶା ଆସିବାକୁ ଅନୁମତି ମିଳିବ । ଆସିବାର ୨୪ ଘଣ୍ଟା ପୂର୍ବରୁ ପଞ୍ଜିକରଣ କରିବାକୁ ପଡ଼ିବ ।

ବିଦେଶରୁ ଫେରୁଥିବା ସମସ୍ତ ଲୋକଙ୍କୁ ୧୪ ଦିନ ନିରୀକ୍ଷଣରେ (କ୍ୱାରେଣ୍ଟାଇନ୍) ରଖାଯିବ । ବିଦେଶରୁ ୪ ମାର୍ଚ୍ଚ ପୂର୍ବରୁ ଫେରିଥିବା ବ୍ୟକ୍ତି ବିଶେଷ ମାର୍ଚ୍ଚ ୧୯ ସକାଳ ୬ଟା ସୁଦ୍ଧା ପ୍ରଶାସନକୁ ଅବଗତ କରାଇବାକୁ କୁହାଯାଇଛି । ତଥ୍ୟ ନଦେଲେ ଓଡ଼ିଶା କୋଭିଡ-୧୯ ନିୟାମକ ୨୦୨୦ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି ।

କାୟା ମେଲାଉଥିବା କରୋନାରୁ କେମିତି ଦୁରେଇ ରହିବେ ?

ସରକାର ଓ ପ୍ରଶାସନକୁ ସେମାନେ ଅନଲାଇନ୍ ସହ ଟୋଲ୍ ଫ୍ରି ନମ୍ବର ୧୦୪ (104)ରେ ଯୋଗାଯୋଗ କରିପାରିବେ । ପଞ୍ଜିକରଣ ଓ ହୋମ୍ ଆଇସୋଲେସନ ପାଇଁ ସେମାନଙ୍କୁ ୧୫ ହଜାର ଟଙ୍କାର ଆର୍ଥିକ ସହାୟତା ମିଳିବ । ଆପଣମାନଙ୍କ ସହଯୋଗ ହିଁ ରାଜ୍ୟକୁ କରୋନା ସଂକ୍ରମଣ ଠାରୁ ଦୂରେଇ ରଖିପାରିବ । ବିଦେଶରେ କରୋନା ଦ୍ୱାରା ଆକ୍ରାନ୍ତ ହୋଇଥିବା ବ୍ୟକ୍ତିବିଶେଷଙ୍କ ଠାରୁ ଅନ୍ୟଙ୍କୁ ସଂକ୍ରମଣ ରୋକିବାକୁ ଏହି ପଦକ୍ଷେପ ନିଆଯାଇଛି । ଏହି ନିୟମ ଏପ୍ରିଲ୍ ୧୫ ତାରିଖ ଯାଏଁ ବଳବତ୍ତର ରହିବ । ଆବଶ୍ୟକସ୍ଥଳେ ସମୟ ସୀମାକୁ ମଧ୍ୟ ସରକାର ବୃଦ୍ଧି କରିପାରିବେ ।

https://www.facebook.com/nandighoshatv/videos/2685822044982751/

ଫାଶୀ ଟାଳିବାକୁ ଅନ୍ତର୍ଜାତୀୟ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ‘ନିର୍ଭୟା’ ଦୋଷୀ

ନୂଆଦିଲ୍ଲୀ: ପାଖେଇ ଆସୁଛି ମୃତ୍ୟୁର ମୁହୂର୍ତ୍ତ । ଫାଶୀ ରୋକିବାକୁ ନିର୍ଭୟା ଦୋଷୀ ଆପଣାଉଛନ୍ତି ନୂଆ ଚାଲ୍ । ସୁପ୍ରିମକୋର୍ଟରେ ସବୁ ଆବେଦନ ଫେଲ, ରାଷ୍ଟ୍ରପତିଙ୍କ ଠାରୁ ନିରାଶ ହେବା ପରେ ଦୋଷୀ ଅନ୍ତର୍ଜାତୀୟ ଅଦାଲତର ଦ୍ୱାରସ୍ଥ ହୋଇଛନ୍ତି । ୪ ଦୋଷୀଙ୍କ ମଧ୍ୟରୁ ୩ ଜଣ ଦୋଷୀ ICJରେ ଫାଶୀ ଉପରେ ରୋକ୍ ଲଗାଇବା ପାଇଁ ଆବେଦନ କରିଛନ୍ତି । ନିର୍ଭୟା ଦୋଷୀ ଅକ୍ଷୟ, ପୱନ ଓ ବିନୟ ଅନ୍ତର୍ଜାତୀୟ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ଜଣାପଡ଼ିଛି ।ଆସନ୍ତା ୨୦ ତାରିଖରେ ୪ ଦୋଷୀଙ୍କୁ ଫାଶୀ ଦେବା ପାଇଁ ପଟିଅଲା ହାଉସ୍ କୋର୍ଟ ଡେଥ୍ ୱାରେଣ୍ଟ ଜାରି କରିଛନ୍ତି । ତେବେ, ICJରେ ଆବେଦନ ଫାଶୀ ଉପରେ ପ୍ରଭାବ ପକାଇବ ନାହିଁ ବୋଲି କୁହାଯାଉଛି । ଆଇନ୍ ବିଶେଷଜ୍ଞଙ୍କ ଅନୁଯାୟୀ ନେଦରଲାଣ୍ଡରେ ଅବସ୍ଥିତ ଅନ୍ତର୍ଜାତୀୟ ଅଦାଲତ ୨ ଦେଶ ମଧ୍ୟରେ ଥିବା ବିବାଦୀୟ ମାମଲାର ବିଚାର କରେ । ନିର୍ଭୟା କେସ୍ ବ୍ୟକ୍ତିଗତ ହୋଇଥିବାରୁ ICJ ଆବେଦନକୁ ଗ୍ରହଣ କରି ନପାରନ୍ତି ।

ICJ
ICJ

ତେବେ, ବିଦେଶରୁ ଏହି ଆବେଦନ କରାଯାଇଥିବା ଦୋଷୀଙ୍କ ଓକିଲ ଏପି ସିଂ ସୂଚନା ଦେଇଛନ୍ତି । ଭାରତୀୟ ନ୍ୟାୟ ବ୍ୟବସ୍ଥା ଉପରେ ସେମାନଙ୍କ ଭରସା ନଥିବାରୁ ସେମାନେ ଆବେଦନ କରିଛନ୍ତି । କିନ୍ତୁ, ୪ ପରିବାରର ଭାରତୀୟ ନ୍ୟାୟ ପ୍ରଣାଳୀ ଉପରେ ଭରସା ଅଛି । ୪ ପରିବାର ଚାହୁଁଛନ୍ତି ରାଷ୍ଟ୍ରପତି ସମସ୍ତଙ୍କୁ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ଦିଅନ୍ତୁ ।

ନିର୍ଭୟା ମାମଲା: ମାର୍ଚ୍ଚ ୨୦ରେ ଫାଶୀ !

ଏକୋଇଶିଆ ଭୋଜି ଖାଇ ଜଣେ ମୃତ ୧୩ ଗୁରୁତର

ନବରଙ୍ଗପୁର: ଏକୋଇଶିଆ ଭୋଜି ଖାଇ ଜଣେ ମୃତ ୧୩ ଜଣ ଗୁରୁତର । ଗୁରୁତରଙ୍କ ମଧ୍ୟରେ ୭ ଜଣ ଶିଶୁ ଥିବା ଜଣାପଡିଛି । ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ୍ ଚିକିଲି ଗାଁରେ ଘଟିଛି ଏଭଳି ଘଟଣା । ମୃତକ ଜଣକ ହେଲେ ବୁଦେଇ ହରିଜନ । ବର୍ତ୍ତମାନ ଡାବୁଗାଁ ଡାକ୍ତର ଖାନା ରେ ୭ ଜଣ ଶିଶୁଙ୍କ ସମେତ ୧୩ ଜଣ ଚିକିତ୍ସିତ ଅବସ୍ଥାରେ ରହିଛନ୍ତି  ।

ସୂଚନା ଅନୁଯାୟୀ, ଗତକାଲି ଗାଁରେ ହୋଇଥିବା ଏକୋଷିଆ ଭୋଜିରେ ଗାଁର ବହୁତ ଲୋକ ଭୋଜି ଖାଇ ଘରକୁ ଫେରିଥିଲେ । କିନ୍ତୁ କିଛି ସମୟ ପରେ ଠାରୁ ସମସ୍ତଙ୍କୁ ଝାଡା ଓ ବାନ୍ତି ହେବା ଫଳରେ ଅସୁସ୍ଥ ହେବାରୁ ଡାବୁଗାଁ ଡାକ୍ତର ଖାନା କୁ ନେଇଥିଲେ । ସେଠାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଅସୁସ୍ଥ ହୋଇପଡ଼ିଥିଲେ । ସେପଟେ ଚିକିଲି ଗାଁକୁ ଦୁଇଟି ମେଡିକାଲ ଟିମ୍ ପହଞ୍ଚି ୧୫ ଜଣଙ୍କୁ ଚିକିତ୍ସା କରୁଥିବା ଡାବୁଗାଁ ମେଡିକାଲ ଅଫିସର ପ୍ରକାଶ କରିଛନ୍ତି ।