କ୍ୟାପିଟାଲ ହସ୍ପିଟାଲରେ ଇଟାଲୀ ଫେରନ୍ତା ପ୍ରଥମ ଓଡ଼ିଆ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଓଡ଼ିଶାରେ କରୋନା। ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଇଟାଲୀରୁ ଫେରିଥିବା ୩୩ ବର୍ଷିୟ ଓଡ଼ିଆ ଯୁବକଙ୍କ ନମୁନା ପଜିଟିଭ୍‌ ଆସଛି। ତେବେ ସେହି ଯୁବକ ଟ୍ରେନ୍‌ରେ ଦିଲ୍ଲୀରୁ ଭୁବନେଶ୍ୱରରୁ ଫେରିବା ବେଳେ ୭୬ଜଣ ଓ ଓଡ଼ିଶାରେ ୫୩ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି।ସେମାନଙ୍କୁ ଟ୍ରାକ୍‌ କରାଯାଇଛି। ସେମାନଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯିବ। ସେପଟେ ଏପରି ସ୍ଥିତିରେ ସମସ୍ତଙ୍କୁ ସଂଯମତା ରକ୍ଷା କରିବାକୁ ସରକାର ପରାମର୍ଶ ଦେବା ସହ ସହ ଦାୟିତ୍ୱସମ୍ପନ୍ନ ହୋଇ ଖବର ପ୍ରସାରଣ କରିବାକୁ ଗଣମାଧ୍ୟମକୁ  ମଧ୍ୟ ଅନୁରୋଧ କରିଛନ୍ତି ରାଜ୍ୟ ସରକାର।

ଭୁବନେଶ୍ୱରର କ୍ୟାପିଟାଲ୍‌ ହସପିଟାଲ୍‌ରେ ରାଜ୍ୟର ପ୍ରଥମ କରୋନା ଆକ୍ରନ୍ତ। ଇଟାଲୀ ଫେରାନ୍ତ ଯୁବକଙ୍କ ବୟସ ୩୩। ସେ ଭୁବନେଶ୍ୱର ବାସିନ୍ଦା। ମାର୍ଚ୍ଚ ୬ ତାରିଖରେ ଇଟାଲୀରୁ ସେ ଭାରତ ଫେରିଥିଲେ। ଦିଲ୍ଲୀରେ ୬ଦିନ କ୍ୱାରେଣ୍ଟାଇନରେ ଥିଲେ ।  ୧୨ ତାରିଖରେ ଟ୍ରେନ୍‌ ଯୋଗେ ସେ ଭୁବନେଶ୍ୱର ଫେରିଥିଲେ। ହେଲେ ଥଣ୍ଡା,କାଶ ଓ ଜ୍ୱର ଲାଗି ରହିବାରୁ ୧୪ ତାରିଖରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।  ୧୫ ତାରିଖରେ ‘ଆରଏମଆରସି’ରେ ତାଙ୍କର ସ୍ୱାବ୍‌ ନମୁନା ପରୀକ୍ଷା ରିପୋର୍ଟ ଆସିବା ପରେ ସେ ଆକ୍ରାନ୍ତ ଥିବା ସ୍ପଷ୍ଟ ହୋଇଛି।

ଏହା ବ୍ରେକିଂ ନ୍ୟୁଜ୍‌ର ବେଳ ନୁହଁ ଏହା ବ୍ରେକିଂ ନେସନ୍‌ର ବେଳ। ମିଡିଆ ସାମ୍ନାରେ ଏମିତି କିଛି ଆହ୍ଵାନ ରହିଛି ବୋଲି କହିଛନ୍ତି କରୋନା ମୁକାବିଲା କମିଟିର ମୁଖ୍ୟ ମୁଖପାତ୍ର ସୁବ୍ରତ୍‌ ବାଗ୍‌ଚୀ। ଆଜି ଏକ ପ୍ରେସ୍‌ କନଫେରେନ୍‌ ଜରିଆରେ ସେ ରାଜ୍ୟର ଗଣମାଧ୍ୟମକୁ କୋରନା ସଂପର୍କିତ ଖବର ସଂଗ୍ରହ ଓ ପରିବେଷଣ ନେଇ ପରାମର୍ଶ ଦେଇଛନ୍ତି।

ଆଗ ରୋଗୀ ସେବ ପରେ ନ୍ୟୁଜ୍‌। ତେଣୁ ଖବର ସଂଗ୍ରହ ପାଇଁ ସାମ୍ବଦିକମାନେ ଡାକ୍ତରଙ୍କ ପଛରେ ନପଡ଼ନ୍ତୁ। ଖବର ଦେଖାଇବା ବେଳେ ରୋଗୀଙ୍କୁ ସମ୍ମାନ ଦେଇ ତାଙ୍କ ପରିଚୟକୁ ଗୋପନ ରଖିବାକୁ ପରାମର୍ଶ ଦେଇଛନ୍ତି। ବାଇଟ୍‌ ସଂଗ୍ରହ ନାଁରେ ଡାକ୍ତର ଓ ଆକ୍ରନ୍ତଙ୍କ ପରିବାରକୁ ହଇରାଣ ନକରିବାକୁ ବାଗ୍‌ଚି ଆହ୍ଵାନ ଦେଇଛନ୍ତି। ଏପରିକି ସାମ୍ବାଦିକମାନେ ନିଜ ଜୀବନକୁ ବିପଦ ମୁହଁକୁ ଠେଲି ନଦେବାକୁ ସେ ପରାମର୍ଶ ଦେଇଛନ୍ତି।

ସେପଟେ ଦିଲ୍ଲୀରୁ ଟ୍ରେନ ଯୋଗେ ଫେରିବା ସମୟରେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକଙ୍କୁ ସରକାର ଏବେ ଟ୍ରାକ୍‌  କରିବା ଆରମ୍ଭ କରିଛନ୍ତି। ଚିହ୍ନଟ ପରେ ସେମାନଙ୍କ ନମୁନା ପରୀକ୍ଷା କରାଯିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି।

Leave a Reply