ଫାଶୀ ଟାଳିବାକୁ ଅନ୍ତର୍ଜାତୀୟ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ‘ନିର୍ଭୟା’ ଦୋଷୀ

1 min read

ନୂଆଦିଲ୍ଲୀ: ପାଖେଇ ଆସୁଛି ମୃତ୍ୟୁର ମୁହୂର୍ତ୍ତ । ଫାଶୀ ରୋକିବାକୁ ନିର୍ଭୟା ଦୋଷୀ ଆପଣାଉଛନ୍ତି ନୂଆ ଚାଲ୍ । ସୁପ୍ରିମକୋର୍ଟରେ ସବୁ ଆବେଦନ ଫେଲ, ରାଷ୍ଟ୍ରପତିଙ୍କ ଠାରୁ ନିରାଶ ହେବା ପରେ ଦୋଷୀ ଅନ୍ତର୍ଜାତୀୟ ଅଦାଲତର ଦ୍ୱାରସ୍ଥ ହୋଇଛନ୍ତି । ୪ ଦୋଷୀଙ୍କ ମଧ୍ୟରୁ ୩ ଜଣ ଦୋଷୀ ICJରେ ଫାଶୀ ଉପରେ ରୋକ୍ ଲଗାଇବା ପାଇଁ ଆବେଦନ କରିଛନ୍ତି । ନିର୍ଭୟା ଦୋଷୀ ଅକ୍ଷୟ, ପୱନ ଓ ବିନୟ ଅନ୍ତର୍ଜାତୀୟ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ଜଣାପଡ଼ିଛି ।ଆସନ୍ତା ୨୦ ତାରିଖରେ ୪ ଦୋଷୀଙ୍କୁ ଫାଶୀ ଦେବା ପାଇଁ ପଟିଅଲା ହାଉସ୍ କୋର୍ଟ ଡେଥ୍ ୱାରେଣ୍ଟ ଜାରି କରିଛନ୍ତି । ତେବେ, ICJରେ ଆବେଦନ ଫାଶୀ ଉପରେ ପ୍ରଭାବ ପକାଇବ ନାହିଁ ବୋଲି କୁହାଯାଉଛି । ଆଇନ୍ ବିଶେଷଜ୍ଞଙ୍କ ଅନୁଯାୟୀ ନେଦରଲାଣ୍ଡରେ ଅବସ୍ଥିତ ଅନ୍ତର୍ଜାତୀୟ ଅଦାଲତ ୨ ଦେଶ ମଧ୍ୟରେ ଥିବା ବିବାଦୀୟ ମାମଲାର ବିଚାର କରେ । ନିର୍ଭୟା କେସ୍ ବ୍ୟକ୍ତିଗତ ହୋଇଥିବାରୁ ICJ ଆବେଦନକୁ ଗ୍ରହଣ କରି ନପାରନ୍ତି ।

ICJ
ICJ

ତେବେ, ବିଦେଶରୁ ଏହି ଆବେଦନ କରାଯାଇଥିବା ଦୋଷୀଙ୍କ ଓକିଲ ଏପି ସିଂ ସୂଚନା ଦେଇଛନ୍ତି । ଭାରତୀୟ ନ୍ୟାୟ ବ୍ୟବସ୍ଥା ଉପରେ ସେମାନଙ୍କ ଭରସା ନଥିବାରୁ ସେମାନେ ଆବେଦନ କରିଛନ୍ତି । କିନ୍ତୁ, ୪ ପରିବାରର ଭାରତୀୟ ନ୍ୟାୟ ପ୍ରଣାଳୀ ଉପରେ ଭରସା ଅଛି । ୪ ପରିବାର ଚାହୁଁଛନ୍ତି ରାଷ୍ଟ୍ରପତି ସମସ୍ତଙ୍କୁ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ଦିଅନ୍ତୁ ।

ନିର୍ଭୟା ମାମଲା: ମାର୍ଚ୍ଚ ୨୦ରେ ଫାଶୀ !

Leave a Reply