କାଳିଆ ଦର୍ଶନରେ କଟକଣା, ପିପିଲି ଟୋଲ୍‌ରେ କରୋନା ଚେକ୍‌ଗେଟ୍‌

ପୁରୀ: ଏଣିକି ପୁରୀ ଯାଇ କାଳିଆ ଦର୍ଶନ କରିବାକୁ ହେଲେ ଏହି ସବୁ କଟକଣା ଡେଇଁ ଯିବାକୁ ହେବ । ଜିଲ୍ଲା ପ୍ରଶାସନ ପୁରୀରେ ଏହି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛି । ପ୍ରଥମେ ଦରକାର ନଥିଲେ ପୁରୀ ଆସିବାକୁ ବାରଣ କରିଛି ପ୍ରଶାସନ । ଶ୍ରୀମନ୍ଦିର ଭିତରକୁ ଗଲେ ବି କୈାଣସି ଦେବାଦେବୀ କିମ୍ବା ଅରୁଣ ଓ ଗରୁଡ଼ ସ୍ତମ୍ଭ ସ୍ପର୍ଶ ନକରିବାକୁ କୁହାଯାଇଛି । ଭକ୍ତମାନେ ଘୋଷଣାପତ୍ର ଫର୍ମ ପୂରଣ କରି ଦର୍ଶନ ପାଇଁ ଛଡ଼ାଯାଉଛି । ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି ।

କରୋନା ନବ୍ୟାପିବା ପାଇଁ ପିପିଲି ଠାରେ ମଧ୍ୟ ପୁରୀ ଆସୁଥିବା ଗାଡ଼ିଗୁଡିକୁ ଚେକିଂ କରାଯାଉଥିବାବେଳେ ରାଜ୍ୟ ତଥା ରାଜ୍ୟ ବାହାରୁ ଫେରାଇ ଦିଆଯାଇଛି । ପଶ୍ଚିମବଙ୍ଗର ୫୦ ଜଣ ଯାତ୍ରୀ ଏକ ବିବାହ ଭୋଜିରେ ଯୋଗଦେବାକୁ ଯାଉଥିବାବେଳେ ସେମାନଙ୍କୁ ଫେରାଇ ଦେଇଥିଲା ପ୍ରଶାସନ ।

ସେହପରି ପୁରୀ ସହ କୋଣାର୍କକୁ ସମସ୍ତ ଟୁରିଷ୍ଟ ବସ୍‌ ଚଳାଚଳ ବନ୍ଦ ରଖାଯାଇଥିବାବେଳେ ବିଦେଶ ପର୍ଯ୍ୟଟକମାନଙ୍କ ଉପରେ କଡ଼ା ନଜର ରଖାଯାଇଛି । ଫଳରେ ଶୂନଶାନ ଏବେ ପୁରୀ ଓ କୋଣାର୍କ ବିଚ୍‌ । ପ୍ରଶାସନ ନିର୍ଦ୍ଦେଶରେ ସମୁଦ୍ରକୂଳ ଅଞ୍ଚଳ ଖାଲି କରାଯାଇଛି ।

ସବୁ ସ୍ତରରେ ସଚେତନ ହେଉଥିବାବେଳେ ଲୋକଙ୍କୁ ବଡ଼ଦାଣ୍ଡରେ ମାସ୍କ ବାଣ୍ଟି ସଚେତନ କରାଇଛନ୍ତି କିନ୍ନର । ଯେତେ ସମ୍ଭବ ଗହଳିରୁ ଦୂରେଇ ରହିବାସହ ବାରମ୍ବାର ହାତଧୋଇବାକୁ ଦେଇଛନ୍ତି ବାର୍ତ୍ତା ।

Leave a Reply