ତିହାର ଜେଲରେ ବାଉଳି ହେଉଛି ଅଣ୍ଡରୱାର୍ଲଡ ଡନ୍
ନୂଆଦିଲ୍ଲୀ: ଦିଲ୍ଲୀର ତିହାର ଜେଲରେ କଏଦୀଙ୍କ ମନରେ ଛନକା । ଡରି ଡରି ବିତୁଛି ତିହାର ଜେଲରେ ଥିବା ସବୁ କଏଦୀଙ୍କ ରାତି । କିଏ ଡେଥ ସେଲ କଥା ଭାବୁଛି ତ ଆଉ କିଏ ଆଖି ବୁଜିଲେ ଦେଖୁଛି ଫାଶୀ ଦଉଡ଼ି । ଦିନେ ଛୋଟା ରାଜନ ନାଁ ଶୁଣିଲେ ଥରି ଉଠୁଥିଲା ମୁମ୍ବାଇ । ଏବେ ସେ ତିହାର ଜେଲରେ ଥରୁଛି । ନିର୍ଭୟା ଦୁଷ୍କର୍ମକାରୀଙ୍କ ବିରୋଧରେ ଡେଥ ୱାରେଣ୍ଟ ଜାରି ପରେ ବାଉଳି ହେଉଛି ତିହାର ୨ନଂ ଜେଲରେ ଥିବା ଅଣ୍ଡର ୱାର୍ଲଡ ଡନ୍ ଛୋଟା ରାଜନ୍ । ସେ ନିର୍ଭୟା ଦୋଷୀଙ୍କ ଫାଶୀ ସମ୍ପର୍କିତ ସବୁ ଖବର ରଖୁଛି । ନିର୍ଭୟା ଦୋଷୀଙ୍କ ବିଷୟରେ ଜାଣିବା ପାଇଁ ଖବର କାଗଜ, ଟିଭି ଓ ଜେଲ କର୍ମଚାରୀଙ୍କ ଠାରୁ ପଚାରି ବୁଝୁଛି ।

କାରଣ ନିର୍ଭୟା ଦୋଷୀ ପବନ, ମୁକେଶ ଓ ଅକ୍ଷୟ ସେହି ଜେଲରେ ହିଁ ଅଛନ୍ତି । ତେବେ, ହାଇ ସିକ୍ୟୁରିଟି ସେଲରେ ଥିବା ଛୋଟା ରାଜନ ନିର୍ଭୟା ଦୋଷୀ ସେହି ଜେଲରେ ଅଛି ଜାଣିବା ପରେ ତାଙ୍କ ବିଷୟରେ ପଚାରି ବୁଝୁଛି । ଜେଲ କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ ଛୋଟା ରାଜନ ଦୋଷୀଙ୍କୁ ଫାଶୀ ହେବା ପୂର୍ବର ସବୁ ପ୍ରକ୍ରିୟା ଜାଣିବାକୁ ଚେଷ୍ଟା କରୁଛି । ଯେତେବେଳେ କି ସେ ବି ମାନିଛି ଏଭଳି କର୍ମର ଦଣ୍ଡ କେବଳ ଫାଶୀ ।
ଜେଲ କର୍ତ୍ତୃପକ୍ଷଙ୍କ କହିବାନୁସାରେ ତିହାଜ ଜେଲରେ ବନ୍ଦୀ କେବଳ ଛୋଟା ରାଜନ ନୁହେଁ ଏହି ଫାଶୀକୁ ନେଇ ସେଠିକାର ସବୁ କଏଦୀଙ୍କ ମନରେ ଉତ୍ସୁକତା ରହିଛି ।
ନୂଆଦିଲ୍ଲୀ: ୨୦୧୨ ‘ନିର୍ଭୟା’ ମାମଲା ନେଇ ତିହାର ଜେଲ୍ କର୍ତ୍ତୃପକ୍ଷଙ୍କ ସୂଚନା । ଦୋଷୀ ମୁକେଶ ସିଂ ରାଷ୍ଟ୍ରପତିଙ୍କ ନିକଟରେ ଦୟା ଆବେଦନ କରିଛି । ଆଜି କ୍ୟୁରେଟିଭ୍ ପିଟିସନ୍ ଖାରଜ କରିଥିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ୨୦୧୨ ‘ନିର୍ଭୟା’ ମାମଲା ନେଇ ତିହାର ଜେଲ୍ କର୍ତ୍ତୃପକ୍ଷଙ୍କ ସୂଚନା । ଦୋଷୀ ମୁକେଶ ସିଂ ରାଷ୍ଟ୍ରପତିଙ୍କ ନିକଟରେ ଦୟା ଆବେଦନ କରିଛି । ଆଜି କ୍ୟୁରେଟିଭ୍ ପିଟିସନ୍ ଖାରଜ କରିଥିଲେ ସୁପ୍ରିମକୋର୍ଟ
କ୍ୟୁରେଟିଭ୍ ପିଟିସନ୍ ଖାରଜ ପରେ ଦୟା ମାମଲା ଆବେଦନ କଲା ମୁକେଶ ସିଂହ
ନୂଆଦିଲ୍ଲୀ : ୨୦୧୨ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୪ ଦୋଷୀଙ୍କର କ୍ୟୁରେଟିଭ୍ ପିଟିସନ୍ ଖାରଜ୍ କରିଛନ୍ତି ସୁପ୍ରିମକୋର୍ଟ । ଏହାପରେ ଆଜି ଫାଶୀ ପାଇବାକୁ ଯାଉଥିବା ମୁକେଶ ସିଂହ ଦୟା ମାମଲା ପାଇଁ ଆବେଦନ କରିଛି । ମୁକେଶ ମର୍ସି ପିଟିସନ୍ ଦାଖଲ କରିଥିବା ନେଇ ତିହାର ଜେଲ୍ ପକ୍ଷରୁ ସୂଚନା ଦିଆଯାଇଛି । ରାଷ୍ଟ୍ରପତିଙ୍କ ପାଖରେ ଏହି ଆବେଦନ କରାଯାଇଛି ।

‘ନିର୍ଭୟା’ ରିଭ୍ୟୁ ପିଟିସନରୁ ନିଜକୁ ଦୂରେଇ ରଖିଲେ ପ୍ରଧାନ ବିଚାରପତି, ଜାଣନ୍ତୁ କାହିଁକି ?
ଆସନ୍ତା ଜାନୁଆରୀ ୨୨ ତାରିଖ ସକାଳ ୭ଟାରେ ତିହାର ଜେଲ୍ ପରିସରରେ ୪ ଦୋଷୀଙ୍କୁ ଫାଶୀ ଦିଆଯିବ । ଏହାପୂର୍ବରୁ ମୁକେଶ ଆଇନର ଶେଷରାସ୍ତା ହିସାବରେ ମର୍ସି ପିଟିସନ୍ ଦାଖଲ କରିଛି । ପୂର୍ବରୁ ଅନ୍ୟ ୨ ଜଣଙ୍କର ଦୟା ଆବେଦନକୁ ରାଷ୍ଟ୍ରପତି ଖାରଜ କରିଥିଲେ ।

ଭାରତ ଓ ଜାପାନ୍ ତଟରକ୍ଷୀ ଉଚ୍ଚ ପ୍ରତିନିଧିସ୍ତରୀୟ ଆଲୋଚନା
ନୂଆଦିଲ୍ଲୀ : ଭାରତୀୟ କୋଷ୍ଟଗାର୍ଡ ଓ ଜାପାନ୍ କୋଷ୍ଟଗାର୍ଡ ମଧ୍ୟରେ ନୂ୍ଆଦିଲ୍ଲୀର କୋଷ୍ଟଗାର୍ଡ ମୁଖ୍ୟାଳୟରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଭାରତୀୟ କୋଷ୍ଟଗାର୍ଡର ନିର୍ଦ୍ଦେଶକ କେ. ନଟରାଜନ ଓ ଜାପାନ୍ କୋଷ୍ଟଗାର୍ଡର କମାଣ୍ଡାଣ୍ଟ ଆଡମିରାଲ୍ ତାକାହିରୋ ଓକୁସିମା ଏହି ବୈଠକରେ ଯୋଗଦେଇଥିଲେ ।

ଉଭୟ ଦେଶର ପ୍ରତିନିଧି ତଟରକ୍ଷୀ ସମ୍ମିଳନୀରେ ଉପସ୍ଥିତ ଥିଲେ । ସମୁଦ୍ର ପଥରେ ଆସୁଥିବା ଶତ୍ରୁଙ୍କୁ ରୋକିବା ଏବଂ ସେମାନଙ୍କର ମୁକାବିଲା କରିବାକୁ ତଟରକ୍ଷୀ ଅନେକ ସମୟରେ ନୂଆ ନୂଆ କୌଶଳ ଆପଣାଇଥାନ୍ତି ।

ଉଭୟ ଦେଶ ନିଜ ନିଜ ମଧ୍ୟରେ ସମନ୍ୱୟ ରକ୍ଷାକରି କିଭଳି ଶତ୍ରୁପକ୍ଷର ମୁକାବିଲା ପାଇଁ ପ୍ରସ୍ତୁତି କରିବେ ସେ ଉପରେ ଆଲୋଚନା ହୋଇଥିଲା । ଦକ୍ଷିଣ ଏସିଆର ଏ ଦୁଇ ପ୍ରମୁଖ ଦେଶ ପରସ୍ପରର ସହଯୋଗ ସାମୁଦ୍ରିକ କ୍ଷେତ୍ରରେ ଦୀର୍ଘଦିନରୁ କରି ଆସୁଛନ୍ତି ।
ଆଇନର ସବୁ ରାସ୍ତା ଅନ୍ତ, ଫାଶୀ ଅପେକ୍ଷାରେ ୪ ସୈତାନ୍
ନୂଆଦିଲ୍ଲୀ: ସାତ ବର୍ଷ ପରେ ବନ୍ଦ ହେଲା ସବୁ ବାଟ । ଅନ୍ତ ହେଲା ସବୁ ଆଇନ୍ କାନୁନ୍ ଲଢେଇ । ଏବେ ଫାଶୀ ପାଇବେ ୪ ସୈତାନ । ‘ନିର୍ଭୟା’ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୨ ଦୋଷୀଙ୍କ କ୍ୟୁରେଟିଭ ପିଟିସନ ସୁପ୍ରିମକୋର୍ଟ ଖାରଜ କରିବା ପରେ ଫାଶୀ ପାଇଁ ସଫା ହୋଇଛି ରାସ୍ତା । ଆସନ୍ତା ୨୨ ତାରିଖ ସକାଳ ୭ଟାରେ ସମସ୍ତ ଦୋଷୀଙ୍କୁ ଫାଶୀ ଦିଆଯିବା ସୁନିଶ୍ଚିତ ହୋଇଛି । ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି ।
ବହୁଚର୍ଚ୍ଚିତ ‘ନିର୍ଭୟା’ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ୨ ଦୋଷୀ ବିନୟ ଶର୍ମା ଓ ମୁକେଶ ସିଂ ଫାଶୀରୁ ବର୍ତ୍ତିବା ପାଇଁ କ୍ୟୁରେଟିଭି ପିଟିସନ ଦାଖଲ କରିଥିଲେ । ଏହାର ଶୁଣାଣିରେ ଆବେଦନ ଖାରଜ କରିବା ସହିତ ଫାଶୀ ପାଇଁ ଫାଇନାଲ ନିଷ୍ପତ୍ତି ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଗତ ୯ ତାରିଖରେ ଏମାନେ କ୍ୟୁରେଟିଭ ପିଟିସନ ଦାଖଲ କରିଥିଲେ । କ୍ୟୁରେଟିଭ ପିଟିସନ୍ ହେଉଛି ଦଣ୍ଡରୁ ବଞ୍ଚିବା ପାଇଁ ଶେଷ ପ୍ରୟାସ । ଏହାକୁ ବିଚାରପତି ନିଜ ଚ୍ୟାମ୍ବର ଭିତରେ ହିଁ ବିଚାର କରିଥାନ୍ତି । ଏହାର ନିଷ୍ପତ୍ତି ଆସିବା ପରେ ଦୋଷୀ ଆଉ କୈାଣସି ପ୍ରକାର ଆଇନଗତ ସାହାଯ୍ୟ ନେଇପାରିବେ ନାହିଁ । ଏହି ଆବେଦନକୁ ଖାରଜ କରିବା ବେଳେ ସୁପ୍ରିମକୋର୍ଟ ସମସ୍ତଙ୍କୁ ଫାଶୀରେ ଝୁଲା ଯିବା ଦରକାର ବୋଲି କହିଛନ୍ତି ।
ସୁପ୍ରିମକୋର୍ଟଙ୍କ ରାୟ ପରେ ଶାନ୍ତିରେ ନିଶ୍ୱାସ ନେଇଛନ୍ତି ନିର୍ଭୟାଙ୍କ ବାପା ମାଆ । ଦୋଷୀଙ୍କ ଶେଷ ଆଶାକୁ ଖାରଜ କରି ନ୍ୟାୟ ବ୍ୟବସ୍ଥା ପ୍ରତି ଥିବା ଆସ୍ଥାକୁ କୋର୍ଟ ଦୃଢ଼ କରିଛନ୍ତି ବୋଲି ସେ କହିଛନ୍ତି । ସୁଯୋଗ ମିଳିଲେ ଦୋଷୀଙ୍କର ଫାଶୀ ଲାଇଭ ଦେଖିବେ ବୋଲି ନିର୍ଭୟାଙ୍କ ବାପା କହିଛନ୍ତି ।
ସେପଟେ ଫାଶୀ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ତିହାର ଜେଲ୍ କର୍ତ୍ତୃପକ୍ଷ । ମକ୍ ହ୍ୟାଙ୍ଗିଙ୍ଗ ଶେଷ ହୋଇଛି । ଏଥିପାଇଁ ଦୋଷୀ ମୁକେଶ ସିଂ, ବିନୟ ଶର୍ମା, ଅକ୍ଷୟ ଠାକୁର ଓ ପବନ ଗୁପ୍ତାର ବେକ ସହ ଉଚ୍ଚତା ଏବଂ ଓଜନ ମାପ ନିଆଯାଇଛି । ସମସ୍ତଙ୍କର ଡମି ନିର୍ମାଣ କରି ଫାଶୀ ରିହର୍ସଲ ମଧ୍ୟ ଶେଷ ହୋଇଛି ।
‘ନିର୍ଭୟା’ ରିଭ୍ୟୁ ପିଟିସନରୁ ନିଜକୁ ଦୂରେଇ ରଖିଲେ ପ୍ରଧାନ ବିଚାରପତି, ଜାଣନ୍ତୁ କାହିଁକି ?
କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଭେଟିଲେ ICCR ସଭାପତି
ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ନୂଆଦିଲ୍ଲୀରେ ସାକ୍ଷାତ କରିଛନ୍ତି ICCRର ସଭାପତି ଡକ୍ଟର ବିନୟ ସହସ୍ରବୁଦ୍ଧି । ଏକ ୪ ଜଣିଆ ପ୍ରତିନିଧି ଦଳ, ଆଜି ଦିଲ୍ଲୀରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି । ଆସନ୍ତା ଫେବ୍ରୁଆରୀ ୧ ତାରିଖରେ ଉପସ୍ଥାପିତ ହେବ କେନ୍ଦ୍ର ବଜେଟ୍ । ଏହା ପୂର୍ବରୁ ବିଭିନ୍ନ ବିଭାଗ ଏବଂ ବ୍ୟବସାୟିକ ସଂସ୍ଥାର ପ୍ରତିନିଧିଙ୍କ ସହ ସରକାର ଭିନ୍ନ ଭିନ୍ନ ପ୍ରସଙ୍ଗରେ ଆଲୋଚନା କରୁଛନ୍ତି ।

ସେମାନଙ୍କ ପାଖରୁ ମତାମତ ନିଆଯାଉଛି । ତେବେ ସମସ୍ତଙ୍କର ମତାମତକୁ ଦୃଷ୍ଟିରେ ରଖି ସରକାର ବଜେଟରେ କିଛି ସ୍ୱତନ୍ତ୍ର ବ୍ୟବସ୍ଥା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
ଗାଧୋଇବାକୁ ଯାଇଥିବା ବେଳେ ବୁଡ଼ିଗଲେ
ଯାଜପୁର: ପାଣିରେ ବୁଡି ଯୁବକ ମୃତ । ଯାଜପୁର ରୋଡ ଡୋଲିପୁର ସ୍କୁଲ ନିକଟସ୍ଥ ମେଟୁଆଣି ପୋଖରୀରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଗାଧୋଇବାକୁ ଯାଇଥିବା ବେଳେ ଯୁବକ ଜଣକ ବୁଡି ନିଖୋଜ ହୋଇଯାଇଥିଲେ । ପରେ ସ୍ଥାନୀୟ ଲୋକଙ୍କ ବହୁ ଖୋଜା ଖୋଜି ପରେ ଯୁବକଙ୍କ ମୃତଦେହ ମିଳଥିଲା । ଏବଂ ପରେ ଅଗ୍ନଶମ ବାହିନୀଙ୍କ ସହାୟତାରେ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ସ୍ଥାନୀୟ ଅଞ୍ଚଳର ମଦନ ସାହୁ ବୋଲି ଜଣାପଡିଛି ।
ସାଲେପୁର ଜପକୂଦ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଚାକିରି ଦେବେ କହି କିରାଣି କରୁଥିଲେ ଏମିତି
କଟକ : ଚାକିରି କରାଇଦେବା ନାଁରେ ଟଙ୍କା ଠକେଇ ଅଭିଯୋଗ । କଟକ ସାଲେପୁର ଜପକୂଦ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଚାକିରି କରାଇଦେବା ନାରେ ଠକେଇର ଶିକାର ହୋଇଛନ୍ତି ଆଶାୟୀ ।

ସୂଚନା ଅନୁସାରେ ୨୦୦୭-୦୮ରେ କଲେଜରେ ନିଯୁକ୍ତି ପାଇଁ ଆଶାୟୀ ସମ୍ପୃକ୍ତ କଲେଜ କିରାଣିଙ୍କୁ ଚାକିରି କରାଇବା ପାଇଁ ଟଙ୍କା ଦେଇଥିଲେ । ୧୨ ଜଣ ଆଶାୟୀ ଏଭଳି ଅଭିଯୋଗ ଆଣି ଥାନାର ଦ୍ଵାରସ୍ଥ ହୋଇଛନ୍ତି ।

ସେପଟେ ଅଭିଯୋଗ ପରେ ମଧ୍ୟ କୈାଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବା ଅଭିଯୋଗ ହୋଇଛି । କିନ୍ତୁ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି କଲେଜର କିରାଣି ।
ରାଷ୍ଟ୍ରପତି ପଦକ ପାଇଥିବା DSP କରୁଥିଲେ ଏମିତି କାମ, ଦୋହଲିଗଲା ଦେଶ
ନୂଆଦିଲ୍ଲୀ: ପୋଲିସର ଆତଙ୍କୀ ଲିଙ୍କ୍ । ଦକ୍ଷିଣ କଶ୍ମୀରର ଏହି ଘଟଣା ସାରା ଦେଶକୁ ଦୋହଲାଇ ଦେଇଛି । ଲୋକଙ୍କ ଜୀବନ ରକ୍ଷା ପାଇଁ ନିୟୋଜିତ ପୋଲିସ ଯେ ଏଭଳି କାମ କରିପାରିବ । ଅନେକ ବିଶ୍ୱାସ କରିପାରୁନାହାନ୍ତି । ଶନିବାର ୨ ଜଣ ଆତଙ୍କବାଦୀଙ୍କ ସହ କାରରୁ ଜଣେ ଡିଏସପି ଧରାପଡ଼ିଥିଲେ । ଡିଏସପିଙ୍କୁ ପଚରାଉଚରା ପରେ ସାମନାକୁ ଆସିଥିଲା ସାଂଘାତିକ ସତ । ଆତଙ୍କବାଦୀଙ୍କ ଠାରୁ ୧୨ ଲକ୍ଷ ଟଙ୍କା ନେଇ ଡିଏସପି ସେମାନଙ୍କୁ ଚଣ୍ଡିଗଡ଼ ପହଞ୍ଚାଇବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ । ଚଣ୍ଡିଗଡ଼ ପରେ ଆତଙ୍କୀ ଦିଲ୍ଲୀ ଯିବାକୁ ଯୋଜନା କରିଥିଲଲେ ବୋଲି କଶ୍ମୀର ଆଇଜି ବିଜୟ କୁମାର ସୂଚନା ଦେଇଛନ୍ତି ।
ଗୁଇନ୍ଦା ସୂତ୍ର ଅନୁଯାୟୀ, ଆତଙ୍କବାଦୀମାନେ ସାଧାରଣତନ୍ତ୍ର ଦିବସରେ ଆକ୍ରମଣ ପାଇଁ ଯୋଜନା କରିଥିଲେ । ଏମାନଙ୍କୁ ୧୨ ଲକ୍ଷ ଟଙ୍କା ନେଇ ସହାୟତା କରୁଥିଲେ ଶ୍ରୀନଗର ବିମାନବନ୍ଦରରେ ନିୟୋଜିତ ଜମ୍ମୁ-କଶ୍ମୀର ପୋଲିସର ସୁରକ୍ଷା ଓ ଆଣ୍ଟି ହାଇଜ୍ୟାକିଂ ୟୁନିଟର ଡିଏସପି ଦେବୀନ୍ଦର । ସୋମବାର ଡିଏସପିଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି । ଏଥିସହ ଆତଙ୍କବାଦୀଙ୍କ ସହ ହାତ ମିଳାଇଥିବାରୁ ତାଙ୍କୁ ମିଳିଥିବା ରାଷ୍ଟ୍ରପତି ପଦକ ମଧ୍ୟ ଫେରାଇ ନିଆଯିବାର ସମ୍ଭାବନା ରହିଛି ।
ପୋଲିସ ଛଡ଼ା ଆଇବି, ମିଲିଟାରୀ ଇଣ୍ଟେଲିଜେନ୍ସ, RAW ସହିତ ଆଉ କେତକ ଗୁଇନ୍ଦା ଏଜେନ୍ସି ଡିଏସପି ଦେବୀନ୍ଦରଙ୍କୁ ପଚରାଉଚରା କରିଛନ୍ତି । ଗୁଇନ୍ଦା ସୂତ୍ର ଅନୁସାରେ ଦେବୀନ୍ଦର ଶ୍ରୀନଗର ଇନ୍ଦିରା ନଗରରେ ଥିବା ତାଙ୍କ ବାସଭବନରୁ ଆତଙ୍କୀକୁ ସହାୟତା କରିଥିଲେ । ଡିଏସପିଙ୍କ ଏହି ଘର ଆର୍ମି ୧୫ ହେଡକ୍ୱାର୍ଟର ନିକଟରେ । ଡିଏସପି ଆତଙ୍କବାଦୀଙ୍କୁ ନେଇ ଏକ ମାରୁତି କାରରେ ଜମ୍ମୁରୁ ବାହାରିଥିଲେ । ଯେଉଁ କାରକୁ ଚଲାଉଥିଲେ ହିଜବୁଲର ଜଣେ ଆତଙ୍କବାଦୀ ।
ସୂତ୍ର ଅନୁସାରେ ଏହି ମାମଲାକୁ କେନ୍ଦ୍ରୀୟ ଗୃହ ମନ୍ତ୍ରାଳୟ NIA ବା ନ୍ୟାସନାଲ ଇନଭେଷ୍ଟିଗେନ୍ ଏଜେନ୍ସିକୁ ଦେଇପାରେ । ଯେଉଁଥିରୁ ଦେବୀନ୍ଦର ଓ ଆତଙ୍କବାଦୀଙ୍କ ସମ୍ପର୍କର ବାବଦରେ ଆଉ କିଛି ଜଣାପଡ଼ିବ । ଦେବୀନ୍ଦରଙ୍କ ସହ ଗିରଫ ହୋଇଥିବା ୨ ହିଜବୁଲ୍ ଆତଙ୍କବାଦୀ ଦକ୍ଷିଣ କଶ୍ମୀର ସୋପିଆଁ ଜିଲ୍ଲାର ନାବେଦ ବାବୁ ଉର୍ଫ ବାବର ଆଜମ ଓ ଅହମଦ ରାଥର ।

