spot_img
Home Blog Page 7334

କରୋନା ଭାଇରସ ସଂକ୍ରମଣ ରୋକିବାକୁ ଘୁଞ୍ଚିଲା ସିବିଏସଇ ଏବଂ ଆଇସିଏସଇ ପରୀକ୍ଷା

ଭୁବନେଶ୍ୱର: କରୋନା ଭାଇରସ ସଂକ୍ରମଣ ରୋକିବାକୁ ଘୁଞ୍ଚିଲା ପରୀକ୍ଷା । ସ୍ଥଗିତ ରହିଲା ସିବିଏସଇ ଏବଂ ଆଇସିଏସଇ ପରୀକ୍ଷା । ମାର୍ଚ୍ଚ ୩୧ ତାରିଖ ପରେ ବୋର୍ଡ ନେବ ନିଷ୍ପତ୍ତି । ଶିକ୍ଷକମାନେ ସ୍କୁଲ ନଆସି ଘରେ ରହିବେ ।  ଆବଶ୍ୟକ ପଡିଲେ ସ୍କୁଲ ଆସିବା ପାଇଁ ନିର୍ଦ୍ଦେଶମାନା ଜାରି କରାଯାଇଛି ।

ପ୍ରଥମେ ଜୀବନ ତାପରେ ପରୀକ୍ଷା । ଏଭଳି ଚିନ୍ତା କରିଛନ୍ତି ସିବିଏସଇ ଓ ଆଇସିଏସଇ ବୋର୍ଡ । କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ପରୀକ୍ଷା ବାତିଲ କରିଛନ୍ତି ଉଭୟ ବୋର୍ଡ । ସିବିଏସଇର ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀର ଗୋଟିଏ ବିଷୟ ପରୀକ୍ଷା ବାକି ଥିବାବେଳେ ଆଉ ପରୀକ୍ଷା ହେବ ନାହିଁ ବୋଲି ବୋର୍ଡ ନିଷ୍ପତ୍ତି ନେଇଛି । ବିନା ପରୀକ୍ଷାରେ ଉପର ଶ୍ରେଣୀକୁ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହେବେ । ଏକାଦଶ ଶ୍ରେଣୀର ଗୋଟିଏ ବିଷୟ ପରୀକ୍ଷା ବାକି ଥିବାବେଳେ ୩୧ ତାରିଖ ପରେ ପରୀକ୍ଷା ପାଇଁ ତାରିଖ ଘୋଷଣା ହେବ ବୋଲି ବୋର୍ଡ ନିଷ୍ପତ୍ତି ନେଇଛି । ଅନ୍ୟପଟେ ଆଇସିଏସଇ ଦ୍ଵାରା ପରିଚାଳିତ ଦଶମ ଓ ଦ୍ଵାଦଶ ପରୀକ୍ଷାକୁ ମଧ୍ୟ ବାତିଲ କରିଛି ବୋର୍ଡ ।

କୋରନା ଭାଇରସର ମୁକାବିଲା କରିବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ନିଷ୍ପତ୍ତି ନେଇଥିବାବେଳେ ଏବେ ଉଭୟ ବୋର୍ଡର ଏହି ନିଷ୍ପତ୍ତି ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ଆଶ୍ୱାସନା ଦେଇଛି ।  ଘରେ ରହି ଏବେ ପାଠ ପଢିବା ପାଇଁ ନିଷ୍ପତ୍ତି ନେଲେଣି ଛାତ୍ରଛାତ୍ରୀ ।  ତେବେ ଅବଶିଷ୍ଟ ପରୀକ୍ଷାର ବହୁ ଦିନ ପୂର୍ବରୁ ପରୀକ୍ଷା ତାରିଖ ଘୋଷଣା କରାଯିବ ବୋଲି ବୋର୍ଡ ସୂଚନା ଦେଇଛି ।

ବଜ୍ରପାତରେ ୬ ଜଣଙ୍କ ମୃତ୍ୟୁ, ବର୍ଷାରୁ ବର୍ତ୍ତିବା ପାଇଁ ଗଛ ତଳେ ନେଇଥିଲେ ଆଶ୍ରୟ

ଆଜି ବଜ୍ରପାତରେ ମୋଟ ୬ ଜଣଙ୍କ ମୃତ୍ୟୁ ଘଟିଛି। ଘଣ୍ଟିବୁଡ଼ ଗାଁର କେନ୍ଦୁପତ୍ର କର୍ମଚାରୀମାନେ ବୁଦା କାଟିବା ପାଇଁ ଜଙ୍ଗଲକୁ ଯାଇଥିଲେ। ସନ୍ଧ୍ୟା ପ୍ରାୟ ୫ଟା ବେଳେ ହଠାତ ଘଡ଼ଘଡି ସହ ବର୍ଷା ଆରମ୍ଭ ହୋଇଯାଇଥିଲା। ସମସ୍ତେ ବର୍ଷାରୁ ବର୍ତ୍ତିବା ପାଇଁ ଗଛ ତଳେ ଆଶ୍ରୟ ନେଇଥିଲେ। ଗୋଟିଏ ଗଛ ତଳେ ବାବୁଲାଲ କିଷାନ, ମଂଗଲୁ ନାଏକ ଓ ରଘୁ ନନ୍ଦନ କିଷାନ ଆଶ୍ରୟ ନେଇଥିଲେ।

ହଠାତ ବଜ୍ରପାତ ହେବାରୁ ବାବୁଲାଲ ଓ ମଂଗଲୁଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ରଘୁନନ୍ଦନ ଗୁରୁତର ଆହତ ହୋଇଛନ୍ତି। ଅନ୍ୟ ସମସ୍ତ କର୍ମଚାରୀଙ୍କୁ ଉଦ୍ଧାର କରି ପ୍ରଥମେ କୁମୁଟିମୁଣ୍ଡା ପ୍ରାଥମିକ ଚିକିତ୍ସା କେନ୍ଦ୍ର ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।

 

 

ମଧ୍ୟପ୍ରଦେଶ ମହାନାଟକ : ଆସନ୍ତାକାଲି ଆସ୍ଥାଭୋଟ୍, ବିଦ୍ରୋହୀ ବିଧାୟକଙ୍କୁ ସୁରକ୍ଷା ଦେବାକୁ ସୁପ୍ରିମକୋର୍ଟଙ୍କ ଆଦେଶ

ନୂଆଦିଲ୍ଲୀ: ମଧ୍ୟପ୍ରେଦଶରେ ଗତ ୧୬ ଦିନ ଧରି ଚାଲିଥିବା ରାଜନୈତିକ ଡ୍ରାମା ଉପରେ ଆସନ୍ତାକାଲି ପୂର୍ଣ୍ଣଛେଦ ପଡିବ । ଶୁକ୍ରବାର ଦିନ ଲମ୍ବା ଶୁଣାଣି ପରେ ସୁପ୍ରିମକୋର୍ଟ ଶନିବର ଦିନ ଆସ୍ଥାଭୋଟ୍ କରିବାକୁ ମଧ୍ୟପ୍ରଦେଶ ବିଧାନସଭା ବାଚସ୍ପତି ଏନପି ପ୍ରଜାପତିଙ୍କୁ ଆଦେଶ ଦେଇଛନ୍ତି । ଆସ୍ଥାଭୋଟ ପ୍ରକ୍ରିୟାକୁ ଆସନ୍ତାକାଲି ସଂଧ୍ୟା ୫ଟା ସୁଧା ସାରିବାକୁ ସର୍ବୋଚ୍ଚ ଅଦାଲାତ କହିଛନ୍ତି । ଏହାସହ ପୁରା ପ୍ରକ୍ରିୟାର ଲାଇଭ୍ ଷ୍ଟ୍ରିମିଂ ଓ ଭିଡିଓ ରେକର୍ଡିଂ ପାଇଁ ମଧ୍ୟ ଜଷ୍ଟିସ ଡିୱାଇ ଚନ୍ଦ୍ରଚୁଡଙ୍କ ବେଂଚ୍ ଆଦେଶ ଦେଇଛନ୍ତି । ଭୋଟରେ ସାମିଲ ହେବାକୁ ଚାହୁଁଥିବା ବିଦ୍ରୋହୀ ବିଧାୟକଙ୍କୁ କର୍ଣ୍ଣାଟକ ଓ ମଧ୍ୟପ୍ରଦେଶ ପୋଲିସ ସୁରକ୍ଷା ଯୋଗାଇ ଦେବେ ବୋଲି କୋର୍ଟ କହିଛନ୍ତି । ଅଦାଲତ ଆହୁରି ମଧ୍ୟ କହିଛନ୍ତି ଯେ, ବିଧାନସଭାର ଏକମାତ୍ର ଏଜେଣ୍ଡା ସଂଖ୍ୟାଗରିଷ୍ଠତାର ପ୍ରମାଣ ହାସଲ କରିବା । ତେଣୁ ବିଧାୟକ ମାନେ ହାତ ଉଠାଇ ନିଜ ସମର୍ଥନ ଦେବେ ।  ଏହାପୂର୍ବରୁ ବିଜେପିର ଆବେଦନ ଉପରେ ସୁପ୍ରିମକୋର୍ଟରେ ଲମ୍ବା ଶୁଣାଣି ଚାଲିଥିଲା ।

ସୁପ୍ରିମକୋର୍ଟଙ୍କ ଏହି ଆଦେଶ କମଲନାଥ ସରକାରଙ୍କୁ ଝଟକା ବୋଲି କୁହାଯାଉଛି । କାରଣ କମଲନାଥ ଫ୍ଲୋର ଟେଷ୍ଟକୁ ବିରୋଧ କରି ଆସୁଥିଲେ । ଅନ୍ୟପକ୍ଷରେ ଭାରତୀୟ ଜନତା ପାର୍ଟି ନେତା ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏହାକୁ ନ୍ୟାୟର ବିଜୟ ବୋଲି କହିଛନ୍ତି । କମଲନାଥ ସରକାର ଉପରେ ଲୋକଙ୍କ ନିଶ୍ୱାସ ପଡିଛି ବୋଲି ସେ କହିଛନ୍ତି ।

 

ଗଞ୍ଜାମରେ ପକ୍ଷାଘାତରେ ପୀଡିତ ସ୍ତ୍ରୀର ସେବା କରି ସ୍ୱାମୀ ଦେଲେ ନୂଆ ଜୀବନ

ଗଞ୍ଜାମ: କୁହାଯାଏ ମନ ଦେଇ ଯେଉଁ କାମ କରାଯାଏ ତାହା ଡେରି ହେଲେ ବି ନିଶ୍ଚୟ ସଫଳ ହୋଇତଆେ । ସେଭଳି କଠୋର ସେବା ଆଗରେ ବଡ଼ ବଡ଼ ରୋଗ ବି ହାର ମାନିଥାଏ। ଆଜି ଏଭଳି ଏକ ଭଲ ଖବର ଉପରେ ଆମେ ନଜର ପକାଇବା । ବୟସର ଅପରାହ୍ନରେ ବି ସେ ହାରି ନାହାନ୍ତି । ସ୍ତ୍ରୀ ଙ୍କୁ ନିଜ ହାତରେ ସେବା କରି ପକ୍ଷାଘାତ ରୋଗରୁ ମୁକ୍ତ କରି ଭଲ ସ୍ୱାମିଟିଏ ହେବା ସହ ଅଂଚଳରେ ଉଦାହରଣ ପାଲଟିଛନ୍ତି ଗଞ୍ଜାମ ଗୁଣସାଗର ଗ୍ରାମର କୋରେଶୁ ଜେନା ।

ଗଂଜାମ ଜିଲ୍ଲା ଗୁଣସାଗର ଗାଁର ଏ ହେଉଛି ସେହି ଗୁଣବାନ ସ୍ୱାମୀ। ପକ୍ଷାଘାତରେ ସ୍ତ୍ରୀ ହୋଇପଡିଥିଲେ ଶଯ୍ୟାଶାୟୀ। ଉଠିଚଳି ପାରୁନଥିଲେ। ହେଲେ ଦୁଃଖରେ ଭାଙ୍ଗି ପଡିନଥିଲେ ସ୍ବାମୀ କୋରେଶୁ ଜେନା। ଦାରିଦ୍ୟ ବି ହାର୍‌ ମାନିଥିଲା ତାଙ୍କ ଧର୍ଯ୍ୟ ଆଗରେ।

୮ ବର୍ଷ କାଳ ଘର ଚଳାଇବା ସହ ସ୍ତ୍ରୀର ସେବା କରି ଚାଲିଥିଲେ। ଧିରେ ଧିରେ ସ୍ତ୍ରୀ ସୁସ୍ଥ ହେବାରେ ଲାଗିଲେ। ଆଉ ପରିସ୍ଥିତି ବି ହାର୍‌ ମାନିଲା ସ୍ୱାମୀଙ୍କ ପ୍ରେମ ଓ ନିଷ୍ଠା ଆଗରେ।

ନିଜ ଗାଁ ତଥା ଅଂଚଳରେ ଉଭୟ ଦମ୍ପତିଙ୍କୁ ନେଇ ଗଞ୍ଜାମ ସାନଖେମୁଣ୍ଡି ଅଂଚଳରେ ବେଶ ଚର୍ଚ୍ଚା । ଆଉ ଉଦାହରଣ ବି ପାଲଟିଛନ୍ତି ଏହି ୬୫ ବର୍ଷୀୟ ଦମ୍ପତି । ସ୍ୱାମୀ କୋରେଶୁ ନିଜ ସ୍ତ୍ରୀଙ୍କ ସେବା କରିବା ପରେ ସୁସ୍ଥ ସ୍ତ୍ରୀଙ୍କୁ ଦେଖି ବେସ୍ ଖୁସି ।

 

ମାର୍ଚ୍ଚ ୨୨ଠାରୁ ଭାରତରେ ଓହ୍ଲାଇ ପାରିବ ନାହିଁ ବିଦେଶୀ ବିମାନ

କରୋନା ଭୟାବହତାକୁ ଦୃଷ୍ଟିରେ ରଖି ଏହାକୁ ରୋକିବା ନେଇ ଭାରତ ସରକାରଙ୍କ ପକ୍ଷରୁ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ମାର୍ଚ୍ଚ ୨୨ ପରଠୁ କୌଣସି ଅନ୍ତର୍ଜାତୀୟ ପାସେଞ୍ଜେର କିମ୍ୱା ବ୍ୟବସାୟୀକ ଫ୍ଳାଇଟ୍‌ ଭାରତରେ ଅବତରଣ କରିବନାହିଁ ।

ଲୋକପ୍ରତିନିଧି, ସରକାରୀ କର୍ମଚାରୀ ଏବଂ ଡାକ୍ତରଙ୍କ ବ୍ୟତୀତ ୬୫ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତ ନାଗରିକଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦେବା ଲାଗି ରାଜ୍ୟ ସରକାରଙ୍କୁ ଭାରତ ସରକାରଙ୍କ ପକ୍ଷରୁ କୁହାଯାଇଛି । । ସେହିଭଳି ୧୦ ବର୍ଷରୁ କମ୍‌ ପିଲାମାନଙ୍କୁ ଘରୁ ବାହାରକୁ ନଛାଡ଼ିବାକୁ ପରାମର୍ଶ ଦିଆଯାଇଛି ।

ଛାତ୍ରଛାତ୍ରୀ, ରୋଗୀ ଓ ଦିବ୍ୟାଙ୍ଗଙ୍କ ବ୍ୟତୀତ ଅନ୍ୟ କୌଣସି ଯାତ୍ରୀଙ୍କୁ ରିହାତି ନଦେବା ଲାଗି ବେସାମରିକ ବିମାନ ଚଳାଚଳ, ରେଳବାଇକୁ ନିର୍ଦ୍ଦେଶ ଦିଆଯାଇଛି ।

ସେହିଭଳି ଜରୁରୀକାଳୀନ ସେବାରେ ଜଡ଼ିତ କର୍ମଚାରୀଙ୍କ ବ୍ୟତୀତ ଘରୋଇ କମ୍ପାନୀ କର୍ମଚାରୀଙ୍କ ପାଇଁ ଓ୍ୱାର୍କ ଫର୍ମ ହୋମ୍‌  ବ୍ୟବସ୍ଥା ଲାଗୁ କରିବାକୁ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ମାଲେସିଆରେ ଭୋକ ଉପାସରେ ଫସିଛନ୍ତି ଓଡ଼ିଆ ନବବିବାହିତ ଦମ୍ପତି, ସହାୟତା ପାଇଁ କଲେ ନିବେଦନ

ନବରଙ୍ଗପୁର: ହନିମୁନ୍ ଟ୍ରିପରେ କଣ୍ଟା ସାଜିଲା କରୋନା । ମାଲେସିଆରେ ଫସିଲେ ନବରଙ୍ଗପୁର ଅଞ୍ଚଳର ନବଦମ୍ପତି । ନବରଙ୍ଗପୁରର ଇଚ୍ଛାବତୀଗୁଡାର ରଶ୍ମିତା ଦାଶ ( ଛଦ୍ମନାମ) ଓ ରାକେଶ ଦାଶ (ଛଦ୍ମନାମ) ମାଲେସିଆ ହନିମୁନ୍ ଯାଇ ସେଠାରେ ଅଟକି ରହିଛନ୍ତି ।

 

ଚଳିତ ମାସ ୧୨ ତାରିଖରେ ହନିମୁନ୍ ପାଇଁ ମାଲେସିଆ ଯାଇଥିବା ବେଳେ ୧୭ ତାରିଖରେ ରିଟର୍ଣ୍ଣ ଟିକେଟ ଥିଲା । କିନ୍ତୁ କରୋନା ଭାଇରସ ସଂକ୍ରମଣ ଆଶଂକା ଯୋଗୁଁ ସେଠିକାର ସମସ୍ତ ଫ୍ଲାଇଟ ବାତିଲ ହୋଇଛି । ଭାରତ ଫେରିବା ପାଇଁ କ୍ୱାଲଲମ୍ପପୁରରୁ ସିଙ୍ଗାପୁର ଦେଇ ବିଶାଖାପାଟଣା ଓ  ଅମୃତସରକୁ ଟିକଟ କାଟିଥିଲେ ମଧ୍ୟ ବାରମ୍ବାର ବିମାନ ବାତିଲ ହେବା ପରେ ଦୁଇ ଜଣ ଫେରି ପାରୁନାହାନ୍ତି ।

 

ଦୁଇ ଥର ଟିକେଟ କାଟିବା ପରେ ତାଙ୍କ ପାଖରେ ଟଙ୍କା ମଧ୍ୟ ଶେଷ ହୋଇଯାଇଛି । ତେଣୁ ଭୋକ ଉପାସରେ ମାଲେସିଆରେ ପଡ଼ି ରହିଛନ୍ତି । ସେଠାରୁ ମୁକୁଳିବା ପାଇଁ ହ୍ଵାଟସଆପ ମାଧ୍ୟମରେ ସରକାରଙ୍କ ପାଖରେ ଗୁହାରୀ କରିଛନ୍ତି । ଗତ ମାସ ୨୬ ତାରିଖରେ ଦୁଇ ଜଣଙ୍କ ବିବାହ ହୋଇଥିଲା । ଅନ୍ତର୍ଜାତୀୟ ବିମାନ ବାତିଲ ହେବା ପରେ ଆହୁରି ଅନେକ ଭାରତୀୟ ମାଲେସିଆରେ ଫସି ରହିଥିବା ସୂତନା ମିଳିଛି ।

୧୫ ମିନିଟରେ ୭ ଲକ୍ଷ କୋଟି ଟଙ୍କା ବୁଡ଼ିଲା

ନୂଆଦିଲ୍ଲୀ: ପୁଞ୍ଜି ବଜାରରେ କରୋନା କୋକୁଆ । ଶୁକ୍ରବାର ଠାରୁ ଅସ୍ଥିର ସେନ୍‌ସେକ୍ସ । ଦ୍ରୁତ ଗତିରେ ହ୍ର।ସ ପାଉଛି ସୂଚକାଙ୍କ । ସେନସେକ୍ସ ଓ ନିଫ୍ଟ କ୍ରମାଗତ ଭାବେ ହ୍ର।ସ ପାଉଥିବାରୁ ଏହାର ସିଧା ପ୍ରଭାବ ପଡ଼ିଛି ସେୟାର ବଜାର ଉପରେ । ବର୍ତ୍ତମାନ ସମୟରେ ନିବେଶକାରୀ ମାନେ ନିବେଶ କରିବା ପରିବର୍ତ୍ତେ ସେୟାର ବିକ୍ରି କରୁଥିବାରୁ ଏଭଳି ସ୍ଥିତି ଉପୁଜିଛି । ଏହି ସମୟରେ ଭୟଭୀତ ନ ହୋଇ ନିବେଶକ ମାନେ ପୁଞ୍ଜି ଲଗାଇଲେ ଆଗକୁ ଏହାର ଲାଭ ଉଠାଇ ପାରିବେ ବୋଲି ମତ ଦେଇଛନ୍ତି ଅର୍ଥନିତି ବିଶେଷଜ୍ଞ ।

ସେପଟେ କରୋନା ଡରରେ ଭୟଭୀତ ନହେବାକୁ ନିବେଶକଙ୍କୁ ପରାମର୍ଶ ଦେଇଛନ୍ତି ଅର୍ଥନୀତି ବିଷାରଦ । ଯେଉଁ ବଡ଼ ବଡ଼ କମ୍ପାନୀରେ ସେୟାର ହ୍ର।ସ ଘଟୁଛି ସେହି କମ୍ପାନୀରେ ନିବେଶକ ପୁଞ୍ଜି ଲଗାଇଲେ ଭବିଷ୍ୟତରେ ବଡ଼ ଫାଇଦା ମିଳିବ । ପୁଞ୍ଜି ବଜାରରେ ଏବେ ସେଲର କମ୍‌କୁ ବାୟର ବେଶୀ ହେଉଥିବାରୁ ଏଭଳି ସ୍ଥିତି ଉପୁଜିଛି । ଏଭଳି ସ୍ଥିତି ବଦଳି ସେପ୍ଟେମ୍ବର ଆଡ଼କୁ ସେୟାର ମାର୍କେଟ ପୂରା ହାଇ ହୋଇଯିବ ବୋଲି ମତ ପ୍ରକାଶ ପାଇଛି ।

ଘରୋଇ ଇକ୍ୱିଟି ବଜାରରେ ବିକ୍ରୟ ହେବାର କୌଣସି ଅନ୍ତ ନାହିଁ କାରଣ କରୋନାଭାଇରସ୍ ମହାମାରୀର ଶୀଘ୍ର ବିସ୍ତାର ହେତୁ ବ୍ୟବସାୟରେ ବ୍ୟାପକ ବ୍ୟାଘାତ ହେବାର ଚିନ୍ତା ନିବେଶକମାନଙ୍କୁ ପୁଞ୍ଜି ସଂରକ୍ଷଣ କରିବାକୁ ବାଧ୍ୟ କରିଛି | ଆମେରିକା ଏବଂ ଏସୀୟ ବଜାରରେ ତୀବ୍ର ହ୍ରାସ ଡି-ଷ୍ଟ୍ରିଟରେ ବିଦ୍ୟମାନ ଥିବା ଦୁର୍ବଳ ଭାବନାକୁ ଯୋଡିଛି ।

ସରକାରୀ ଆକଳନ ଅନୁଯାୟୀ ଭାରତ ବର୍ତ୍ତମାନ ପର୍ଯ୍ୟନ୍ତ ୧୬୯ ଟି Covid-19 ମାମଲା ରିପୋର୍ଟ କରିଛି। ତାମିଲନାଡୁରେ ସମ୍ପ୍ରଦାୟର ପ୍ରସାରଣ ମାମଲା ସୂଚାଇ ଦେଇଛି ଯେ ଏହି ସଂଖ୍ୟା ଅଧିକ ହୋଇପାରେ।

ବେଞ୍ଚମାର୍କ ଇଣ୍ଡେକ୍ସ ଗୁଡିକ ସେମାନଙ୍କର ବହୁ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଗଲା | BSE ଫ୍ଲାଗସିପ୍ ସେନ୍ସେକ୍ସ ୨,୧୫୫ ପଏଣ୍ଟ ହ୍ରାସ ପାଇ ୨୬,୭୧୪ ଥିବାବେଳେ NSE ମାନଦଣ୍ଡ ନିଫ୍ଟି ୪୮୭ ପଏଣ୍ଟ ହ୍ରାସ ପାଇ ୭,୯୮୧ରେ ପହଞ୍ଚିଛି | ବ୍ୟାପକ ବଜାର ସୂଚକାଙ୍କ ସେମାନଙ୍କ ସାଥୀଙ୍କୁ ଅନୁସରଣ କରି ୭ ପ୍ରତିଶତରୁ ଅଧିକ ହ୍ରାସ ପାଇଲା | ପ୍ରଥମ ୧୫ ମିନିଟର ବାଣିଜ୍ୟରେ ୭.୨୨ ଲକ୍ଷ କୋଟି ଟଙ୍କା ନିବେଶକଙ୍କ ସମ୍ପତ୍ତି ନଷ୍ଟ ହୋଇଯାଇଥିଲା ।

କରୋନା ନେଇ ସୁବ୍ରତ ବାଗଚିଙ୍କ ପ୍ରେସମିଟ, ୨୦ରୁ ଅଫିସ୍ ଆସିବେନି ଗ୍ରୁପ୍ ‘ସି’, ‘ଡି’ ସରକାରୀ କର୍ମଚାରୀ

ଭୁବନେଶ୍ୱର: କରୋନା ମୁକାବିଲା ନେଇ ସୁବ୍ରତ ବାଗଚିଙ୍କ ସାମ୍ବାଦିକ ସମ୍ମିଳନୀ । ରାଜ୍ୟରେ ହୋଇଥିବା ୬୧ଟି ସାମ୍ପୁଲ ଟେଷ୍ଟ ମଧ୍ୟରୁ ୬୦  ନେଗେଟିଭ ଆସିଛି । ଗତକାଲି ପଠା ଯାଇଥିବା ସମସ୍ତ ୫ ସାମ୍ପୁଲ ନେଗେଟିଭ ଆସିଛି । କଟକରେ ଏବେସୁଦ୍ଧା ୨୧୫୦ ବେଡ ଏବଂ ବ୍ରହ୍ମପୁରରେ ୮୪୦ ବେଡ କରୋନା ପାଇଁ ପ୍ରସ୍ତୁତ ହୋଇସାରିଛି । ଏ ପର୍ଯ୍ୟନ୍ତ ୨୪ ଘଣ୍ଟିଆ ହେଲପ ଲାଇନକୁ ୧୨ ହଜାରରୁ ଅଧିକ କଲ ଆସିଛି  । କରୋନା ପାଇଁ ସ୍ୱତନ୍ତ୍ର ଓ୍ୱେବ୍‌ ପୋର୍ଟାଲରେ ୩୦ ଜିଲ୍ଲାରୁ ୨୬୨୬ଟି ପଞ୍ଜୀକରଣ ହୋଇଛି । ୬୭୯୮ ପଞ୍ଚାୟତର ୨ଲକ୍ଷ ୩୭ ହଜାର ସଦସ୍ୟଙ୍କୁ ସଚେତନ କରାଯାଇଛି । ୬୭୯୮ ପଞ୍ଚାୟତରେ ବେଡ ପରିମାଣ ବୃଦ୍ଧି କରାଯାଇଛି ।

କରୋନା ପାଇଁ କିଛି ନୂଆ ପଦକ୍ଷେପ ମାନ ନିଆଯାଇଛି । କାଲି ଠାରୁ ପହିଲା ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ମନ୍ଦିର, ଗିର୍ଜା, ମସଜିଦ ସାଧାରଣ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିବ । କିନ୍ତୁ ପରମ୍ପରା ଅନୁଯାୟୀ ନୀତି ନିୟମ ସୁଚାରୁ ରୂପେ ଚାଲିବାକୁ ନିର୍ଦ୍ଦେଶ । ସେପଟେ କରୋନା ପାଇଁ ବିପିୟୁଟି ଏବଂ +୨ର ସମସ୍ତ ପରୀକ୍ଷାକୁ ବନ୍ଦ କରିଛନ୍ତି ରାଜ୍ୟ ସରକାର । ମାଟ୍ରିକ ଖାତା ଦେଖାକୁ ମଧ୍ୟ ସ୍ଥଗିତ ରଖିଛନ୍ତି । ସାମାଜିକ ସଶକ୍ତୀକରଣ ବିଭାଗ ପକ୍ଷରୁ ବୃଦ୍ଧ, ବୃଦ୍ଧା, ଭିନ୍ନକ୍ଷମଙ୍କୁ ୪ ମାସର ଆଗୁଆ ଭତ୍ତା ମିଳିଛି । ୪୮ ଲକ୍ଷ ୩୮ ହଜାର ୫ ଶହ ପେନଶନ ଭତ୍ତା ଦିଆଯାଇଛି । ସରକାରୀ କର୍ମଚାରୀଙ୍କ ସମ୍ପର୍କୀୟ ଜଦି ବାହାରୁ ଆସିଛନ୍ତି ତେବେ ଏପ୍ରିଲ ୪ ପର୍ଯ୍ୟନ୍ତ ଆଇସୋଲେସନରେ ରହିବେ ପାଇଁ ବ୍ୟବସ୍ଥା ହୋଇଛି । ସ୍ପା, ସେଲୁନ, ବିୟୁଟି ପାର୍ଲର ପରବର୍ତ୍ତି ନିର୍ଦ୍ଦେଶ ନମିଳିବା ପର୍ଯ୍ୟନ୍ତ ସବୁ ବନ୍ଦ ରହିବ । ରାଜ୍ୟର ସମସ୍ତ ସାଂସ୍କୃତିକ ଅନୁଷ୍ଠାନ ସବୁ ବନ୍ଦ ରହିବ ବୋଲି ବାଗଚି କହିଛନ୍ତି । ରାଜ୍ୟରେ ଯେଉଁଠି ଯେଉଁଠି ପୋଖରୀ ରହିଛି ପୋଖରୀରେ ଗାଧୋଇବା ମନା ପାଇଁ ପ୍ରେସମିଟରେ ମନା କରାଯାଇଛି । ରାଜ୍ୟର ସମସ୍ତ ପ୍ରକାର ପାର୍କ ବନ୍ଦ ସହ ବୋଟାନିକାଲ ପାର୍କ ମଧ୍ୟ ବନ୍ଦ ରହିଛି । ପୋଷା ଜନ୍ତୁଙ୍କୁ ଘରୁ ବାହାର ନକରି ବାକୁ ଦେବାକୁ ଅପିଲ୍‌ କାରଣ ପଶୁପକ୍ଷୀଙ୍କ ଦ୍ୱାରା କରୋନା ବ୍ୟାପେନି, ସେମାନଙ୍କୁ ବିଦା କରନ୍ତୁନି । ଏହା ସହ କୁକୁଡ଼ା ଓ ଅଣ୍ଡା ଖାଇବାରେ କିଛି ବାରଣ ନାହିଁ । ଖାସକରି କରୋନା ସତର୍କତା ବେଳେ ବୟସ୍କ ବ୍ୟକ୍ତିଙ୍କ ଯତ୍ନ ନେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ବୟସ୍କ ବ୍ୟକ୍ତି, ରୋଗଗ୍ରସ୍ତଙ୍କ ପ୍ରତି ଅଧିକ ସମ୍ବେଦନଶୀଳ ହୁଅନ୍ତୁ, ସେମାନଙ୍କ ମନ ପସନ୍ଦର ରୋଷେଇ କରି ଖୁଆନ୍ତୁ । ସେମାନଙ୍କୁ କରୋନା ବିଷୟରେ ବେଶୀ ଖବର ଦେଖାନ୍ତୁନି, କରୋନା ଖବର ଦେଖାଇ ଅସ୍ତବ୍ୟସ୍ତ କରନ୍ତୁନି । କରୋନା ସତର୍କତା ନେଇ ୨୦ରୁ ମାର୍ଚ୍ଚ ୩୧ ଯାଏଁ ଗ୍ରୁପ୍ ‘ସି’, ‘ଡି’ ସରକାରୀ କର୍ମଚାରୀ ଅଫିସ୍ ଆସିବେନି । ଗ୍ରୁପ୍ ‘ଏ’ ଏବଂ ‘ବି’ କର୍ମଚାରୀ ପୂର୍ବପରି ଅଫିସ୍ ଆସିବେ । ଜିଲ୍ଲାସ୍ତରରେ କେଉଁ କର୍ମଚାରୀ ଆସିବେ ଜିଲ୍ଲାପାଳ ନିଷ୍ପତ୍ତି କରିବେ ।

ଦେଶରେ ଆଉଜଣେ କରୋନା ରୋଗୀଙ୍କର ମୃତ୍ୟୁ, ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି

ପଞ୍ଜାବ: ସାରା ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ସଂକ୍ରମିତ ଲୋକଙ୍କ ସଂଖ୍ୟା ୧୮୦ ପର୍ଯ୍ୟନ୍ତ ପହଞ୍ଚିଛି । ପଞ୍ଜାବରେ ଜଣେ କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି । ତେବେ ଏହାକୁ ମିଶାଇା ଦେଶରେ ୪ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି ।

 

୧୫ ଜଣ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ମହାରାଷ୍ଟ୍ରରେ ପୀଡିତଙ୍କ ସଂଖ୍ୟା କରୋନା ଠାରୁ ୪୯ କୁ ବୃଦ୍ଧି ପାଇଛି। ଏହା ବ୍ୟତୀତ ଆନ୍ଧ୍ରପ୍ରଦେଶରେ ୨, ଦିଲ୍ଲୀରେ ୧୦, ହରିୟାଣାରେ ୧୭, କର୍ଣ୍ଣାଟକରେ ୧୪, କେରଳରେ ୨୭, ପଞ୍ଜାବରେ ୨, ରାଜସ୍ଥାନରେ ୭, ତାମିଲନାଡୁରେ ୧୩, ତେଲେଙ୍ଗାନାରେ ୧୩, ଜାମ୍ମୁ କାଶ୍ମୀରରେ ୪, ଉତ୍ତରରେ ଲଦାଖରେ ୮ ରାଜ୍ୟରେ ୧୯ ଟି ମାମଲା ଉତ୍ତରାଖଣ୍ଡରେ, ଗୋଟିଏ ଓଡିଶାରେ, ଛତିଶଗଡରେ ଏବଂ ପଶ୍ଚିମବଙ୍ଗରେ ଗୋଟିଏ ମାମଲା ରହିଛି।

ବେକର କେଉଁ ହାଡ଼ ଭାଙ୍ଗିଲେ ନିର୍ଭୟା ଦୋଷୀଙ୍କୁ ମିିଳିବ ମୃତ୍ୟୁ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଏହା ଥୟ ଯେ କାଲି ସକାଳ ଲକାଳ ସାଢ଼େ ୫ଟାରେ ନିର୍ଭୟା ଗଣଦୁଷ୍କର୍ଂ ମାମଲା ୪ ଅଭିଯୁକ୍ତଙ୍କୁ ଫାଶି ଖୁଣ୍ଟରେ ଝୁଲାଯିବ । ଅନ୍ୟପଟେ ମୃତ୍ୟୁରୁ ବଞ୍ଚିବା ପାଇଁ ଦୋଷୀଙ୍କ ପକ୍ଷରୁ ଆବେଦନ ଉପରେ ଆବେଦନ କରାଯାଉଥିଲା । କିନ୍ତୁ ସବୁ ଚାଲ ଏବେ ଫେଲ ହୋଇଛି ଆଉ ନିର୍ଭୟା ଦୋଷୀ ମାନଙ୍କୁ କାଲି ମିଳିବ ତାଙ୍କ ପାପର ଦଣ୍ଡ ।

ନିର୍ଭୟା ମାମଲାର ପ୍ରତ୍ୟେକ ତାରିଖ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ | ଫୋରେନସିକ୍ ବିଶେଷଜ୍ଞଙ୍କ ଅନୁସାରେ ଫାଶୀ ଦେବା ସମୟରେ ମାନବ ଶରୀର ବେକରେ ଥିବା ୭ ଖଣ୍ଡ ହାଡ଼ରେ ଏକ ଝଟକା ଲାଗିଥାଏ । ସେହି ହାଡ଼ ଭିତରୁ cervical vertebrae ମଧ୍ୟ ଝଟକା ଲାଗିଥାଏ ।

Ondot Whites ପ୍ରକ୍ରିୟାର ହାଡଟି ଫାଶି ସମୟରେ ମେରୁଦଣ୍ଡରେ ପୋତି ହୋଇଯାଏ, ଯାହା ଶରୀର ସ୍ନାୟୁ ଭିତରକୁ ଯିବା ମାତ୍ରେ ମୃତ୍ୟୁ ଘଟାଇଥାଏ | ଫାଶୀରେ ଦୋଷୀକୁ ଝୁଲେଇବାର କିଛି ସେକେଣ୍ଡ ମଧ୍ୟରେ ତାର ମୃତ୍ୟୁ ହୋଇଥାଏ ।  

ଫାଶୀ ଲଗାଇ ଆତ୍ମହତ୍ୟା କରିବା, ଫାଶୀ ଦେବା ଏବଂ ବେକ ଚିପି ହତ୍ୟା କରିବାର ଭିନ୍ନ ଭିନ୍ନ ଲକ୍ଷଣ ରହିଛି | ଫାଶୀ ହେଉଛି ନ୍ୟାୟିକ ଫାଶୀ | ଆତ୍ମହତ୍ୟା କରିବା ଦ୍ୱାରା ମସ୍ତିଷ୍କରେ ରକ୍ତ ପ୍ରବାହକୁ ବନ୍ଦ ହୋଇଯିବାରୁ ମଣିଷ ୨ ରୁ ମିନିଟ ମଧ୍ୟରେ ମୃତ୍ୟୁ ବରଣ କରିଥାଏ । ବହୁବାର ଦେଖିବାକୁ ମିଳେ ହତ୍ୟା ଉଦ୍ଦେଶ୍ୟରେ ଫାଶି ଲଗାଇ ଟାଙ୍ଗି ଦିଆଯାଇଥାଏ । ସେହିଭଳି କେତେକ କ୍ଷେତ୍ରରେ, ଦୁର୍ଘଟଣା ବଶତଃ ବେକରେ ଦଉଡି କିମ୍ବା ତାରରେ ଲାଗିଯିବାରୁ ମଧ୍ୟ ମୃତ୍ୟୁ ହୋଇଥାଏ । ସମସ୍ତ ମାମଲା ଗୁଡ଼ିକର ନିଜସ୍ୱ ଲକ୍ଷଣ ଥାଏ

ସେଣ୍ଟ୍ରାଲ ଜେଲ ତିହାରର ପୂର୍ବତନ ଜେଲର ସୁନୀଲ ଗୁପ୍ତା କହିଛନ୍ତି ଯେ ତାଙ୍କ ସମୟରେ ସେ ତିହାରରେ ଟି ମୃତ୍ୟୁଦଣ୍ଡ ଦିଆଯିବାର ସେ ଦେଖିଛନ୍ତି । ସେ କରିଛନ୍ତି ଯେ ୧୯୮୨ ମସିହାରେ ଯେତେବେଳେ ରଙ୍ଗା ଏବଂ ବିଲ୍ଲାଙ୍କୁ ଫାଶୀ ଦିଆଯାଇଥିଲା, ସେତେବେଳେ ଫାଶୀ ଦେବାର  ଘଣ୍ଟା ପରେ ମଧ୍ୟ ରଙ୍ଗାର ନାଡ଼ି ଚାଲୁଥିଲା। ପରେ, ରଙ୍ଗାକୁ ତଳକୁ ଟାଣିବାରୁ ହୋଇ ମୃତ୍ୟୁ ହୋଇଥିଲା