ଗଞ୍ଜାମରେ ପକ୍ଷାଘାତରେ ପୀଡିତ ସ୍ତ୍ରୀର ସେବା କରି ସ୍ୱାମୀ ଦେଲେ ନୂଆ ଜୀବନ

ଗଞ୍ଜାମ: କୁହାଯାଏ ମନ ଦେଇ ଯେଉଁ କାମ କରାଯାଏ ତାହା ଡେରି ହେଲେ ବି ନିଶ୍ଚୟ ସଫଳ ହୋଇତଆେ । ସେଭଳି କଠୋର ସେବା ଆଗରେ ବଡ଼ ବଡ଼ ରୋଗ ବି ହାର ମାନିଥାଏ। ଆଜି ଏଭଳି ଏକ ଭଲ ଖବର ଉପରେ ଆମେ ନଜର ପକାଇବା । ବୟସର ଅପରାହ୍ନରେ ବି ସେ ହାରି ନାହାନ୍ତି । ସ୍ତ୍ରୀ ଙ୍କୁ ନିଜ ହାତରେ ସେବା କରି ପକ୍ଷାଘାତ ରୋଗରୁ ମୁକ୍ତ କରି ଭଲ ସ୍ୱାମିଟିଏ ହେବା ସହ ଅଂଚଳରେ ଉଦାହରଣ ପାଲଟିଛନ୍ତି ଗଞ୍ଜାମ ଗୁଣସାଗର ଗ୍ରାମର କୋରେଶୁ ଜେନା ।

ଗଂଜାମ ଜିଲ୍ଲା ଗୁଣସାଗର ଗାଁର ଏ ହେଉଛି ସେହି ଗୁଣବାନ ସ୍ୱାମୀ। ପକ୍ଷାଘାତରେ ସ୍ତ୍ରୀ ହୋଇପଡିଥିଲେ ଶଯ୍ୟାଶାୟୀ। ଉଠିଚଳି ପାରୁନଥିଲେ। ହେଲେ ଦୁଃଖରେ ଭାଙ୍ଗି ପଡିନଥିଲେ ସ୍ବାମୀ କୋରେଶୁ ଜେନା। ଦାରିଦ୍ୟ ବି ହାର୍‌ ମାନିଥିଲା ତାଙ୍କ ଧର୍ଯ୍ୟ ଆଗରେ।

୮ ବର୍ଷ କାଳ ଘର ଚଳାଇବା ସହ ସ୍ତ୍ରୀର ସେବା କରି ଚାଲିଥିଲେ। ଧିରେ ଧିରେ ସ୍ତ୍ରୀ ସୁସ୍ଥ ହେବାରେ ଲାଗିଲେ। ଆଉ ପରିସ୍ଥିତି ବି ହାର୍‌ ମାନିଲା ସ୍ୱାମୀଙ୍କ ପ୍ରେମ ଓ ନିଷ୍ଠା ଆଗରେ।

ନିଜ ଗାଁ ତଥା ଅଂଚଳରେ ଉଭୟ ଦମ୍ପତିଙ୍କୁ ନେଇ ଗଞ୍ଜାମ ସାନଖେମୁଣ୍ଡି ଅଂଚଳରେ ବେଶ ଚର୍ଚ୍ଚା । ଆଉ ଉଦାହରଣ ବି ପାଲଟିଛନ୍ତି ଏହି ୬୫ ବର୍ଷୀୟ ଦମ୍ପତି । ସ୍ୱାମୀ କୋରେଶୁ ନିଜ ସ୍ତ୍ରୀଙ୍କ ସେବା କରିବା ପରେ ସୁସ୍ଥ ସ୍ତ୍ରୀଙ୍କୁ ଦେଖି ବେସ୍ ଖୁସି ।

 

Leave a Reply