ମାଲେସିଆରେ ଭୋକ ଉପାସରେ ଫସିଛନ୍ତି ଓଡ଼ିଆ ନବବିବାହିତ ଦମ୍ପତି, ସହାୟତା ପାଇଁ କଲେ ନିବେଦନ

ନବରଙ୍ଗପୁର: ହନିମୁନ୍ ଟ୍ରିପରେ କଣ୍ଟା ସାଜିଲା କରୋନା । ମାଲେସିଆରେ ଫସିଲେ ନବରଙ୍ଗପୁର ଅଞ୍ଚଳର ନବଦମ୍ପତି । ନବରଙ୍ଗପୁରର ଇଚ୍ଛାବତୀଗୁଡାର ରଶ୍ମିତା ଦାଶ ( ଛଦ୍ମନାମ) ଓ ରାକେଶ ଦାଶ (ଛଦ୍ମନାମ) ମାଲେସିଆ ହନିମୁନ୍ ଯାଇ ସେଠାରେ ଅଟକି ରହିଛନ୍ତି ।

 

ଚଳିତ ମାସ ୧୨ ତାରିଖରେ ହନିମୁନ୍ ପାଇଁ ମାଲେସିଆ ଯାଇଥିବା ବେଳେ ୧୭ ତାରିଖରେ ରିଟର୍ଣ୍ଣ ଟିକେଟ ଥିଲା । କିନ୍ତୁ କରୋନା ଭାଇରସ ସଂକ୍ରମଣ ଆଶଂକା ଯୋଗୁଁ ସେଠିକାର ସମସ୍ତ ଫ୍ଲାଇଟ ବାତିଲ ହୋଇଛି । ଭାରତ ଫେରିବା ପାଇଁ କ୍ୱାଲଲମ୍ପପୁରରୁ ସିଙ୍ଗାପୁର ଦେଇ ବିଶାଖାପାଟଣା ଓ  ଅମୃତସରକୁ ଟିକଟ କାଟିଥିଲେ ମଧ୍ୟ ବାରମ୍ବାର ବିମାନ ବାତିଲ ହେବା ପରେ ଦୁଇ ଜଣ ଫେରି ପାରୁନାହାନ୍ତି ।

 

ଦୁଇ ଥର ଟିକେଟ କାଟିବା ପରେ ତାଙ୍କ ପାଖରେ ଟଙ୍କା ମଧ୍ୟ ଶେଷ ହୋଇଯାଇଛି । ତେଣୁ ଭୋକ ଉପାସରେ ମାଲେସିଆରେ ପଡ଼ି ରହିଛନ୍ତି । ସେଠାରୁ ମୁକୁଳିବା ପାଇଁ ହ୍ଵାଟସଆପ ମାଧ୍ୟମରେ ସରକାରଙ୍କ ପାଖରେ ଗୁହାରୀ କରିଛନ୍ତି । ଗତ ମାସ ୨୬ ତାରିଖରେ ଦୁଇ ଜଣଙ୍କ ବିବାହ ହୋଇଥିଲା । ଅନ୍ତର୍ଜାତୀୟ ବିମାନ ବାତିଲ ହେବା ପରେ ଆହୁରି ଅନେକ ଭାରତୀୟ ମାଲେସିଆରେ ଫସି ରହିଥିବା ସୂତନା ମିଳିଛି ।

Leave a Reply