spot_img
Home Blog Page 7329

ଜନସଂଖ୍ୟାର ୬୦ ପ୍ରତିଶତକୁ କରୋନା ସଂକ୍ରମିତ କରିବାକୁ ଚାହୁଁଥିଲା ଏହି ଦେଶ ! ଜାଣନ୍ତୁ କାରଣ ?…

ନୂଆଦିଲ୍ଲୀ: କରୋନା ଭାଇରସକୁ ନେଇ ସାରା ବିଶ୍ୱରେ ଆତଙ୍କ । ଦୁନିଆରେ ୧୧ ୩୦୫ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି । କେଉଁଠି ଲୋକ ମେଡିକାଲରେ ଭର୍ତ୍ତି ହେଉଛନ୍ତି ତ ଆଉ କେଉଁଠି ଆଇସୋଲେସନ୍ ଓ କେଉଁଠି କ୍ୱାରେଣ୍ଟାଇନରେ ରଖାଯାଉଛି । କିନ୍ତୁ, ଏମିତି ଏକ ଦେଶ ଅଛି ଯାହାର ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା ସରକାରଙ୍କୁ ଏମିତି ଉପଦେଶ ଦେଇଥିଲେ ଯାହା ଶୁଣିଲେ ଆପଣଙ୍କ ହୋସ୍ ଉଡ଼ିଯିବ । ମୁଖ୍ୟ ବୈଜ୍ଞାନିକ ଜଣଙ୍କ ଦେଶର ୬୦ ପ୍ରତିଶତ ଲୋକଙ୍କୁ କରୋନା ଆକ୍ରାନ୍ତ କରିବାକୁ ସରକାରଙ୍କୁ ଉପଦେଶ ଦେଇଥିଲେ । କିଛିଦିନ ପରେ ଆକ୍ରାନ୍ତଙ୍କ ଠାରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଯିବ ।

ଏହି ଦେଶ ହେଉଛି ୟୁନାଇଟେଡ୍ କିଙ୍ଗଡମ୍ । ଯାହାକୁ ସମସ୍ତେ ଲଣ୍ଡନ ଓ ବ୍ରିଟେନ୍ ନାଁରେ ଜାଣନ୍ତି । ଏହି ୟୁରୋପିଆନ୍ ଦେଶ ୟୁକେରେ ଇଂଲଣ୍ଡ, ଉତ୍ତର ଆୟର୍ଲାଣ୍ଡ, ବେଲ୍ସ ଓ ସ୍କଟଲାଣ୍ଡ ଆସେ । ୟୁକେର ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା ପେଟ୍ରିକ ୱାଲେନ୍ସ ଏଭଳି ଭୟାନକ ଉପଦେଶ ଦେଇଥିଲେ । ତାଙ୍କର ଏହି ଉପଦେଶ ପଛରେ ରହିଥିଲା ଏକ ବଡ଼ ମେଡିକାଲ ପ୍ରକ୍ରିୟା । ମେଡିକାଲ ବିଜ୍ଞାନରେ ଏହାକୁ ହର୍ଡ ଇମ୍ୟୁନିଟି କୁହାଯାଏ । ଅର୍ଥାତ୍ କୌଣସି ବେମାରକୁ ଏକକାଳୀନ ଭାବେ ମୁକ୍ତି ଦେବା ।

ହର୍ଡ ଇମ୍ୟୁନିଟି ମେଡିକାଲ ବିଜ୍ଞାନର ଏକ ପୁରୁଣା ପ୍ରକ୍ରିୟା । ଏହା ଅନୁଯାୟୀ ଦେଶର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳର ଲୋକଙ୍କୁ ଭାଇରସରେ ସଂକ୍ରମଣ କରିଦିଆଯାଏ । ଫଳରେ କେତକ ଆକ୍ରାନ୍ତଙ୍କ ଶରୀର ଭାଇରସ ପ୍ରତିରୋଧକ ହୋଇଯିବ । ଅର୍ଥାତ୍ ସେମାନଙ୍କ ଶରୀରରେ ଭାଇରସକୁ ଆଣ୍ଟିବଡିଜ୍ ତିଆରି ହେବ । ଫଳରେ ଭାଇରସ୍ ଭବିଷ୍ୟତରେ କେବେ ମଧ୍ୟ ସେମାନଙ୍କୁ ଆକ୍ରାନ୍ତ କରିପାରିବ ନାହିଁ ।

ଏହି ନିୟମ ଲାଗୁ ହୋଇଥିଲେ ୟୁକେର ୬୦ ପ୍ରତିଶତ ଲୋକ କରୋନା ଆକ୍ରାନ୍ତ ହୋଇଥାନ୍ତେ । ପରେ ଆଣ୍ଟିବଡିଜକୁ ନେଇ ଭାଇରସ୍ ପାଇଁ ଭ୍ୟାକ୍ସିନ ପ୍ରସ୍ତୁତ କରାଯାଇଥାନ୍ତା । ଏଥିରୁ ସମସ୍ତଙ୍କର ଚିକିତ୍ସା ସମ୍ଭବ ହୋଇପାରିଥାନ୍ତା । କିନ୍ତୁ, ସରକାର କୌଣସି ଏକ ନିର୍ଦ୍ଦିଷ୍ଟ ଅଞ୍ଚଳକୁ ଭାଇରସ୍ ସଂକ୍ରମିତ ନକରି ପୂରା ଦେଶରେ ଭାଇରସ ସଂକ୍ରମଣ କରିବାକୁ ଚାହୁଁଥିଲେ । ତେବେ, ସରକାର ପରେ ଏଭଳି ନିଷ୍ପତ୍ତିରୁ ଓହରି ଯାଇଥିଲେ ।

ହୁବେଇରୁ ଓଡ଼ିଶା, ଲକ୍ ଡାଉନ୍ କରୋନା ବିରୋଧରେ ବ୍ରହ୍ମାସ୍ତ୍ର !

ଭୁବନେଶ୍ୱର: ଲକ୍ ଡାଉନ୍ । କରୋନା ଆସିବା ସହ ଏହି ଶବ୍ଦ ଜୀବନ ଭିତରକୁ ଧସେଇ ପଶିଛି । ତେବେ ଲକ୍ ଡାଉନ୍ କଣ ? ଗୋଟିଏ ସହର, ଗୋଟିଏ ଜିଲ୍ଲା, ଗୋଟିଏ ରାଜ୍ୟ ଓ ଗୋଟିଏ ଦେଶ ଲକ୍ ଡାଉନ୍ ହେବାର ମାନେ କଣ ?

ଲକ୍ ଡାଉନ୍ ମାନେ ସହର ଠପ୍ ହୋଇଯିବା । ଲକ୍ ଡାଉନ୍ ମାନେ ଜୀବନର ଗତି ଉପରେ ତାଲା ପଡ଼ିଯିବା । ଅର୍ଥନୈତିକ ଗତିବିଧି ମନ୍ଥର ହୋଇଯିବା । ଆଉ ସବୁଠୁ ବଡ଼ କଥା ହେଲା ଲକ୍ ଡାଉନ କହିଲେ ଗୋଟିଏ ବଡ଼ ବିପଦର ମୁକାବିଲା ପାଇଁ ନିଜକୁ ପ୍ରସ୍ତୁତ କରିବା ।

କାଲିଠୁ ଆରମ୍ଭ ହେବ ଲକ୍‌ ଡାଉନ୍‌ ଏବଂ ଜନତା କର୍ଫ୍ୟୁ, ପଢ଼ନ୍ତୁ ଉଭୟଙ୍କ ମଧ୍ୟରେ ଫରକ୍ କ’ଣ?

କରୋନା ଛପି ଛପି ଆସୁଛି । କରୋନା କରାଳ ରୂପ ନେବା ଆଗରୁ ତା’ ମୁକାବିଲା ପାଇଁ ରାଜ୍ୟ ସରକାର ଓଡ଼ିଶାର ୪୦ ପ୍ରତିଶତ ଅଂଚଳକୁ ଏକ ସପ୍ତାହ ପାଇଁ ଲକ୍ ଡାଉନ୍ ଘୋଷଣା କରିଛନ୍ତି । ମାନେ ସହର ଉପରେ ତାଲା । ଜୀବନର ଗତି ନିଶ୍ଚୟ କମିବ । କିନ୍ତୁ ଜୀବନ ଯୁଦ୍ଧ ଜିତିବାକୁ ହେଲେ ଅନ୍ୟ ବାଟ ନାହିଁ । କାହିଁକିନା କରୋନାର ଆଣ୍ଟିଡୋଟ୍ ନାହିଁ । କରୋନାକୁ କେବଳ ଅଟକା ଯାଇପାରିବ । ଏଥିପାଇଁ ସହର, ଗାଁର ଗତିକୁ ମନ୍ଥର କରିବାକୁ ପଡ଼ିବ ।

ତେବେ ମନରେ ପ୍ରଶ୍ନ ଉଠୁଥିବ ଯେ, ଓଡ଼ିଶା କଣ ଏମିତି ଲକ୍ ଡାଉନ୍ ଘୋଷଣା କରିବାରେ ପ୍ରଥମ ?

ଉତ୍ତର ହେଉଛି ନାଁ । ଓଡ଼ିଶା ପୂର୍ବରୁ ମହାରାଷ୍ଟ୍ର ସରକାର ମଧ୍ୟ ମୁମ୍ବାଇ, ପୁନେ ଭଳି ସହରକୁ ଲକ୍ ଡାଉନ୍ ଘୋଷଣା କରିଥିଲେ । ତେବେ, ଓଡ଼ିଶା ହେଉଛି ଦେଶର ଏଭଳି ପ୍ରଥମ ରାଜ୍ୟ ଯାହା ନିଜର ୪୦ ପ୍ରତିଶତ ଅଞ୍ଚଳକୁ ଲକ୍ ଡାଉନ୍ ଘୋଷଣା କରିଛି । ଓଡ଼ିଶା ସରକାର ଲକ୍ ଡାଉନର ଏହି ରଣନୀତିକୁ ମଧ୍ୟ ଚୀନ ଓ ଇଟାଲି ଭଳି ଦେଶଙ୍କ କରୋନା ଅଭିଜ୍ଞତାରୁ ନେଇଛନ୍ତି ।

ଲକ୍ ଡାଉନ୍ ପାଇଁ ଓଡ଼ିଶା ସରକାରଙ୍କ ଘୋଷଣାରୁ ଏହା ଜଣା ପଡୁଛି । କରୋନାର କୌଣସି ଚିକିତ୍ସା ନାହିଁ । ଏହାକୁ କେବଳ ରୋକି ହେବ । ସିଙ୍ଗାପୁର ଓ ଚୀନର ରଣନୀତି ହିଁ ଏହାକୁ ରୋକି ପାରିବ । ଚୀନ କିଭଳି ଉହାନ ସହରର ଲକ୍ ଡାଉନ୍ କରି ସେଠାରେ କରୋନାକୁ କଣ୍ଟ୍ରୋଲ କରିପାରିଛି ତା’ର ଉଦାହରଣ ରାଜ୍ୟ ସରକାର ଦେଇଛନ୍ତି ।

ବଜାରରେ ହ୍ୟାଣ୍ଡ ସାନିଟାଇଜର ଏବଂ ମାସ୍କର ମୂଲ୍ୟ ସ୍ଥିର କଲେ କେନ୍ଦ୍ର ସରକାର

ଉହାନରୁ ଜନ୍ମ ନେଇଥିବା କରୋନାକୁ କେବଳ ଲକ୍ ଡାଉନ୍ କାରଣରୁ ହିଁ ସେଠାରେ ନିୟନ୍ତ୍ରଣ କରାଯାଇ ପାରିଛି । ଉହାନରେ ଏବେ ସଂକ୍ରମଣର ନୂଆ ମାମଲା ସାମନାକୁ ଆସୁନାହିଁ । ସେଠାର ହସ୍ପିଟାଲ ମଧ୍ୟ ଏବେ ଖାଲି ହେଲେଣି । କରୋନା ନିୟନ୍ତ୍ରଣ ପାଇଁ ଇଟାଲୀ ମଧ୍ୟ ଲକ୍ ଡାଉନ୍ ଘୋଷଣା କରିଥିଲା । ଉହାନ ଚୀନର ହୁବେଇ ପ୍ରଦେଶରେ ଆସିଥାଏ । ସମଗ୍ର ଇଟାଲୀ ଓ ଚୀନର ହୁବେଇ ପ୍ରଦେଶର ଜନସଂଖ୍ୟା ମିଳିତ ଭାବେ ୬ କୋଟି । ଏହି ୬ କୋଟି ଲୋକ ଲକ୍ ଡାଉନରେ ଥିଲେ ।

ବଜାରରେ ହ୍ୟାଣ୍ଡ ସାନିଟାଇଜର ଏବଂ ମାସ୍କର ମୂଲ୍ୟ ସ୍ଥିର କଲେ କେନ୍ଦ୍ର ସରକାର

କାଲିଠୁ ଆରମ୍ଭ ହେବ ଲକ୍‌ ଡାଉନ୍‌ ଏବଂ ଜନତା କର୍ଫ୍ୟୁ, ପଢ଼ନ୍ତୁ ଉଭୟଙ୍କ ମଧ୍ୟରେ ଫରକ୍ କ’ଣ?

ଭୁବନେଶ୍ୱର: କରୋନା ମୁକାବିଲା ଦିଗରେ ବଡ଼ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାରଙ୍କ  । ୫ ଜିଲ୍ଲା ଓ ୮ ସହରକୁ ଲକ୍‌ ଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର । ତେବେ କରୋନା ଭାଇରସ୍‌କୁ ନକ୍‌ ଡାଉନ୍ ପାଇଁ ଲକ୍‌ ଡାଉନ୍ କରାଯାଇଥିବା କହିଛନ୍ତି କରୋନା ମୁକାବିଲା କମିଟିର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ।

ଲକ୍‌ ଡାଉନ୍‌ ବେଳେ କ’ଣ ଖୋଲା ରହିବ

୨୨ ମାର୍ଚ୍ଚ ସକାଳ ୭ଟାରୁ ୨୯ ମାର୍ଚ୍ଚ ରାତି ୯ ଯାଏଁ ଲକ୍‌ ଡାଉନ୍ ରହିବ ସମ୍ପୃକ୍ତ ଜିଲ୍ଲା ଓ ସହର । ଏହି ସମୟରେ ଡାକ୍ତରଖାନା, ଔଷଧ ଦୋକାନ, ଗ୍ରୋସରୀ ସପ୍‌, ପରିବା ଦୋକାନ, କ୍ଷୀର ଦୋକାନ, ମାଛ, ମାଂସ ସମେତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଖୋଲା ରହିବ । ପୋଲିସ, ଅଗ୍ନିଶମ ବାହିନୀ, ଡାକ ବ୍ୟବସ୍ଥା, ଓଡ୍ରାଫ୍‌, ବିଜୁଳି, ପାଣି ପୌର ସଂସ୍ଥା, ବ୍ୟାଙ୍କ , ଏଟିଏମ୍‌, ଦୂରସଂଚାର, ଏୟାରପୋର୍ଟ, ରେଳବାଇ, ବସ୍‌ଷ୍ଟାଣ୍ଡ ଖୋଲା ରହିବ ।

ଏଥିସହିତ ଜଡ଼ିତ କର୍ମଚାରୀଙ୍କ ଜାରି ରହିବ ଏବଂ ସେମାନେ ନିରବିଚ୍ଛିନ୍ନ ଭାବେ ଯିବା ଆସିବା କରିପାରିବେ । ଏହା ଏକ ଅଭୂତପୂର୍ବ ଏବଂ ସୁଚିନ୍ତତ ପଦକ୍ଷେପ ଏହା ଆପଣଙ୍କୁ ଓ ଆପଣଙ୍କ ପରିବାରକୁ ସୁରକ୍ଷିତ ରଖିପାରିବ ବୋଲି କହିଛନ୍ତି ଶ୍ରୀ ବାଗଚୀ । ଏହି ସମୟରେ ଦିନ ମଜୁରୀ, ଘରୋଇ କର୍ମଚାରୀ ଯେଉଁ ମାନେ କି ଲକ୍‌ ଡାଉନ୍‌ରେ ରହିବେ ସେମାନଙ୍କ ଦରମା ନକାଟିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଜନତା କର୍ଫ୍ୟୁ ଏବଂ ଲକ୍‌ ଡାଉନ୍‌ ମଧ୍ୟରେ ତଫାତ୍‌ କ’ଣ

ଜନତା କର୍ଫ୍ୟୁ ଉପରେ ଲକ୍‌ ଡାଉନ୍ କରାଯାଉଛି । ଜନତା କର୍ଫ୍ୟୁକୁ ଗୋଟିଏ ଦିନ ପାଇଁ ଲାଗୁ କରାଯାଇଥିବା ବେଳେ ଲକ୍‌ ଡାଉନ୍‌କୁ ୭ ଦିନ ପାଇଁ ଲାଗୁ କରାଯାଇଛି । ଜନ କର୍ଫ୍ୟୁ ସମଗ୍ର ରାଜ୍ୟ ପାଇଁ ଲାଗୁ କରାଯାଇଥିବା ବେଳେ ଲକ୍‌ ଡାଉନ୍‌କୁ ନିର୍ଦ୍ଧିଷ୍ଟଭାବେ ୫ ଜିଲ୍ଲା ଓ ୮ ସହର ପାଇଁ ଲାଗୁ କରାଯାଇଛି ।

ଜନ କର୍ଫ୍ୟୁରେ ଟ୍ରେନ୍, ବସ୍‌ ଓ ବିମାନ ଚଳାଚଳ କରିବ ନାହିଁ କିନ୍ତୁ ଲକ୍‌ ଡାଉନ୍‌ରେ ଏହି ସବୁ ଚଳାଚଳ କରିବ । ସଂକ୍ରମଣ ହେଲେ କୌଣସି ବ୍ୟବସ୍ତା ସମ୍ଭାଳି ପାରିବନାହଁ । ଏଣୁ ସଂକ୍ରମଣ ନହେବାକୁ ଦେବା ଲାଗି ଏଭଳି ପଦକ୍ଷେପ ନିଆଯାଇଥିବା କହିଛନ୍ତି ଶ୍ରୀ ବାଗଚୀ ।

ଶନିବାର ଦିନ ୧୨ଟା ସୁଦ୍ଧା ମୋଟ ୭୦ ଜଣଙ୍କ ନମୁନା  ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ସେଥିରୁ ୬୯ ଟି ନମୁନାର ରିପୋର୍ଟ ଆସିସାରିଛି । ୨ ଜଣଙ୍କ ପଜେଟିଭ୍‌ ରହିଥିବା ବେଳେ ଜଣଙ୍କ ନମୁନା ରିପୋର୍ଟ ହସ୍ତଗତ ହୋଇନାହିଁ । ଅନ୍ୟ ସମସ୍ତଙ୍କ ରିପୋର୍ଟ ନେଗେଟିଭ୍‌ ରହିଛି ।

ନୂଆଦିଲ୍ଲୀ: ଏବେ ଦେଶର ୧୧୧ଟି ଲାବରେ କରୋନା ଟେଷ୍ଟିଂ କରାଯାଉଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟପ ଯୁଗ୍ମ ସଚିବ ଲବ ଅଗ୍ରୱାଲଙ୍କ ସୂଚନା ।

ନୂଆଦିଲ୍ଲୀ: ଏବେ ଦେଶର ୧୧୧ଟି ଲାବରେ କରୋନା ଟେଷ୍ଟିଂ କରାଯାଉଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟପ ଯୁଗ୍ମ ସଚିବ ଲବ ଅଗ୍ରୱାଲଙ୍କ ସୂଚନା ।

ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯୮କୁ ବୃଦ୍ଧି । ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୨୨ ଜଣ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ।

ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯୮କୁ ବୃଦ୍ଧି । ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୨୨ ଜଣ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ।

କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ନିବେଦନ । କରୋନା ଭୂତାଣୁ ବିଶ୍ୱରେ ବିରାଟ ସ୍ୱାସ୍ଥ୍ୟ ସଙ୍କଟ ସୃଷ୍ଟି କରିଥିବା ବେଳେ ରାଜ୍ୟରେ ଏହାର ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ପ୍ରାରମ୍ଭିକ ଭାବେ ଆସନ୍ତାକାଲିଠୁ ମାର୍ଚ୍ଚ ୨୯ ଯାଏ ୫ଟି ଜିଲ୍ଲା ଓ ୮ଟି ସହରରେ ଜରୁରୀକାଳୀନ ସେବାକୁ ଛାଡ଼ି ପ୍ରାୟ ସମ୍ପୂର୍ଣ ବନ୍ଦ ଘୋଷଣା କରାଯାଇଛି । ଦୃଢ଼ାତାର ସହ କରୋନା ମୁକାବିଲା ପାଇଁ ସରକାରଙ୍କୁ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିବେଦନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ତାଙ୍କ ଅପିଲରେ କହିଛନ୍ତି ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ । ଯଦି ଆପଣ ବାହାରକୁ ବାହାରୁଛନ୍ତି । ତେବେ ଆପଣ ବିପଦକୁ ଆସିବା ସହ ଆପଣଙ୍କ ପରିବାରକୁ କରୋନା ଭାଇରସ୍ ମୁହଁକୁ ଟାଣୁଛନ୍ତି । କେବଳ ଦରକାରୀ ଜିନିଷ ଗ୍ରସରୀ, ଖାଦ୍ୟ ଓ ପାଣି, ଔଷଧ, ମେଡିକାଲ ପାଇଁ ବାହାରକୁ ବାହାରନ୍ତୁ । ଯଦି, ଏସବୁର କେହି ଅବମାନନା କରନ୍ତି ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ବଜାରରେ ହ୍ୟାଣ୍ଡ ସାନିଟାଇଜର ଏବଂ ମାସ୍କର ମୂଲ୍ୟ ସ୍ଥିର କଲେ କେନ୍ଦ୍ର ସରକାର

ଏହାସହ ମୁଖ୍ୟମନ୍ତ୍ରୀ ନିଯୁକ୍ତି ଦାତା ମାନଙ୍କୁ ଅପିଲ୍ କରି କହିଛନ୍ତି ଯେ, ଆପଣଙ୍କ ବହୁତ ବର୍ଷ ଧରି କାମ କରୁଥିବା ଦରମା ସେମାନେ କାର୍ଯ୍ୟ ନକଲେ ମଧ୍ୟ ପ୍ରଦାନ କରନ୍ତୁ । କରୋନା ମୁକାବିଲା ଦିଗରେ ସମସ୍ତଙ୍କ ସହଭାଗୀତା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି ଯେ, ପୋଲିସ ସବୁ ସ୍ଥାନରେ ନିୟମକୁ ଲାଗୁ କରିପାରିବ ନାହିଁ । ଏହା ଅସାଧାରଣ ସମୟ ଓ ଆମକୁ ନିଜ ଜୀବନର ସୁରକ୍ଷା ଆମ ଉତ୍ତର ଦାୟିତ୍ୱ ହେବା ଆବଶ୍ୟକ ।

କରୋନା ପାଇଁ ରାଜ୍ୟର ୫ ଜିଲ୍ଲା ଲକ୍ ଡାଉନ୍

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ବଡ ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି କ୍ରମରେ ରାଜ୍ୟର ୫ ଜିଲ୍ଲାରେ ଲକ୍ ଡାଉନ୍ ଘୋଷଣା କରାଯାଇଛି । ୨୨ ମାର୍ଚ୍ଚରୁ ୨୯ ମାର୍ଚ୍ଚ ପର୍ଯ୍ୟନ୍ତ ଖୋର୍ଦ୍ଧା, ଗଂଜାମ, କଟକ,କେନ୍ଦ୍ରାପଡା, ଅନୁଗୁଳ ଏବଂ ଏଥି ସହିତ ୮ଟି ସହର ପୁରୀ, ରାଉରକେଲା, ସମ୍ବଲପୁର, ଝାରସୁଗୁଡା, ବାଲେଶ୍ୱର, ଯାଜପୁର ରୋଡ୍, ଯାଜପୁର ଟାଉନ, ଝାରସୁଗୁଡ଼ା ଓ ଭଦ୍ରକ ସହରକୁ ମଧ୍ୟ ଲକ୍ ଡାଉନ୍ ଘୋଷଣା କରାଯାଇଛି ।

୨୨ ତାରିଖ ସକାଳ ୭ରୁ ୨୯ ତାରିଖ ରାତି ୯ ପର୍ଯ୍ୟନ୍ତ ଏହି ସବୁ ଅଂଚଳରେ ଲକ୍ ଡାଉନ୍ ଜାରି ରହିବ । ଗ୍ରସରୀ, ଔଷଧ ଦୋକାନ, କ୍ଲିନିକ୍, କ୍ଷୀର ଦୋକାନ ଭଳି ଅତ୍ୟାବଶ୍ୟକ ଦ୍ରବ୍ୟ ଦୋକାନ ଖୋଲା ରହିବ । ତେବେ ଚା’ ଦୋକାନ ସବୁ ବନ୍ଦ ରହିବ ।

ବଜାରରେ ହ୍ୟାଣ୍ଡ ସାନିଟାଇଜର ଏବଂ ମାସ୍କର ମୂଲ୍ୟ ସ୍ଥିର କଲେ କେନ୍ଦ୍ର ସରକାର

ବସ ଷ୍ଟାଣ୍ଡ, ବିମାନବନ୍ଦର ଓ ରେଳ ଷ୍ଟେସନ ଖୋଲା ରହିବ । ପ୍ରଶାସନ, ପୋଲିସ, ସ୍ୱାସ୍ଥ୍ୟ, ଅଗ୍ନିଶମ, ଓଡ୍ରାଫ, ବିଦ୍ୟୁତ, ଜଳଯୋଗାଣ, ପୌରସେବା, ବ୍ୟାଙ୍କ, ଏଟିଏମ, ପେଟ୍ରୋଲ ପମ୍ପ ଖୋଲା ରହିବା ସହ ଏହି ସବୁ ସେବାକୁ ସହଯୋଗ କରୁଥିବା ବା କରୋନା ଭାଇରସକୁ ପ୍ରତିହତ କରିବା କ୍ଷେତ୍ରରେ ସହଯୋଗ କରୁଥିବା ଘରୋଇ ସଂସ୍ଥା ମଧ୍ୟ ଖୋଲା ରହିବ । ଏହି ୫ ଜିଲ୍ଲା ଓ ୮ ସହରର ସମସ୍ତ ଜିଲ୍ଲାରେ ଭତ୍ତା ବଣ୍ଟନ ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଆପାତତଃ ସ୍ଥଗିତ କରାଯାଇଛି ।

ଏହି ସବୁ ଜିଲ୍ଲାକୁ ପ୍ରାୟ ୩ ହଜାର ବ୍ୟକ୍ତି ବିଦେଶରୁ ଫେରିଛନ୍ତି । ବିଦେଶରରୁ ଫେରିଥିବା ଏହି ସମସ୍ତ ବ୍ୟକ୍ତିଙ୍କୁ ହୋମ୍ କ୍ୱାରେଣ୍ଟାଇନରେ ରହିବାକୁ କୁହାଯାଇଛି । ଏମାନଙ୍କ ମଧ୍ୟରୁ ଅଧିକାଂଶ ଏହି ପାଞ୍ଚ ଜିଲ୍ଲା ଓ ୮ ସହରର ବାସିନ୍ଦା ହୋଇଥିବାରୁ ପ୍ରଥମ ପର୍ଯ୍ୟାୟରେ ଏହି ସବୁ ଅଞ୍ଚଳକୁ ଲକ୍ ଡାଉନ କରାଯାଇଛି । ମୁଖ୍ୟମନ୍ତ୍ରୀ ତାଙ୍କ ଘୋଷଣାରେ ସମସ୍ତଙ୍କୁ ଘରେ ରହିବା ପାଇଁ ଅନୁରୋଧ କରିଛନ୍ତି ।

ଘୋଷଣାକୁ ଅମାନ୍ୟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ପ୍ରଶାସନ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।

ଜହ୍ଲାଦ କହିଲେ ମରିବା ପୂର୍ବରୁ ପଶ୍ଚାତାପ କରିନଥିଲେ ନିର୍ଭୟା ଦୋଷୀ

ନୂଆଦିଲ୍ଲୀ: ସାତ ବର୍ଷର ଦୀର୍ଘ ଅପେକ୍ଷା ପରେ ନିର୍ଭୟା ନ୍ୟାୟ ପାଇଲେ। ଶୁକ୍ରବାର ଦିନ ସକାଳ ୫ଟା ୩୦ ମିନିଟରେ ଚାରିଜଣ ଦୋଷୀଙ୍କୁ ଫାଶୀ ଦିଆଯାଇଥିଲା। ସମଗ୍ର ଦେଶ ଏହି ଦିନକୁ ‘ନ୍ୟାୟର ସକାଳ’ ବୋଲି କୁହାଯାଉଚି । ସେପଟେ ନିର୍ଭୟା ଦୋଷୀଙ୍କୁ ଫାଶୀ ଦେଇଥିବା ପୱନ ଜାଲାଦ ଫାଶୀ ନିନର କାହାଣୀ କହିଛନ୍ତି।

ଅପରାଧୀଙ୍କୁ ଟାଙ୍ଗିଥିବା ପୱନ ଜାଲାଡ କହିଛନ୍ତି ଯେ ଫାଶୀ ଘରେ କାହାକୁ କହିବାକୁ ଅନୁମତି ନାହିଁ । ଯେଉଁଥିପାଇଁ ଟାଙ୍ଗିଥିବା ଦିନରେ କେବଳ ଅଙ୍ଗଭଙ୍ଗୀ ଦ୍ୱାରା କାର୍ଯ୍ୟ କରାଯାଇଥିଲା । ଗଣମାଧ୍ୟମକୁ ସୂଚନା ଦେଇ ପୱନ ଜଲାଦ କହିଛନ୍ତି ଯେ, ନିର୍ଭୟା ଚାରିଜଣ ଦୋଷୀଙ୍କୁ ଫାଶୀ ଦେଇ ମୁଁ ମୋର ଧର୍ମ ପାଳନ କରିଛନ୍ତି । ଏହା ତାଙ୍କର ପୈତୃକ କାର୍ଯ୍ୟ ବୋଲି କହିଛନ୍ତି । ସେ କହିଛନ୍ତି ଯେ ଫାଶୀ ଦିଆଯିବା ପୂର୍ବରୁ ଦୋଷୀ ମାନେ ଅନୁତାପ କରିବା ଉଚିତ୍ । କିନ୍ତୁ ସେମାନଙ୍କ ମଧ୍ୟରୁ କେହି ଅନୁତାପ କରିନାହାଁନ୍ତି।

ପବନ କୁହନ୍ତି ସେ ମାର୍ଚ ୧୭ ରେ ତିହାରକୁ ଆସି ଏକ ଡମ୍ମି ପରୀକ୍ଷା କରିଥିଲେ। ଡମି ପରୀକ୍ଷା ପୂର୍ବରୁ, ସେ ପ୍ରଥମେ ଦହି ଏବଂ ଲହୁଣି ଫାଶୀ ଦଉଡ଼ିରେ ଲଗାଇ ଦଉଡ଼ିକୁ ନରମ କରିଥିଲେ । ପାଶୀ ଦିନ ସକାଳ ଚାରିଟାରେ ଦଉଡ଼ିରେ ଫାଶ ପ୍ରସ୍ତୁତ କରାଯାଇଥିଲା।

ପୱନ କହିଛନ୍ତି ଯେ ଫାଶୀ ସକାଳେ ଅପରାଧୀଙ୍କୁ ବାନ୍ଧି ଫାଶୀ ଘର ପର୍ଯ୍ୟନ୍ତ ଅଣାଯାଇଥିଲା। ପ୍ରଥମେ ଅକ୍ଷୟ ଏବଂ ମୁକେଶଙ୍କୁ ଫାଶୀ ଘରକୁ ଅଣାଯାଇଥିଲା, ପରେ ପୱନ ଏବଂ ବିନୟଙ୍କୁ ଏକ ପଟା ଉପରେ ନିଆଯାଇଥିଲା। ପ୍ରତ୍ୟେକ ଅପରାଧୀଙ୍କ ସହିତ ପାଞ୍ଚ ଜଣ ପୋଲିସ ଅଧିକାରୀ ଥିଲେ । ଦୋଷୀ ମାନଙ୍କ ଜଣ ଜଣ କରି ଧାଡ଼ିରେ ପଟା ଉପରକୁ ନିଆଯାଇଥିଲା  ।

ଏହା ପରେ ଚାରି ଅଭିଯୁକ୍ତଙ୍କ ଫାଶକୁ ଲିଭର ସହିତ ଯୋଡ଼ା ଯାଇଥିଲା । ଏହା ପରେ ସମୟ ଅନୁଯାୟୀ ଜେଲ ଅଧିକାରୀଙ୍କ ନିର୍ଦ୍ଦେଶରେ ଲିଭରଟିକୁ ଟାଣି ନିଆଯାଇଥିଲା।

୪.୨ ତୀବ୍ରତା ଭୂମିକମ୍ପରେ ଥରିଲା ମାଲକାନଗିରି, ଜିଲ୍ଲା ପୋଲିସ ମୁଖ୍ୟାଳୟ କାନ୍ଥରେ ଫାଟ

ମାଲକାନଗିରି: ଥରିଲା ମାଲକାନଗିରି । ଜିଲ୍ଲାରେ ଦୁଇଥର ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟକ ସ୍କେଲରେ ଭୂମିକମ୍ପର ତୀବ୍ରତା ୪.୨ ରେକର୍ଡ କରାଯାଇଛି । ପୂର୍ବାହ୍ନ ୧୧ଟା ୧୫ ମିନିଟ ସମୟରେ ମାଲକାନଗିରିରେ ଭୂମିକମ୍ପ ଅନୁଭୂତ ହୋଇଛି । ଦକ୍ଷିଣ-ପଶ୍ଚିମ ଜଗଦଲପୁରରେ ଭୂମିକମ୍ପର କେନ୍ଦ୍ରସ୍ଥଳୀ ହୋଇଥିବା କହିଛନ୍ତି ଜିଲ୍ଲାପାଳ । କିଛି ଅଞ୍ଚଳରେ ଦୁଇଥର ଭୂମିକମ୍ପ ହୋଇଥିବା ସୂଚନା ମିଳିଛି ।

ପ୍ରାୟ ୧ ସେକେଣ୍ଡ ଯାଏଁ ଏହି ଭୂମିକମ୍ପ ଅନୁଭୂତ ହୋଇଥିବା କୁହାଯାଉଛି । ଏହା ଜାଣିବା ମାତ୍ରେ ଲୋକ ଘରୁ ବାହାରି ରାସ୍ତା ଉପରକୁ ଚାଲି ଆସିଥିଲେ । ମାଲକାନଗିରି ସହର ସମେତ ଖଇରପୁଟ, ମାଥିଲି ଓ କୋରୁକୋଣ୍ଡା ବ୍ଲକ ଅଞ୍ଚଳରେ ମଧ୍ୟ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି । ଭୂମିକମ୍ପ ପ୍ରଭାବରେ ଜିଲ୍ଲା ପୋଲିସ ମୁଖ୍ୟ କାର୍ଯ୍ୟାଳୟର ବିଲ୍ଡିଂରେ ସାମାନ୍ୟ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି ।

ଜନତା କର୍ଫ୍ୟୁ ସମର୍ଥନରେ ଭିଡିଓ ପୋଷ୍ଟ କଲେ ଶ୍ରେୟା ସରଣ

ମୁମ୍ବାଇ: ଦେଶରେ କରୋନା ଭୟ । ଆସନ୍ତାକାଲି ରବିବାର ସମସ୍ତେ ପାଳିବେ ଜନତା କର୍ଫ୍ୟୁ । ମୋଦିଙ୍କ ଏହି ଆହ୍ୱାନକୁ ସମର୍ଥନ ଜଣାଇଛନ୍ତି ଅଭିନେତ୍ରୀ ଶ୍ରେୟା ସରଣ । ବର୍ତ୍ତମାନ ବାର୍ସେଲୋନାରେ ରହୁଥିବା ଅଭିନେତ୍ରୀ ଶ୍ରେୟା ସରଣ ଜନତା କର୍ଫ୍ୟୁ ପାଳନକୁ ସ୍ୱାଗତ କରିଛନ୍ତି । ମାର୍ଚ୍ଚ ୨୨ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ କେହି ଘର ନବାହାରିବାକୁ ସେ ଅନୁରୋଧ କରିଛନ୍ତି । ବାର୍ସେଲୋନାରେ ୧୦ ଦିନ ରହଣୀ ଭିତରେ ସେ କରୋନାର ଭୟବହତାକୁ ଅନୁଭବ କରିଛନ୍ତି । ସମସ୍ତେ ଘରେ ରହିବାକୁ ସେ ନିବେଦନ କରିଛନ୍ତି ।

https://www.facebook.com/ShriyaSaran/videos/192493868867522/

ଘରେ ରହି ନାଚ, ଗୀତ କରିବାକୁ ସେ ମେସେଜ୍ ଦେବା ସହ ନିଜ ଫେସବୁକ୍ ଆକାଉଣ୍ଟରେ ନିଜର ଏକ ଡ୍ୟାନ୍ସ ଭିଡିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଘରେ ରହି ନିଜ ସହ ଅନ୍ୟମାନଙ୍କୁ ସଂକ୍ରମଣରୁ ରକ୍ଷା କରିବା ପାଇଁ ମେସେଜ୍ ଦେଇଛନ୍ତି । ବିଶେଷକରି ଛୋଟ ଛୁଆଙ୍କ ପ୍ରତି ଧ୍ୟାନ ଦେବାକୁ ନିବେଦନ କରିଛନ୍ତି ଶ୍ରେୟା ।